Posted inଜାତୀୟ

ସୋସିଆଲ ମିଡ଼ିଆରେ ଘୃଣା ପ୍ରସାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସରକାରଙ୍କ ପ୍ରସ୍ତୁତି…

ନୂଆଦିଲ୍ଲୀ, ୪।୭ : ଦେଶରେ ଘୃଣାର ବକ୍ତବ୍ୟ ମାମଲା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ଯେଉଁମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଘୃଣ୍ୟ ବିଷୟବସ୍ତୁ ରଖୁଛନ୍ତି ସେମାନଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଘୃଣା ବକ୍ତବ୍ୟକୁ ନେଇ କେନ୍ଦ୍ର ସରକାର ଖୁବ ଶୀଘ୍ର ଏକ କଠୋର ଆଇନ ଆଣିବାକୁ ଯାଉଛନ୍ତି। ଘୃଣା ବକ୍ତବ୍ୟର ସଂଜ୍ଞା ଏହି ଆଇନ ଅନୁଯାୟୀ ନିର୍ଦ୍ଧାରଣ କରାଯିବ। ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି।

ଏହି ଆଇନରେ କେବଳ ହିଂସା ବିସ୍ତାର କରୁଥିବା ବିଷୟବସ୍ତୁ ନୁହେଁ, ଯେଉଁମାନେ ମିଥ୍ୟା ପ୍ରଚାର କରୁଛନ୍ତି ଏବଂ ଆକ୍ରମଣାତ୍ମକ ଚିନ୍ତାଧାରାକୁ ବୃଦ୍ଧି କରାଉଛନ୍ତି ସେମାନେ ଏହି ଆଇନର ଅଧୀନରେ ଆସିବେ। ସରକାର ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗରେ ବିଚାର କରୁଥିଲେ କିନ୍ତୁ ବର୍ତ୍ତମାନ ଅଧିକ ସମୟ ନ ନେଇ ଏହାର ଡ୍ରାଫ୍ଟ ପ୍ରସ୍ତୁତ ହେଉଛି ଏବଂ ମୌସୁମୀ ଅଧିବେଶନରେ ଏହି ଆଇନ ସମ୍ବନ୍ଧରେ ସଂସଦରେ ଏକ ବିତର୍କ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ଘୃଣାର ବକ୍ତବ୍ୟ, ଅନ୍ୟ ଦେଶର ଆଇନ ତଥା ଅଭିବ୍ୟକ୍ତିର ସ୍ବାଧୀନତାର ସମସ୍ତ ଦିଗକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଆଇନର ଡ୍ରାଫ୍ଟ ପ୍ରସ୍ତୁତ ହେଉଛି। ଏହା ଶୀଘ୍ର ଜନମତ ପାଇଁ ଉପସ୍ଥାପିତ ହେବ। ଯେଉଁଥିରେ ଘୃଣାର ବକ୍ତବ୍ୟର ପରିଭାଷା ସ୍ପଷ୍ଟ ହୋଇ ପାରିବ।

ଆଇନ କମିଶନ ଘୃଣ୍ୟ ବକ୍ତବ୍ୟ ଉପରେ ନିଜର ପରାମର୍ଶ ସ୍ପଷ୍ଟ କରିଛନ୍ତି ଯେ ହିଂସା ବିସ୍ତାର କରୁଥିବା ବକ୍ତବ୍ୟକୁ କେବଳ ଘୃଣା ବକ୍ତବ୍ୟ ଭାବରେ ବିବେଚନା କରାଯିବ ତାହା ନୁହେଁ, ଇଣ୍ଟରନେଟରେ ପରିଚୟ ଲୁଚାଇ ମିଥ୍ୟା ତଥା ଆପତ୍ତିଜନକ ଚିନ୍ତାଧାରା ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୁଦ୍ଧରେ ପଦକ୍ଷେପ ପାଇଁ ବାଟ ଖୋଲିବ।

ଘୃଣ୍ୟ ଭାଷାର ପରିଭାଷା ସ୍ପଷ୍ଟ ହେବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରସାରିତ ମିଥ୍ୟା ଖବର ଏଥିରୁ ମୁକ୍ତି ପାଇପାରିବ ନାହିଁ । ଘୃଣାର ବକ୍ତବ୍ୟ, ଭୁଲ ସୂଚନା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ ବିସ୍ତାରକୁ ଏହି ଆଇନ ଦ୍ୱାରା ରୋକା ଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?