ଖୁସି ଖବର, ଜୁଲାଇରେ ସିଙ୍ଗଲ୍‌ ଡୋଜ୍‌ ଭାକ୍ସିନ୍‌ …

ନୂଆଦିଲ୍ଲୀ,୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସର୍ବାଜନୀକ ଟିକାକରଣ ଅନ୍ତର୍ଗତ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ୍‌ର ୨ ଡୋଜ୍‌ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପ୍ରଦାନ କରାଯାଉଛି। ସେହିପରି ରୁଷିଆ ଭାକ୍ସିନ୍‌ ସ୍ପୁଟନିକ୍‌-ଭି ଡୋଜ୍‌ ମଧ୍ୟ ପ୍ରଦାନ କରାଯାଉଛି। ତେବେ ଜୁଲାଇରେ ଆମେରିକା କମ୍ପାନୀ ଜନସନ୍‌ ଆଣ୍ଡ୍‌ ଜନସନ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭାକ୍ସିନ୍‌ ଭାରତକୁ ଆସିବ। ଏହା ଏକ ସିଙ୍ଗଲ୍‌ ଡୋଜ୍‌ ଭାକ୍ସିନ୍‌। ଭାରତରେ ଏହାର ଦାମ୍‌ ୧୮,୦୦ ଟଙ୍କା ହେବ। ଦେଶର ପରିବେଶ ଉପଯୋଗୀ ଏହି ଭାକ୍ସିନ୍‌କୁ ନିମ୍ନ ତାପମାତ୍ରାରେ ରେଫ୍ରିଜେଶନ କରିବାର ଆବଶ୍ୟକତା ମଧ୍ୟ ନାହିଁ। ଜନସନ୍‌ ଆଣ୍ଡ୍‌ ଜନସନ୍‌ ପକ୍ଷରୁ ଭାରତରେ ପରୀକ୍ଷା ଲାଗି ଏପ୍ରିଲ୍‌ରେ ଅନୁମତି ଲୋଡ଼ିଥିଲା। ତେବେ ଡିସିଜିଆଇ ନୂଆ ନିୟମ ଅନୁସାରେ ଆମେରିକା ଡ୍ରଗ୍ସ୍‌ ନିୟନ୍ତ୍ରକଙ୍କ ମଞ୍ଜୁରୀ ଆଧାରରେ ଭାରତରେ ଆଉ ଏହି ଭାକ୍ସିନ୍‌ର ଟ୍ରାଏଲ୍‌ କରିବା ଅନାବଶ୍ୟକ। ସାଧାରଣ ଏବଂ ମଧ୍ୟମ ସଂକ୍ରମଣ କ୍ଷେତ୍ରରେ ଏହି ଭାକ୍ସିନ୍‌ ୬୬.୩ ପ୍ରତିଶତ ପ୍ରଭାବଶାଳୀ ହୋଇଥିବାବେଳେ ଗୁରୁତର ଏବଂ ଅତ୍ୟଧିକ ଗୁରୁତର ଆକ୍ରାନ୍ତଙ୍କ କ୍ଷେତ୍ରରେ ୭୬.୩ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହେବ। ଏହି ଭାକ୍ସିନ୍‌ ନେବାର ୨୮ ଦିନ ପରେ ସଂକ୍ରମଣ ହେଲେ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ପଡ଼ି ନ ଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କୁ ପୁଣି ଝଟ୍‌କା, ବସ କିଣାର ସିବିଆଇ ତଦନ୍ତ ଲାଗି ଉପରାଜ୍ୟପାଳଙ୍କ ଅନୁମତି…

ନୂଆଦିଲ୍ଲୀ, ୧୧।୯ : ଦିଲ୍ଲୀ ପରିବହନ ନିଗମ ଦ୍ୱାରା ୧୦୦୦ ଲୋ-ଫ୍ଲୋର ବସ କିଣିବାରେ ହୋଇଥିବା ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟ ଶାସନ ସଚିବ ନରେଶ...

ଜଳ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଲେ ୨୦ ହଜାର ଲୋକ: ୩ ଘଣ୍ଟାରେ ନିର୍ମାଣ ହେଲା ୪୦ ହଜାର କୁଣ୍ଡ

ଝାବୁଆ,୧।୩: ଜଳ ସଂରକ୍ଷଣ ପାଇଁ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ରବିବାର ୨୦ ହଜାର ଲୋକ ମିଳିତ ଭାବେ କାମ କରିଛନ୍ତି। ସେମାନେ ସକାଳ ୬ଟା ପୂର୍ବାହ୍ନ...

ବେଅନ୍ତ ସିଂ ହତ୍ୟାକାରୀଙ୍କ ଦଣ୍ଡ କୋହଳ

ନୂଆଦିଲ୍ଲୀ,୩୦ା୯(ପି.ଟି.): ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ବଲଓ୍ବନ୍ତ ସିଂ ରାଜୋଆନାଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିବା ଲାଗି କେନ୍ଦ୍ର...

୨୬% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୫ା୩(ପି.ଟି.): ସାତ ପର୍ଯ୍ୟାୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୪,୪୦୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ପ୍ରତିଶତଙ୍କ ନାଁରେ ଆପରାଧିକ ମାମଲା...

ଆଣ୍ଟିଜେନ୍‌ ଟେଷ୍ଟରେ ୨ ସ୍ଥାନୀୟ ସଂକ୍ରମିତ ଚିହ୍ନଟ: ଏହି ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍‌

ପାଟଣା,୧୯ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତର ଦୁଇଜଣ ବ୍ୟକ୍ତିଙ୍କର ମଙ୍ଗଳବାର ଆଣ୍ଟିଜେନ୍‌ ଟେଷ୍ଟ ପରେ ପଜିଟିଭ୍‌ ବାହାରିବା ପରେ ଉଭୟଙ୍କୁ କେନ୍ଦୁଝର କୋଭିଡ୍‌...

ନୌସେନା ଦିବସ: ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୋଧରେ ବିଜୟ ସହ ସମ୍ପର୍କ ରହିଛି ନୌସେନା ଦିବସର

ନୂଆଦିଲ୍ଲୀ,୪ ।୧୨: ଭାରତୀୟ ନୌସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନୌସେନା ମଧ୍ୟରୁ ଅନ୍ୟତମ । ଭାରତୀୟ ନୌସେନା ଦେଶର ସୁରକ୍ଷାକୁ ନେଇ ସବୁବେଳେ ଜାଗ୍ରତ ରହିଛି...

ଯୋଡ଼ାରେ କୋଭିଡ୍‌-୧୯ ହସ୍ପିଟାଲ ଲୋକାର୍ପିତ: ୫୦ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଆଇସିୟୁ, ଭେଣ୍ଟିଲେଟର ବ୍ୟବସ୍ଥା ଉପଲବ୍ଧ

ଯୋଡ଼ା, ୧୦।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ପୌରପାଳିକାର ସଭାଗୃହଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦିନ ୧୨ଟା ବେଳେ ଅନୁଷ୍ଠିତ ଏହି ସମ୍ମିଳନୀରେ...

‘ହିଂସା’ ସମସ୍ୟାର ସମାଧାନ ନୁହେଁ: ରଜନୀକାନ୍ତ

ନୂଆଦିଲ୍ଲୀ,୨୦।୧୨: ଦେଶର ଅଧିକାଂଶ ଭାଗରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଗୁରୁବାର ବିଭିନ୍ନ ରାଜ୍ୟରେ ସିଏଏକୁ ବିରୋଧ କରାଯାଇଥିବା...

Advertisement
Archives

Model This Week