Posted inଫୁରସତ

ଏଠି ବର୍ଷସାରା ପର୍ଯ୍ୟଟନ ଋତୁ

ଭାରତରେ ପର୍ଯ୍ୟଟନସ୍ଥଳୀର ଅଭାବ ନାହିଁ। କିନ୍ତୁ ତନ୍ମଧ୍ୟରୁ ବି ଏମିତି କିଛି ସ୍ଥାନ ରହିଛି; ଯେଉଁଠାରେ ବର୍ଷକ ବାରମାସ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଲାଗି ରହୁଥିବା ପରିଲକ୍ଷିତ ହୋଇଥାଏ। ଏଠାରେ ପର୍ଯ୍ୟଟକ ନୂଆ ନୂଆ ସ୍ଥାନ ବୁଲି ଦେଖିବା ସହ ଅନେକ ଅନୁଭୂତି ସାଉଁଟି ପାରିବେ…

* ଦିଲ୍ଲୀ : ଏହା ନିଜର ଐତିହାସିକ ସ୍ମାରକୀ, ମନ୍ଦିର, ବଜାର ତଥା ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। କହିବାକୁ ଗଲେ ଏଠାରେ ବର୍ଷକ ବାରମାସ ଆଗନ୍ତୁକଙ୍କର ଗହଳି ଦେଖିବାକୁ ମିଳିଥାଏ; କାରଣ ଏଠାକାର ବାତାବରଣ ବୁଲାବୁଲି କରିବାକୁ ଯେତିକି ମନୋରମ ରହିଥାଏ, ସ୍ଥାନୀୟ ଲୋକଙ୍କର ବ୍ୟବହାର ବି ସେତିକି ହୃଦୟଛୁଆଁ ହୋଇଥାଏ। ମୁଖ୍ୟତଃ ଏଠାରେ ଥିବା ଲୋଟସ୍‌ ଟେମ୍ପଲ୍‌, ଇଣ୍ଡିଆ ଗେଟ୍‌, ଲାଲ୍‌ କିଲା, ଅକ୍ଷରଧାମ ମନ୍ଦିର, ଚାନ୍ଦ୍‌ନୀ ଚୌକ୍‌, ଜାମା ମସ୍‌ଜିଦ୍‌ ଇତ୍ୟାଦି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରେ।

* ଆଗ୍ରା : ଭାରତରେ ଥିବା ପ୍ରମୁଖ ଦର୍ଶନୀୟସ୍ଥାନ ମଧ୍ୟରୁ ଏହା ହେଉଛି ଅନ୍ୟତମ। କାରଣ ଏଠାରେ ରହିଛି ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ଆଶ୍ଚର୍ଯ୍ୟ; ଯାହାର ନାଁ ହେଉଛି ତାଜମହଲ। ଏହାର ଅପୂର୍ବ ଆକର୍ଷଣରେ ଆକର୍ଷିତ ହୋଇ ଦେଶବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି। ସେଥିପାଇଁ ପ୍ରାୟତଃ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ଗହଳି ଦେଖିବାକୁ ମିଳିଥାଏ।

* ଗୋଆ : ଏଠାରେ ଅନେକ ଆକର୍ଷଣୀୟ ବିଚ୍‌ ରହିଛି; ଯେଉଁଠାକୁ ବର୍ଷର ଅଧିକାଂଶ ସମୟରେ ପର୍ଯ୍ୟଟକ ବୁଲି ଆସିଥାନ୍ତି। ପର୍ଯ୍ୟଟକ ମୁଖ୍ୟତଃ ସକାଳ ସମୟରେ ଏଠାରେ ବିଭିନ୍ନ ପ୍ରକାର ଜଳକ୍ରୀଡ଼ାର ମଜା ନେଇଥାନ୍ତି ଏବଂ ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତର ଅପୂର୍ବ ଶୋଭାକୁ ମନଭରି ଉପଭୋଗ କରିଥାନ୍ତି। ସେହିପରି ରାତିରେ ନାଚଗୀତର ଆସରରେ ସେମାନଙ୍କର ସମୟ କେମିତି ବିତିଯାଏ ଆଦୌ ଜଣା ପଡେନି। ଖାସ୍‌ ସେଥିପାଇଁ ପର୍ଯ୍ୟଟକଙ୍କ ଗହଣରେ ଏହି ସ୍ଥାନଟିର ଲୋକପ୍ରିୟତା ଢେର୍‌ ଅଧିକ ରହିଥାଏ।

* କେରଳ: ବର୍ଷର ଯେ କୌଣସି ସମୟରେ ବୁଲିଗଲା ଭଳି ଏକ ମନୋରମ ସ୍ଥାନ ହେଉଛି କେରଳ। କାରଣ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ; ଯାହା ଆଗନ୍ତୁକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ବିଶେଷକରି ଏଠାରେ ରହିଛି ଅନେକ ଆଧ୍ୟାତ୍ମିକ ପୀଠ, ସେଥିପାଇଁ ତ ଅନେକେ ଏହାକୁ ଭଗବାନଙ୍କର ଭୂମି ବୋଲି କହିଥାନ୍ତି। କେବଳ ସେତିକି ନୁହେଁ ଏଠାକାର ଇକୋ ଟୁରିଜିମ୍‌ର ମାହୋଲ ଏବଂ ବ୍ୟାକ୍‌ ଓ୍ବାଟର୍‌ର ଶୋଭା ବି ଆଗନ୍ତୁକଙ୍କ ବେଶ୍‌ ଆକର୍ଷିତ କରିଥାଏ। ସେଥିପାଇଁ ବର୍ଷତମାମ୍‌ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷତି ହୋଇଥାଏ।

* ମଧ୍ୟପ୍ରଦେଶ: ଏହା ହେଉଛି ଭାରତର ଏମିତି ଏକ ରାଜ୍ୟ; ଯାହା ନିଜର ଐତିହାସିକ ସ୍ମାରକୀ, ମନ୍ଦିର ତଥା ଆକର୍ଷଣୀୟ ଦୁର୍ଗ ଓ ମହଲ ଦ୍ୱାରା ଆଗନ୍ତୁକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ତା’ଛଡା ଏଠାରେ ଅନେକ ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ ବି ରହିଛି, ଯେଉଁଠାରେ ଆଗନ୍ତୁକ ବିଭିନ୍ନ ପ୍ରକାର ଲୁପ୍ତପ୍ରାୟ ପଶୁପକ୍ଷୀ ତଥା ବୃକ୍ଷଲତାକୁ ଦେଖିବାର ସୁଯୋଗ ପାଇପାରିବେ। ଖାସ୍‌ ସେଥିପାଇଁ ବର୍ଷସାରା ବୁଲାବୁଲି କଲା ଭଳି ଏକ ପରଫେକ୍ଟ ଡେଷ୍ଟିନେଶନ ହେଉଛି ଏହି ସ୍ଥାନଟି।

* ବେଙ୍ଗାଲୁରୁ: ବର୍ଷର ଯେ କୌଣସି ସମୟରେ ବେଙ୍ଗାଲୁରୁ ବୁଲି ଯାଇହେବ। ବିଶେଷ କରି ଏଠାରେ ଶପିଂ କରିବାରେ ଭଲ ଫାଇଦା ଥାଏ। କାରଣ ଅଧିକାଂଶ ସମୟରେ ସ୍ଥାନୀୟ ମଲ୍‌ଗୁଡ଼ିକରେ ଭଲ ଅଫର୍‌ ସବୁ ଦିଆଯାଇଥାଏ। କେବଳ ଶପିଂ ନୁହଁ ଏଠାରେ ବିଭିନ୍ନ ସମୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବି ଆୟୋଜନ କରାଯାଇଥାଏ; ଯାହା ପର୍ଯ୍ୟଟକଙ୍କୁ ନିଆରା ଖୁସି ଦେଇଥାଏ। ତା’ଛଡ଼ା ପର୍ଯ୍ୟଟକ ଚାହିଁଲେ ଏଠାରେ ଥିବା ବିଭିନ୍ନ ଐତିହାସିକ ସ୍ଥାନ ବୁଲି ନିଆରା ଅନୁଭୂତି ବି ସାଉଁଟିପାରିବେ।

* ଲାକ୍ଷାଦ୍ୱୀପ: ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି ଯଦି ଆପଣ କେଉଁ ଏକ ଶାନ୍ତିପୂର୍ଣ୍ଣ ସ୍ଥାନରେ ଛୁଟି କଟାଇବାକୁ ଚାହୁଁଥାନ୍ତି, ତା’ହେଲେ ଲାକ୍ଷାଦ୍ୱୀପ ଆପଣଙ୍କ ପାଇଁ ବେଷ୍ଟ ହେବ। କାରଣ ଏଠାକାର ଶାନ୍ତ, ସୁନ୍ଦର ବେଳାଭୂମି ମନକୁ ବେଶ୍‌ ଆରାମ ଦେଇଥାଏ। ପର୍ଯ୍ୟଟକ ଏଠାରେ ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟକୁ ମନଭରି ଉପଭୋଗ କରିବା ସହ ଫଟୋ ଉଠାଇପାରିବେ ଏବଂ ବିଭିନ୍ନ ପ୍ରକାର ଜଳକ୍ରୀଡ଼ାର ମଜା ମଧ୍ୟ ନେଇପାରିବେ। ସେଥିପାଇଁ ପ୍ରାୟତଃ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷତି ହୋଇଥାଏ। ଏହାଛଡ଼ା ଭାରତରେ ଆହୁରି ଅନେକ ସ୍ଥାନ ବି ରହିଛି, ଯେଉଁଠାକୁ ବର୍ଷସାରା ବୁଲି ଯାଇହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri