ଗୋପାଳପୁର କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତ୍ତଳିକା ଦାହ

ଗୋପାଳପୁର,୨୫।୭(ନବୀନ ରାଜ ଆଚାରୀ): କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ଓ କଂଗ୍ରେସ ଦଳକୁ ବଳତ୍କାରୀ ଦଳ ବୋଲି ବିବୃତି ଦେଇଥିବା ରାଜ୍ୟ ଭାଜପା ଯୁବମୋର୍ଚ୍ଚାର ଅଭିଳାଷ ପଣ୍ଡାଙ୍କୁ ଗିରଫ କରିବା ଦାବି ଜୋର ଧରିଲା। ଏନେଇ ଶୁକ୍ରବାର ଗୋପାଳପୁର କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ଡ଼ ଶମ୍ଭୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଗୋଳନ୍ଥରା ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହ ଥାନା ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝି, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଅଭିଳାଷ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଜିଲା କଂଗ୍ରେସ ଉପସଭାପତି ରବିନ୍ଦ୍ର ଅଧିକାରୀ,କୃଷକ ମୋର୍ଚ୍ଚା ଆବାହକ ସାଇରାମ ପାତ୍ର, ପ୍ରଶାନ୍ତ କୁମାର ସାହୁ,ହରିକୃଷ୍ଣ ପାତ୍ର, ସନ୍ୟାସୀ ସାହୁ, ସନ୍ତୋଷ ନାହାକ, ପ୍ରଫୁଲ୍ଲ ମଣ୍ଡଳ,ସୁଦାମ ବେହେରା,ବିକ୍ରମ ପାତ୍ର,ସୁନିଲ ବେହେରା, କୃଷ୍ଣ ପ୍ରଧାନ,ରୂପେଶ ମଣ୍ଡଳ,ମୁରଲୀ ପ୍ରଧାନ, ଜିତୁ ମଣ୍ଡଳ,ନାରୀ ନେତ୍ରୀ ସୁନିତା ଦାସ,ଗୈରାଙ୍ଗ ବେହେରାଙ୍କ ଶତାଧିକ କର୍ମୀ ଥାନା ନିକଟରୁ ଏକ ପଟୁଆରରେ ବାହାରି ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରେ ଆଇଆଇସି ତଥା ଡି ଏସ ପି ବିବେକାନନ୍ଦ ସ୍ବାଇଁଙ୍କୁ ଅଭିଳାଷ ପଣ୍ଡାଙ୍କୁ ତୁରନ୍ତ ଗିରଫ ଦାବି ଏକ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ନାହାନ୍ତି ଖେଳ ଶିକ୍ଷକ ଲକ୍ଷ୍ମୀଧର, ହାଟଡିହୀରେ ଶୋକର ଛାୟା

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ଲକ୍ଷ୍ମୀଧର ପହିଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ସେ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର…

ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଲା କୋକସରା ପୋଲିସ, ତାପରେ….

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରୁ ଦୁଇଜଣ ଯୁବକଙ୍କୁ କୋକସରା ପୋଲିସ ଗିରଫ କରିଛି । ଗିରଫ…

ବିଶ୍ୱ ହସ୍ତୀ ଦିବସ, ହାତୀଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଛି ଘୁମୁସର ଉତ୍ତର ବନଖଣ୍ଡ

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରରେ ଟାଟା ପାୱାର, ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ନେହା’ ଏବଂ ବନ ବିଭାଗର ମିଳିତ ଆନୁକୂଲ୍ୟରେ ବୁଧବାର ବିଶ୍ୱ ହସ୍ତୀ ଦିବସ ପାଳିତ…

ମସ୍ତିଷ୍କ ରୋଗରେ ପୀଡ଼ିତ ଶ୍ୟାମଘନ, ଅର୍ଥାଭାବ ନେଇ ଚିନ୍ତାରେ ପରିବାର

କର୍ଲାମୁଣ୍ଡା,୧୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଡୁକେରମାଲ ଗ୍ରାମର ଶ୍ୟାମଘନ ସାହୁ(୩୩) ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri