ଅବ୍ୟବସ୍ଥାରେ ଗୋପୀନାଥ ଜୀଉ ଉପ୍ରା ବିଦ୍ୟାଳୟ

ବ୍ରହ୍ମବରଦା,୪ା୧୧(ଯଯାତି କେଶରୀ ବେହେରା): ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାଲିପାଟଣା ପଞ୍ଚାୟତରେ ଥିବା ବାଲିପାଟଣା ଗୋପୀନାଥ ଜୀଉ ନୋଡାଲ ଉପ୍ରା ବିଦ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ୧୯୬୨ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଉଛି। ଚଳିତ ଶିକ୍ଷା ବର୍ଷରେ ପ୍ରାୟ ୩୧୦ ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରୁଛନ୍ତି। ହେଲେ ବିଦ୍ୟାଳୟର ୭ ଶ୍ରେଣୀକୁ ୫ଟି ଶ୍ରେଣୀ ଗୃହ ରହିଛି। ସେଥିମଧ୍ୟରୁ ୪ ଶ୍ରେଣୀଗୃହ ଆଜବେଷ୍ଟସର ହୋଇଥିବା ବେଳେ ତାହା ଫାଟି ନଷ୍ଟ ହେବାକୁ ବସିଲାଣି। ବର୍ଷାହେଲେ ଆଜବେଷ୍ଟସରୁ ପାଣି ଝରି ପିଲାଙ୍କ ବହିପତ୍ର ନଷ୍ଟ ହୋଇଯାଉଛି। ଅତ୍ୟଧିକ ବର୍ଷା ହେଲେ ବିଦ୍ୟାଳୟ ବନ୍ଦ ରହୁଥିବା ଅଭିଯୋଗ ହେଉଛି।
ଏତେ ପିଲାଙ୍କ ପାଇଁ ମାତ୍ର ୫ ଜଣ ଶିକ୍ଷକ ରହିଛନ୍ତି। ଫଳରେ ପିଲାଙ୍କ ଶିକ୍ଷାଦାନ ପ୍ରଭାବିତ ହେଉଛି ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଆଲୋକ କୁମାର ଦାସ ପ୍ରକାଶ କରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲା ଗୋଟିଏ କକ୍ଷରେ ବସୁଥିବାସ୍ଥଳେ ପଞ୍ଚମ ଓ ଷଷ୍ଠ ଶ୍ରେଣୀ ପିଲାଙ୍କୁ ଅନ୍ୟ ଏକ କକ୍ଷରେ ବସାଯାଇ ଶିକ୍ଷାଦାନ କରାଯାଉଛି। ବିଦ୍ୟାଳୟରେ ପରିସ୍ରାଗାର ନ ଥିବାରୁ ପିଲା ବାହାରେ ପରିସ୍ରା କରୁଛନ୍ତି। ବିଦ୍ୟାଳୟର ନିଜସ୍ବ ଖେଳପଡ଼ିଆ ମଧ୍ୟନାହିଁ। ବିଦ୍ୟାଳୟର ମୁଖ୍ୟ ସମସ୍ୟା ଶିକ୍ଷକ ଅଭାବ ଏବଂ ଶ୍ରେଣୀଗୃହର ଅଭାବ। ତେଣୁ ଅଭିଭାବକ ବିଦ୍ୟାଳୟକୁ ପିଲାଙ୍କୁ ଛାଡ଼ିବାକୁ ନାପସନ୍ଦ କରୁଛନ୍ତି। ଫଳରେ ଗତ ବର୍ଷ ଅପେକ୍ଷା ଚଳିତ ଶିକ୍ଷାବର୍ଷରେ ବିଦ୍ୟାର୍ଥିଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି। ତେଣୁ ବିଦ୍ୟାଳୟରେ ଥିବା ସମସ୍ୟାଗୁଡ଼ିକ ଶୀଘ୍ର ସମାଧାନ କରିବାକୁ ଦାବି ହୋଇଛି।ଏ ସମ୍ପର୍କରେ ସରପଞ୍ଚ ପଦ୍ମିନୀ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ବିଦ୍ୟାଳୟର ଉନ୍ନତୀକରଣ ପାଇଁ ୧୭ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ଏବେ ଦେଖିବାକୁ ଅପେକ୍ଷା କେବେ କାମ ଆରମ୍ଭ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri