ଦିଲ୍ଲୀରୁ ଖୁସି ଖବର, ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଭାକ୍ସିନ୍‌, ଚଳିତ ସପ୍ତାହରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସର୍ବାଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ସେହିପରି ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ତୃତୀୟ ଲହରରେ ଛୋଟପିଲାଙ୍କ ପ୍ରତି ବିପଦ ରହିଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଖୁବ୍‌ ଶୀଘ୍ର ଭାକ୍ସିନ୍‌ ଦିଆଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଏନେଇ ଜାଇଡସ୍‌ କାଡିଲାର ଡିଏନ୍‌ଏ ଆଧାରିକ ଭାକ୍ସିନ୍‌ର କ୍ଲିନିକାଲ ଟ୍ରାଏଲ୍‌ ରିପୋର୍ଟକୁ ସରକାର ଅପେକ୍ଷା କରିଛନ୍ତି। କାଡିଲାର ଭାକ୍ସିନ୍‌ ଜାୟକଭ୍‌-ଡିକୁ ମଞ୍ଜୁରୀ ନେଇ ସରକାର ଭାକ୍ସିନ୍‌ ବିଶେଷଜ୍ଞ କମିଟିର ମତାମତକୁ ଅପେକ୍ଷା କରିଛନ୍ତି। ଜୁଲାଇ ୧ରେ ଏହି ଭାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏବେ ଏହାର କ୍ଲିନିକାଲ ଟ୍ରାଏଲ୍‌ ଜାରି ରହିଛି। ଏସମ୍ପର୍କିତ ନିଷ୍ପତ୍ତି ଚଳିତ ସପ୍ତାହରେ ଗ୍ରହଣ କରାଯିବାର ସମ୍ଭାବନା ରହିଛି। କାଡିଲାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍‌ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ସେହିପରି ଭାରତ ବାୟାଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ର ପରୀକ୍ଷା ୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ ପ୍ରଦାନ କରିବା ନେଇ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?