ଜଳପଥରେ ଟାଟା ଷ୍ଟିଲର ପ୍ରଥମ ପରିବହନ

ଯାଜପୁର ଅଫିସ,୬ା୪: କଳିଙ୍ଗନଗର ଟାଟାର ସମ୍ପ୍ରସାରଣ ପ୍ରକଳ୍ପ ନିମନ୍ତେ ଭାରି ମେଶିନ୍‌ ଆଣିବାକୁ ଓଡ଼ିଶାରେ ପ୍ରଥମ ଥର ଅନ୍ତର୍ଦ୍ଦେଶୀୟ ଜଳପଥକୁ ବ୍ୟବହାର କରାଯାଇଛି। ଟାଟା ଷ୍ଟିଲ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ପ୍ରୋଜେକ୍ଟ ଡିଭିଜନ୍‌ ପକ୍ଷରୁ ପ୍ରାୟ ୧୦୦୦ କ୍ୟୁବିକ୍‌ ମିଟର୍‌ (ସିବିଏମ୍‌) ପଣ୍ୟ ଜଳପଥ (ଲୁଣା ନଦୀ) ଜରିଆରେ ମଲ୍‌ଟିମୋଡାଲ୍‌ ଲଜିଷ୍ଟିକ୍‌ସ ପରିବହନ ହୋଇଛି। ସାଂଘାଇରୁ ଚାର୍ଟାର୍ଡ ଜାହାଜରେ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଉକ୍ତ ମାଲ ଆସିଥିଲା। ପରେ ଲୁଣା ନଦୀରେ ପରିବହନ ଲାଗି ତାହାକୁ ବାଜର୍‌ରେ ରଖାଯାଇଥିଲା। ସେଠାରୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ପର୍ଯ୍ୟନ୍ତ ଜଳପଥରେ ମାଲ ପରିବହନ ପରେ ସଡ଼କପଥରେ କଳିଙ୍ଗନଗର ପହଞ୍ଚିଥିଲା।
ଉପସଭାପତି, ଟିକ୍ୟୁଏମ୍‌ ତଥା ଇଞ୍ଜିନିୟର ଆଣ୍ଡ ପ୍ରୋଜେକ୍ଟ ବିଭାଗର ଅବନିଶ ଗୁପ୍ତା କହିଛନ୍ତି, ଖର୍ଚ୍ଚ ହେଉଥିବା ମୂଲ୍ୟରେ ଲାଭ ସହ ନିରବଚ୍ଛିନ୍ନ ଲଜିଷ୍ଟିକ୍ସ ମଡେଲ୍‌ ପାଇଁ ଏହା ପଥ ପ୍ରଦର୍ଶନ କରିବ। ଯାହାଆସେମ୍ବଲ୍‌ଡ ସ୍ଥିତିରେ ପ୍ଲାଣ୍ଟ୍‌ ଓ ମେଶିନ୍‌ ଆମଦାନୀ ଏବଂ ଏକତ୍ରୀକରଣ ଜରିଆରେ ହାସଲ କରାଯାଇପାରିବ। ଇସ୍ପାତ୍‌ ଶିଳ୍ପ ଓ ଦେଶର ଅଙ୍ଗାରକାମ୍ଳ ହ୍ରାସ ସହ ସଡ଼କ ସୁରକ୍ଷାରେ ଉନ୍ନତି ଆଣିବ। ଆସିଥିବା ପଣ୍ୟ ସାମଗ୍ରୀରେ ୪ ସୁପର୍‌ ଓଭର୍‌-ଡାଇମେନ୍‌ଶନାଲ୍‌ କାର୍ଗୋ (ଏସ୍‌ଓଡିସି) ରହିଛି। ପ୍ରତିଟିର ଓଜନ ୧୦୦ ମେଟ୍ରିକ୍‌ ଟନ୍‌ । ଚଉଡା ୮ ମିଟର୍‌ ହେବ। ଏହି ପ୍ରକଳ୍ପ ପଣ୍ୟଗୁଡ଼ିକ ସ୍ଲାଗ୍‌ ଗ୍ରାନୁଲେଶନ୍‌ ପ୍ଲାଣ୍ଟର ଅଂଶ। ଯାହାକୁ ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନାରେ ସ୍ଥାପନ କରାଯାଉଛି। ଦୁନିଆର ଅନ୍ୟ ପ୍ରାନ୍ତ ସହ ଯୋଡ଼ି ହେବା ଲାଗି ଅନ୍ତର୍ଦ୍ଦେଶୀୟ ଜଳପଥରେ ରହିଥିବା ସମ୍ଭାବନାକୁ ଉଜାଗର କରି ଅଧିକ ଚଉଡ଼ା ପଣ୍ୟ (ଓଡିସି), ଅଧିକ ଓଜନ ବିଶିଷ୍ଟ ପଣ୍ୟ (ଓଡବ୍ଲ୍ୟୁସି), ସୁପର୍‌ ଓଡିସି ପ୍ରକଳ୍ପ ପଣ୍ୟ ପାଇଁ ଟାଟା ଷ୍ଟିଲ୍‌ ପକ୍ଷରୁ ଏହାର ଲଜିଷ୍ଟିକ୍ସ ଦକ୍ଷତା ବଢ଼ାଇବା ଲାଗି ମଲ୍‌ଟିମୋଡାଲ୍‌ ଲଜିଷ୍ଟିକ୍ସ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି। ଜଳପଥ ପରିବହନ ଟ୍ରାଫିକ ସମସ୍ୟାକୁ କମ୍‌ କରି ଏହା ଲଜିଷ୍ଟିକ୍‌ ପ୍ରତିବନ୍ଧକକୁ ଦୂର କରୁଛି। ଫଳରେ ସଡ଼କ ସୁରକ୍ଷା ବୃଦ୍ଧି ପାଉଛି ଓ ଅନ୍ତର୍ଦ୍ଦେଶୀୟ ଜଳପଥ, ଉପକୂଳ ଚଳପ୍ରଚଳ ଓ ସଡ଼କ ପଥ ପରିବହନର ମିଶ୍ରଣ ଜରିଆରେ ଭାରତର ବିଭିନ୍ନ ବନ୍ଦର ସହ ଯୋଡ଼ି ବିଦେଶୀ ରାଷ୍ଟ୍ରଗୁଡ଼ିକୁ ଜାହାଜର ନମନୀୟ ବିକଳ୍ପ ପ୍ରଦାନ କରାଯାଉଛି। ଏହି ଜଳପଥ ମାଧ୍ୟମ ସଡ଼କ କଟକଣା ସହିତ ଜଡ଼ିତ ଥିବା ଭବିଷ୍ୟତର ଆହ୍ବାନ ଓ ଅନିଶ୍ଚିତତାଗୁଡ଼ିକୁ ଦୂର କରି ସୁପର୍‌ ଓଡିସି ପ୍ରକଳ୍ପ ପଣ୍ୟର ପରିବହନ ପାଇଁ ନୂଆ ମାଧ୍ୟମ ଖୋଲିଛି। ପ୍ରକଳ୍ପ କ୍ଷେତ୍ରକୁ ସିଧାସଳଖ ବଡ଼ ଆକାରର ଆସେମ୍ବଲ୍‌ଡ ଉପକରଣ ଆମଦାନି କରିବା ଦ୍ୱାରା କାର୍ଯ୍ୟ କ୍ଷେତ୍ରରେ ଫେବ୍ରିକେଶନ୍‌, ଆସେମ୍ବ୍‌ଲି, କାର୍ଯ୍ୟର ନିରୀକ୍ଷଣ ଆଦି ହ୍ରାସ ପାଉଛି।
ଗତ ମାସରେ ପଶ୍ଚିମବଙ୍ଗ ହଳଦିଆ ବନ୍ଦରରୁ ଆସାମର ପାଣ୍ଡୁ ବନ୍ଦର ପର୍ଯ୍ୟନ୍ତ ଇଣ୍ଡୋ-ବାଲାଂଦେଶ ପ୍ରୋଟୋକଲ୍‌ ରୁଟ୍‌ (ଆଇବିପି)କୁ ବ୍ରହ୍ମପୁତ୍ର ନଦୀ ମାଧ୍ୟମରେ ବ୍ୟବହାର କରି ୧୮,୦୦୦ ଟନ୍‌ ଫିନିସ୍‌ଡ୍‌ ଇସ୍ପାତ୍‌ ଉପତ୍ାଦ ପଠାଇ ଟାଟା ଷ୍ଟିଲ୍‌ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲା। ଟାଟା ଷ୍ଟିଲ୍‌ର ଫିନିସ୍‌ଡ୍‌ ଉପତ୍ାଦ ବୋଝେଇ ହୋଇଥିବା ବାର୍ଜ କଳ୍ପନା ଚାୱଲାକୁ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ୍‌ ପତାକା ଦେଖାଇ ଲୋକାର୍ପଣ କରିଥିଲେ। ଆଇବିପି ପଥକୁ ବ୍ୟବହାର କରିବା ଟାଟା ଷ୍ଟିଲ୍‌କୁ ୩ କାର୍ବନ୍‌ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ। ୨୦୨୧ ଜୁଲାଇରେ କମ୍ପାନୀ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସ୍ଥାନ ପର୍ଯ୍ୟନ୍ତ ଫିନିସ୍‌ଡ୍‌ ସାମଗ୍ରୀ ପହଞ୍ଚାଇବା ଲାଗି ଇଲେକ୍ଟ୍ରିକ୍‌ ଯାନ ବ୍ୟବହାର କରିବାରେ ଅଗ୍ରଦୂତ ଭୂମିକା ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିପୂରଣ ପ୍ରତିଶ୍ରୁତି ପରେ ହେଲା ଶବ ଦାହ

ରୂପ୍‌ସା/ବସ୍ତା/ଲଙ୍ଗଳେଶ୍ୱର, ୨୩।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ଆଳୁମେଦା ଗ୍ରାମର ଯୁବକ ନୀଳକଣ୍ଠ ବେହେରା (୩୫) ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ...

ଆତ୍ମହତ୍ୟା ଉଦ୍ୟମ କରିଥିବା କଏଦୀ ଗୁରୁତର

ଝାରସୁଗୁଡ଼ା ଅଫିସ,୮ା୮: ଝାରସୁଗୁଡ଼ା ଉପକାରାଗାରରେ ବିଚାରାଧୀନ କଏଦୀ ସୁରଜ କର(୨୫) ଗଳା ଓ ହାତକାଟି ଆମତ୍ହତ୍ୟା ଉଦ୍ୟମ କରିଥିଲେ। ଏହା ଜଣାପଡିବା ପରେ ଉପକାରାଗାର କର୍ତ୍ତୃପକ୍ଷ...

ଦୁର୍ଗମ ଅଞ୍ଚଳରେ ସୌରଶକ୍ତିରେ ଜଳସେଚନ

ଭୁବନେଶ୍ୱର,୧୧।୫(ବ୍ୟୁରୋ): କମାଣ୍ଡ ଏରିଆରେ ଜଳସେଚନ ପରିଚାଳନା, ବିଜୁ କୃଷକ ବିକାଶ ଯୋଜନାରେ ସୌରଶକ୍ତି ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ଗଭୀର ନଳକୂପ ସାହାଯ୍ୟରେ ଜଳସେଚନ କରାଯିବ। ଜଳସମ୍ପଦ...

ବୈତରଣୀ ନଦୀ ଆଖୁଆପଦାଠାରେ ଅତିକ୍ରମ କଲା ବିପଦସଙ୍କେତ

ଭଣ୍ଡାରିପୋଖରୀ,୨୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଆନିକଟଠାରେ ବୈତରଣୀ ନଦୀ ବୁଧବାର ମଧ୍ୟାହ୍ନରେ ବିପଦ ସଙ୍କେତ ଅତିକ୍ରମ କରିଛି। ଏଠାରେ ବିପଦ ସଙ୍କେତ ୧୭.୮୩...

ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ ହୋଇଥିବା ନୀଳଗିରି ବିଧାୟକ

ଭୁବନେଶ୍ୱର, ୧୫।୭(ବ୍ୟୁରୋ)-କରୋନା ଆକ୍ରାନ୍ତ ହୋଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ବୁଧବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୬ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ...

ଟାଟାଷ୍ଟିଲ ବିଏସ୍‌ଏଲ୍‌କୁ ବିଶ୍ୱ ସଷ୍ଟେନ୍‌ବିଲିଟି ପୁରସ୍କାର

ଢେଙ୍କାନାଳ ଅଫିସ, ୧୮।୧୨ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲକୁ ସମ୍ମାନଜନକ ବିଶ୍ୱ ସଷ୍ଟେନ୍‌ବିଲିଟି-୨୦୨୦ ପ୍ଲାଟିନମ୍‌ ପୁରସ୍କାର ମିଳିଛି। ଅନ୍‌ଲାଇନରେ ଆୟୋଜିତ ୧୧ତମ ବିଶ୍ୱ ଅକ୍ଷୟ...

୨୦୦ ଏକର ଜମିରେ ହେବ ସ୍ଥାୟୀ କ୍ୟାମ୍ପସ୍‌

ଛତ୍ରପୁର,୧୮ା୬(ଡି.ଏନ.ଏ.)-ବ୍ରହ୍ମପୁର ସରକାରୀ ଆଇଟିଆଇ କୋଠାରେ ଅସ୍ଥାୟୀ ଭାବେ ଆଇଜର (ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ)ର ଟ୍ରାନଜିଟ୍‌ କ୍ୟାମ୍ପସ ଚାଲିଛି ା ଏଠାରେ...

ମରାଗୋଳା ବୁଥ୍‌ରେ ଭୋଟ ବର୍ଜନ

କେନ୍ଦୁଝର,୧୯ ।୨(ସ୍ବ.ପ୍ର./ଡି.ଏନ.ଏ.) କେନ୍ଦୁଝର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତର ମରାଗୋଳା ବୁଥ୍‌ ନଂ.୧୪ରେ ଗ୍ରାମବାସୀ ଭୋଟ ବର୍ଜନ...

Advertisement
Archives

Model This Week