Posted inଫୁରସତ

ଗୁଗଲ୍‌ ବେବେ

ଆଠ ବର୍ଷର ‘ଗୁଗଲ ବୟ’ କୌଟିଲ୍ୟ ଦିନେ ସାରା ଭାରତରେ ତା’ର ବିଚକ୍ଷଣ ବୁଦ୍ଧି ପାଇଁ ଚହଳ ପକାଇଥିଲା। ତେବେ ଜାଣନ୍ତି କି କେବଳ ‘ଗୁଗଲ ବୟ’ ନୁହେଁ, ଆମ ଦେଶରେ ଜଣେ ‘ଗୁଗଲ ବେବେ’ ବି ଅଛନ୍ତି। ପଞ୍ଜାବ, ଫତେହଗଡ ସାହିବର ମନୈଲା ଗାଁରେ ରହୁଥିବା କୁଲଓ୍ବନ୍ତ କୌର ଭାରତର ‘ଗୁଗଲ ବେବେ’ଭାବେ ପରିଚିତ। ୫୫ ବର୍ଷୀୟା କୁଲଓ୍ବନ୍ତଙ୍କ ମସ୍ତିଷ୍କ କମ୍ପ୍ୟୁଟରଠାରୁ ମଧ୍ୟ ଫାଷ୍ଟ। ଯେକୌଣସି ପ୍ରଶ୍ନ ପଚାରିଲେ ସେ ଫଟାଫଟ୍‌ ଗୁଗଲ ଇଞ୍ଜିନ୍‌ ଭଳି ଉତ୍ତର ଦେଇପାରନ୍ତି। କୁଲଓ୍ବନ୍ତ ଜମିଦାର ପରିବାରର ଅଟନ୍ତି। ତାଙ୍କର ହିନ୍ଦୁ, ମୁସଲିମ୍‌, ଇଶାଇ, ବୌଦ୍ଧ, ଇହୁଦୀ ଆଦି ଧର୍ମ ଉପରେ ଗଭୀର ଜ୍ଞାନ ଅଛି। ବିଭିନ୍ନ ଧର୍ମଗୁରୁଙ୍କ ଉପଦେଶ ତାଙ୍କର ମୁହେଁ ମୁହେଁ ମନେ ଅଛି। ସବୁ ଗ୍ରନ୍ଥର ଜ୍ଞାନ ତାଙ୍କ ଭିତରେ ଅଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏତେ ଜ୍ଞାନର ଅଧିକାରୀ କୁଲଓ୍ବନ୍ତ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି। ପାରିବାରିକ ସମସ୍ୟା ଯୋଗୁ ସେ ଅଧିକ ପଢ଼ିପାରି ନ ଥିଲେ। କୁଲଓ୍ବନ୍ତଙ୍କର ସ୍ମରଣ ଶକ୍ତି ବେଶ୍‌ ପ୍ରଖର ସେ ଯାହା ଥରେ ଶୁଣନ୍ତି ଓ ଯେଉଁ ବହି ଥରେ ପଢ଼ନ୍ତି ସବୁଦିନ ପାଇଁ ମନେ ରହିଯାଏ। ସେ କୁହନ୍ତି, ”ପିଲାଦିନେ ଆଗରାରେ ରହିବାବେଳେ ବାପାଙ୍କ ସାଙ୍ଗ ଘରକୁ ଆସି ବାପାଙ୍କ ସହ ବିଭିନ୍ନ ଧର୍ମ ବିଷୟରେ କଥା ହେଉଥିଲେ। ଆମେ ତାଙ୍କ ପାଖରେ ବସି ସେସବୁ ଶୁଣୁଥିଲୁ। ସେସବୁ କଥା ମୋର ଆଜି ବି ମନେ ଅଛି।“ ତା’ ଛଡା ସେ ବିଭିନ୍ନ ବହି ଯେମିତି କି ହିଷ୍ଟ୍ରି ଅଫ୍‌ ପଞ୍ଜାବ, ହିଷ୍ଟ୍ରୀ ଅଫ୍‌ ଇଣ୍ଡିଆ, ଡିସକ୍‌ଭରୀ ଅଫ୍‌ ଇଣ୍ଡିଆ, ଡିସକ୍‌ଭରୀ ଅଫ୍‌ ପଞ୍ଜାବ ଆଦି ପଢିଛନ୍ତି। ବିଭିନ୍ନ ଧର୍ମ ସମ୍ପର୍କରେ ଜାଣିବା ପାଇଁ ୨୨ ବର୍ଷ ବିଭିନ୍ନ ଲିଟରେଚର ପଢିଛନ୍ତି। ତାଙ୍କ ଘରେ ଏକ ଛୋଟ ଲାଇବ୍ରେରୀ ଦେଖିବାକୁ ମିଳେ। ଧର୍ମ ଉପରେ ପିଏଚ୍‌ଡି କରିବାକୁ ତାଙ୍କର ଇଚ୍ଛା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?