ଗୌରୀ ନା କାଳୀ

ଦେବଦତ୍ତ ପଟ୍ଟନାୟକ

 

ସାମାଜିକ ପରମ୍ପରାରେ ବିବାହର ମହତ୍ତ୍ୱ ଅଧିକ। ଝିଅଟିଏ ବିବାହ ପରେ ଯେତେବେଳେ ବାପଘରୁ ଗୋଡ଼ କାଢ଼େ ସେତେବେଳେ ତା’ବାପା ତାକୁ କହେ-ତୁ ଯେଉଁଠିକୁ ଯାଆ ସୁଖରେ ରହ। କିନ୍ତୁ ସୀତାଙ୍କୁ ବିଦା କଲାବେଳେ ଜନକ କହିଥିଲେ ଯେ, ଯେଉଁଠିକୁ ଯାଆ ପଛେ ସେଠି ସୁଖ ଆଣେ। ସମ୍ଭବତଃ ଜନକ ଜଣେ ଭଲ ପିତା ହୋଇଥିବାରୁ ସେ ତାଙ୍କ ଝିଅକୁ ସ୍ବାଧୀନ ତଥା ସ୍ବାଭିମାନୀ ଭାବେ ଗଢ଼ିଥିଲେ ଏବଂ ତାଙ୍କ ଜୀବନ ଓ ଚାରିପାଖର ଜୀବଙ୍କ ପାଇଁ ଦାୟିତ୍ୱବାନ୍‌ ହେବାକୁ ଶିକ୍ଷା ଦେଇଥିଲେ। ଜନକ ସମ୍ଭବତଃ ଜାଣିିଥିଲେ ଯେ, ତାଙ୍କ ଝିଅ ଜଣେ ଦେବୀ ଥିଲେ, ଅର୍ଥାତ ସାକ୍ଷାତ ପୃଥିବୀ ମାତା। ଏହି ପୃଥିବୀ ଓ୍ବାଇଲ୍ଡ ବା ନିର୍ଜନ ପ୍ରାକୃତିକ କ୍ଷେତ୍ର କିମ୍ବା ଡୋମେଷ୍ଟିକେଟେଡ୍‌ ବା ବାସୋପଯୋଗୀ ପ୍ରତିପାଳକ ହୋଇପାରେ। ଓ୍ବାଇଲ୍ଡ ଦୃଷ୍ଟିରୁ ପୃଥିବୀ ଜଙ୍ଗଲକୁ ପ୍ରତିପାଦିତ କରେ ଏବଂ ବାସୋପଯୋଗୀ ଭୂମି ରୂପରେ ଏହା ଉପତ୍ାଦିକା କ୍ଷେତ, ଯାହା ଜୀବଙ୍କୁ ଖାଦ୍ୟ ଯୋଗାଏ। ସେହିଭଳି ମହିଳାଙ୍କ କ୍ଷେତ୍ରରେ ଓ୍ବାଇଲ୍ଡ କହିଲେ ଅବିବାହିତ ବା ଏକାକୀ ଜୀବନକୁ ଇଙ୍ଗିତ କରୁଥିବାବେଳେ ଡୋମେଷ୍ଟିକେଟେଡ୍‌ ମହିଳା କହିଲେ ସେ ସ୍ତ୍ରୀ ଭାବେ ପରିବାର ନିୟନ୍ତ୍ରଣ କରିଥାଏ। ହିନ୍ଦୁପୁରାଣ କଥାରେ ନିର୍ଜନ ତଥା ଜଙ୍ଗଲୀ ପୃଥିବୀକୁ ଜଣେ ବିବସ୍ତ୍ର ଦେବୀ, କାଳୀ, ଭୟଙ୍କର, ନଗ୍ନ, ରକ୍ତ ପିପାସୁ ଏବଂ ମୁକୁଳା କେଶଧାରୀ ମହିଳା ଭାବେ ବିବେଚନା କରାଯାଇଛି। ବାସ, ଖାଦ୍ୟ ଏବଂ ପ୍ରତିପାଳନକାରୀ ପୃଥିବୀକୁ ବସ୍ତ୍ର ବିଭୂଷିତା ତଥା ସଭ୍ୟତାର ଦେବୀ ଗୌରୀ ଭାବେ ଉଲ୍ଳେ୍‌ଖ କରାଯାଇଛି। ଗୌରୀ ହେଉଛନ୍ତି ସରଳ, ଶାନ୍ତ ଓ ସୁନ୍ଦର। ଗୌରୀଙ୍କ ବସ୍ତ୍ର ପ୍ରକୃତିକୁ ସଭ୍ୟତାରେ ପରିଣତ କରିଥିବା ନିୟମଗୁଡ଼ିକର ପ୍ରତିନିଧିତ୍ୱ କରେ। ଏହି ନିୟମଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ବୈବାହିକ ନିଷ୍ଠା ଯାହା ସବୁଠୁ ଦୁର୍ବଳ ମଣିଷର ବୈବାହିକ ସୁରକ୍ଷାକୁ ନିଶ୍ଚିତ କରେ।
ରାମାୟଣର ମାତା ସୀତା ହେଉଛନ୍ତି ଗୌରୀ। ସେ ବସ୍ତ୍ର ବିଭୂଷିତା ଦେବୀ। ଜଣେ ସ୍ତ୍ରୀ ଭାବେ ଗୌରୀ ତାଙ୍କ ସ୍ବାମୀଙ୍କୁ ଅନୁସରଣ କରନ୍ତି ଓ ସ୍ବାମୀ ଯେଉଁଆଡେ ଯାଆନ୍ତି ସେ ବି ତାଙ୍କ ସହ ଯାଇଥାନ୍ତି। ଶ୍ରୀରାମ ଯେତେବେଳେ ବନବାସରେ ବାହାରିଛନ୍ତି ସେ ମଧ୍ୟ ତାଙ୍କ ସହ ଯାଇଛନ୍ତି। ସୀତାଙ୍କୁ ତାଙ୍କ ସହ ଯିବାକୁ ରାମ କହିନାହାନ୍ତି। ବରଂ ରାମଙ୍କ ସହ ରହିବା ତାଙ୍କର କର୍ତ୍ତବ୍ୟ ବୋଲି ସୀତା ବିଚାର କରି ରାମଙ୍କ ସହ ବନବାସ ଯାଇଛନ୍ତି। ସୀତାଙ୍କୁ ତାଙ୍କ ସହ ନ ଯିବା ପାଇଁ ରାମ ଚେଷ୍ଟା କରିଛନ୍ତି। କିନ୍ତୁ ସୀତା ସ୍ତ୍ରୀ ଭାବେ ତାଙ୍କ ଦାୟିତ୍ୱ ନିର୍ବାହ କରିବା ଲାଗି ରାମକୁ ବୁଝାଇଛନ୍ତି। ରାମ ଏଥିପାଇଁ ସୀତାଙ୍କୁ ମନା କରିପାରିନାହାନ୍ତି ଏବଂ ସୀତାଙ୍କୁ ନେଇ ବନବାସରେ ଯାଇଛନ୍ତି। ସୀତା କେବଳ ଜଣେ ଆଜ୍ଞାଧାରୀ ସ୍ତ୍ରୀ ନୁହନ୍ତି, ବରଂ ସେ ଜଣେ କର୍ତ୍ତବ୍ୟପରାୟଣା ସ୍ତ୍ରୀ ଭାବେ ତାଙ୍କ ଦାୟିତ୍ୱସବୁ କ’ଣ ସେ ବିଷୟରେ ଭଲ ଭାବେ ଜାଣିଛନ୍ତି।
ରାବଣ ଯେତେବେଳେ ପୁଷ୍ପକ ବିମାନରେ ସୀତାଙ୍କୁ ଅପହରଣ କରିନେଲା ସେତେବେଳେ ସେ ଗହଣା ଖଣ୍ଡମାନ ପିଙ୍ଗିବାକୁ ଆରମ୍ଭ କରିଦେଲେ। ତାଙ୍କ ଯିବା ପରେ ପଛରେ ଏକ ସଙ୍କେତ ଛାଡ଼ିବାକୁ ସେ ଏହା କରିଥିଲେ, ଯେଉଁଥିରୁ ରାମ ତାଙ୍କୁ ଖୋଜି ପାଇପାରିବେ। କିନ୍ତୁ ସୀତା ତାଙ୍କ ଗହଣାସବୁ ତ୍ୟାଗ କରିବା ରାମଙ୍କୁ ଏକ ସୂକ୍ଷ୍ମ ସାଙ୍କେତିକ ବାର୍ତ୍ତା ପ୍ରଦାନ କରେ। ଅର୍ଥାତ୍‌ ରାମଙ୍କ ଧର୍ମ ପ୍ରତି ଆହ୍ବାନ ସୃଷ୍ଟି ହେବା ସହ ରାବଣ ବୈବାହିକ ନିଷ୍ଠାର ସଭ୍ୟ ନିୟମକୁ ଅବମାନନା କରିଥିବା ଏହା ସୂଚିତ କରେ। ରାମଙ୍କ ପ୍ରତିପାଳନ କ୍ଷେତ୍ରକୁ ରାବଣ ତା’ ଜଙ୍ଗଲରେ ପରିଣତ କରିବାକୁ ଚାହିଁଛି। ସେ ଗୌରୀଙ୍କୁ କାଳୀ କରିବାକୁ ଚାହିଁଛି। ଗଲାବାଟରେ ସୀତା ପକାଇ ଥିବା ପ୍ରତ୍ୟେକଟି ଗହଣା ଗୋଟିଏ ସୂଚକ ବା ଅନୁସ୍ମାରକ। ସମାଜ ଜଙ୍ଗଲ ବା କୁପ୍ରକୃତି ଦ୍ୱାରା କିଭଳି ପଦଦଳିତ ହୋଇ ବିପଦରେ ରହିଛି ତାହା ସେହିସବୁ ଗହଣା ସୂଚାଇ ଦେଇଛି।
ରାବଣକୁ ବଧକରି ରାମ ଯେତେବେଳେ ସୀତାଙ୍କୁ ଉଦ୍ଧାର କରିଛନ୍ତି ସେତେବେଳେ ସେ ପ୍ରମାଣ ଦାବି କରିଛନ୍ତି ଯେ, ଗୌରୀ ନିଶ୍ଚିତ ଖାଦ୍ୟ ଓ ବାସ ଯୋଗାଉଥିବା ଜଣେ ଅବିବାହିତ ମଣିଷ ( ଶୁଦ୍ଧପୂତ ତଥା ସତ୍ୟନିଷ୍ଠ)ହେବା ଦରକାର; କୌଣସି ସମୟରେ ସେ କାଳୀ ବା ଭୟଙ୍କର ପ୍ରବୃତ୍ତିର ହୋଇ ନ ଥିବେ, ଯେଉଁଥିପାଇଁ ଗୌରୀ ସବୁବେଳେ ସବୁ ମଣିଷଙ୍କ ପାଖରେ ରହିଥିବେ। ସେ କହିଥିଲେ ଯେ, ଏହା କେବଳ ଅଗ୍ନିପରୀକ୍ଷା ଦ୍ୱାରା ସମ୍ଭବ ହୋଇପାରିବ। ସେଥିପାଇଁ ସୀତା ଅଗ୍ନି ପରୀକ୍ଷା ଦେଇଥିଲେ ବି ତାଙ୍କୁ ଅଗ୍ନି ସ୍ପର୍ଶ କରିପାରି ନ ଥିଲା। ଏହା ପ୍ରମାଣ କରିଥିଲା ଯେ, ସେ କାୟ ମନରେ ଅନ୍ୟ କୌଣସି ପୁରୁଷ କଥା ଭାବି ନ ଥିଲେ। ଏଭଳି ସତୀତ୍ୱ ପରୀକ୍ଷା ସତ୍ତ୍ୱେ ବି ଅଯୋଧ୍ୟାର ପ୍ରଜାଗଣ ସୀତାଙ୍କୁ ମନ୍ଦପ୍ରତିଷ୍ଠା ସମ୍ପନ୍ନ ରାଣୀ କହି ତାଙ୍କୁ ତ୍ୟାଗ କରିବାକୁ ରାମଙ୍କୁ କହିଥିଲେ। ରଘୁକୁଳ ରୀତି ଅନୁଯାୟୀ ଯେଭଳି ରାମଙ୍କୁ ତାଙ୍କ ପିତାଙ୍କ ନିର୍ଦ୍ଦେଶ ମାନିବାକୁ ବିବଶ କରିଥିଲା, ଠିକ୍‌ ସେହିଭଳି ରାମ ପ୍ରଜାଙ୍କ ଦାବିକୁ ସମ୍ମାନ ଜଣାଇ ମାନିନେବାକୁ ବାଧ୍ୟ ହୋଇଥିଲେ ଏବଂ ସୀତା ପୁଣି ଜଙ୍ଗଲକୁ ଫେରିଯାଇଥିଲେ।
ଆଶ୍ଚର୍ଯ୍ୟର ବିଷୟ, ରାମ ଏକମାତ୍ର ହିନ୍ଦୁ ଦେବତା ଯିଏ କି ସ୍ତ୍ରୀ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ଭାବେ ଜଣାଶୁଣା। ଏହାସହ ସ୍ତ୍ରୀକୁ ପରିତ୍ୟାଗ କରିବାରେ ସେ ମଧ୍ୟ ଏକ ମାତ୍ର ହିନ୍ଦୁ ଦେବତା । ଏହା ସ୍ବାମୀ ଭାବେ ରାମ ସ୍ତ୍ରୀ ପ୍ରତି ବିଶ୍ୱସ୍ତ ହେବା ଏବଂ ରାଜା ଭାବେ ରାମ ପ୍ରଜାମାନଙ୍କ ଇଚ୍ଛା ପୂରଣ କରିବା ମଧ୍ୟରେ ଥିବା ପ୍ରଭେଦକୁ ସାମ୍‌ନାକୁ ଆଣିଛି। ରାମ ଅଯୋଧ୍ୟାର ରାଜା ଭାବେ ସୀତାଙ୍କୁ ଜଙ୍ଗଲକୁ ପଠାଇ ଦେଇଛନ୍ତି, କିନ୍ତୁ ସ୍ବାମୀ ଭାବେ ରାମ କେବେ ବି ଆଉ ବାହା ହୋଇନାହାନ୍ତି। ସେ ତାଙ୍କ ପାଖରେ ସୀତାଙ୍କର ଏକ ସୁନାର ପିତୁଳା ରଖିଥିଲେ। ସୁନା ବାସ୍ତବରେ ପବିତ୍ରତା ପ୍ରତୀକ। ଏଣୁ ସୁନାର ପିତୁଳା ସୂଚାଇ ଦିଏ ଯେ, ସେ ତାଙ୍କ ସ୍ତ୍ରୀଙ୍କ ବିଶ୍ୱସ୍ତତା ବା ସତ୍ୟନିଷ୍ଠା ଉପରେ ସନ୍ଦେହ କରନ୍ତି ନାହିଁ। ଏହା ସହ ଅଯୋଧ୍ୟାର ଆଇନ ଏବଂ ତାଙ୍କ ରାଜ ପରିବାରବର୍ଗ ଯେତେ ପଥଭ୍ରଷ୍ଟ ହୋଇଥିଲେ ବି ସେମାନଙ୍କୁ ସେ ସମ୍ମାନ କରନ୍ତି।
ତେବେ ଜଙ୍ଗଲରେ ଥିବା ସୀତା କିଏ? ସେ ଗୌରୀ ନା କାଳୀ? ସେ ତାଙ୍କ ସନ୍ତାନଙ୍କ ପାଇଁ ଗୌରୀ। ସେ ସନ୍ତାନଙ୍କୁ ବୀର ଯୋଦ୍ଧା ଭାବେ ଗଢ଼ି ତୋଳିଛନ୍ତି, ଯେଉଁମାନେ ରାମଙ୍କ ଶକ୍ତିଶାଳୀ ସେନାକୁ ପରାସ୍ତ କରିବାକୁ ସକ୍ଷମ ହୋଇଛନ୍ତି। ସେ ମଧ୍ୟ କାଳୀ ରୂପେ ବିଦ୍ୟମାନ, ଯିଏ କି ସଭ୍ୟତାର କେନ୍ଦ୍ରକୁ ଦୋହଲାଇ ଦେଇଛନ୍ତି। ସେ ସଭ୍ୟତାର ନିୟମକୁ ମାନି ଖାରଜ କରି ରାଣୀ କିମ୍ବା ସ୍ତ୍ରୀ ଭାବେ ଅଯୋଧ୍ୟାକୁ ଫେରିବାକୁ ମନା କରିଦେଇଛନ୍ତି। ଏହି ସମୟରେ ସେ ସ୍ତ୍ରୀ ଭାବେ ତାଙ୍କ ସ୍ବାମୀଙ୍କୁ ଅନୁସରଣ କରିବାର ଆବଶ୍ୟକତା ଅନୁଭବ କରିନାହାନ୍ତି। ଯେଉଁ ପରିବାର ତାଙ୍କୁ ତ୍ୟାଗ କରିଦେଲା ତା’ର ସମୃଦ୍ଧିର ପ୍ରତିନିଧିତ୍ୱ କରିବା କିମ୍ବା ସୌଭାଗ୍ୟ ଫେରାଇ ଆଣିବା ଉଚିତ ବୋଲି ସେ ଅନୁଭବ କରିନାହାନ୍ତି। ଯେତେବେଳେ ତାଙ୍କୁ ବାରମ୍ବାର ସତୀତ୍ୱ ପରୀକ୍ଷା କରିବାକୁ କୁହାଯାଇଥିଲା ସେତେବେଳେ ସେ ଧରିତ୍ରୀ ମା’ କୋଳ, ଯେଉଁଠୁ ଆସିଥିଲେ ସେଠାକୁ ଫେରିଗଲେ। ଯେତେବେଳେ ସାରା ଅଯୋଧ୍ୟା ତାଙ୍କ ରାଣୀଙ୍କୁ ପରିତ୍ୟାଗ କରିବାକୁ କହିଥିଲା ସେତେେବେଳେ ସେ ଜନକ ନନ୍ଦିନୀଙ୍କୁ ହରାଇଲା, ଯିଏକି ତାଙ୍କ ସହ ସବୁ ସୁଖ ନେଇ ଚାଲିଯାଇଥିଲେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?