Posted inଜାତୀୟ

ସରକାର ଜନତାଙ୍କ ପାଇଁ ହେବା ଜରୁରୀ, ଜଣେ ଦୁଇ ଜଣ ଶିଳ୍ପପତିଙ୍କ ଲାଗି ନୁହେଁ: ରାହୁଲ…

ଭୋପାଳ,୩୦।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ମଧ୍ୟପ୍ରଦେଶର ଶାଜାପୁର ଜିଲାର କାଲାପିପାଲ ବିଧାନସଭା ନିର୍ବାଚନମଣ୍ଡଳୀରେ ପୋଲାଇକାଲାରେ ପହଞ୍ଚି ସେଠାରେ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମଧ୍ୟପ୍ରଦେଶ ହେଉଛି ଦେଶରେ ଦୁର୍ନୀତିର କେନ୍ଦ୍ର। ଏହା ଆମର ଆଦର୍ଶର ଲଢ଼େଇ। ଗୋଟିଏ ପଟେ କଂଗ୍ରେସ ଏବଂ ଅନ୍ୟ ପଟେ ଭାଜପା ତଥା ଆରଏସଏସ। ଗୋଟିଏ ପାର୍ଶ୍ୱରେ ଗାନ୍ଧିଜୀ ଏବଂ ଅନ୍ୟ ପଟେ ଗଡସେ । ଗୋଟିଏ ପାର୍ଶ୍ୱରେ ଘୃଣା ଏବଂ ଅନ୍ୟ ପଟେ ପ୍ରେମ ଅଛି। ଭାଜପା ଲୋକମାନେ ଯୁଆଡେ ଯାଆନ୍ତି ଘୃଣା ବିସ୍ତାର କରନ୍ତି।

ମଧ୍ୟପ୍ରଦେଶର କୃଷକ ଏବଂ ଯୁବକମାନେ ସେମାନଙ୍କୁ ଘୃଣା କରିବା ଆରମ୍ଭ କରି ଦେଇଛନ୍ତି। ଏହି ଲୋକମାନେ ଜନସାଧାରଣଙ୍କ ପାଇଁ ଯାହା ଖରାପ କରିଥିଲେ, ବର୍ତ୍ତମାନ ଜନସାଧାରଣ ସେମାନଙ୍କ ପ୍ରତି ଘୃଣା ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ, ଆମେ ମଧ୍ୟପ୍ରଦେଶର ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିଛୁ।

ଆମର ଯାତ୍ରା ମଧ୍ୟପ୍ରଦେଶରେ ପ୍ରାୟ ୩୭୦ କିଲୋମିଟର ଅତିକ୍ରମ କରିଛି। କୃଷକ, ଯୁବକ, ମା ଏବଂ ଭଉଣୀମାନଙ୍କୁ ଆମେ ଭେଟିଛୁ। ମଧ୍ୟପ୍ରଦେଶରେ ଭାଜପା ଲୋକମାନେ ଯେଉଁ ଦୁର୍ନୀତି କରିଛନ୍ତି ତାହା ସମଗ୍ର ଦେଶରେ କରାଯାଇ ନାହିଁ। ପିଲାମାନଙ୍କର ପାଣ୍ଠି, ମଧ୍ୟାହ୍ନ ଭୋଜନ ପାଣ୍ଠି, ସ୍କୁଲ ୟୁନିଫର୍ମ ପାଣ୍ଠି ଚୋରି ହୋଇଛି। ମହାକାଳ କରିଡରରେ ଭାଜପା ଟଙ୍କା ଚୋରି କରିଛି। ବ୍ୟାପମ ସ୍କାମରେ ଏକ କୋଟି ଯୁବବର୍ଗ କ୍ଷତିଗ୍ରସ୍ତ ହୋଇଛନ୍ତି। ସିଟ ବିକ୍ରି ହେଉଛି। ପେପର ଲିକ ହେଉଛି। ରାଜ୍ୟରେ ତାଙ୍କର ଏକ ଚାଟିଆ ରାଜୁତି ଚାଲିଛି।

ଆପଣମାନେ କୃଷକ। ଆପଣମାନେ ଏଠାରେ ସୋୟାବିନ ଚାଷ କରୁଛନ୍ତି। କୃଷକମାନେ ଆମକୁ କହିଛନ୍ତି ସରକାର ଏଠାରେ ଉଚିତ ମୂଲ୍ୟ ଦେଉ ନାହାଁନ୍ତି। ଯଦି ଆପଣ ଛତିଶଗଡର କୃଷକମାନଙ୍କୁ ପଚାରିବେ, ତେବେ ଆପଣ ଜାଣିବେ ଧାନ ଚାଷ ପାଇଁ ଆମେ କେତେ ଟଙ୍କା ଦେଉଛୁ। ଆମେ ପ୍ରତ୍ୟେକ ପ୍ରତିଶ୍ରୁଚିପୂରଣ କରିଛୁ। ମଧ୍ୟପ୍ରଦେଶ, କର୍ନାଟକ, ଛତିଶଗଡ ସମେତ ପ୍ରତ୍ୟେକ ରାଜ୍ୟରେ କୃଷକଙ୍କ ଋଣ ଛାଡ କରାଯାଇଥିଲା। କମଲ ନାଥ ଜୀ କୃଷକଙ୍କ ଋଣ ଛାଡ କରୁଥିଲେ। ଏଠାରେ ଭାଜପା ଲୋକମାନେ ଆପଣଙ୍କୁ ପ୍ରତାରଣା କରି ସରକାର ଗଢ଼ିଛନ୍ତି। ଗତ ୧୮ ବର୍ଷ ମଧ୍ୟରେ ଏଠାରେ ୧୮ହଜାର କୃଷକ ଆତ୍ମହତ୍ୟା କରିଛନ୍ତି। ପ୍ରତିଦିନ ଏଠାରେ ୩ କୃଷକଙ୍କର ମୃତ୍ୟୁ ହେଉଛି। ଏହା ହେଉଛି ସେମାନଙ୍କର ସରକାର।

ଏହି ଲୋକମାନେ କିଛି ନିଜ ପସନ୍ଦର ଲୋକଙ୍କ ପାଇଁ କାମ କରନ୍ତି। ଭାରତ ଇତିହାସରେ ପ୍ରଥମ ଥର ପାଇଁ କୃଷକମାନେ ଟିକସ ଦେଉଛନ୍ତି। ଚାଷୀଙ୍କୁ ଦମନ ଏବଂ ହଟାଇବା ପାଇଁ ସେମାନେ କଳା ନିୟମ ଆଣିଥିଲେ। ଭାରତର ସମସ୍ତ କୃଷକ ଏକତ୍ରିତ ହୋଇ ସେମାନଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ କହିଥିଲେ ସେ ଏହି ନିୟମକୁ କୃଷକଙ୍କ ସୁବିଧା ପାଇଁ ଆଣିଛନ୍ତି। କୃଷକମାନେ ସେମାନଙ୍କ ପାଇଁ ଲାଭଦାୟକ ନିୟମ ବିରୋଧରେ କାହିଁକି ରାସ୍ତାକୁ ଓହ୍ଲାଇଲେ ? ସରକାର ଲୋକଙ୍କ ପାଇଁ ହେବା ଉଚିତ,କୌଣସି ସଂସ୍ଥା କିମ୍ବା ଜଣେ ଦୁଇ ଜଣ ଶିଳ୍ପପତିଙ୍କ ପାଇଁ ନୁହେଁ।

ମୁଁ ସଂସଦରେ ଆଦାନୀ ଜୀ ବିଷୟରେ କହିବା ଆରମ୍ଭ କରିବା ମାତ୍ରେ ମୋର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। କଳ୍ପନା କରନ୍ତୁ, ଆଦାନୀଙ୍କୁ ସୁରକ୍ଷା ଦେବା ପାଇଁ ମୋର ଲୋକସଭା ସଦସ୍ୟତା ତୁରନ୍ତ ରଦ୍ଦ ହୋଇଥିଲା। ଏହାର ଜବାବ ସାଧାରଣ ଜନତା ହିଁ ଦେବେ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?