କେୱାଇସି ଆଳରେ ଦାଦନ ଶ୍ରମିକଠାରୁ ୧ ହଜାର, ଯୋଗାଣ ବିଭାଗ ନିରବଦ୍ରଷ୍ଟା

ମହାକାଳପଡ଼ା୧୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଅନେକ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରେ ରହିଛନ୍ତି, ବିଶେଷ କରି ହାଇଦ୍ରାବାଦ , ଚେନ୍ନାଇ , ଗୁଜରାଟ , ଜାମ୍ମୁ କାଶ୍ମୀର , ବାଙ୍ଗାଲୋର , କେରଳ , ମୁମ୍ବାଇ , ଦିଲ୍ଲୀ , କୋଲକତା , ରାଜସ୍ଥାନ ଆଦି ସହରରେ ସେମାନେ କାମ କରୁଛନ୍ତି, କେବଳ ମହାକାଳପଡ଼ା ବ୍ଲକର ୩୦ ହଜାରରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ ଅନ୍ୟ ରାଜ୍ୟର ଶିଳ୍ପାନୁଷ୍ଠାନ, ହୋଟେଲ ଓ ପାଣି ପାଇପ କାମରେ ନିୟୋଜିତ ହୋଇଛନ୍ତି ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଶନ କାର୍ଡ ସଂଶୋଧନ ଓ କେୱାଇସି ସଂଯୋଗ ପାଇଁ ଚଳିତ ମାସ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।

ନାମ ସହିତ ଆଧାର କାର୍ଡ ସଂଯୋଗୀକରଣ ସର୍ଭେ ସରିଲେ ନୂଆ ରାଶନ କାର୍ଡ ଯୋଗାଣ କରାଯିବ ବୋଲି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହାର ସୁଯୋଗ ନେଇ କେତେଜଣ ଡିଲର ରାଜ୍ୟ ବାହାରେ ମେଶିନ ଧରି ବୁଲୁଛନ୍ତି। ସେମାନେ ସେଠାରେ ଥିବା ଦାଦନ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଭୋଟି ନାମ ସହିତ ଆଧାର ସଂଯୋଗ କରୁଛନ୍ତି। ଏଥିପାଇଁ ସେମାନେ ପ୍ରତି ଶ୍ରମିକ ପରିବାରଠାରୁ ୧ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକରେ ୫୮ ଖାଉଟି ଖୁଚୁରା କେନ୍ଦ୍ର ରହିଛି। ରାଶନ କାର୍ଡ ସଂଖ୍ୟା ୪୮ ହଜାରରୁ ଅଧିକ ଥିଲା ଆଉ ୧ ଲକ୍ଷ ୮୧ ହଜାର ରାଶନ କାର୍ଡ ହିତାଧିକାରଙ୍କୁ ପଞ୍ଜିକୃତ କରାଯାଉଛି। ସେଥିମଧ୍ୟରୁ ଅଦ୍ୟାବଧି ୧ ଲକ୍ଷ ୪୦ ହଜାର ହିତାଧିକାରୀଙ୍କ କେୱାଇସି ସଂଯୋଗ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରାଶନ କାର୍ଡ ସଂଶୋଧନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ଆଧାର କାର୍ଡ ବା କେୱାଇସି ସାରିବା ପାଇଁ ଡ଼ିଲରମାନଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ କେତେଜଣ ଡ଼ିଲର ମେଶିନ ଧରି ବିଭିନ୍ନ ରାଜ୍ୟରେ ବୁଲୁଛନ୍ତି। ସେମାନେ ସେଠାକୁ ଯାଇଥିବା ଦାଦନ ଶ୍ରମିକ ଓ ଠିକାଦାରମାନଙ୍କୁ ହାତକରି କେୱାଇସି ସଂଯୋଗ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।

ଏଥିପାଇଁ ପ୍ରତି ଶ୍ରମିକ ୧ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଦେଉଛନ୍ତି। ଏ ନେଇ ହାଇଦ୍ରାବାଦ ଓ ଚେନାଇରେ ରହୁଥିବା କେତେଜଣ ଦାଦନ ଶ୍ରମିକ ଅଭିଯୋଗ କରିବା ସହ ନିଜ ନାମ ଗୋପନ ରଖିବା ପାଇଁ କହିଛନ୍ତି। ତେବେ ନାନା ସହିତ ଆଧାର ସଂଯୋଗ ନ କଲେ ଆଗାମୀ ଦିନରେ ରାଶନ କାର୍ଡରୁ ବଞ୍ଚିତ ରହିବେ ବୋଲି ଡିଲରମାନେ କହୁଛନ୍ତି। ଆମ୍ଭେମାନେ ବାଧ୍ୟ ହୋଇ ନିଜ ନିଜର ନାମ ସଂଯୋଗ କରୁଥିବା ଅଭିଯୋଗ ହେଉଛି।

ଅପରପକ୍ଷେ ମହାକାଳପଡ଼ା ବ୍ଲକ ଚାଉଳ ଯୋଗାଣକାରୀ ସଂସ୍ଥା ଖୁଚୁରା ବିକ୍ରୟ କେନ୍ଦ୍ରରେ ଯୋଗାଣ କରୁଥିବା ପ୍ରତି ଚାଉଳ ବସ୍ତାରେ ୫ କିଲୋ କମ ରହୁଥିବା ଜଣେ ଡିଲର କହିଛନ୍ତି। ଏଥିପାଇଁ ପ୍ରତିମାସରେ କେତେଜଣ ହିତାଧିକାରୀ ରାଶନ ସାମଗ୍ରୀରୁ ବଞ୍ଚିତ ରହୁଛନ୍ତି। ହେଲେ ଡିଲରମାନେ ବ୍ଲକ ଚାଉଳ ଯୋଗାଣକାରୀ ସଂସ୍ଥା କର୍ମକର୍ତ୍ତାଙ୍କୁ ପଚାରିଲେ ଉତ୍ତର ମିଳୁଛି ତୁମେ ଏ ମାସରେ ଆଡଜଷ୍ଟ୍ସ କରିଦିଅ। ପରବର୍ତ୍ତୀ ମାସରେ ନିଅଣ୍ଟ ଚାଉଳ ମିଳିବ। ଅନେକ ଖାଉଟି ଖୁଚୁରା ବିକ୍ରୟ କେନ୍ଦ୍ରରେ ସୂଚନା ଫଳକ ନ ଥିବା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ରାଶନ ସାମଗ୍ରୀ ଯୋଗାଣକୁ ନେଇ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ଯୋଗାଣ ବିଭାଗ , ଚାଉଳ ଯୋଗାଣକାରୀ ସଂସ୍ଥା ଓ କେତେଜଣ ଡିଲରଙ୍କ ମଧ୍ୟରେ ଥିବା ସମ୍ପର୍କ ଯୋଗୁ ଖାଉଟିମାନେ ହଇରାଣ ହେଉଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଯୋଗାଣ ଅଧିକାରୀ ସ୍ବରୂପ କୁମାର ଦାସ କହିଛନ୍ତି, ଅଭିଯୋଗ ଆସିଲେ ଏହି ଘଟଣାର ତଦନ୍ତ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri