ପାଠରେ ଭଲ, ଖେଳରେ ବି କମ୍‌ ନୁହନ୍ତି

ସିମୁଳିଆ,୨୫।୧୦-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଗୌଡ଼ଦିଆ-ନୂଆସାହି ଅଞ୍ଚଳର ବବୁଲୁ ବେହେରାଙ୍କ ୩ ଝିଅ ରୁବି(୧୯), ମାମାଲି(୧୭) ଓ ପ୍ରିୟଙ୍କା (୧୫) ପାଠ ସହିତ ବିଭିନ୍ନ କ୍ରୀଡ଼ାରେ କମାଲ କରୁଛନ୍ତି । ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି।
ରୁବି ଯୁକ୍ତ୩ର ଛାତ୍ରୀ। ସେ ସ୍ଥାନୀୟ ରଘୁନାରାୟଣ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ କବାଡ଼ି ଖେଳରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ। କବାଡ଼ିରେ ଜିଲାସ୍ତରରେ ରନର୍ସଅପ ହେବା ସହିତ ସଟ୍‌ପୁଟରେ ପ୍ରଥମ ହୋଇଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ନାହାଁନ୍ତି । ପରେ ସେ ସଟ୍‌ପୁଟ ଓ ଡିସ୍‌କସ ଥ୍ରୋରେ ରାଜ୍ୟସ୍ତରୀୟ କ୍ରୀଡ଼ାରେ ଭାଗ ନେଇଥିଲେ। ତେବେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଥିବା ଯୋଗୁ ରଘୁନାରାୟଣ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୁଦତ୍ତ ରଥ ତାଙ୍କୁ ସଫ୍ଟବଲ ଖେଳାଳି ରୂପେ ଚୟନ କରିଥିଲେ। ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସେ ହାଇଦ୍ରାବାଦରେ ଅନୁଷ୍ଠିତ ଜାତୀୟସ୍ତରୀୟ ସବ୍‌ ଜୁନିୟର ବିଭାଗରେ ଅଂଶ ଗ୍ରହଣ କରିଥିଲେ। ପରେ ଦଶମ ଶ୍ରେଣୀରେ ମଣିପୁରରେ ଅନୁଷ୍ଠିତ କ୍ରୀଡ଼ାରେ ଅଂଶଗ୍ରହଣ କରି ଚାମ୍ପିୟନ ହୋଇଥିଲେ। ସେହିପରି ଯୁକ୍ତଦୁଇରେ ପଢୁଥିବାବେଳେ ମଧ୍ୟ ରାଜ୍ୟସ୍ତରୀୟ ସଫ୍ଟବଲରେ ଚାମ୍ପିୟନ ହୋଇଥିଲେ । ଜଣେ ସଫଳ କ୍ରୀଡ଼ାବିତ ରୂପେ ସେ ୩୫ଟି ବିଭିନ୍ନ ସାର୍ଟିଫିକେଟ ହାସଲ କରିବା ସହିତ ଗତ ୨୦୧୭ରେ ଓଷ୍ଠା ଶିକ୍ଷକ ସଂଘ ପକ୍ଷରୁ ଶ୍ରେଷ୍ଠ ଖେଳାଳି ରୂପେ ସମ୍ମାନୀତ ହୋଇଥିଲେ। ଭବିଷ୍ୟତରେ ଜଣେ ସଫଳ କ୍ରୀଡ଼ାବିତ୍‌ ସହିତ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିବା ରୁବି ବର୍ତ୍ତମାନ ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ କୋଚ୍‌ ଦେଉଛନ୍ତି ।
ସେହିପରି ‘ଟେନି କଏଟ’କୁ ମୁଖ୍ୟ କ୍ରୀଡ଼ା ରୂପେ ଚୟନ କରିଥିବା ରୁବିଙ୍କ ସାନ ଭଉଣୀ ମାମାଲି ବର୍ତ୍ତମାନ ଯୁକ୍ତଦୁଇରେ ପଢ଼ୁଛନ୍ତି। ଅଷ୍ଟମ ଶ୍ରେଣୀରୁ ସେ ଟେନିକଏଟ ଖେଳି ଆସୁଛନ୍ତି । ଅଦ୍ୟାବଧି ସେ ବିଭିନ୍ନ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ କ୍ରୀଡ଼ାରେ କୃତିତ୍ୱ ହାସଲ କରିଛନ୍ତି। ଏଥିପାଇଁ ତାଙ୍କୁ ୧୫ଟି ରାଜ୍ୟସ୍ତରୀୟ ଓ ୫ଟି ଜାତୀୟସ୍ତରୀୟ କ୍ରୀଡାରେ ସାର୍ଟିଫିକେଟ ମଧ୍ୟ ମିଳିଛି। ଭବିଷ୍ୟତରେ ସେ ଜଣେ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି।
ସେହିପରି ନବମ ଶ୍ରେଣୀରେ ପଢୁଥିବା ତାଙ୍କ ସାନ ଭଉଣୀ ପ୍ରିୟଙ୍କା ମଧ୍ୟ କୌଣସିରେ କମ୍‌ ନୁହଁନ୍ତି । ପାଠରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ତାଙ୍କ ନାମ ରହିଛି। ତେବେ ଷଷ୍ଠ ଶ୍ରେଣୀରେ ‘ରଗବୀ’ରେ ପ୍ରିୟଙ୍କା ଜିଲାସ୍ତରରେ କୃତିତ୍ୱ ହାସଲ କରିବା ପରେ ସେ ମଧ୍ୟ ପଛକୁ ଫେରି ନାହାନ୍ତି । ରଗ୍‌ବୀ ସହିତ ସଫ୍ଟବଲ ଓ ଟେନିକଏଟରେ ମଧ୍ୟ ତାଙ୍କର ପାରଦର୍ଶିତା ରହିଛି। ସେ ୪ଥର ଜିଲାସ୍ତରୀୟ, ୪ଥର ରାଜ୍ୟସ୍ତରୀୟ ଓ ଥରେ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବା ସହିତ ୬ଟି ସାର୍ଟିଫିକେଟ ହାସଲ କରିଛନ୍ତି । ସେ ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି। ତାଙ୍କ ମା’ କମଳା ବେହେରା ଗୃହିଣୀ ହୋଇଥିବା ବେଳେ ବାପା ରାଜମିସ୍ତ୍ରି କାମ କରନ୍ତି । ତେବେ ସରକାରୀ ପ୍ରୋତ୍ସାହନ ଅଭାବରୁ ତାଙ୍କ ପରି ଅଭାବୀ ପରିବାର ଝିଅମାନେ ଅଧିକ ସୁଯୋଗ ପାଇ ପାରୁ ନ ଥିବା କହିଛନ୍ତି ଏହି ୩ ଭଉଣୀ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?