ଦିଲ୍ଲୀରୁ ଖୁସି ଖବର, ଅଗଷ୍ଟରେ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌…

ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ଅପରପକ୍ଷରେ ତୃତୀୟ ଲହରର ଆଶଙ୍କା ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ଆସିଛି। ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌ ଅଗଷ୍ଟରେ ଆସିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ସୂଚନା ଦେଇଛନ୍ତି। ଭାଜପା ସଂସଦୀୟ ଦଳ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଏଭଳି କହିଛନ୍ତି। ସୂଚନାଯୋଗ୍ୟ, ଜାୟଡସ୍‌ କାଡ଼ିଲା ଭାକ୍ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌ ଶେଷ ହୋଇଥିବାବେଳେ ଜରୁରୀକାଳୀନ ସ୍ଥିତିରେ ଏହାକୁ ବ୍ୟବହାର କରାଯିବା ନିମନ୍ତେ ମଞ୍ଜୁରୀ ଲାଗି ଅପେକ୍ଷା କରାଯାଇଛି। ଅପରପକ୍ଷରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌ ଅଗଷ୍ଟ-ସେପ୍ଟେମ୍ବରରେ ଶେଷ ହେବାର ଆଶା ରହିଛି। ଏହି ସମୟ ମଧ୍ୟରେ ଫାଇଜର ଭାକ୍ସିନ୍‌କୁ ମଧ୍ୟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି ବୋଲି ପୂର୍ବରୁ ଏମ୍ସ୍‌ ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପାଇସଜେଟ୍‌ ଉପରେ ଡିଜିସିଏର ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୭।୭: ସ୍ପାଇସଜେଟ୍‌ ଉପରେ ବୁଧବାର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡାଇରେକ୍ଟୋରେଟ ଜେନେରାଲ ସିଭିଲ ଆଭିଏସନ (ଡିଜିସିଏ)। ସ୍ପାଇସଜେଟ୍‌ର ୫୦ ପ୍ରତିଶତ ବିମାନକୁ ୮...

ଭାରତୀୟ ନୌସେନାରେ ନିୟୋଜିତ ହେବ ୨୭ଟି ଶକ୍ତିଶାଳୀ ବୁଡାଜାହାଜ

ନୂଆଦିଲ୍ଲୀ,୨୨।୯: ଆଗାମୀ ଦିନରେ ଭାରତୀୟ ନୌସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନୌସେନା ଭାବେ ପରିଗଣିତ ହେବାକୁ ଯାଉଛି। ଖୁବ୍‌ ଶୀଘ୍ର ୨୭ଟି ବୁଡ଼ାଜାହାଜ ଭାରତୀୟ ନୌସେନାରେ...

ଚାରିଧାମ ଯାତ୍ରା ବେଳେ ୪୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ବର୍ଷା କମିବା ପରେ ପୁଣି ଆରମ୍ଭ ହେଲା ବଦ୍ରିନାଥ ଯାତ୍ରା

ଡେରାଡୁନ,୧୭ ।୫: ଉତ୍ତରାଖଣ୍ଡରେ ବର୍ଷା କମିବା ପରେ ପୁଣିଥରେ ବଦ୍ରିନାଥ ଯାତ୍ରା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ସୋମବାର ରାତିରେ ମୂଷଳଧାରାରେ ବର୍ଷା ଯୋଗୁ...

ଗୋଟିଏ ପରିବାରର ୯ଜଣଙ୍କ ଆତ୍ମହତ୍ୟା

ସାଙ୍ଗଲି,୨୦।୬: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅମ୍ବିକାନଗରରେ ଥିବା ଏକ ଘରୁ ସୋମବାର ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ସନ୍ଦେହଜନକ...

ଶର୍ମିଳାଙ୍କୁ ସମ୍ମାନୀତ କରିବେ ମଣିପୁର ସରକାର

ଇମ୍ଫାଲ,୩ ।୪: ମଣିପୁର ସରକାର ମାନବାଧିକାର କର୍ମୀ ଇରୋମ ଶର୍ମିଳାଙ୍କୁ ସମ୍ମାନୀତ କରିବେ । ଶର୍ମିଳା ୧୬ ବର୍ଷ ପର୍ଯ୍ୟନ୍ତ ଆଣ୍ଟି ଆର୍ମଡ ଫୋର୍ସେସ ସ୍ପେଶାଲ...

ସେନା ହେଲିକପ୍ଟରର ଜରୁରୀ ଅବତରଣ

ଜମ୍ମୁ,୨୪।୧୦: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମଣ୍ଡିରେ ଗୁରୁବାର ସେନାର ଆଡଭାନ୍ସ ଲାଇଟ୍‌ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି। ଏଥିରେ ଥିବା ଉତ୍ତର ସେନାର ଲେପ୍ଟନାଣ୍ଟ ଜେନରାଲ...

ଉତ୍ତର ପ୍ରଦେଶ ନିର୍ବାଚନରେ ଲୁଙ୍ଗି-ଟୋପିର ଏଣ୍ଟ୍ରି କରାଇଲେ କେଶବ ପ୍ରସାଦ

ଲକ୍ଷ୍ନୌ,୪ ।୧୨: ଉତ୍ତର ପ୍ରଦେଶ ନିର୍ବାଚନର ସମୟ ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ବେଳକୁ ବେଳ ସରଗରମ ହୋଇ ଉଠୁଛି । ସମସ୍ତ ଦଳ...

ଯୋଗୀଙ୍କ ନିଷ୍ପତ୍ତି: ସୁର ସାମ୍ରାଜ୍ଞୀଙ୍କ ନାଁରେ ହେବ ସ୍ବତନ୍ତ୍ର ଛକ

ଲକ୍ଷ୍ନୌ,୧୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରକୁ ଜୋରଦାର କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳ ନାନାପ୍ରକାରର ଯୋଜନାମାନ ଘୋଷଣା...

Advertisement
Archives

Model This Week