ଦିଲ୍ଲୀରୁ ଖୁସି ଖବର, ୨ ସପ୍ତାହ ମଧ୍ୟରେ ପିଲାଙ୍କ ପାଇଁ ଭାକ୍ସିନ୍‌…

ନୂଆଦିଲ୍ଲୀ,୪।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମରରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ଆସିଛି। ଆସନ୍ତା ୨ ସପ୍ତାହ ମଧ୍ୟରେ ୧୨ ବର୍ଷରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଲାଗି ଭାକ୍ସିନ୍‌ ଆସିବାର ସମ୍ଭାବନା ରହିଛି। ଜାଡ଼ିୟସ୍‌ କାଡ଼ିଲା ଦ୍ୱାର ପ୍ରସ୍ତୁତ କରାଯାଇଥିବା ଜାଇକୋଭ୍‌-ଡି ଭାକ୍ସିନ୍‌କୁ ମଞ୍ଜୁରୀ ମିଳିବାର ଆଶା ରହିଥିବା ନୀତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡ. ବି.କେ, ପଲ୍‌ ସୂଚନା ଦେଇଛନ୍ତି। ଏହି ଭାକ୍ସିନ୍‌ ୬୬.୬୦ ପ୍ରତିଶତ ପ୍ରଭାବଶାଳୀ ବୋଲି କାଡ଼ିଲା ପକ୍ଷରୁ କୁହାଯାଇଛି। ଏହାରି ତିନି-ଡୋଜ ୪ସପ୍ତାହ ଅନ୍ତରରେ ଦିଆଯିବ। ଏହାକୁ ୨ରୁ୮ ଡିଗ୍ରୀ ସେଲସିୟସ ତାପମାତ୍ରା ମଧ୍ୟରେ ରଖାଯିବ। ଏହା ହେଉଛି ପ୍ରଥମ ପ୍ଲାସମିଡ୍‌ ଡିଏନ୍‌ଏ ଭାକ୍ସିନ୍‌। ଏଥିରେ ଇଞ୍ଜେକ୍ସନ ବ୍ୟବହୃତ ହୁଏ ନାହିଁ। ଏହି ଭାକ୍ସିନ୍‌ ଛୁଞ୍ଚିମୁକ୍ତ। ଏହାକୁ ଜେଟ ଇଞ୍ଜେକ୍ଟର ମାଧ୍ୟମରେ ଦିଆଯିବ। କମ୍ପାନୀ ବାର୍ଷିକ ୧୦ରୁ ୧୨କୋଟି ଡୋଜ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ୧୨ ବର୍ଷରୁ ଅଧିକ ପିଲାମାନଙ୍କ ଉପରେ ଜାଇକୋଭ୍‌-ଡି କରୋନା ଭାକ୍ସିନ୍‌ ପରୀକ୍ଷା କରାଯାଇଛି। ଏହା ଶୀଘ୍ର ଡିସିଜିଆଇରୁ ଅନୁମତି ପାଇବ ବୋଲି ଆଶା କରାଯାଉଛି। ଜାଇକୋଭ-ଡି ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ପ୍ରାୟ ୨୮ ହଜାର ଲୋକଙ୍କ ଉପରେ ପରୀକ୍ଷା ଶେଷ କରିବା ପରେ, କମ୍ପାନୀ ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଛି। କାଡ଼ିଲା ବ୍ୟତୀତ ଅନ୍ୟ ଅନେକ କମ୍ପାନୀ ମଧ୍ୟ ପିଲାଙ୍କ ଭାକ୍ସିନ୍‌ ଉପରେ କାମ କରୁଛନ୍ତି। ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଉପରେ ଭାରତ ବାୟୋଟେକର ପରୀକ୍ଷା ପ୍ରାୟ ଶେଷ ହୋଇଛି । କମ୍ପାନୀ ଶୀଘ୍ର ପରୀକ୍ଷା ଶେଷ କରିବା ପରେ ମଧ୍ୟବର୍ତ୍ତୀ ତଥ୍ୟ ସହିତ ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିବାକୁ ଯୋଜନା ରଖିଛି। ସେହିପରି ନୋଭାଭାକ୍ସ ପିଲାମାନଙ୍କୁ ପରୀକ୍ଷା କରିବାକୁ ଅନୁମତି ପାଇଛି। ଏଥି ସହିତ ବାୟୋ-ଇ ଭାକ୍ସିନ୍‌ ମଧ୍ୟ ପରୀକ୍ଷା ପାଇଁ ଅନୁମତି ଲୋଡ଼ିିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri