ଗଞ୍ଜାମରେ କୋଭିଡ୍‌ ପରିଚାଳନାରେ ସରକାର, ପ୍ରଶାସନ ବିଫଳ: ଭାଜପା

ଛତ୍ରପୁର,୧୭।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ କୋଭିଡ୍‌ ପରିଚାଳନା ଓ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ଭାଜପା ପକ୍ଷରୁ ଶୁକ୍ରବାର ଛତ୍ରପୁରଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅଭିଯୋଗ କରାଯାଇଛି । କୋଭିଡ୍‌ ଟେଷ୍ଟିଂ ମଧ୍ୟ ଠିକ୍‌ ଭାବେ କରାଯାଉନି । ଜିଲାରେ ଥିବା କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରରେ ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଖାଦ୍ୟ, ପାଣି, ପରିମଳ ଆଦି ଅବ୍ୟବସ୍ଥା ନେଇ ସେଠାରେ ଥିବା ରୋଗୀମାନେ ଦୈନିକ ଭିଡିଓ ଭାଇରାଲ କରୁଛନ୍ତି। ଜିଲାରେ ଥିବା କୋଭିଡ୍‌ ସେଲ୍‌କୁ ମଧ୍ୟ ସେମାନେ ଫୋନ୍‌ କରି ଅଭିଯୋଗ ଜଣାଉଛନ୍ତି ।
ମାତ୍ର ଏହି ସମସ୍ୟା ସମାଧାନ ପାଇଁ ଜିଲାପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବା ଭାଜପା ଅଭିଯୋଗ କରିଛି । ତୁରନ୍ତ ଏହା ଉପରେ ଉଚିତ୍‌ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଭାଜପା ନେତା ପ୍ରଶାନ୍ତ କୁମାର କର ଚେତାବନୀ ଦେଇଛନ୍ତି । ସରକାର ଓ ପ୍ରଶାସନର ପଦକ୍ଷେପ କେବଳ ଶଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ରେ ସିମୀତ ରହିଛି ବୋଲି କଣମଣା ମଣ୍ଡଳ ଭାଜପା ସଭାପତି ତଥା ଓକିଲ ପଦ୍ମଚରଣ ସାହୁ କହିଛନ୍ତି । ଗାଁରେ ରାଶନ ସାମଗ୍ରୀ ମିଳୁନି । କୋଭିଡ୍‌ ଟେଷ୍ଟିଂ ବୃଦ୍ଧି, ବୁଦ୍ଧିଜିବୀ, ରାଜନୈତିକ ଦଳର ପ୍ରତିନିଧି, ବରିଷ୍ଠ ନାଗରିକ ଓ ଓକିଲଙ୍କ କୋଭିଡ୍‌ ପରିଚାଳନା ଉପରେ ମତାମତ ନିଆଯାଉ ବୋଲି ସଭାପତି ସାହୁ ଦାବି କରିଛନ୍ତି । ଉକ୍ତ ଖବରଦାତା ସମ୍ମିଳନୀରେ ଛତ୍ରପୁର ମଣ୍ଡଳ ଭାଜପା ସଭାପତି ସଞ୍ଜିତ କୁମାର ରାଉଳ, ସାଧାରଣସମ୍ପାଦକ ଡି. ସୁରେଶ ରେଡ୍ଡୀ, ଅମରେଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଗର୍ଜନ, ମହାକାଳପଡ଼ାରେ ପଡ଼ିଲା ପ୍ରଭାବ

ମହାକାଳପଡ଼ା,୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଇଣ୍ଡି ମେଣ୍ଟ ଓ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଗର୍ଜିଛନ୍ତି ଇଣ୍ଡି…

ବାଇକ୍‌ରେ କାମକୁ ଯାଉଥିଲେ ଯୁବକ, ଧକ୍କା ଦେଲା ଟ୍ରାକ୍ଟର: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଥୁଆମୂଳ ରାମପୁର, ୭।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର…

ନାନା ପାଟେକରଙ୍କ ବିୟୋଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବତନ୍ତ୍ର ବାର୍ତ୍ତା: କହିଲେ,‘ତାଙ୍କର ସ୍ପଷ୍ଟବାଦୀ ଓ ସୁସ୍ପଷ୍ଟ ମତ…’

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନାନା ପାଟେକରଙ୍କ ଭଳି ଗଭୀର…

ବଲାଙ୍ଗୀରରେ ଅଖଚକ ବନ୍ଦ: ସାଧାରଣ ଜନଜୀବନ ପ୍ରଭାବିତ

ବଲାଙ୍ଗୀର, ୮।୧୦(ବୀରେନ୍ଦ୍ର କୁମାର ଝାଙ୍କର):ଏମ୍‌ଏମ୍‌ଡିଆର୍‌୍‌, ଏସଆଇଆର୍‌-୨୦୨୬, ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ…

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

ଏହି ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ ନାନା ପାଟେକର; ପ୍ରଧାନମନ୍ତ୍ରୀ ପଦକୁ ନେଇ କହିଥିଲେ ଗୁରୁତ୍ୱପୂର୍ଣ୍ଣ କଥା

ମୁମ୍ବାଇ,୮।୧୦: ହିନ୍ଦୀ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ନିଜର ଦୀର୍ଘ ଚଳଚ୍ଚିତ୍ର କ୍ୟାରିୟର ମଧ୍ୟରେ ସେ କେବଳ ନିଜ ଚଳଚ୍ଚିତ୍ର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?