Posted inଜାତୀୟ

ସରକାରଙ୍କ ମିଛ ଧରାଇବା ନାଗରିକଙ୍କ କର୍ତ୍ତବ୍ୟ

ନୂଆଦିଲ୍ଲୀ, ୨୯।୮: ସତ୍ୟ ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର କରିହେବ ନାହିଁ। ଶାସନରେ ରହିବାକୁ ସରକାରଗୁଡ଼ିକ ଅନେକ ସମୟରେ ମିଥ୍ୟାର ଆଶ୍ରୟ ନେଉଥିବା ଦେଖାଯାଇଥାଏ। ତେଣୁ ସରକାରଙ୍କ ମିଥ୍ୟାକୁ ଲୋକଲୋଚନକୁ ଆଣିବା ସହ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ପ୍ରତ୍ୟେକ ସଚେତନ ନାଗରିକଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ଶନିବାର ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି।

ଲୋକଙ୍କ ଉପରେ ନିଜର ଆଧିପତ୍ୟ ଜାହିର କରିବା ଉଦ୍ଦେଶ୍ୟରେ ଏକଚ୍ଛତ୍ରବାଦୀ ସରକାର ମିଳିମିଶି ମିଥ୍ୟା ବିଷୟବସ୍ତୁକୁ ସତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ଗଣତାନ୍ତ୍ରିକ ସରକାରକୁ ଉତ୍ତରଦାୟୀ କରିବା ସହ ଏହାର ମିଥ୍ୟାକୁ ଧରାପକାଇ ବାସ୍ତବ ତଥ୍ୟର ଉନ୍ମୋଚନ କରାଇବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ଶନିବାର ସୁପ୍ରିମକୋର୍ଟ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି।
ଜଷ୍ଟିସ୍‌ ଏମ୍‌ସି ଚାଗଲା ମେମୋରିଆଲ୍‌ ପକ୍ଷରୁ ଆୟୋଜିତ ‘ସ୍ପିକିଂ ଟ୍ରୁଥ ଟୁ ପାଓ୍ବାର : ସିଟିଜେନ୍ସ ଆଣ୍ଡ୍‌ ଦ ଲ’ ସମ୍ପର୍କିତ ଷଷ୍ଠ ଭର୍ଚୁଆଲ୍‌ ଆଲୋଚନାଚକ୍ରରେ ଯୋଗଦେଇ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକମାନେ ସତକଥା ଜାଣିବା ସେମାନଙ୍କ ଅଧିକାର। ସମାନଭାବେ ସରକାରଙ୍କ ମିଥ୍ୟାକୁ ଲୋକଲୋଚନକୁ ଆଣିବା ମଧ୍ୟ ପ୍ରତ୍ୟେକଙ୍କ କର୍ତ୍ତବ୍ୟ। ଆଧୁନିକ ଗଣତନ୍ତ୍ରରେ ଲୋକମାନେ ସରକାର ଦେଉଥିବା ତଥ୍ୟକୁ ସ୍ବୀକାର କରିବା ପୂର୍ବରୁ ତାହାର ତର୍ଜମା କରିବା ଆବଶ୍ୟକ। ମିଥ୍ୟା ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ସରକାରଙ୍କୁ ଯଦି କେହି ସମାଲୋଚନା କରୁଛନ୍ତି, ତାହା ସ୍ବାଗତଯୋଗ୍ୟ। କିନ୍ତୁ ସମାଲୋଚକଙ୍କ ବକ୍ତବ୍ୟ ମଧ୍ୟ ସତ୍ୟ ଆଧାରିତ ହୋଇଥିବା ବାଞ୍ଛନୀୟ। ଗଣତନ୍ତ୍ର ତିଷ୍ଠି ରହିବାକୁ ହେଲେ ସତ୍ୟର ପ୍ରତିଷ୍ଠା ଜରୁରୀ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ବିଶେଷକରି ମନୋମୁଖୀ ସରକାରଗୁଡ଼ିକ ମିଥ୍ୟା ତଥ୍ୟ ପ୍ରଦାନ କରି ନାଗରିକଙ୍କ ଉପରେ କର୍ତ୍ତୃତ୍ୱ ଜାହିର କରିବାକୁ ଚାହିଁଥାନ୍ତି, ଯାହାକୁ ନାଗରିକମାନେ ଗ୍ରହଣ ନ କରି ବାସ୍ତବ ତଥ୍ୟକୁ ଲୋକଲୋଚନକୁ ଆଣିବା ଆବଶ୍ୟକ। ଗଣତନ୍ତ୍ରରେ ରାଜନୈତିକ କାରଣରୁ ସରକାର ମିଥ୍ୟାର ଆଶ୍ରୟ ନେଇପାରିବେ ନାହିଁ।
ଭିଏଟ୍‌୍‌ନାମ ଯୁଦ୍ଧ ସମୟରେ ଆମେରିକାର ଭୂମିକାକୁ ସେତେବେଳ ପର୍ଯ୍ୟନ୍ତ କେହି ଜାଣିପାରୁ ନ ଥିଲେ, ଯେପର୍ଯ୍ୟନ୍ତ ପେଣ୍ଟାଗନ ଏ ସଂକ୍ରାନ୍ତ ଦଲିଲ ପ୍ରକାଶ କରି ନ ଥିଲା। ସେହିପରି ଏବେ କୋଭିଡ୍‌ ମହାମାରୀ ସମୟରେ ଆମେ ଦେଖିବାକୁ ପାଉଛୁ ଯେ, ବିଶ୍ୱରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ କୋଭିଡ୍‌ ତଥ୍ୟ ବାଟବଣା କରିବାକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ତେଣୁ ସରକାରଙ୍କ ଉପରେ କେବଳ ଭରସା କରି ରହିହେବ ନାହିଁ । ସଚେତନ ନାଗରିକ ଭାବେ ସମସ୍ତେ ଏଥିପ୍ରତି ସଚେତନ ହେବା ଜରୁରୀ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ଏବେ ମିଥ୍ୟା ଖବର ପରିବେଷଣ ଅଧିକରୁ ଅଧିକ ହେଉଥିବା ଅଭିଯୋଗ ହେଉଛି। ଏପରି କି କୋଭିଡ୍‌ ପ୍ରସଙ୍ଗରେ ବହୁ ମିଥ୍ୟା ତଥ୍ୟ ଦିଆଯାଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯିବା ସହ ଏହାକୁ ଇନ୍‌ଫୋଡେମିକର ଆଖ୍ୟା ଦିଆଯାଇଛି। କେବଳ ବୌଦ୍ଧିକ ବା ସମ୍ଭ୍ରାନ୍ତ ଗୋଷ୍ଠୀ ମିଥ୍ୟା ବିରୋଧରେ ସ୍ବର ଉତ୍ତୋଳନ କରିବେ ତାହା ନୁହେ,ଁ ବରଂ ମହିଳା, ଦଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସତ୍ୟକୁ ପଦାକୁ ଆଣିବାକୁ ଚେଷ୍ଟା କରିବା ଆବଶ୍ୟକ। ସମାଜରେ ସତ୍ୟ ପ୍ରତିଷ୍ଠା କରିବାକୁ ହେଲେ ସବୁବର୍ଗରୁ ପ୍ରଚେଷ୍ଟା ଜାରି ରହିବା ଆବଶ୍ୟକ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?