ବିବାହ ପରେ ‘ଗୋପୀ ବୋହୂ’ଙ୍କ ମୁଦି ଖୋଜା ରୀତିନୀତି, ଏଥିରେ କିଏ ଜିତିଲେ ଜାଣନ୍ତୁ…

ଛୋଟପରଦାର ‘ଗୋପୀ ବୋହୂ’ ରିଲ୍‌ରୁ ରିଏଲରେ ମଧ୍ୟ ବୋହୂ ହୋଇ ଯାଇଛନ୍ତି। ଅର୍ଥାତ୍‌ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ୧୪ ଡିସେମ୍ବରରେ ତାଙ୍କ ଜିମ୍‌ ପ୍ରଶିକ୍ଷକ ଶାହାନଓ୍ବାଜ ଶେଖଙ୍କୁ ବିବାହ କରିଥିଲେ। ଏହି ଅଭିନେତ୍ରୀ ମୁମ୍ବାଇଠାରୁ ଦୂରରେ ଥିବା ଲୋନାଭାଲାରେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ କୋର୍ଟ ମ୍ୟାରେଜ କରିଥିଲେ। ଅଭିନେତ୍ରୀଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏବେ ଅଭିନେତ୍ରୀଙ୍କ ବିବାହ ପରବର୍ତ୍ତୀ ସମାରୋହର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେବୋଲିନା ସ୍ବାମୀ ଶାହାନଓ୍ବାଜଙ୍କ ସହ ରିଙ୍ଗ ଖୋଜିବାର ରୀତିନୀତି କରୁଥିବା ନଜର ଆସିଛନ୍ତି। ରିଙ୍ଗ୍‌ ବା ମୁଦି ଖୋଜିବା ପାଇଁ ଉଭୟଙ୍କ ମଧ୍ୟରେ ଏକ ମଜାଦାର ଖେଳ ହୋଇଥିଲା। ଏଥିରେ ଦେବୋଲିନା ଜିତିଯାଇଥିଲେ।

ସେ ଏକ ଧୂସର ରଙ୍ଗର ଶାଢ଼ି ପିନ୍ଧିଥିବା ନଜର ଆସିଥିଲେ। କେବଳ ଏତିକି ନୁହେଁ, ସେ ମଥାରେ ସିନ୍ଦୂର, ହାତରେ ଚୁଡ଼ି, ମେହେନ୍ଦୀ ଏବଂ ବେକରେ ମଙ୍ଗଳସୂତ୍ର ପିନ୍ଧିଥିବା ନଜର ଆସିଛନ୍ତି। ଶାହାନଓ୍ବାଜ ଏକ କୋର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଉଭୟେ ପରସ୍ପରକୁ ତିନିବର୍ଷ ଧରି ଡେଟ୍‌ କରୁଥିଲେ କିନ୍ତୁ ଏ ବିଷୟରେ କେହି ଜାଣି ନ ଥିଲେ।

ବୁଧବାର ବିଳମ୍ବିତ ରାତିରେ ଦେବୋଲିନା ଏହି ଫଟୋଗୁଡ଼ିକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ତୁମେ ମୋର ଯନ୍ତ୍ରଣା ଏବଂ ପ୍ରାର୍ଥନାର ଉତ୍ତର। ଆଇ ଲଭ୍‌ ୟୁ ଶୋନୁ। ଯଦିଓ ତୁମେ ଆଲୋକ ଖୋଜୁଛ, ତୁମକୁ ସେମିତି ମିଳିବ ନାହିଁ। ମିଷ୍ଟ୍ରିୟସ୍‌ ମ୍ୟାନ ତଥା ପ୍ରସିଦ୍ଧ # ଶୋନୁ ତୁମେ ସମସ୍ତଙ୍କୁ ଜିତିଗଲ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଡେବ୍ୟୁ କରିବେ କପିଲ ଶର୍ମା: ଏଥିପାଇଁ କେତେ ଟଙ୍କା ନେଉଛନ୍ତି ଜାଣିଲେ ଉଡିଯିବ ହୋସ୍‌

କପିଲ ଶର୍ମା, କମେଡି ଦୁନିଆର ଏମିତି ଏକ ନାମ ଯାହାର ପରିଚୟର କୌଣସି ଆବଶ୍ୟକତା ନାହିଁ। ସେ କମେଡି ମାଧ୍ୟମରେ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଏକ...

ପୁଣି ଚର୍ଚ୍ଚାରେ ମଲାଇକାଙ୍କ ଲଭ ଷ୍ଟୋରୀ

ମୁମ୍ବାଇ: ବଲିଉଡର ଷ୍ଟାର କପୁଲ ମଲାଇକା ଆରୋରା ଓ ଅର୍ଜୁନ କପୁର କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣିଥରେ...

ପୂଜାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଦର୍ଶକଙ୍କୁ ପୁଣି ଏକ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି। ନିଜ ଆଗାମୀ ସିନେମା ‘କଭୀ ଇଦ କଭୀ ଦିୱାଲି’ର...

ଦିନ ଗଣୁଛନ୍ତି ତାପସୀ

ତାପସୀ ପାନ୍ନୁ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ସେପଟେ ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ...

୧୧ କୋଟିର ଘର, ୮୦ ଲକ୍ଷର ଦାମୀ ଗାଡ଼ି; ଅଭିନେତାଙ୍କ ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବୟସ ବଢ଼ୁଛି ହେଲେ ଛାପ ନାହିଁ। ସେଭଳି ଜଣେ ଅଭିନେତା ହେଲେ ନିଲ୍‌ ନିତିନ ମୁକେଶ। ଶନିବାର ସେ ୪୦ ବର୍ଷର ହୋଇଛନ୍ତି। ୧୯୮୨...

ଶ୍ରୀତମଙ୍କ ନୂଆ ଅବତାର

ଅଭିନେତା ଶ୍ରୀତମ ଦାସ ଖୁବ୍‌ ଶୀଘ୍ର ଦର୍ଶକଙ୍କ ସାମ୍‌ନାକୁ ଏକ ନୂଆ ଅବତାରରେ ଆସୁଛନ୍ତି। ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ମିତାଲି ଅପା’ର ଟାଇଟଲ ଭୂମିକାରେ...

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଦେବୁଙ୍କ ପରଲୋକ

ମୁମ୍ବାଇ,୧୦।୧୨: କଥକ ଏବଂ କଥକଲୀକୁୁ ମିଶାଇ ଏକ ନୂତନ ନୃତ୍ୟ ସୃଷ୍ଟି କରିଥିବା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓସ୍ତାଦ ଦେବୁଙ୍କର ଦେହାନ୍ତ ହୋଇଛି। ଗୁରୁବାର ସକାଳେ ମୁମ୍ବାଇରେ...

ପ୍ରତିଭା ବିକେ, ବିବେକ ନୁହେଁ

ମୁମ୍ବାଇ: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଛି। ଏହି ବିକ୍ଷୋଭରେ ସାମିଲ ହେବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମହଙ୍ଗା ପଡ଼ିଛି।...

Advertisement
Archives

Model This Week