Posted inଜାତୀୟ

ସରକାରୀ ଚାକିରି ଦେବାରେ ଏସ୍‌ପି-ବିଏସ୍‌ପିର ରେକର୍ଡକୁ ପଛରେ ପକାଇଛି ଭାଜପା: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୪ ।୭: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶନିବାର ଦାବି କରିଛନ୍ତି ଯେ ତାଙ୍କ ମୁଖ୍ୟମନ୍ତ୍ରୀ କାଳରେ ଭାରତୀୟ ଜନତା ପାର୍ଟି(ଭାଜପା) ୬.୬୫ ଲକ୍ଷରୁ ଅଧିକ ସରକାରୀ ଚାକିରି ଦେଇଛନ୍ତି । କେବଳ ସେତିକି ନୁହେଁ ଭାଜପା ଆହୁରି ଦାବି କରିଛି ଯେ ସେ ସମାଜବାଦୀ ପାର୍ଟି(ଏସ୍‌ପି) ଓ ଭାରତୀୟ ସମାଜ ପାର୍ଟି(ବିଏସ୍‌ପି) ଠାରୁ ଅଧିକ ସରକାରୀ ଚାକିରି ଦେଇଛି । ଭାଜପା ସରକାର ସାଢେ ୪ ବର୍ଷରେ ୬.୬୫ ଲକ୍ଷରୁ ଅଧିକ ସରକାରୀ ଚାକିରି ଦେଇଛି । କିନ୍ତୁ ୫ ବର୍ଷ ଭିତରେ ବିଏସ୍‌ପି ମାତ୍ର ୯୫ ହଜାର ସରକାରୀ ଚାକିରି ଦେଇଥିବା ବେଳେ ଏସ୍‌ପି ମାତ୍ର ୨ ଲକ୍ଷ ସରକାରୀ ଚାକିରି ଦେଇଛି । ତେଣୁ ଏସ୍‌ପି ବିଏସ୍‌ପି ଠାରୁ ଭାଜପା ପାଖାପାଖି ୨ ଗୁଣା ଅଧିକ ସରକାରୀ ଚାକିରି ଯୋଗାଇ ଦେଇଛି । ଆହୁରି ମଧ୍ୟ ଡିସେମ୍ବରରେ ପୁଣି ସରକାରୀ ଚାକିରି ଯୋଗାଇ ଦିଆଯିବ ବୋଲି ଭାଜପା ପକ୍ଷରୁ ସୂଚନା ଦିଆଯାଇଛି । ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ପୋଲିସ ବିଭାଗରେ ଚାକିରି ଦିଆଯାଇଥିବା କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଚେହେରା ଉପରେ କଂଗ୍ରେସର ନଜର: କହ୍ନେୟା. ଜିଗନେସ୍ ହେବେ ଦଳରେ ସାମିଲ!

ନୂଆଦିଲ୍ଲୀ,୨୫ ।୯: ଜବାବାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ଖୁବଶୀଘ୍ର କଂଗ୍ରେସରେ ଯାଗ ଦେବେ । ଏହା ବ୍ୟତୀତ ଗୁଜରାଟର...

ଆଗରେ ଖଟ୍ଟର

ହରିୟାଣା,୨୪।୧୦:ହରିୟାଣା ବିଧାନସଭା ନିର୍ବାଚନର ଫଳଫଳ ପାଇଁ ଗୁରୁବାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି। ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପ୍ରଥମ...

୩୬ ବର୍ଷରେ ୭ ବଡ଼ ଦଙ୍ଗାରେ ୭,୫୦୦ରୁ ଅଧିକ ନିରୀହଙ୍କ ମୁଣ୍ଡ ଗଡ଼ିଛି: କେବଳ ନ୍ୟାୟିକ ଯାଞ୍ଚ୍‌ ସହ ଶୁଣାଣି ରହିଛି ଜାରି

ନୂଆଦିଲ୍ଲୀ,୧।୩: ଦେଶ ବିଭାଜନ ପରେ ଦଙ୍ଗାରେ ବହୁ ଧନଜୀବନ ହାନି ହୋଇଥିଲା। ପରବର୍ତ୍ତୀ ସମୟରେ ଏଭଳି ଘଟଣା ଘଟିବା କମ ହୋଇଥିଲା। ୧୯୮୪ଠାରୁ ଗତ ୩୬...

ଉଦ୍ଧବ ଠାକରେଙ୍କୁ ଝଟ୍‌କା: ଶିବସେନା ଛାଡିଲେ ଅବଦୁଲ

ମୁମ୍ବାଇ,୪।୧: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଗଢାଯାଇଥିବା ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳରେ କିଛି ଠିକ୍‌ ଚାଲୁ ନ ଥିବା ଆଲୋଚନା ହେଉଛି। କାରଣ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ...

କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ବିବାହକୁ ସ୍ବୀକୃତି…

ନୂଆଦିଲ୍ଲୀ,୨୫।୧୦: ସମଲିଙ୍ଗୀ ବିବାହ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତିି ଯେ, କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ହୋଇଥିବା ବିବାହକୁ ସ୍ବୀକୃତି ମିଳିବ। ଏହା ସହିତ ଏଭଳି...

ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀ ହେବେ ମୁକ୍ତ

ବିଜୟଓ୍ବାଡା,୭।୧୧: ଆନ୍ଧ୍ରପ୍ରଦେଶ ସରକାର ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀଙ୍କୁ ମୁକ୍ତ କରିବା ଲାଗି ଯୋଜନା କରିଛନ୍ତି। ରାଜ୍ୟର ବିଭିନ୍ନ ଜେଲ୍‌ରେ ଏହି ମହିଳା...

ଦିଲ୍ଲୀରେ ଆଇଏସ୍‌ଆଇ ତାଲିମ୍‌ ପ୍ରାପ୍ତ ୨ ଆତଙ୍କବାଦୀ: ଜାରି ହେଲା ସ୍କେଚ୍‌

ନୂଆଦିଲ୍ଲୀ,୨୯।୮: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ତାଲିମ୍‌ ପ୍ରାପ୍ତ ୨ ଆତଙ୍କବାଦୀଙ୍କୁ ଦିଲ୍ଲୀ ପଠାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା...

ବିକଳ ଦୃଶ୍ୟ : ଦୁଇ ଦିନ ଧରି ମା’ ମୃତଦେହ ପାଖରେ କାନ୍ଦୁଥିଲା ଶିଶୁ

ପୁଣେ,୩୦।୪ : ମା’ର ମୃତଦେହ ପାଖରେ ଦୁଇ ଦିନ ଧରି କାନ୍ଦୁଥିଲା ଶିଶୁ। ପଡୋଶୀମାନେ ଜାଣିଲା ପରେ ମଧ୍ୟ କୋଭିଡ୍‌ ଭୟରେ ଘର ମାଡ଼ୁ ନ...

Advertisement


Archives

Model This Week