Posted inଜାତୀୟ

ସରକାରଙ୍କ ମିଛ ଧରାଇବା ନାଗରିକଙ୍କ କର୍ତ୍ତବ୍ୟ

ନୂଆଦିଲ୍ଲୀ, ୨୯।୮: ସତ୍ୟ ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର କରିହେବ ନାହିଁ। ଶାସନରେ ରହିବାକୁ ସରକାରଗୁଡ଼ିକ ଅନେକ ସମୟରେ ମିଥ୍ୟାର ଆଶ୍ରୟ ନେଉଥିବା ଦେଖାଯାଇଥାଏ। ତେଣୁ ସରକାରଙ୍କ ମିଥ୍ୟାକୁ ଲୋକଲୋଚନକୁ ଆଣିବା ସହ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ପ୍ରତ୍ୟେକ ସଚେତନ ନାଗରିକଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ଶନିବାର ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି।

ଲୋକଙ୍କ ଉପରେ ନିଜର ଆଧିପତ୍ୟ ଜାହିର କରିବା ଉଦ୍ଦେଶ୍ୟରେ ଏକଚ୍ଛତ୍ରବାଦୀ ସରକାର ମିଳିମିଶି ମିଥ୍ୟା ବିଷୟବସ୍ତୁକୁ ସତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ଗଣତାନ୍ତ୍ରିକ ସରକାରକୁ ଉତ୍ତରଦାୟୀ କରିବା ସହ ଏହାର ମିଥ୍ୟାକୁ ଧରାପକାଇ ବାସ୍ତବ ତଥ୍ୟର ଉନ୍ମୋଚନ କରାଇବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ଶନିବାର ସୁପ୍ରିମକୋର୍ଟ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି।
ଜଷ୍ଟିସ୍‌ ଏମ୍‌ସି ଚାଗଲା ମେମୋରିଆଲ୍‌ ପକ୍ଷରୁ ଆୟୋଜିତ ‘ସ୍ପିକିଂ ଟ୍ରୁଥ ଟୁ ପାଓ୍ବାର : ସିଟିଜେନ୍ସ ଆଣ୍ଡ୍‌ ଦ ଲ’ ସମ୍ପର୍କିତ ଷଷ୍ଠ ଭର୍ଚୁଆଲ୍‌ ଆଲୋଚନାଚକ୍ରରେ ଯୋଗଦେଇ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକମାନେ ସତକଥା ଜାଣିବା ସେମାନଙ୍କ ଅଧିକାର। ସମାନଭାବେ ସରକାରଙ୍କ ମିଥ୍ୟାକୁ ଲୋକଲୋଚନକୁ ଆଣିବା ମଧ୍ୟ ପ୍ରତ୍ୟେକଙ୍କ କର୍ତ୍ତବ୍ୟ। ଆଧୁନିକ ଗଣତନ୍ତ୍ରରେ ଲୋକମାନେ ସରକାର ଦେଉଥିବା ତଥ୍ୟକୁ ସ୍ବୀକାର କରିବା ପୂର୍ବରୁ ତାହାର ତର୍ଜମା କରିବା ଆବଶ୍ୟକ। ମିଥ୍ୟା ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ସରକାରଙ୍କୁ ଯଦି କେହି ସମାଲୋଚନା କରୁଛନ୍ତି, ତାହା ସ୍ବାଗତଯୋଗ୍ୟ। କିନ୍ତୁ ସମାଲୋଚକଙ୍କ ବକ୍ତବ୍ୟ ମଧ୍ୟ ସତ୍ୟ ଆଧାରିତ ହୋଇଥିବା ବାଞ୍ଛନୀୟ। ଗଣତନ୍ତ୍ର ତିଷ୍ଠି ରହିବାକୁ ହେଲେ ସତ୍ୟର ପ୍ରତିଷ୍ଠା ଜରୁରୀ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ବିଶେଷକରି ମନୋମୁଖୀ ସରକାରଗୁଡ଼ିକ ମିଥ୍ୟା ତଥ୍ୟ ପ୍ରଦାନ କରି ନାଗରିକଙ୍କ ଉପରେ କର୍ତ୍ତୃତ୍ୱ ଜାହିର କରିବାକୁ ଚାହିଁଥାନ୍ତି, ଯାହାକୁ ନାଗରିକମାନେ ଗ୍ରହଣ ନ କରି ବାସ୍ତବ ତଥ୍ୟକୁ ଲୋକଲୋଚନକୁ ଆଣିବା ଆବଶ୍ୟକ। ଗଣତନ୍ତ୍ରରେ ରାଜନୈତିକ କାରଣରୁ ସରକାର ମିଥ୍ୟାର ଆଶ୍ରୟ ନେଇପାରିବେ ନାହିଁ।
ଭିଏଟ୍‌୍‌ନାମ ଯୁଦ୍ଧ ସମୟରେ ଆମେରିକାର ଭୂମିକାକୁ ସେତେବେଳ ପର୍ଯ୍ୟନ୍ତ କେହି ଜାଣିପାରୁ ନ ଥିଲେ, ଯେପର୍ଯ୍ୟନ୍ତ ପେଣ୍ଟାଗନ ଏ ସଂକ୍ରାନ୍ତ ଦଲିଲ ପ୍ରକାଶ କରି ନ ଥିଲା। ସେହିପରି ଏବେ କୋଭିଡ୍‌ ମହାମାରୀ ସମୟରେ ଆମେ ଦେଖିବାକୁ ପାଉଛୁ ଯେ, ବିଶ୍ୱରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ କୋଭିଡ୍‌ ତଥ୍ୟ ବାଟବଣା କରିବାକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ତେଣୁ ସରକାରଙ୍କ ଉପରେ କେବଳ ଭରସା କରି ରହିହେବ ନାହିଁ । ସଚେତନ ନାଗରିକ ଭାବେ ସମସ୍ତେ ଏଥିପ୍ରତି ସଚେତନ ହେବା ଜରୁରୀ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ଏବେ ମିଥ୍ୟା ଖବର ପରିବେଷଣ ଅଧିକରୁ ଅଧିକ ହେଉଥିବା ଅଭିଯୋଗ ହେଉଛି। ଏପରି କି କୋଭିଡ୍‌ ପ୍ରସଙ୍ଗରେ ବହୁ ମିଥ୍ୟା ତଥ୍ୟ ଦିଆଯାଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯିବା ସହ ଏହାକୁ ଇନ୍‌ଫୋଡେମିକର ଆଖ୍ୟା ଦିଆଯାଇଛି। କେବଳ ବୌଦ୍ଧିକ ବା ସମ୍ଭ୍ରାନ୍ତ ଗୋଷ୍ଠୀ ମିଥ୍ୟା ବିରୋଧରେ ସ୍ବର ଉତ୍ତୋଳନ କରିବେ ତାହା ନୁହେ,ଁ ବରଂ ମହିଳା, ଦଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସତ୍ୟକୁ ପଦାକୁ ଆଣିବାକୁ ଚେଷ୍ଟା କରିବା ଆବଶ୍ୟକ। ସମାଜରେ ସତ୍ୟ ପ୍ରତିଷ୍ଠା କରିବାକୁ ହେଲେ ସବୁବର୍ଗରୁ ପ୍ରଚେଷ୍ଟା ଜାରି ରହିବା ଆବଶ୍ୟକ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri