Posted inଫୁରସତ

ଗୁଗଲ୍‌ ବେବେ

ଆଠ ବର୍ଷର ‘ଗୁଗଲ ବୟ’ କୌଟିଲ୍ୟ ଦିନେ ସାରା ଭାରତରେ ତା’ର ବିଚକ୍ଷଣ ବୁଦ୍ଧି ପାଇଁ ଚହଳ ପକାଇଥିଲା। ତେବେ ଜାଣନ୍ତି କି କେବଳ ‘ଗୁଗଲ ବୟ’ ନୁହେଁ, ଆମ ଦେଶରେ ଜଣେ ‘ଗୁଗଲ ବେବେ’ ବି ଅଛନ୍ତି। ପଞ୍ଜାବ, ଫତେହଗଡ ସାହିବର ମନୈଲା ଗାଁରେ ରହୁଥିବା କୁଲଓ୍ବନ୍ତ କୌର ଭାରତର ‘ଗୁଗଲ ବେବେ’ଭାବେ ପରିଚିତ। ୫୫ ବର୍ଷୀୟା କୁଲଓ୍ବନ୍ତଙ୍କ ମସ୍ତିଷ୍କ କମ୍ପ୍ୟୁଟରଠାରୁ ମଧ୍ୟ ଫାଷ୍ଟ। ଯେକୌଣସି ପ୍ରଶ୍ନ ପଚାରିଲେ ସେ ଫଟାଫଟ୍‌ ଗୁଗଲ ଇଞ୍ଜିନ୍‌ ଭଳି ଉତ୍ତର ଦେଇପାରନ୍ତି। କୁଲଓ୍ବନ୍ତ ଜମିଦାର ପରିବାରର ଅଟନ୍ତି। ତାଙ୍କର ହିନ୍ଦୁ, ମୁସଲିମ୍‌, ଇଶାଇ, ବୌଦ୍ଧ, ଇହୁଦୀ ଆଦି ଧର୍ମ ଉପରେ ଗଭୀର ଜ୍ଞାନ ଅଛି। ବିଭିନ୍ନ ଧର୍ମଗୁରୁଙ୍କ ଉପଦେଶ ତାଙ୍କର ମୁହେଁ ମୁହେଁ ମନେ ଅଛି। ସବୁ ଗ୍ରନ୍ଥର ଜ୍ଞାନ ତାଙ୍କ ଭିତରେ ଅଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏତେ ଜ୍ଞାନର ଅଧିକାରୀ କୁଲଓ୍ବନ୍ତ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି। ପାରିବାରିକ ସମସ୍ୟା ଯୋଗୁ ସେ ଅଧିକ ପଢ଼ିପାରି ନ ଥିଲେ। କୁଲଓ୍ବନ୍ତଙ୍କର ସ୍ମରଣ ଶକ୍ତି ବେଶ୍‌ ପ୍ରଖର ସେ ଯାହା ଥରେ ଶୁଣନ୍ତି ଓ ଯେଉଁ ବହି ଥରେ ପଢ଼ନ୍ତି ସବୁଦିନ ପାଇଁ ମନେ ରହିଯାଏ। ସେ କୁହନ୍ତି, ”ପିଲାଦିନେ ଆଗରାରେ ରହିବାବେଳେ ବାପାଙ୍କ ସାଙ୍ଗ ଘରକୁ ଆସି ବାପାଙ୍କ ସହ ବିଭିନ୍ନ ଧର୍ମ ବିଷୟରେ କଥା ହେଉଥିଲେ। ଆମେ ତାଙ୍କ ପାଖରେ ବସି ସେସବୁ ଶୁଣୁଥିଲୁ। ସେସବୁ କଥା ମୋର ଆଜି ବି ମନେ ଅଛି।“ ତା’ ଛଡା ସେ ବିଭିନ୍ନ ବହି ଯେମିତି କି ହିଷ୍ଟ୍ରି ଅଫ୍‌ ପଞ୍ଜାବ, ହିଷ୍ଟ୍ରୀ ଅଫ୍‌ ଇଣ୍ଡିଆ, ଡିସକ୍‌ଭରୀ ଅଫ୍‌ ଇଣ୍ଡିଆ, ଡିସକ୍‌ଭରୀ ଅଫ୍‌ ପଞ୍ଜାବ ଆଦି ପଢିଛନ୍ତି। ବିଭିନ୍ନ ଧର୍ମ ସମ୍ପର୍କରେ ଜାଣିବା ପାଇଁ ୨୨ ବର୍ଷ ବିଭିନ୍ନ ଲିଟରେଚର ପଢିଛନ୍ତି। ତାଙ୍କ ଘରେ ଏକ ଛୋଟ ଲାଇବ୍ରେରୀ ଦେଖିବାକୁ ମିଳେ। ଧର୍ମ ଉପରେ ପିଏଚ୍‌ଡି କରିବାକୁ ତାଙ୍କର ଇଚ୍ଛା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ଭାବେ ଉଦାହରଣ ସାଜିଛନ୍ତି ଏମାନେ, କରିଛନ୍ତି କିଛି ଏଭଳି…

ସ୍ତ୍ରୀଙ୍କ ସ୍ମୃତିରେ ସ୍ବାମୀ ତିଆରି କଲେ ହାର୍ଟ ଶେପ୍‌ର ଏକ ଜଙ୍ଗଲ: ଇଂଲଣ୍ଡସ୍ଥିତ ଏକ ଗାଁ ହେଉଛି ୱିକ୍‌ୱାର୍‌। ସେଠାକାର ଜଣେ ବାସିନ୍ଦା ହେଲେ ୱିନ୍‌ଷ୍ଟୋନ...

୧୫ କୋଟି ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲା ବିଶ୍ୱ, ସତ୍ୟ ଉନ୍ମୋଚନ କରିବ ଏହି ଟେଲିସ୍କୋପ୍‌

ଓ୍ବାଶିଂଟନ,୭ା୧୧: ଆଜି ବି ବୈଜ୍ଞାନିକମାନେ ବିଶ୍ୱର ରହସ୍ୟ ଉନ୍ମୋଚନ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହାନ୍ତି। ବୈଜ୍ଞାନିକମାନଙ୍କ ପାଇଁ ବିଶ୍ୱ ଯେମିତି ଏକ ପଜଲ ହୋଇ ରହିଯାଇଛି।...

କରୋନାଭାଇରସ୍‌ ଭୟ ସତ୍ତ୍ୱେ ଚାଇନା ଯୁବତୀଙ୍କୁ ବିବାହ କଲେ ଭାରତୀୟ ଯୁବକ

ଭୋପାଳ,୩।୨: କଥାରେ ଅଛି ପ୍ରେମ କି ଜାଣେ ବାଧା ବନ୍ଧନ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶ ମନ୍ଦସୌର ଜିଲାରେ ରହୁଥିବା...

ଶୋ’ ରୁମ୍‌ରୁ ନୂଆ କାର୍‌ କିଣି ବୋହୂଙ୍କୁ ଦେଲେ ଶ୍ୱଶୁର, ଶୁଭ ମହୁରତ ସମୟରେ ଘଟିଲା ଏମିତି…

କାର୍‌ କିଣିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ସ୍ବପ୍ନ ହୋଇଥାଏ। ସେମିତି ଏକ ପରିବାରର ସ୍ବପ୍ନ ଥିଲା କାର୍‌ କିଣିବାକୁ। ଏହି ସ୍ବପ୍ନକୁ ପୂରା କରିବାକୁ...

ଶିଶୁଙ୍କ ସ୍ବାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ

କୁହାଯାଏ ଆଜିର ଶିଶୁ କାଲିର ନାଗରିକ। ତେଣୁ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସର୍ବୋପରି ଭାବେ ବିବେଚନା କରାଯାଇଥାଏ। ଦେଶର ପ୍ରତ୍ୟେକ ଶିଶୁଙ୍କୁ କୃମି ମୁକ୍ତ କରିବା...

ଚାଲ ଟିକେ ପ୍ରେମ କରିବା

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ସିନେମା ‘ଚାଲ୍‌ ଟିକେ ପ୍ରେମ କରିବା’। ଏହାର ପ୍ରଯୋଜନା କରିବା ସହ ଫିମେଲ୍‌...

ମାତ୍ର ୧୦ ଟଙ୍କା ଦିଅନ୍ତୁ, ମନଇଛା ଟମାଟୋ ତୋଳି ନିଅନ୍ତୁ

ଜଶପୁର, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଲକ୍‌ଡାଉନ୍‌ ଜାରି ରହିଥିବାରୁ ବହୁ ଚାଷୀ ସେମାନଙ୍କ ଅମଳ ଫସଲ...

ବିବାହ ପରେ ପ୍ରତିବର୍ଷ ଗର୍ଭବତୀ ହୋଇଆସୁଛନ୍ତି ଏହି ମହିଳା, ଏପର୍ଯ୍ୟନ୍ତ ଦେଲେଣି ଏତିକି ଶିଶୁ ଜନ୍ମ

ୱାଶିଂଟନ,୨୩।୧୧: ଜଣେ ଆମେରିକୀୟ ମହିଳା ତାଙ୍କ ବିବାହ ପରଠାରୁ ପ୍ରାୟ ପ୍ରତିବର୍ଷ ଗର୍ଭବତୀ ହୋଇ ଆସୁଛନ୍ତି। ଖୁବଶୀଘ୍ର ତାଙ୍କର ଦ୍ୱାଦଶ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି।...

Advertisement
Archives

Model This Week