ଗୋଟାବାୟା ଅସମର୍ଥ

କଲମ୍ବୋ,୬ା୪: ଘୋର ଆର୍ଥିକ ସଙ୍କଟକୁ ସାମ୍ନା କରୁଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଅତି ଖରାପ ଆଡ଼କୁ ଗତି କରୁଛି। ୪୨ ଏମ୍‌ପି ନିଜକୁ ସ୍ବାଧୀନ ଘୋଷଣା କରିବା ପରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଶ୍ରୀଲଙ୍କା ପୋଦୁଜନ ପେରାମୁନା (ଏସ୍‌ଏଲ୍‌ପିପି) ମଙ୍ଗଳବାର ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ହରାଇଛି। ବିଦ୍ୟୁତ୍‌ କାଟ୍‌ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ବିରୋଧରେ ନାଗରିକଙ୍କ ବିକ୍ଷୋଭକୁ ଦେଖି ଏପ୍ରିଲ ପହିଲାରେ ରାଷ୍ଟ୍ରପତି ରାଜପାକ୍‌ସେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେଙ୍କ ବ୍ୟତୀତ କ୍ୟାବିନେଟର ସମସ୍ତ ସଦସ୍ୟ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ଗାଦି ଛାଡ଼ନ୍ତୁ ବୋଲି ଦାବି ଜୋର୍‌ ଧରିଥିଲେ ହେଁ ଗୋଟାବାୟା ଇସ୍ତଫା ଦେବାକୁ ମନା କରିଥିଲେ। ଦେଶରେ ସରକାର ବିରୋଧୀ ବିକ୍ଷୋଭ ତେଜିବାରେ ଲାଗିଥିବାବେଳେ ସଦ୍ୟ ରାଜନୈତିକ ଘଟଣାକ୍ରମ ଦ୍ୱୀପରାଷ୍ଟ୍ରର ଭବିଷ୍ୟତକୁ ଅନ୍ଧାର ଭିତରକୁ ଟାଣିନେଇଛି।
୨୦୨୦ ସାଧାରଣ ନିର୍ବାଚନରେ ୨୨୫ ଆସନ ବିଶିଷ୍ଟ ପାର୍ଲାମେଣ୍ଟରେ ଶାସକ ଏସ୍‌ଏସ୍‌ପିପି ନେତୃତ୍ୱାଧୀନ ମେଣ୍ଟ ୧୪୬ ଆସନ ଦଖଲ କରିଥିଲା। ମହିନ୍ଦା ରାଜପାକ୍‌ସେଙ୍କ ସରକାରରେ ପ୍ରତିରକ୍ଷା ସଚିବ ଥିବା ତାଙ୍କ ଭାଇ ଗୋଟାବାୟାଙ୍କୁ ରାଷ୍ଟ୍ରପତି କରାଯାଇଥିଲା। କିନ୍ତୁ ଡଲାର ରିଜର୍ଭର ଅଭାବ ଓ ଆର୍ଥିକ ସଙ୍କଟ ଯୋଗୁ ଇନ୍ଧନ, ଏଲ୍‌ପିଜି, ବିଦ୍ୟୁତ୍‌, ଔଷଧ ଏବଂ ଖାଦ୍ୟ ସଙ୍କଟ ଦେଖାଦେଲା। ଏହାର ମୁକାବିଲା କରିବାରେ ଗୋଟାବାୟାଙ୍କ ଅକ୍ଷମତା ଯୋଗୁ ଦେଶରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇଥିବାବେଳେ ସୋମବାର ରାତିରେ ଗୋଟାବାୟା ପଦ ଛାଡ଼ିବାକୁ ମନା କରିଥିଲେ। ଇତିମଧ୍ୟରେ ସରକାର ୪ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରିଥିଲେ। ତେବେ ଶପଥ ନେବାର ୨୪ ଘଣ୍ଟା ନ ପୂରୁଣୁ ଅର୍ଥମନ୍ତ୍ରୀ ଅଲୀ ସବ୍ରି ଇସ୍ତଫା ଦେଇଛନ୍ତି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ଠାରୁ ଋଣ ଆଣିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପୂର୍ବରୁ ଅର୍ଥମନ୍ତ୍ରୀ ନିଜ ପଦ ଛାଡ଼ିଛନ୍ତି। ତାଙ୍କ ଇସ୍ତଫା ଅନ୍ତରୀଣ ସରକାର ଗଠନ ପାଇଁ ବାଟ ଫିଟାଇବ ବୋଲି ସବ୍ରି କହିଛନ୍ତି। ମଙ୍ଗଳବାର ନିଜକୁ ସ୍ବାଧୀନ ଘୋଷଣା କରିଥିବା ୪୨ ଏମ୍‌ପିଙ୍କ ମଧ୍ୟରେ ଅଛନ୍ତି ଶ୍ରୀଲଙ୍କା ଫ୍ରିଡମ୍‌ ପାର୍ଟିର ୧୪, ଶାସକ ମେଣ୍ଟର ୧୦ ଏବଂ ଏସ୍‌ଏଲ୍‌ପିପିର ୧୨ ସଦସ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri