ସରକାରୀ କର୍ମଚାରୀ ବନାମ ନେତା, ଜନତା

ରାଜ୍ୟର ଜନତା ସ୍ତବ୍ଧ। ସାଧାରଣ ଜନତା ହୁଅନ୍ତୁ କି ନେତା,ମନ୍ତ୍ରୀ କି ସରକାରୀ କର୍ମଚାରୀ, ସମସ୍ତେ ସମସ୍ତଙ୍କ ପରିପୂରକ। ଜନତାଙ୍କ ମତଦାନରେ ନେତା, ନେତାଙ୍କ ନିର୍ଦ୍ଦେଶରେ ଜନତାଙ୍କ ସ୍ବାର୍ଥ ଓ ରାଜ୍ୟର ବିକାଶ ପାଇଁ ସରକାରଙ୍କ ଯୋଜନାକୁ ଜନତାଙ୍କ ପାଖରେ ପହଞ୍ଚାଇବା ସରକାରୀ କର୍ମଚାରୀଙ୍କ କାମ। କହିବାକୁ ଗଲେ ଜନତାଙ୍କ ପାଇଁ ନେତା,ମନ୍ତ୍ରୀ ଓ କର୍ମଚାରୀ,ଏକଥା ଆମେ କହୁନୁ ଆମ ବ୍ୟବସ୍ଥା କୁହେ। ୨୫ବର୍ଷ ତଳର ଘଟଣା,ସେତେବେଳେ ଆମ ଘରେ ଲ୍ୟାଣ୍ତ ଫୋନ୍‌ ଥାଏ। ଘରର ଏବଂ ସାହି ପଡ଼ୋଶୀଙ୍କ ଆବଶ୍ୟକତା ଅନୁସାରେ କାମରେ ଲାଗେ। ଦିନକର କଥା, ମୋ ବୋଉଙ୍କ ଦେହ ଅଚାନକ ଖରାପ ହୋଇଯାଏ। ଘରେ ଆମେ ଭାଇ ଭଉଣୀ ୨ଜଣ,ତୁରନ୍ତ ଡାକ ବିଭାଗର ମୁଖ୍ୟ ଡାକଘରକୁ ଫୋନ୍‌ କଲି। ସେ ପାଖରୁ ହେଡ୍‌ପୋଷ୍ଟ ମାଷ୍ଟର ଫୋନ୍‌ ଉଠାଇ ବାବାଙ୍କ ନାମ ଧରି ଡାକନ୍ତି। କିଛି ସମୟ ପରେ ବାବା ଆସି ଫୋନ୍‌ ଉଠାଇ କୁହନ୍ତି, କାମରେ ବ୍ୟସ୍ତ ଅଛି। ମୁଁ କିଛି କହିବା ପୂର୍ବରୁ ଫୋନ୍‌ଟି ରଖିଦେଲେ। ଭଗବାନ୍‌ଙ୍କ ଇଚ୍ଛାରେ ବୋଉଙ୍କ ଦେହ ଭଲ ହୋଇଗଲା ସତ , କିନ୍ତୁ ଫୋନ୍‌ କଥା ପଚାରିବି ବୋଲି ମନରେ ଜିଜ୍ଞାସା ହେଲା,ଭୟରେ ପଚାରିଲି, ମୁଁ କିଛି କହିବା ପୂର୍ବରୁ ଫୋନ୍‌ଟି ରଖିଦେଲେ। ବାବାଙ୍କ ଉତ୍ତର ଥିଲା, ସରକାରୀ ଚାକିରି କରିଛୁ, ସରକାର ଆମକୁ ଠିକ୍‌ ସମୟରେ ଦରମା ଦେଉଛନ୍ତି। ଏହି ଦରମାରେ ତୁମମାନଙ୍କ ପାଠପଢ଼ା ଖର୍ଚ୍ଚ ସହ ମୁଣ୍ତକୁ ଛାତ,ପେଟକୁ ଦାନା,ପିନ୍ଧିବାକୁ କନା ମିଳେ। ସେହି ସମୟରେ ମୁଁ ଜଣେ ଖାତାଧାରୀଙ୍କ କାର୍ଯ୍ୟ କରୁଥିଲି। ମୁଁ ଚିନ୍ତାକଲି ମୋର ପରିବାରଠାରୁ ଯେଉଁ ବ୍ୟକ୍ତିମାନଙ୍କ କାମ କଲେ ଆମ ଘରେ ଚୁଲି ଜଳେ, ତାଙ୍କ କାମ ପ୍ରଥମେ ହେବା ଦରକାର। ଏହା ଥିଲା ଜଣେ କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟନିଷ୍ଠା କାର୍ଯ୍ୟ।
ରାଜ୍ୟର ୧ ନମ୍ବର ସରକାରୀ ବିଶ୍ୱବିଦ୍ୟାଳୟରେ ଉନ୍ନତ ବୈଦ୍ୟୁତିକ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗରେ ପିଜି ପାସ୍‌ ହୋଇ ମୁଁ ଉଚ୍ଚଶିକ୍ଷା ପାଇଁ ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପିଏଚ୍‌.ଡି.ରେ ନାମ ଲେଖାଇଲି। ୟୁଜିସି ଗାଇଡ୍‌ଲାଇନ ଅନୁସାରେ, ଆଡ୍‌ମିସନ ସମୟରେ ଅରିଜିନାଲ ପ୍ରମାଣପତ୍ର ତଦନ୍ତ ଅଫିସରଙ୍କୁ ଦେଖାଇବାକୁ ହୁଏ, କିନ୍ତୁ ସମସ୍ତ ସାର୍ଟିଫିକେଟ ସହ ପିଜି ଫାଇନାଲ ସାର୍ଟିଫିକେଟର ଅଭାବ ଥିଲା। ତଦନ୍ତ ଅଫିସରଙ୍କୁ ଦରଖାସ୍ତ ଦେଇ ଅନୁରୋଧକରି ସମୟ ମାଗିଲି। ବିଶ୍ୱବିଦ୍ୟାଳୟକୁ ଆସି ପୂର୍ବରୁ ଆବେଦନ କରିଥିବା ଅଫିସକୁ ଯାଇ ପଚାରିଲି ୬ମାସରୁ ଅଧିକ ସମୟ ବିତିଗଲାଣି ମୋର ପିଜି ସାର୍ଟିଫିକେଟ ମିଳିନାହିଁ। ବାବୁ ଜଣଙ୍କ କହିଲେ, ଆପଣ ଲିଖିତ ଦରଖାସ୍ତ ସହ ଠିକଣା ଦେଇ ଚାଲିଯାଆନ୍ତୁ, ଆମେ ଠିକଣାରେ ପହଞ୍ଚାଇ ଦେବୁ। ଶାନ୍ତ ଓ ସରଳ ଭାବରେ ମୁଁ କହିଲି, ଆପଣ ମୋର ସାର୍ଟିଫିକେଟ ନ ଦେଲେ ମୋର ପିଏଚ୍‌.ଡି. ବାତିଲ ହୋଇଯିବ। ଏହା ଶୁଣି ମୋର ସାଙ୍ଗ ହିଂସା ଆଚରଣ କରିବା ପୂର୍ବରୁ ମୁଁ ତାକୁ ତାଗିଦ କଲି। ହିଂସା କରିବା ଆମ ସଂସ୍କୃତି ନୁହେଁ, ହିଂସା ମାଧ୍ୟମରେ ସମସ୍ୟାର ସମାଧାନ ହୁଏନାହିଁ। ଯାହା ବିଏମ୍‌ସିରେ ଘଟିଯାଇଛି। ଆପଣଙ୍କ ପୁଅ କି ଝିଅ ମୋ ସ୍ଥାନରେ ଥିଲେ ଆପଣ କ’ଣ ଏପରି କରିଥାନ୍ତେ, ଟିକେ ଚିନ୍ତା କରନ୍ତୁ। ନିବେଦନକରି ଦରଖାସ୍ତ ଦେଇଚାଲି ଆସିଲି। କିଛିଦିନର ବ୍ୟବଧାନ ପରେ ସାର୍ଟିଫିକେଟ ପାଇଲି ସତ, କିନ୍ତୁ ବର୍ଷେ ବିତିଯାଇଥିଲା। ପାଠକ ଅନୁମାନ କରୁଥିବେ, ରାଜ୍ୟ ସରକାରଙ୍କ ଜଣେ କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ। ଇଣ୍ଟରନେଟ୍‌ ଯୁଗରେ ବି ସରକାରୀ ଦପ୍ତରରେ ଅବହେଳା।
ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ରାଜ୍ୟର ସ୍ବତନ୍ତ୍ରତା ଓ ବିକାଶ ପାଇଁ ଅନେକ ମହାପୁରୁଷ ରାଜ୍ୟର ସ୍ବାର୍ଥ ପାଇଁ ନିଜ ଜୀବନକୁ ବାଜି ଲଗାଇ ଆହୂତି ଦେଇଛନ୍ତି। ଇତିହାସ ପୃଷ୍ଠାକୁ ଓଲଟାଇଲେ ଲୋମ ଟାଙ୍କୁରିଉଠେ। କି ସ୍ବାର୍ଥ ଥିଲା ଗୋପବନ୍ଧୁ ଦାସ, ରମା ଦେବୀ,ସାରଳା ଦେବୀ, କୁନ୍ତଳା କୁମାରୀ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ମଧୁବାବୁ, ବାଜି ରାଉତ, ଧର୍ମପଦ ଓ ଚକରା ବିଷୋୟୀଙ୍କ ପରି ଅନେକ ମହାପୁରୁଷଙ୍କର। ଏ ମାଟି ଓ ଜନତାଙ୍କ ସ୍ବାର୍ଥ ପାଇଁ ଦୀପର ସଳତା ଜଳିଲା ପରି ନିଜ ଜୀବନକୁ ସମାଜ ପାଇଁ ଲମ୍ବା ସମୟ ଧରି ନିଃସ୍ବାର୍ଥ ଓ କର୍ତ୍ତବ୍ୟନିଷ୍ଠ ଭାବରେ ପରିଶ୍ରମକରି ଓଡ଼ିଶାର ବିକାଶ ରଥକୁ ଆଗକୁ ବଢ଼ାଛନ୍ତି। ଗୋପବନ୍ଧୁ କହିଥିଲେ, ‘ଭାରତ ସରସେ ଉତ୍କଳ କମଳ, ତା’ମଧ୍ୟେ କେଶର ପୁଣ୍ୟ ନୀଳାଚଳ’। ଗୋପବନ୍ଧୁ ଯାହା ଚିନ୍ତା କରୁଥିଲେ, ତାହା କରୁଥିଲେ, ଯାହା କହୁଥିଲେ ତାହା ଲେଖୁଥିଲେ ଏବଂ କାର୍ଯ୍ୟରେ ମଧ୍ୟ ପରିଣତ କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ। ଏହି ପବିତ୍ର ମାଟିର ସ୍ବରାଜ୍ୟ ପାଇଁ ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ। ପ୍ରଥମ ପୁତ୍ରର ଅକାଳ ବିୟୋଗ ଏବଂ ଓକିଲାତି ଆରମ୍ଭରୁ ଦ୍ୱିତୀୟ ପୁତ୍ର ବିୟୋଗ ଓ ସ୍ତ୍ରୀଙ୍କ ବିୟୋଗର ଖବର ପାଇଥିଲେ ମଧ୍ୟ ହୃଦୟରେ ଦୁଃଖକୁ ଚାପିଧରି ୧୯୦୭ ମସିହାରେ ବ୍ରାହ୍ମଣୀ ଓ ଖରସୁଆଁ ନଦୀର ବଢ଼ିରେ ବୁଲିବୁଲି ବିପନ୍ନ ଅଞ୍ଚଳରେ ସାହାଯ୍ୟକରି ଭୋକିଲା ପେଟକୁ ଆହାର ଓ ନର୍ବସ୍ତ୍ରକୁ ବସ୍ତ୍ର ଦେଉଥିଲେ। ଓଡ଼ିଶା ଥିଲା ତାଙ୍କ ପରିବାର, ଜନତାଙ୍କ ବିକାଶ ହିଁ ରାଜ୍ୟର ବିକାଶ।
କିନ୍ତୁ ଆଜିର ଯୁବପିଢ଼ି ମନରେ ଜନତାଙ୍କ ସେବାକରିବା ମନୋବୃତ୍ତି ରହୁନାହିଁ କି! ନା ଚାକଚକ୍ୟ ସହରୀ ଜୀବନ ଭିତରେ ରହି ଅଭାବକୁ ପୂରଣ କରିବାକୁ ଯାଇ ଅସାଧୁ ଉପାୟ ଅବଲମ୍ବନକରି ଲୁଟୁଛନ୍ତି ରାଜସ୍ବ। ପ୍ରଶାସନିକ ଚାକିରିରେ ଯୋଗଦେଲା ପରେ ମାନୁନାହାନ୍ତି ଇନ୍ଦ୍ର କି ଚନ୍ଦ୍ର ! ପ୍ରଶାସନିକ ଅଫିସରଙ୍କ କାର୍ଯ୍ୟକୁ ନେଇ ରାସ୍ତାରେ ଅଳିଆ ପଡ଼ିଲା, ସାଧାରଣ ଜନତାଙ୍କ ପାଖକୁ ପାଣି ଆସିବାରେ ବିଳମ୍ବ ହେଲା, ରୋଗୀଙ୍କ ଆମ୍ବୁଲାନ୍ସ ଅଟକିଗଲା। ସାଧାରଣ ଜନତା ନାହିଁ ନ ଥିବା ହୀନସ୍ତା ହେଲେ। କେତେଜଣ ପ୍ରଶାସନିକ ଅଧିକାରୀଙ୍କ ମନମାନି ଯୋଗୁ ସରକାରଙ୍କ କଳ ଠପ୍‌, ବହୁ କୋଟି ଟଙ୍କାର ରାଜସ୍ବ ହାନି ଘଟିଲା। ସମୟ ଅଛି ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀମାନେ ଜନତା ଓ ରାଜ୍ୟର ସ୍ବାର୍ଥକୁ ନଜର ରଖି ଆଗାମୀ ପିଢ଼ି ପାଇଁ ଆଦର୍ଶର ମାର୍ଗ ଦେଖାନ୍ତୁ ଏବଂ ଜନତାଙ୍କ କାମ କରନ୍ତୁ। ଯଦି ଜନତାଙ୍କ କାମ କରିବା ପାଇଁ ଅସମର୍ଥ, ଚାକିରିରୁ ବିଦାୟ ନିଅନ୍ତୁ, ଜନତାଙ୍କ ସହ ହାତାହାତି ହେବା ଏକ ସୁସ୍ଥ ସମାଜ ପାଇଁ ଶୁଭଙ୍କର ନୁହେଁ। ଓଡ଼ିଶାରେ ଯୋଗ୍ୟତାର ଅଭାବ ନାହିଁ, ପ୍ରଶାସନିକ ସେବା ପାଇଁ ମୂଲ୍ୟାଙ୍କନ ହୋଇଥିବା ୧ ମାର୍କରୁ କମ୍‌ ରଖିଥିବା ପରୀକ୍ଷାର୍ଥୀଟି ବି ଅଫିସରଙ୍କଠାରୁ କିଛି କମ୍‌ ନୁହେଁ। ଜଣେ ବିଶିଷ୍ଟ ବ୍ୟକ୍ତି ଯାହା କରନ୍ତି ସାଧାରଣ ଲୋକ ତାହା ଅନୁସରଣ କରନ୍ତି। ସେ ତାଙ୍କର ନିଜ ଆଚରଣ ଦ୍ୱାରା ଯେଉଁ ପ୍ରକାର କାର୍ଯ୍ୟ କରିଯାଆନ୍ତି ସମଗ୍ର ପୃଥିବୀ ତାହା ଅନୁସରଣ କରେ। ଏବେ ସମାଜରେ ଚର୍ଚ୍ଚା ହେଉଛି ପ୍ରଶାସନିକ ଅଧିକାରୀ ମାନେ ସରକାରୀ କଳକୁ ଠପ୍‌ କରିବା ଯୁକ୍ତିଯୁକ୍ତ କି ? ସେଥିପାଇଁ ଦାୟୀ କିଏ ? ଦର୍ଘ ବର୍ଷ ଧରି ସରକାରୀ କଳକୁ ଅକ୍ତିଆର କରି ରଖିଥିବା ପ୍ରଶାସନିକ ବାବୁମାନେ ଏକ ଜନହିତାୟ ସରକାର ଆସିଲା ପରେ ସମନ୍ବୟର ଅଭାବ ରହୁଛି କି, ନା ବିଗତ ସରକାରଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ସରକାରୀ କଳକୁ ଏବେ ହାଇଜାକ୍‌ କରିବାକୁ ବାବୁମାନେ ଚେଷ୍ଟା କରୁଛନ୍ତି କି । ତାହା ଏବେ ପ୍ରଶ୍ନବାଚୀ। ଏଠି ବଳି ପଡ଼ୁଛି ସାଧାରଣ ଓ ନିରୀହ ଜନତା। ସମୟ ଥାଉ ଥାଉ ନେତା ଓ ସରକାରୀ କର୍ମଚାରୀ ସମନ୍ବୟ ରକ୍ଷାକରି ଦେଶ ତଥା ରାଜ୍ୟର ବିକାଶ ଏବଂ ସାଧାରଣ ଜନତାଙ୍କ ହିତ ପାଇଁ କାର୍ଯ୍ୟ କରନ୍ତୁ।

ବିଭୂତି ଭୂଷଣ ବେହେରା
ଭାରତୀୟ ସଂସ୍କୃତି ପ୍ରଚାର ଓ ପ୍ରସାର ଏବଂ ଗଣମାଧ୍ୟମ ଗବେଷଣା ଛାତ୍ର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୁନ୍ଦେଲା, ଗୁଜରାଟ
ମୋ: ୮୦୧୮୨୯୩୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?