ଜଗନ୍ନାଥ ମନ୍ଦିରରେ ସରକାରୀ ଯୋଜନାରେ ଚଞ୍ଚକତା ଅଭିଯୋଗ: କମିଟି ଓ ଗ୍ରାମବାସୀ ବଡିଓଙ୍କ ଦ୍ୱାରସ୍ଥ

ଦାରିଙ୍ଗବାଡି,୨୮।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଜଗନ୍ନାଥ ମନ୍ଦିରରେ ସରକାରୀ ଯୋଜନାକୁ ଚଞ୍ଚକତା କରୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଏବଂ ଜଗନ୍ନାଥ ପରିଚାଳନା କମିଟିର ଏକାଧିକ କର୍ମକର୍ତ୍ତା ବଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସେମାନଙ୍କ ଅଭିଯୋଗ ହେଲା ପୂର୍ବତନ ସରକାରଙ୍କ ସମୟରେ ଆମ ଓଡିଶା, ନବୀନ ଓଡିଶା ଯୋଜନାରେ ୯ ଲକ୍ଷ ଟଙ୍କା ରାଜ୍ୟ ସରକାର ଅନୁଦାନ ଦେଇଥିଲେ। କିନ୍ତୁ ଅତି ନିମ୍ମମାନର କାର୍ଯ୍ୟ କରାଯିବା ସହ ଜଗନ୍ନାଥ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ବିନା ପରାମର୍ଶରେ ମନ୍ଦିରର ବିକାଶ କାର୍ଯ୍ୟ କରାଯାଇଥିବା ଓ ଏହାକୁ ପରିଚାଳନା କମିଟିର ସଭାପତି ଏବଂ ସମ୍ପାଦକ ଚଞ୍ଚକତା କରି ମନ୍ଦିରର ସମସ୍ତ ଉନ୍ନୟନ କାର୍ଯ୍ୟକୁ ଅତି ନିମ୍ମମାନର କାର୍ଯ୍ୟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବେ ଭାଜପା ସରକାର ଆସିବା ପରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଉକ୍ତ ମନ୍ଦିରକୁ ପାଖାପାଖି ୫ ଲକ୍ଷ ୯୫ ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ ପୂର୍ବ କାର୍ଯ୍ୟ ଓ ବିଭିନ୍ନ ଶ୍ରଦ୍ଧାଳୁମାନେ ଦେଇଥିବା ଅନୁଦାନରେ କରାଯାଉଥିବା କାର୍ଯ୍ୟକୁ ଦେଖାଇ ମିଥ୍ୟା ବିଲ୍‌କରି ଅର୍ଥ ଆତ୍ମସାତ କରିବାକୁ ପରିଚାଳନା କମିଟିର ସମ୍ପାଦକ ଏବଂ ସଭାପତି ଷଡଯନ୍ତ୍ର କରୁଥିବାନେଇ ଅଭିଯୋଗ ହୋଇଛି। ବିନା ଗ୍ରାମବାସୀଙ୍କ ଜ୍ଞାତରେ ମନ୍ଦିରର ବିକାଶ କାର୍ଯ୍ୟ କରାନଯିବାକୁ ଅଭିଯୋଗ ପତ୍ର ରେ ଉଲ୍ଲେଖ କରାଯାଇଛି।
ସେମାନେ ଆହୁରି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କମିଟିର ସମ୍ପାଦକ ଦାୟିତ୍ୱରେ ଥିବା ବ୍ୟକ୍ତି ଜଣକ ଜଣେ ସରକାରୀ କର୍ମଚାରୀ ତେଣୁ କମିଟିରୁ ତାଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱରୁ ନିବୃତ କରାଯିବା ପାଇଁ ବିଡିିଓ ଏବଂ ବିଇଓଙ୍କୁ ଅଭିଯୋଗ ପତ୍ର ଦିଆଯାଇଛ। ସରକାରଙ୍କ ଯୋଜନା ଅର୍ଥକୁ ଗ୍ରାମବାସୀ ଉକ୍ତ ମନ୍ଦିରରେ ଯେଉଁ ବାବଦରେ ବିନିଯୋଗ କରିବାକୁ ଚାହିଁବେ ସମସ୍ତଙ୍କ ଜ୍ଞାତସାରରେ କରାଯିବାକୁ ଦାବି ହୋଇଛି ।
ସେହିପରି ମନ୍ଦିରକୁ ବହୁ ଶ୍ରଦ୍ଧାଳୁ ଅର୍ଥଦାନ କରିଛନ୍ତି। ମନ୍ଦିରକୁ ଶ୍ରଦ୍ଧାଳୁମାନେ ଦେଇଥିବା ଦାନ ଅର୍ଥର ହିସାବ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କୁ ପ୍ରଦାନ ପାଇଁ ଅଭିଯୋଗ ପତ୍ରରେ ଦାବି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା କାର୍ଯ୍ୟ ସାରି ଫେରିବା ପରେ ଚାଲିଗଲା ଶିକ୍ଷକଙ୍କ ଜୀବନ, ଅଞ୍ଚଳରେ ଶୋକର ଛାୟା

ବାସୁଦେବପୁର,୧।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଆର ତୁଙ୍ଗ ଗ୍ରାମର ଶିକ୍ଷକ ବଳରାମ ବିନ୍ଧାଣୀଙ୍କର ଶୁକ୍ରବାର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ମୃତ୍ୟୁ…

ଆଇଏମ୍‌ଡିର ବଡ଼ ଚେତାବନୀ, ମେ’ରେ ସ୍ବାଭାବିକଠାରୁ ହେବ ଅଧିକ ବର୍ଷା

ନୂଆଦିଲ୍ଲୀ,୧।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ବର୍ଷ ମେ ମାସରେ ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ…

ଶର୍ଟ ସର୍କିଟରୁ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ମୋହନା,୧।୫(ମନ୍ମଥ ମିଶ୍ର ): କିଛି ଦିନ ହେଲା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଚାଲିଥିବା ବେଳେ ଶୁକ୍ରବାର ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା…

ମଇ ଆରମ୍ଭରୁ ଫୋନ୍‌ ଦାମ୍‌ ବଢ଼ାଇଲେ ଏହି ୩ କମ୍ପାନୀ, ଗ୍ରାହକଙ୍କ ପକେଟରେ ଚାବୁକ୍‌; ଜାଣନ୍ତୁ ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୫:ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ ଉପରେ ଏବେ ଅଧିକ ଚାପ ପଡ଼ିପାରେ। Nothing, Realme ଏବଂ OnePlus…

କିଡନୀ ରୋଗ ନେଲା ସ୍ବାମୀଙ୍କ ଜୀବନ: ମା’ଙ୍କ କାନ୍ଧରେ ଦୁଇ ସନ୍ତାନଙ୍କ ବୋଝ

କର୍ଲାମୁଣ୍ଡା:୧।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁରେ କିଡନୀ ରୋଗରେ ଆକ୍ରନ୍ତ ହୋଇ ୨୦ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା…

କମର୍ସିଆଲ ଏଲ୍‌ପିଜି ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା!

ନୂଆଦିଲ୍ଲୀ,୧।୫: ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସରକାର ତୈଳ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି, ଯଦିଓ…

ଜନଗଣନାରୁ ଫେରୁଥିଲେ, ଜନତା ଲେନ୍‌ରେ ସ୍କୁଟିକୁ ଧକ୍କା ଦେଲା କାର୍‌; ଛିଟିକି ପଡ଼ି ଶିକ୍ଷୟତ୍ରୀ…

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଜନଗଣନାରୁ ଫେରୁଥିଲେ। ଶିକ୍ଷୟତ୍ରୀଙ୍କ ସ୍କୁଟିକୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡିରେ।…

ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା…

ଭୁବନେଶ୍ୱର,୧।୫: ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri