ଗୌରୀ ନା କାଳୀ

ଦେବଦତ୍ତ ପଟ୍ଟନାୟକ

 

ସାମାଜିକ ପରମ୍ପରାରେ ବିବାହର ମହତ୍ତ୍ୱ ଅଧିକ। ଝିଅଟିଏ ବିବାହ ପରେ ଯେତେବେଳେ ବାପଘରୁ ଗୋଡ଼ କାଢ଼େ ସେତେବେଳେ ତା’ବାପା ତାକୁ କହେ-ତୁ ଯେଉଁଠିକୁ ଯାଆ ସୁଖରେ ରହ। କିନ୍ତୁ ସୀତାଙ୍କୁ ବିଦା କଲାବେଳେ ଜନକ କହିଥିଲେ ଯେ, ଯେଉଁଠିକୁ ଯାଆ ପଛେ ସେଠି ସୁଖ ଆଣେ। ସମ୍ଭବତଃ ଜନକ ଜଣେ ଭଲ ପିତା ହୋଇଥିବାରୁ ସେ ତାଙ୍କ ଝିଅକୁ ସ୍ବାଧୀନ ତଥା ସ୍ବାଭିମାନୀ ଭାବେ ଗଢ଼ିଥିଲେ ଏବଂ ତାଙ୍କ ଜୀବନ ଓ ଚାରିପାଖର ଜୀବଙ୍କ ପାଇଁ ଦାୟିତ୍ୱବାନ୍‌ ହେବାକୁ ଶିକ୍ଷା ଦେଇଥିଲେ। ଜନକ ସମ୍ଭବତଃ ଜାଣିିଥିଲେ ଯେ, ତାଙ୍କ ଝିଅ ଜଣେ ଦେବୀ ଥିଲେ, ଅର୍ଥାତ ସାକ୍ଷାତ ପୃଥିବୀ ମାତା। ଏହି ପୃଥିବୀ ଓ୍ବାଇଲ୍ଡ ବା ନିର୍ଜନ ପ୍ରାକୃତିକ କ୍ଷେତ୍ର କିମ୍ବା ଡୋମେଷ୍ଟିକେଟେଡ୍‌ ବା ବାସୋପଯୋଗୀ ପ୍ରତିପାଳକ ହୋଇପାରେ। ଓ୍ବାଇଲ୍ଡ ଦୃଷ୍ଟିରୁ ପୃଥିବୀ ଜଙ୍ଗଲକୁ ପ୍ରତିପାଦିତ କରେ ଏବଂ ବାସୋପଯୋଗୀ ଭୂମି ରୂପରେ ଏହା ଉପତ୍ାଦିକା କ୍ଷେତ, ଯାହା ଜୀବଙ୍କୁ ଖାଦ୍ୟ ଯୋଗାଏ। ସେହିଭଳି ମହିଳାଙ୍କ କ୍ଷେତ୍ରରେ ଓ୍ବାଇଲ୍ଡ କହିଲେ ଅବିବାହିତ ବା ଏକାକୀ ଜୀବନକୁ ଇଙ୍ଗିତ କରୁଥିବାବେଳେ ଡୋମେଷ୍ଟିକେଟେଡ୍‌ ମହିଳା କହିଲେ ସେ ସ୍ତ୍ରୀ ଭାବେ ପରିବାର ନିୟନ୍ତ୍ରଣ କରିଥାଏ। ହିନ୍ଦୁପୁରାଣ କଥାରେ ନିର୍ଜନ ତଥା ଜଙ୍ଗଲୀ ପୃଥିବୀକୁ ଜଣେ ବିବସ୍ତ୍ର ଦେବୀ, କାଳୀ, ଭୟଙ୍କର, ନଗ୍ନ, ରକ୍ତ ପିପାସୁ ଏବଂ ମୁକୁଳା କେଶଧାରୀ ମହିଳା ଭାବେ ବିବେଚନା କରାଯାଇଛି। ବାସ, ଖାଦ୍ୟ ଏବଂ ପ୍ରତିପାଳନକାରୀ ପୃଥିବୀକୁ ବସ୍ତ୍ର ବିଭୂଷିତା ତଥା ସଭ୍ୟତାର ଦେବୀ ଗୌରୀ ଭାବେ ଉଲ୍ଳେ୍‌ଖ କରାଯାଇଛି। ଗୌରୀ ହେଉଛନ୍ତି ସରଳ, ଶାନ୍ତ ଓ ସୁନ୍ଦର। ଗୌରୀଙ୍କ ବସ୍ତ୍ର ପ୍ରକୃତିକୁ ସଭ୍ୟତାରେ ପରିଣତ କରିଥିବା ନିୟମଗୁଡ଼ିକର ପ୍ରତିନିଧିତ୍ୱ କରେ। ଏହି ନିୟମଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ବୈବାହିକ ନିଷ୍ଠା ଯାହା ସବୁଠୁ ଦୁର୍ବଳ ମଣିଷର ବୈବାହିକ ସୁରକ୍ଷାକୁ ନିଶ୍ଚିତ କରେ।
ରାମାୟଣର ମାତା ସୀତା ହେଉଛନ୍ତି ଗୌରୀ। ସେ ବସ୍ତ୍ର ବିଭୂଷିତା ଦେବୀ। ଜଣେ ସ୍ତ୍ରୀ ଭାବେ ଗୌରୀ ତାଙ୍କ ସ୍ବାମୀଙ୍କୁ ଅନୁସରଣ କରନ୍ତି ଓ ସ୍ବାମୀ ଯେଉଁଆଡେ ଯାଆନ୍ତି ସେ ବି ତାଙ୍କ ସହ ଯାଇଥାନ୍ତି। ଶ୍ରୀରାମ ଯେତେବେଳେ ବନବାସରେ ବାହାରିଛନ୍ତି ସେ ମଧ୍ୟ ତାଙ୍କ ସହ ଯାଇଛନ୍ତି। ସୀତାଙ୍କୁ ତାଙ୍କ ସହ ଯିବାକୁ ରାମ କହିନାହାନ୍ତି। ବରଂ ରାମଙ୍କ ସହ ରହିବା ତାଙ୍କର କର୍ତ୍ତବ୍ୟ ବୋଲି ସୀତା ବିଚାର କରି ରାମଙ୍କ ସହ ବନବାସ ଯାଇଛନ୍ତି। ସୀତାଙ୍କୁ ତାଙ୍କ ସହ ନ ଯିବା ପାଇଁ ରାମ ଚେଷ୍ଟା କରିଛନ୍ତି। କିନ୍ତୁ ସୀତା ସ୍ତ୍ରୀ ଭାବେ ତାଙ୍କ ଦାୟିତ୍ୱ ନିର୍ବାହ କରିବା ଲାଗି ରାମକୁ ବୁଝାଇଛନ୍ତି। ରାମ ଏଥିପାଇଁ ସୀତାଙ୍କୁ ମନା କରିପାରିନାହାନ୍ତି ଏବଂ ସୀତାଙ୍କୁ ନେଇ ବନବାସରେ ଯାଇଛନ୍ତି। ସୀତା କେବଳ ଜଣେ ଆଜ୍ଞାଧାରୀ ସ୍ତ୍ରୀ ନୁହନ୍ତି, ବରଂ ସେ ଜଣେ କର୍ତ୍ତବ୍ୟପରାୟଣା ସ୍ତ୍ରୀ ଭାବେ ତାଙ୍କ ଦାୟିତ୍ୱସବୁ କ’ଣ ସେ ବିଷୟରେ ଭଲ ଭାବେ ଜାଣିଛନ୍ତି।
ରାବଣ ଯେତେବେଳେ ପୁଷ୍ପକ ବିମାନରେ ସୀତାଙ୍କୁ ଅପହରଣ କରିନେଲା ସେତେବେଳେ ସେ ଗହଣା ଖଣ୍ଡମାନ ପିଙ୍ଗିବାକୁ ଆରମ୍ଭ କରିଦେଲେ। ତାଙ୍କ ଯିବା ପରେ ପଛରେ ଏକ ସଙ୍କେତ ଛାଡ଼ିବାକୁ ସେ ଏହା କରିଥିଲେ, ଯେଉଁଥିରୁ ରାମ ତାଙ୍କୁ ଖୋଜି ପାଇପାରିବେ। କିନ୍ତୁ ସୀତା ତାଙ୍କ ଗହଣାସବୁ ତ୍ୟାଗ କରିବା ରାମଙ୍କୁ ଏକ ସୂକ୍ଷ୍ମ ସାଙ୍କେତିକ ବାର୍ତ୍ତା ପ୍ରଦାନ କରେ। ଅର୍ଥାତ୍‌ ରାମଙ୍କ ଧର୍ମ ପ୍ରତି ଆହ୍ବାନ ସୃଷ୍ଟି ହେବା ସହ ରାବଣ ବୈବାହିକ ନିଷ୍ଠାର ସଭ୍ୟ ନିୟମକୁ ଅବମାନନା କରିଥିବା ଏହା ସୂଚିତ କରେ। ରାମଙ୍କ ପ୍ରତିପାଳନ କ୍ଷେତ୍ରକୁ ରାବଣ ତା’ ଜଙ୍ଗଲରେ ପରିଣତ କରିବାକୁ ଚାହିଁଛି। ସେ ଗୌରୀଙ୍କୁ କାଳୀ କରିବାକୁ ଚାହିଁଛି। ଗଲାବାଟରେ ସୀତା ପକାଇ ଥିବା ପ୍ରତ୍ୟେକଟି ଗହଣା ଗୋଟିଏ ସୂଚକ ବା ଅନୁସ୍ମାରକ। ସମାଜ ଜଙ୍ଗଲ ବା କୁପ୍ରକୃତି ଦ୍ୱାରା କିଭଳି ପଦଦଳିତ ହୋଇ ବିପଦରେ ରହିଛି ତାହା ସେହିସବୁ ଗହଣା ସୂଚାଇ ଦେଇଛି।
ରାବଣକୁ ବଧକରି ରାମ ଯେତେବେଳେ ସୀତାଙ୍କୁ ଉଦ୍ଧାର କରିଛନ୍ତି ସେତେବେଳେ ସେ ପ୍ରମାଣ ଦାବି କରିଛନ୍ତି ଯେ, ଗୌରୀ ନିଶ୍ଚିତ ଖାଦ୍ୟ ଓ ବାସ ଯୋଗାଉଥିବା ଜଣେ ଅବିବାହିତ ମଣିଷ ( ଶୁଦ୍ଧପୂତ ତଥା ସତ୍ୟନିଷ୍ଠ)ହେବା ଦରକାର; କୌଣସି ସମୟରେ ସେ କାଳୀ ବା ଭୟଙ୍କର ପ୍ରବୃତ୍ତିର ହୋଇ ନ ଥିବେ, ଯେଉଁଥିପାଇଁ ଗୌରୀ ସବୁବେଳେ ସବୁ ମଣିଷଙ୍କ ପାଖରେ ରହିଥିବେ। ସେ କହିଥିଲେ ଯେ, ଏହା କେବଳ ଅଗ୍ନିପରୀକ୍ଷା ଦ୍ୱାରା ସମ୍ଭବ ହୋଇପାରିବ। ସେଥିପାଇଁ ସୀତା ଅଗ୍ନି ପରୀକ୍ଷା ଦେଇଥିଲେ ବି ତାଙ୍କୁ ଅଗ୍ନି ସ୍ପର୍ଶ କରିପାରି ନ ଥିଲା। ଏହା ପ୍ରମାଣ କରିଥିଲା ଯେ, ସେ କାୟ ମନରେ ଅନ୍ୟ କୌଣସି ପୁରୁଷ କଥା ଭାବି ନ ଥିଲେ। ଏଭଳି ସତୀତ୍ୱ ପରୀକ୍ଷା ସତ୍ତ୍ୱେ ବି ଅଯୋଧ୍ୟାର ପ୍ରଜାଗଣ ସୀତାଙ୍କୁ ମନ୍ଦପ୍ରତିଷ୍ଠା ସମ୍ପନ୍ନ ରାଣୀ କହି ତାଙ୍କୁ ତ୍ୟାଗ କରିବାକୁ ରାମଙ୍କୁ କହିଥିଲେ। ରଘୁକୁଳ ରୀତି ଅନୁଯାୟୀ ଯେଭଳି ରାମଙ୍କୁ ତାଙ୍କ ପିତାଙ୍କ ନିର୍ଦ୍ଦେଶ ମାନିବାକୁ ବିବଶ କରିଥିଲା, ଠିକ୍‌ ସେହିଭଳି ରାମ ପ୍ରଜାଙ୍କ ଦାବିକୁ ସମ୍ମାନ ଜଣାଇ ମାନିନେବାକୁ ବାଧ୍ୟ ହୋଇଥିଲେ ଏବଂ ସୀତା ପୁଣି ଜଙ୍ଗଲକୁ ଫେରିଯାଇଥିଲେ।
ଆଶ୍ଚର୍ଯ୍ୟର ବିଷୟ, ରାମ ଏକମାତ୍ର ହିନ୍ଦୁ ଦେବତା ଯିଏ କି ସ୍ତ୍ରୀ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ଭାବେ ଜଣାଶୁଣା। ଏହାସହ ସ୍ତ୍ରୀକୁ ପରିତ୍ୟାଗ କରିବାରେ ସେ ମଧ୍ୟ ଏକ ମାତ୍ର ହିନ୍ଦୁ ଦେବତା । ଏହା ସ୍ବାମୀ ଭାବେ ରାମ ସ୍ତ୍ରୀ ପ୍ରତି ବିଶ୍ୱସ୍ତ ହେବା ଏବଂ ରାଜା ଭାବେ ରାମ ପ୍ରଜାମାନଙ୍କ ଇଚ୍ଛା ପୂରଣ କରିବା ମଧ୍ୟରେ ଥିବା ପ୍ରଭେଦକୁ ସାମ୍‌ନାକୁ ଆଣିଛି। ରାମ ଅଯୋଧ୍ୟାର ରାଜା ଭାବେ ସୀତାଙ୍କୁ ଜଙ୍ଗଲକୁ ପଠାଇ ଦେଇଛନ୍ତି, କିନ୍ତୁ ସ୍ବାମୀ ଭାବେ ରାମ କେବେ ବି ଆଉ ବାହା ହୋଇନାହାନ୍ତି। ସେ ତାଙ୍କ ପାଖରେ ସୀତାଙ୍କର ଏକ ସୁନାର ପିତୁଳା ରଖିଥିଲେ। ସୁନା ବାସ୍ତବରେ ପବିତ୍ରତା ପ୍ରତୀକ। ଏଣୁ ସୁନାର ପିତୁଳା ସୂଚାଇ ଦିଏ ଯେ, ସେ ତାଙ୍କ ସ୍ତ୍ରୀଙ୍କ ବିଶ୍ୱସ୍ତତା ବା ସତ୍ୟନିଷ୍ଠା ଉପରେ ସନ୍ଦେହ କରନ୍ତି ନାହିଁ। ଏହା ସହ ଅଯୋଧ୍ୟାର ଆଇନ ଏବଂ ତାଙ୍କ ରାଜ ପରିବାରବର୍ଗ ଯେତେ ପଥଭ୍ରଷ୍ଟ ହୋଇଥିଲେ ବି ସେମାନଙ୍କୁ ସେ ସମ୍ମାନ କରନ୍ତି।
ତେବେ ଜଙ୍ଗଲରେ ଥିବା ସୀତା କିଏ? ସେ ଗୌରୀ ନା କାଳୀ? ସେ ତାଙ୍କ ସନ୍ତାନଙ୍କ ପାଇଁ ଗୌରୀ। ସେ ସନ୍ତାନଙ୍କୁ ବୀର ଯୋଦ୍ଧା ଭାବେ ଗଢ଼ି ତୋଳିଛନ୍ତି, ଯେଉଁମାନେ ରାମଙ୍କ ଶକ୍ତିଶାଳୀ ସେନାକୁ ପରାସ୍ତ କରିବାକୁ ସକ୍ଷମ ହୋଇଛନ୍ତି। ସେ ମଧ୍ୟ କାଳୀ ରୂପେ ବିଦ୍ୟମାନ, ଯିଏ କି ସଭ୍ୟତାର କେନ୍ଦ୍ରକୁ ଦୋହଲାଇ ଦେଇଛନ୍ତି। ସେ ସଭ୍ୟତାର ନିୟମକୁ ମାନି ଖାରଜ କରି ରାଣୀ କିମ୍ବା ସ୍ତ୍ରୀ ଭାବେ ଅଯୋଧ୍ୟାକୁ ଫେରିବାକୁ ମନା କରିଦେଇଛନ୍ତି। ଏହି ସମୟରେ ସେ ସ୍ତ୍ରୀ ଭାବେ ତାଙ୍କ ସ୍ବାମୀଙ୍କୁ ଅନୁସରଣ କରିବାର ଆବଶ୍ୟକତା ଅନୁଭବ କରିନାହାନ୍ତି। ଯେଉଁ ପରିବାର ତାଙ୍କୁ ତ୍ୟାଗ କରିଦେଲା ତା’ର ସମୃଦ୍ଧିର ପ୍ରତିନିଧିତ୍ୱ କରିବା କିମ୍ବା ସୌଭାଗ୍ୟ ଫେରାଇ ଆଣିବା ଉଚିତ ବୋଲି ସେ ଅନୁଭବ କରିନାହାନ୍ତି। ଯେତେବେଳେ ତାଙ୍କୁ ବାରମ୍ବାର ସତୀତ୍ୱ ପରୀକ୍ଷା କରିବାକୁ କୁହାଯାଇଥିଲା ସେତେବେଳେ ସେ ଧରିତ୍ରୀ ମା’ କୋଳ, ଯେଉଁଠୁ ଆସିଥିଲେ ସେଠାକୁ ଫେରିଗଲେ। ଯେତେବେଳେ ସାରା ଅଯୋଧ୍ୟା ତାଙ୍କ ରାଣୀଙ୍କୁ ପରିତ୍ୟାଗ କରିବାକୁ କହିଥିଲା ସେତେେବେଳେ ସେ ଜନକ ନନ୍ଦିନୀଙ୍କୁ ହରାଇଲା, ଯିଏକି ତାଙ୍କ ସହ ସବୁ ସୁଖ ନେଇ ଚାଲିଯାଇଥିଲେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri