ସରକାରୀ ବିଦ୍ୟାଳୟରେ ତାଲା ପକାଇବା ଘଟଣା: ଖବର ପ୍ରକାଶିତ ପରେ ପ୍ରଶାସନ ନେଲା ପଦକ୍ଷେପ

ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିସୁବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜମି ମାଲିକ ତାଲା ପକାଇବା ଘଟଣା ଖବର ପ୍ରକାଶିତ ପରେ ତହସିଲଦାର ଧୀରୋଜ ପାତ୍ର ପହଞ୍ଚି ସମସ୍ୟାର ଆଶୁ ସମାଧାନ କରିଛନ୍ତି। ଜମି ମାଲିକ ସନମାଳୀ ପ୍ରଧାନଙ୍କ ସହ ଆଲୋଚନା କରିବା ସହ ନୂତନ ବିଦ୍ୟାଳୟ ହେବା ପର୍ଯ୍ୟନ୍ତ ବିଦ୍ୟାଳୟର ତାଲା ଖୋଲିଦେବାକୁ ନିବେଦନ କରିଥିଲେ। ଏଥିରେ ଜମି ମାଲିକ ୨ ମାସ ମଧ୍ୟରେ ନୂତନ ବିଦ୍ୟାଳୟ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ନ କଲେ ପୁଣି ତାଲା ପକାଇଦେବି ବୋଲି ଜମି ମାଲିକ ତହସିଲଦାରଙ୍କୁ ଚେତାବନୀ ଦେଇଥିଲେ। ଏଥିରେ ତହସିଲଦାର ସହମତି ପ୍ରକାଶ କରିବା ପରେ ବିଦ୍ୟାଳୟକୁ ତାଲା ପକାଯାଇଥିବା ମୁଖ୍ୟ ଫାଟକ ସମେତ ଶ୍ରେଣୀ କୋଠାର ତାଲାକୁ ଜମି ମାଲିକ ଖୋଲି ଦେଇଛନ୍ତି। ଏହି ତାଲା ଖୋଲିବା ସମୟରେ ତହସିଲଦାର ଧୀରୋଜ ପାତ୍ର, ଏବିଇଓ ଗୋକୁଳାନନ୍ଦ ନାୟକ, ରାଜସ୍ବ ନିରୀକ୍ଷକ ସୁବ୍ରତ ମଲିକ, ସିଆରସିସି ଅଜିତ ବେହେରଦଳାଇ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଯେ, ସନମାଳୀ ପ୍ରଧାନଙ୍କ ନାମରେ ଜମି ପଟ୍ଟା ରହିଥିବାବେଳେ ଦୀର୍ଘ ବର୍ଷ ହେଲା ଉକ୍ତ ଜମିରେ ସରକାର ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିବା ସହ ପ୍ରଥମରୁ ପଞ୍ଚମ ପିଲାଙ୍କୁ ଶିକ୍ଷାଦାନ କରାଯାଉଥିଲା। ଏନେଇ ଜମି ମାଲିକ ଜିଲା ପ୍ରଶାସନର ଦ୍ୱାରସ୍ଥ ହେବା ସହ ସ୍ବତନ୍ତ୍ର କୋର୍ଟରେ ଅଭିଯୋଗ କରିଥିଲେ। ଗତ ଅକ୍ଟୋବର ରେ ତାଙ୍କ ଜମି ଫେରେଇଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଶିକ୍ଷା ବିଭାଗର ଅବହେଳା ଯୋଗୁ ପ୍ରକୃତ ଜମି ମାଲିକ ତାଙ୍କ ଜମି ଫେରି ପାଇ ନ ଥିଲେ। ସେ ଶୁକ୍ରବାର ବିଇଓଙ୍କ ନିକଟକୁ ତାଲା ପକାଇବାକୁ ଏକ ଚିଠି କରିବା ସହ ଶନିବାର ସକାଳୁଆ ବିଦ୍ୟାଳୟ ଚାଲିଥିବା ବେଳେ ଜମି ମାଲିକ ପହଞ୍ଚି ବିଦ୍ୟାଳୟରୁ ଛାତ୍ରୀଛାତ୍ର, ଶିକ୍ଷକଙ୍କୁ ବାହାରକୁ ବାହାର କରି ତାଲା ପକାଇଦେଇଥିଲେ। ଏନେଇ ତହସିଲଦାର କହିଛନ୍ତି, ନୂତନ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଚି଼ହ୍ନଟ କରାଯାଇଛି। ବିଇଓଙ୍କ ପଦକ୍ଷେପ ଓ ବିଡ଼ିଓଙ୍କ ହସ୍ତକ୍ଷେପରେ ନୂତନ କୋଠା ଶୀଘ୍ର ନିର୍ମାଣ କରାଯିବ ବୋଲି ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri