ଦିଲ୍ଲୀରୁ ଖୁସି ଖବର, ଡେଲ୍ଟା ଭାରିଆଣ୍ଟ୍‌ କ୍ଷେତ୍ରରେ ୯୯ ପ୍ରତିଶତ ପ୍ରଭାବଶାଳୀ ହେଉଛି ଭାକ୍ସିନ୍‌…

ମୁମ୍ବାଇ/ପୁଣେ,୧୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିରୋଲୋଜି ପକ୍ଷରୁ କୁହାଯାଇଛି ଯେ, କରୋନା ଭାକ୍ସିନ୍‌ ଡେଲ୍ଟା ଭାରିଆଣ୍ଟ୍‌ କ୍ଷେତ୍ରରେ ୯୯ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି। ଏନେଇ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଏସମ୍ପର୍କରେ ପ୍ରକାଶିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମୋଟ ୬୭୭ ଲୋକଙ୍କ ସ୍ବାବ୍‌ ନମୁନା ଆଧାରରେ ଜିନୋମ୍‌ ସିକ୍ୱେନ୍ସି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୫୯୨ ଜଣଙ୍କୁ ଭାକ୍ସିନ୍‌ର ଉଭୟ ଡୋଜ୍‌ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ୮୫ଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେଥିମଧ୍ୟରୁ ୬୭ ଜଣଙ୍କୁ ଗୁରୁତର ସ୍ବାସ୍ଥ୍ୟାବସ୍ଥା ଯୋଗୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଭାକ୍ସିନ୍‌ ଦିଆଯାଇଥିତ୍ବା ଲୋକଙ୍କ ହାରାହାରି ବୟସ ୪୧ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ଏହି ଗବେଷଣା କରାଯାଇଥିଲା। ମହାରାଷ୍ଟ୍ରରୁ ୫୩ ନମୁନା ସଂଗ୍ରହ କରାଯାଇଥିବାବେଳେ କର୍ନାଟକରୁ ସର୍ବାଧିକ ୧୮୧ ନମୁନା ସଂଗୃହୀତ ହୋଇଥିଲା। ଏଥିରେ ପଶ୍ଚିମବଙ୍ଗର ସର୍ବନିମ୍ନ ୧୦ ନମୁନା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ହସ୍ପିଟାଲର ଲାଇସେନ୍ସ ରଦ୍ଦ

ଥାନେ,୨୪।୮: କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ଏକ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ଉକ୍ତ ହସ୍ପିଟାଲ ବିରୋଧରେ ସରକାରୀ ନିୟମ...

ପଶ୍ଚିମବଙ୍ଗରେ ୩୪ ପ୍ରତିଶତ ବିଧାୟକ କୋଟିପତି

କୋଲକାତା,୪ ।୩: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହି ଅବସରରେ ଜାଣିବାକୁ ମିଳିଛି କି ପଶ୍ଚିମବଙ୍ଗର ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରୁ...

କରୋନାରେ ପ୍ରାଣ ହରାଇଥିଲେ ୨ ସାମ୍ବାଦିକ: ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ଉଭୟ ସାମ୍ବାଦିକଙ୍କ ପରିବାର ପିଛା ୧୫ ଲକ୍ଷ...

ରୁଷିଆର କରୋନା ଭ୍ୟାକ୍ସିନକୁ ନେଇ ଉଠୁଛି ପ୍ରଶ୍ନ: ଦେଖାଯାଉଛି ୧୪୪ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା!

ମସ୍କୋ,୧୩।୮: ରୁଷିଆ ପ୍ରଥମ କରି କରୋନା ମହାମାରୀର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି ସତ। ଏମିତିକି କିଛି ଦେଶ ମଧ୍ୟ ଏହାକୁ...

ଜୀବନ ସହ ସଂଘର୍ଷ କରୁଛନ୍ତି ‘ବଚପନ କା ପ୍ୟାର’ ଗାୟକ

ସୁକମା,୨୮।୧୨: ‘ବଚପନ କା ପ୍ୟାର’ ଗୀତ ଗାଇ ଇଣ୍ଟରନେଟ୍‌ରେ ସେନସେଶନ ପାଲଟି ଯାଇଥିବା ଶହଦେବ ଦିର୍ଦୋ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଛତିଶଗଡ଼ର ସୁକମା...

ଆର୍‌ଏସ୍‌ଏସ୍‌ ସମେତ ୧୯ଟି ସଂଗଠନର ପଦାଧିକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ନୀତୀଶଙ୍କ ନିର୍ଦ୍ଦେଶ: ସ୍ପେଶାଲ ବ୍ରାଞ୍ଚ୍‌କୁ ଦାୟିତ୍ୱ

ପାଟନା,୧୭।୭: ବିହାରରେ ନୀତୀଶ କୁମାରଙ୍କ ମେଣ୍ଟ ସରକାର ରାଜ୍ୟର କେତେକ ସଂଗଠନ ସମ୍ପର୍କରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛନ୍ତି। ଏହା ଅନ୍ତର୍ଗତ ରାଜ୍ୟରେ କାର୍ଯ୍ୟକରୁଥିବା...

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ; ପିଲାଙ୍କୁ ନେଇ ଚିନ୍ତା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ଆରୋଗ୍ୟ ସେତୁ ଆପ୍‌କୁ ପ୍ରଶଂସା କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା, ୧୩।୧୦: କରୋନା ମହାମାରୀ ସଙ୍କଟ ପୃଥିବୀରେ ଥମିବାର ନାଁ ଧରୁନି। ଏପରିସ୍ଥଳେ ଭାରତର ଯୋଜନାବଦ୍ଧ କରୋନା ଲଢ଼େଇକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଶଂସା...

Advertisement
Archives

Model This Week