ଗୁଗ୍‌ଲକୁ ବେଆଇନ ଘୋଷଣା

ବ୍ରସଲେସ୍‌,୨୧ା୧: ୟୁରୋପରେ ଗୁଗ୍‌ଲକୁ ବେଆଇନ ଘୋଷଣା କରାଯାଇଛି। ଫଳରେ ଗୁଗ୍‌ଲକୁ ଶକ୍ତ ଧକ୍କା ଲାଗିଛି। ଏହା କେବଳ ଗୁଗ୍‌ଲ ପାଇଁ ନୁହେଁ, ଅନ୍ୟ ଓ୍ବେବସାଇଟ୍‌ଙ୍କ ମାଲିକଙ୍କ ପାଇଁ ମଧ୍ୟ ଶୁଭଙ୍କର ନୁହେଁ। ଏକ ମାମଲାର ଶୁଣାଣି କରି ଅଷ୍ଟ୍ରିଆ କୋର୍ଟ ଗୁଗ୍‌ଲ ଆନାଲିଟିକ୍ସ ୟୁରୋପୀୟ ଡାଟା ପ୍ରୋଟେକ୍ସନ ଆଇନ ଉଲ୍ଲଂଘନ କରୁଥିବା କହିଛନ୍ତି। ଏହାପରେ ଅଷ୍ଟ୍ରିଆରେ ଗୁଗ୍‌ଲକୁ ବେଆଇନ ଘୋଷଣା କରାଯାଇଛି।

ଏସବୁ କାରଣ ହେଲା ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେଶନ (ଜିଡିପିଆର)। ୨୦୧୮ରେ ଲାଗୁ ହୋଇଥିବା ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେଶନ ଅନୁସାରେ ୟୁରୋପର ନାଗରିକମାନେ ବ୍ୟକ୍ତିଗତ ତଥ୍ୟ ନିଜ ଇଚ୍ଛା ଅନୁସାରେ ନିୟନ୍ତ୍ରିତ କରିପାରିବେ। ଏହି ନିୟନ୍ତ୍ରଣ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ହୋଇପାରିବ।

୨୦୨୦ରେ କୋର୍ଟ ଅଫ୍‌ ଜଷ୍ଟିସ ଅଫ୍‌ ୟୁରୋପିଆନ ୟୁନିୟନ ପଲିସି (ସିଜେଇୟୁ) ଏକ ଶୁଣାଣି କରିଥିଲେ। ଏହି ଅନୁଯାୟୀ, ଆମେରିକୀୟ ଓ୍ବେବସାଇଟ୍‌ ପ୍ରୋଭାଇଡର ଦ୍ବାରା ୟୁଜର୍ସଙ୍କୁ ବ୍ୟକ୍ତିଗତ ତଥ୍ୟ ଶେୟାର କରିବା ଜିଡିପିଆର ନିୟମ ପାଳନ କରୁନାହିଁ । ୨୦୨୦ ପୂର୍ବରୁ ପ୍ରାଇଭେସି ଶିଲ୍ଡ ନାମକ ଏକ ଆଇନ ଥିଲା । ଏହାଦ୍ବାରା ୟୁରୋପିଆନ ଡାଟା ଆମେରିକାକୁ ଯାଇ ପାରୁଥିଲା । ହେଲେ ୨୦୨୦ ଜୁଲାଇ ୧୬ରେ ସିଜେଇୟୁ ଏହି ଆଇନକୁ ଉଠାଇ ଦେଇଥିଲେ । ଏହାପରଠାରୁ ଆମେରିକୀୟ କମ୍ପାନୀଙ୍କୁ ଜିଡିପିଆର ଅନୁସାରେ କାମ କରିବାକୁ ପଡୁଛି। ସିଜେଇୟୁ ନିଷ୍ପତ୍ତି ପରେ ମଧ୍ୟ କିଛି ସର୍ଭିସ ପ୍ରୋଭାଇଡର୍ସ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଆମେରିକା ପଠାଉଥିଲେ । ଯେଉଁଥିରେ ଗୁଗ୍‌ଲ ଆନାଲିଟିକ୍ସ ମଧ୍ୟ ରହିଛି ।

ଏଣିକି ୟୁରୋପରେ କାମ କରୁଥିବା ଓ୍ବେବସାଇଟକୁ ଗୁଗ୍‌ଲ ଆନାଲିଟିକ୍ସ ବନ୍ଦ କରି ଅନ୍ୟ ବିକଳ୍ପ କଥା ଚିନ୍ତା କରିବାକୁ ପଡ଼ିବ। ନିୟମ ଉଲ୍ଲଂଘନ କଲେ ମାତ୍ରାଧିକ ଜରିମାନା ଦେବାକୁ ପଡ଼ିପାରେ। ରିପୋର୍ଟ ଅନୁସାରେ ଆୟରିସ ଡାଟା ପ୍ରୋଟେକ୍ସନ କମିଶନ ହ୍ବାଟ୍ସଆପ୍‌ରେ ଆଇନ ପାଳନ ନ କରିବାରୁ ୨୨.୫ କୋଟି ୟୁରୋ ଜରିମାନା ଲଗାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?