ଢେଙ୍କାନାଳକୁ ସରକାର ଦେଲେ ଗଜଦଣ୍ଡ

ଢେଙ୍କାନାଳ,୧୯ା୧୦(ରତନ ନାୟାର)ଢେଙ୍କାନାଳ ଜିଲାରେ ହାତୀ-ମଣିଷ ମଧ୍ୟରେ ବିବାଦ ବଢ଼ିଚାଲିଛି। ଏପରି କି ଏହି ବିବାଦରେ ସାରା ରାଜ୍ୟରେ ଢେଙ୍କାନାଳ ଜିଲା ଆଗରେ ରହିଛି। ଏହାକୁ ନେଇ ଅନେକ ସମୟରେ ଜିଲାର ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଧୀର ଧୀରେ ଏହା ପ୍ରଶାସନ, ପୋଲିସ ଓ ବନବିଭାଗର ମୁଣ୍ଡ ବ୍ୟଥା ବଢ଼ାଉ ଥିବାରୁ ଏପରି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ହାତୀଙ୍କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଢେଙ୍କାନାଳ ଜିଲାକୁ ପ୍ରଥମେ ଗଜଦଣ୍ଡ ଯୋଗାଇ ଦିଆଯାଇଛି। ଏହାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯିବ। ପରେ ଏହି ଗଜଦଣ୍ଡ ଅନ୍ୟ ଜିଲାକୁ ଯିବ।
ଢେଙ୍କାନାଳ ଜିଲାରେ ବଢ଼ୁଥିବା ହାତୀ-ମଣିଷ ବିବାଦର ସମାଧାନ ଉଦ୍ଦେଶ୍ୟରେ ବୁଧବାର ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲାପାଳ ସରୋଜ କୁମାର ସେଠୀ କହିଥିଲେ, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାତୀ-ମଣିଷ ମଧ୍ୟରେ ଦେଖାଦେଉଥିବା ବିବାଦର ସମାଧାନ ପାଇଁ ଏକ କମିଟି ଗଠନ କରାଯିବ। ଏହାର ଅଧ୍ୟକ୍ଷ ଜିଲାପାଳ ରହିବେ। ପୋଲିସ ବିଭାଗର ସହଭାଗିତାରେ ବନବିଭାଗ ଓ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଜନସାଧାରଣ ମିଳିତ ଭାବେ ସମସ୍ତ ସମସ୍ୟାର ସମାଧାନ କରିବେ। ପ୍ରତି ମାସରେ ଏହି କମିଟିର ବୈଠକ ବସିବ। ଆସନ୍ତା ୨୦ ତାରିଖରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଏକମାସ ଧରି ବନ୍ୟପ୍ରାଣୀ-ମଣିଷ ବିବାଦର ସମାଧାନ ପାଇଁ ଜିଲାରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ହେଉଛି, ହାତୀ ଆକ୍ରମଣରେ ଯେପରି କାହାର ଜୀବନହାନି ହେବ ନାହିଁ। ତେଣୁ ଏ ଦିଗରେ ସମସ୍ତେ ଯତ୍ନବାନ ରହିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ବନଖଣ୍ଡ ଅଧିକାରୀ ସୁମିତ କୁମାର କର ଯୋଗଦେଇ ହାତୀର ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଥମେ ଢେଙ୍କାନାଳ ଜିଲାକୁ ପ୍ରଦାନ କରାଯାଇଥିବା ଗଜଦଣ୍ଡ ପ୍ରଦର୍ଶନ କରିଥିଲେ। ଏହି ଗଜଦଣ୍ଡ ୧୫ଦିନ ଢେଙ୍କାନାଳ ଜିଲାରେ ରହି ସଚେତନତା କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯିବ। ପରେ ଏହା ଅନ୍ୟ ଜିଲାକୁ ଯିବ। ଏହି ବୈଠକରେ ଉପସ୍ଥିତ ଚାଷୀ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ହାତୀ ଉପଦ୍ରବ ଦ୍ୱାରା ଜିଲାରେ ଫସଲହାନି ଓ ଲୋକଙ୍କ ଜୀବନହାନି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକରେ ଯୋଗଦେଇ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଲେ, ହାତୀ ପରିବେଶର ଏକ ଅଙ୍ଗ। ତେଣୁ ଜନବସତିକୁ ଆସୁଥିବା ହାତୀଙ୍କୁ ନିଜେ ନ ତଡ଼ି କିମ୍ବା ନ ଚିଡାଇ ବନବିଭାଗକୁ ଖବର ଦେବାକୁ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲାର ମୁଖ୍ୟତଃ ଓଡ଼ାପଡ଼ା, ହିନ୍ଦୋଳ ଓ ଗଁଦିଆ ବ୍ଲକ ଅଞ୍ଚଳରେ ହାତୀମାନଙ୍କ ଅଧିକ ଚଳପ୍ରଚଳ ଦେଖାଯାଉଛି। ତେଣୁ ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସାଇରନ, ସୋଲାର ଫେନ୍ସିଂ ବ୍ୟବସ୍ଥା କରାଯାଇଛି। ଫଳରେ ଲୋକମାନେ ନିଜକୁ ହାତୀ ଆକ୍ରମଣରୁ ରକ୍ଷା କରିପାରିବେ ବୋଲି ଜିଲା ବନଖଣ୍ଡ ଅଧିକାରୀ କହିଥିଲେ। ଏହି ବୈଠକରେ ଜିଲା ପ୍ରଶାସନ, ପୋଲିସ ବିଭାଗ ଓ ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri