ଦିଲ୍ଲୀରୁ ଖୁସି ଖବର, ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଭାକ୍ସିନ୍‌, ଚଳିତ ସପ୍ତାହରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସର୍ବାଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ସେହିପରି ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ତୃତୀୟ ଲହରରେ ଛୋଟପିଲାଙ୍କ ପ୍ରତି ବିପଦ ରହିଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଖୁବ୍‌ ଶୀଘ୍ର ଭାକ୍ସିନ୍‌ ଦିଆଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଏନେଇ ଜାଇଡସ୍‌ କାଡିଲାର ଡିଏନ୍‌ଏ ଆଧାରିକ ଭାକ୍ସିନ୍‌ର କ୍ଲିନିକାଲ ଟ୍ରାଏଲ୍‌ ରିପୋର୍ଟକୁ ସରକାର ଅପେକ୍ଷା କରିଛନ୍ତି। କାଡିଲାର ଭାକ୍ସିନ୍‌ ଜାୟକଭ୍‌-ଡିକୁ ମଞ୍ଜୁରୀ ନେଇ ସରକାର ଭାକ୍ସିନ୍‌ ବିଶେଷଜ୍ଞ କମିଟିର ମତାମତକୁ ଅପେକ୍ଷା କରିଛନ୍ତି। ଜୁଲାଇ ୧ରେ ଏହି ଭାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏବେ ଏହାର କ୍ଲିନିକାଲ ଟ୍ରାଏଲ୍‌ ଜାରି ରହିଛି। ଏସମ୍ପର୍କିତ ନିଷ୍ପତ୍ତି ଚଳିତ ସପ୍ତାହରେ ଗ୍ରହଣ କରାଯିବାର ସମ୍ଭାବନା ରହିଛି। କାଡିଲାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍‌ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ସେହିପରି ଭାରତ ବାୟାଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ର ପରୀକ୍ଷା ୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ ପ୍ରଦାନ କରିବା ନେଇ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାମିଆ ହିଂସା ମାମଲା: ୧୦ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହେଲେ ନାହାନ୍ତି ଛାତ୍ର

ନୂଆଦିଲ୍ଲୀ,୧୭।୧୨: ରାଜଧାନୀ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ହିଂସା ପରିସ୍ଥିତି ଏପର୍ଯ୍ୟନ୍ତ ଥମି ନାହିଁ। ଏହା ଦେଶର ଅନ୍ୟ ଭାଗକୁ ବ୍ୟାପିଥିବା ଲକ୍ଷ୍ୟ...

ନାବାଳକ ଆଇନରେ ହେବ ସଂଶୋଧନ: ଜିଲା ମାଜିଷ୍ଟ୍ରେଟଙ୍କ ଅଧୀନରେ କାର୍ଯ୍ୟ କରିବ ଶିଶୁ ସୁରକ୍ଷା ୟୁନିଟ

ନୂଆଦିଲ୍ଲୀ୧୭।୨: ନାବାଳକ ଆଇନ(ଜୁଭେନାଇଲ ଜଷ୍ଟିସ୍‌ ଲ୍‌) ଅଧିନିୟମ ୨୦୧୫ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏଥିରେ ଜିଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ...

ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ

ନୂଆଦିଲ୍ଲୀ,୧୦ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରି ନ ଥିବା ବେଳେ ଏଥର ବି ଦଳକୁ ନିରାଶ...

ଆଲୋଚନା ଲାଗି ପରିବେଶ ସୃଷ୍ଟି କରନ୍ତୁ ସରକାର

ନୂଆଦିଲ୍ଲୀ, ୧।୨(ପି.ଟି.): ଆନ୍ଦୋଳନକାରୀ କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେବେ। ଏଥିସହିତ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ରହିବେ ବୋଲି ଭାରତୀୟ...

ବି.ଭି. ଶ୍ରୀନିବାସ ଯୁବ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୩ା୧୨: ବର୍ଷାଧିକ କାଳ ଖାଲିପଡ଼ିଥିବା ଯୁବ କଂଗ୍ରେସ ଅଧ୍ୟକ୍ଷ ପଦ ବୁଧବାର ପୂରଣ ହୋଇଛି। କେଶବ ଚାନ୍ଦ ଯାଦବଙ୍କ ଇସ୍ତଫା ପରଠାରୁ ଏହି ପଦ ଖାଲିପଡ଼ିଥିଲା।...

ହିମାଚଳ ପ୍ରଦେଶ ମତଦାନକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା, ସିଏପିଏଫର ୬୭ କମ୍ପାନୀ, ୩୦ ହଜାର ଯବାନ ମୁତୟନ, ଏନଡିଆରଏଫ ବି ରଖିଛି ନଜର

ଶିମଲା,୧୨ ।୧୧: ହିମାଚଳ ପ୍ରଦେଶ ବିଧାନସଭାର ସମସ୍ତ ୬୮ ଆସନ ପାଇଁ ଶନିବାର ଭୋଟ ଗ୍ରହଣ ହେବାକୁ ଯାଉଛି । ଏହି ମତଦାନ ପ୍ରକ୍ରିୟାକୁ ସୁଚାରୁ...

ଭାରତ-ପାକିସ୍ତାନରେ ସଙ୍କଟ, ଭୂସ୍ଖଳନ କ୍ଷତିରେ ୧୪୭ ପ୍ରତିଶତ ବୃଦ୍ଧି, ମରୁଡିରେ ୬୩ ପ୍ରତିଶତ…

ନୂଆଦିଲ୍ଲୀ,୧୭।୧୧ : ସମଗ୍ର ବିଶ୍ୱରେ ମାନବ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ଯୋଗୁ ପ୍ରଦୂଷଣ ବଢ଼ିବା ସହିତ ଜଳବାୟୁ ଉପରେ ମଧ୍ୟ ପ୍ରଭାବ...

ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ ସମେତ ପରିବାର ସଦସ୍ୟ କରୋନା ସଂକ୍ରମିତ

ୟେରେଭାନ,୧।୬: ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ ଓ ତାଙ୍କ ପରିବାରଣ ସମସ୍ତ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏକ ଫେସ୍‌ବୁକ ଷ୍ଟେଟମେଣ୍ଟରେ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week