ଦିଲ୍ଲୀରୁ ଖୁସି ଖବର, ଭାରତକୁ ମିଳିବ ନୂଆ ଭାକ୍ସିନ୍‌ ଜାୟକୋଭ୍‌-ଡି…

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଳାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌, ସିରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ, ରୁଷିଆର ଗାମାଲେୟା ଇନଷ୍ଟିଚ୍ୟୁଟ୍‌ର ସ୍ପୁଟନିକ୍‌-ଭି ଭାକ୍ସିନ୍‌ ଲୋକଙ୍କୁ ପ୍ରଦାନ କରାଯାଉଛି। ଇତିମଧ୍ୟରେ ଆମେରିକାର ମର୍ଡନା ଭାକ୍ସିନ୍‌କୁ ଡିସିଜିଆଇର ଅନୁମତି ମିିଳିଛି। ଏବେ କରୋନା ଲଢ଼େଇକୁ ସହଜ କରାଯିବା ଲାଗି ଦିଲ୍ଲୀରୁ ଖୁସି ଖବର ମିଳିଛି। ବେଙ୍ଗାଲୁରୁସ୍ଥିତ ଭାରତୀୟ ଔଷଧ କମ୍ପାନୀ ଜାୟଡସ୍‌ କାଡିଲା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଭାକ୍ସିନ୍‌ ଜାୟକୋଭ୍‌-ଡି ଜରୁରୀ କାଳୀନ ସ୍ଥିତିରେ ଏହାର ପ୍ରୟୋଗ କରିବା ଲାଗି ଡିସିଜିଆଇର ଅନୁମତି ଲୋଡ଼ିଛି। ଜାୟକୋଭ୍‌-ଡିକୁ ଅନୁମତି ମିଳିଲେ ଭାରତରେ ବ୍ୟବହୃତ କରାଯାଉଥିବା ଭାକ୍ସିନ୍‌ ସଂଖ୍ୟା ୫ରେ ପହଞ୍ଚିବ। ଜାୟକୋଭ୍‌-ଡିର ପରୀକ୍ଷା ଦେଶର ୫୦ଟି କେନ୍ଦ୍ରରେ ୨୮ ହଜାର ଲୋକଙ୍କଠାରେ ପ୍ରୟୋଗ କରାଯାଇଛି। ସେମାନଙ୍କ ମଧ୍ୟରେ ହଜାରେ ଜଣ ୧୨ରୁ ୧୮ ବର୍ଷ ବୟସ୍କ ପିଲା ରହିଥିବା ଜାୟଡସ୍‌ କାଡିଲା ପକ୍ଷରୁ ସୂଚନା ଦିଆଯାଇଛି। ଅନୁମତି ମିଳିଲେ କମ୍ପାନୀ ବାର୍ଷିକ ୧୨୦ ନିୟୁତ ଡୋଜ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ସେପ୍ଟେମ୍ବର CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବଢିଲା ସରକାରଙ୍କ ଚିନ୍ତା, ଖୁସିହେଲେ ଦୀପକେ

ନୂଆଦିଲ୍ଲୀ,୩୧।୮: କକରୋଚ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ପୁଣି ଏକ ବିରୋଧ ମାର୍ଚ୍ଚ ଆୟୋଜନ କରାଯିବାକୁ ଘୋଷଣା ହୋଇଛି। ଏହି ପ୍ରସ୍ତାବିତ…

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ କରିନେଇଥିଲେ ବୃଦ୍ଧ, ଏଇଠୁ ମିଳିଲା ପତ୍ତା

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri