Posted inଫୁରସତ

ଏଠି ବର୍ଷସାରା ପର୍ଯ୍ୟଟନ ଋତୁ

ଭାରତରେ ପର୍ଯ୍ୟଟନସ୍ଥଳୀର ଅଭାବ ନାହିଁ। କିନ୍ତୁ ତନ୍ମଧ୍ୟରୁ ବି ଏମିତି କିଛି ସ୍ଥାନ ରହିଛି; ଯେଉଁଠାରେ ବର୍ଷକ ବାରମାସ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଲାଗି ରହୁଥିବା ପରିଲକ୍ଷିତ ହୋଇଥାଏ। ଏଠାରେ ପର୍ଯ୍ୟଟକ ନୂଆ ନୂଆ ସ୍ଥାନ ବୁଲି ଦେଖିବା ସହ ଅନେକ ଅନୁଭୂତି ସାଉଁଟି ପାରିବେ…

* ଦିଲ୍ଲୀ : ଏହା ନିଜର ଐତିହାସିକ ସ୍ମାରକୀ, ମନ୍ଦିର, ବଜାର ତଥା ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। କହିବାକୁ ଗଲେ ଏଠାରେ ବର୍ଷକ ବାରମାସ ଆଗନ୍ତୁକଙ୍କର ଗହଳି ଦେଖିବାକୁ ମିଳିଥାଏ; କାରଣ ଏଠାକାର ବାତାବରଣ ବୁଲାବୁଲି କରିବାକୁ ଯେତିକି ମନୋରମ ରହିଥାଏ, ସ୍ଥାନୀୟ ଲୋକଙ୍କର ବ୍ୟବହାର ବି ସେତିକି ହୃଦୟଛୁଆଁ ହୋଇଥାଏ। ମୁଖ୍ୟତଃ ଏଠାରେ ଥିବା ଲୋଟସ୍‌ ଟେମ୍ପଲ୍‌, ଇଣ୍ଡିଆ ଗେଟ୍‌, ଲାଲ୍‌ କିଲା, ଅକ୍ଷରଧାମ ମନ୍ଦିର, ଚାନ୍ଦ୍‌ନୀ ଚୌକ୍‌, ଜାମା ମସ୍‌ଜିଦ୍‌ ଇତ୍ୟାଦି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରେ।

* ଆଗ୍ରା : ଭାରତରେ ଥିବା ପ୍ରମୁଖ ଦର୍ଶନୀୟସ୍ଥାନ ମଧ୍ୟରୁ ଏହା ହେଉଛି ଅନ୍ୟତମ। କାରଣ ଏଠାରେ ରହିଛି ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ଆଶ୍ଚର୍ଯ୍ୟ; ଯାହାର ନାଁ ହେଉଛି ତାଜମହଲ। ଏହାର ଅପୂର୍ବ ଆକର୍ଷଣରେ ଆକର୍ଷିତ ହୋଇ ଦେଶବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି। ସେଥିପାଇଁ ପ୍ରାୟତଃ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ଗହଳି ଦେଖିବାକୁ ମିଳିଥାଏ।

* ଗୋଆ : ଏଠାରେ ଅନେକ ଆକର୍ଷଣୀୟ ବିଚ୍‌ ରହିଛି; ଯେଉଁଠାକୁ ବର୍ଷର ଅଧିକାଂଶ ସମୟରେ ପର୍ଯ୍ୟଟକ ବୁଲି ଆସିଥାନ୍ତି। ପର୍ଯ୍ୟଟକ ମୁଖ୍ୟତଃ ସକାଳ ସମୟରେ ଏଠାରେ ବିଭିନ୍ନ ପ୍ରକାର ଜଳକ୍ରୀଡ଼ାର ମଜା ନେଇଥାନ୍ତି ଏବଂ ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତର ଅପୂର୍ବ ଶୋଭାକୁ ମନଭରି ଉପଭୋଗ କରିଥାନ୍ତି। ସେହିପରି ରାତିରେ ନାଚଗୀତର ଆସରରେ ସେମାନଙ୍କର ସମୟ କେମିତି ବିତିଯାଏ ଆଦୌ ଜଣା ପଡେନି। ଖାସ୍‌ ସେଥିପାଇଁ ପର୍ଯ୍ୟଟକଙ୍କ ଗହଣରେ ଏହି ସ୍ଥାନଟିର ଲୋକପ୍ରିୟତା ଢେର୍‌ ଅଧିକ ରହିଥାଏ।

* କେରଳ: ବର୍ଷର ଯେ କୌଣସି ସମୟରେ ବୁଲିଗଲା ଭଳି ଏକ ମନୋରମ ସ୍ଥାନ ହେଉଛି କେରଳ। କାରଣ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ; ଯାହା ଆଗନ୍ତୁକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ବିଶେଷକରି ଏଠାରେ ରହିଛି ଅନେକ ଆଧ୍ୟାତ୍ମିକ ପୀଠ, ସେଥିପାଇଁ ତ ଅନେକେ ଏହାକୁ ଭଗବାନଙ୍କର ଭୂମି ବୋଲି କହିଥାନ୍ତି। କେବଳ ସେତିକି ନୁହେଁ ଏଠାକାର ଇକୋ ଟୁରିଜିମ୍‌ର ମାହୋଲ ଏବଂ ବ୍ୟାକ୍‌ ଓ୍ବାଟର୍‌ର ଶୋଭା ବି ଆଗନ୍ତୁକଙ୍କ ବେଶ୍‌ ଆକର୍ଷିତ କରିଥାଏ। ସେଥିପାଇଁ ବର୍ଷତମାମ୍‌ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷତି ହୋଇଥାଏ।

* ମଧ୍ୟପ୍ରଦେଶ: ଏହା ହେଉଛି ଭାରତର ଏମିତି ଏକ ରାଜ୍ୟ; ଯାହା ନିଜର ଐତିହାସିକ ସ୍ମାରକୀ, ମନ୍ଦିର ତଥା ଆକର୍ଷଣୀୟ ଦୁର୍ଗ ଓ ମହଲ ଦ୍ୱାରା ଆଗନ୍ତୁକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ତା’ଛଡା ଏଠାରେ ଅନେକ ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ ବି ରହିଛି, ଯେଉଁଠାରେ ଆଗନ୍ତୁକ ବିଭିନ୍ନ ପ୍ରକାର ଲୁପ୍ତପ୍ରାୟ ପଶୁପକ୍ଷୀ ତଥା ବୃକ୍ଷଲତାକୁ ଦେଖିବାର ସୁଯୋଗ ପାଇପାରିବେ। ଖାସ୍‌ ସେଥିପାଇଁ ବର୍ଷସାରା ବୁଲାବୁଲି କଲା ଭଳି ଏକ ପରଫେକ୍ଟ ଡେଷ୍ଟିନେଶନ ହେଉଛି ଏହି ସ୍ଥାନଟି।

* ବେଙ୍ଗାଲୁରୁ: ବର୍ଷର ଯେ କୌଣସି ସମୟରେ ବେଙ୍ଗାଲୁରୁ ବୁଲି ଯାଇହେବ। ବିଶେଷ କରି ଏଠାରେ ଶପିଂ କରିବାରେ ଭଲ ଫାଇଦା ଥାଏ। କାରଣ ଅଧିକାଂଶ ସମୟରେ ସ୍ଥାନୀୟ ମଲ୍‌ଗୁଡ଼ିକରେ ଭଲ ଅଫର୍‌ ସବୁ ଦିଆଯାଇଥାଏ। କେବଳ ଶପିଂ ନୁହଁ ଏଠାରେ ବିଭିନ୍ନ ସମୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବି ଆୟୋଜନ କରାଯାଇଥାଏ; ଯାହା ପର୍ଯ୍ୟଟକଙ୍କୁ ନିଆରା ଖୁସି ଦେଇଥାଏ। ତା’ଛଡ଼ା ପର୍ଯ୍ୟଟକ ଚାହିଁଲେ ଏଠାରେ ଥିବା ବିଭିନ୍ନ ଐତିହାସିକ ସ୍ଥାନ ବୁଲି ନିଆରା ଅନୁଭୂତି ବି ସାଉଁଟିପାରିବେ।

* ଲାକ୍ଷାଦ୍ୱୀପ: ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି ଯଦି ଆପଣ କେଉଁ ଏକ ଶାନ୍ତିପୂର୍ଣ୍ଣ ସ୍ଥାନରେ ଛୁଟି କଟାଇବାକୁ ଚାହୁଁଥାନ୍ତି, ତା’ହେଲେ ଲାକ୍ଷାଦ୍ୱୀପ ଆପଣଙ୍କ ପାଇଁ ବେଷ୍ଟ ହେବ। କାରଣ ଏଠାକାର ଶାନ୍ତ, ସୁନ୍ଦର ବେଳାଭୂମି ମନକୁ ବେଶ୍‌ ଆରାମ ଦେଇଥାଏ। ପର୍ଯ୍ୟଟକ ଏଠାରେ ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟକୁ ମନଭରି ଉପଭୋଗ କରିବା ସହ ଫଟୋ ଉଠାଇପାରିବେ ଏବଂ ବିଭିନ୍ନ ପ୍ରକାର ଜଳକ୍ରୀଡ଼ାର ମଜା ମଧ୍ୟ ନେଇପାରିବେ। ସେଥିପାଇଁ ପ୍ରାୟତଃ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷତି ହୋଇଥାଏ। ଏହାଛଡ଼ା ଭାରତରେ ଆହୁରି ଅନେକ ସ୍ଥାନ ବି ରହିଛି, ଯେଉଁଠାକୁ ବର୍ଷସାରା ବୁଲି ଯାଇହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri