ପାଠରେ ଭଲ, ଖେଳରେ ବି କମ୍‌ ନୁହନ୍ତି

ସିମୁଳିଆ,୨୫।୧୦-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଗୌଡ଼ଦିଆ-ନୂଆସାହି ଅଞ୍ଚଳର ବବୁଲୁ ବେହେରାଙ୍କ ୩ ଝିଅ ରୁବି(୧୯), ମାମାଲି(୧୭) ଓ ପ୍ରିୟଙ୍କା (୧୫) ପାଠ ସହିତ ବିଭିନ୍ନ କ୍ରୀଡ଼ାରେ କମାଲ କରୁଛନ୍ତି । ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି।
ରୁବି ଯୁକ୍ତ୩ର ଛାତ୍ରୀ। ସେ ସ୍ଥାନୀୟ ରଘୁନାରାୟଣ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ କବାଡ଼ି ଖେଳରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ। କବାଡ଼ିରେ ଜିଲାସ୍ତରରେ ରନର୍ସଅପ ହେବା ସହିତ ସଟ୍‌ପୁଟରେ ପ୍ରଥମ ହୋଇଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ନାହାଁନ୍ତି । ପରେ ସେ ସଟ୍‌ପୁଟ ଓ ଡିସ୍‌କସ ଥ୍ରୋରେ ରାଜ୍ୟସ୍ତରୀୟ କ୍ରୀଡ଼ାରେ ଭାଗ ନେଇଥିଲେ। ତେବେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଥିବା ଯୋଗୁ ରଘୁନାରାୟଣ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୁଦତ୍ତ ରଥ ତାଙ୍କୁ ସଫ୍ଟବଲ ଖେଳାଳି ରୂପେ ଚୟନ କରିଥିଲେ। ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସେ ହାଇଦ୍ରାବାଦରେ ଅନୁଷ୍ଠିତ ଜାତୀୟସ୍ତରୀୟ ସବ୍‌ ଜୁନିୟର ବିଭାଗରେ ଅଂଶ ଗ୍ରହଣ କରିଥିଲେ। ପରେ ଦଶମ ଶ୍ରେଣୀରେ ମଣିପୁରରେ ଅନୁଷ୍ଠିତ କ୍ରୀଡ଼ାରେ ଅଂଶଗ୍ରହଣ କରି ଚାମ୍ପିୟନ ହୋଇଥିଲେ। ସେହିପରି ଯୁକ୍ତଦୁଇରେ ପଢୁଥିବାବେଳେ ମଧ୍ୟ ରାଜ୍ୟସ୍ତରୀୟ ସଫ୍ଟବଲରେ ଚାମ୍ପିୟନ ହୋଇଥିଲେ । ଜଣେ ସଫଳ କ୍ରୀଡ଼ାବିତ ରୂପେ ସେ ୩୫ଟି ବିଭିନ୍ନ ସାର୍ଟିଫିକେଟ ହାସଲ କରିବା ସହିତ ଗତ ୨୦୧୭ରେ ଓଷ୍ଠା ଶିକ୍ଷକ ସଂଘ ପକ୍ଷରୁ ଶ୍ରେଷ୍ଠ ଖେଳାଳି ରୂପେ ସମ୍ମାନୀତ ହୋଇଥିଲେ। ଭବିଷ୍ୟତରେ ଜଣେ ସଫଳ କ୍ରୀଡ଼ାବିତ୍‌ ସହିତ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିବା ରୁବି ବର୍ତ୍ତମାନ ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ କୋଚ୍‌ ଦେଉଛନ୍ତି ।
ସେହିପରି ‘ଟେନି କଏଟ’କୁ ମୁଖ୍ୟ କ୍ରୀଡ଼ା ରୂପେ ଚୟନ କରିଥିବା ରୁବିଙ୍କ ସାନ ଭଉଣୀ ମାମାଲି ବର୍ତ୍ତମାନ ଯୁକ୍ତଦୁଇରେ ପଢ଼ୁଛନ୍ତି। ଅଷ୍ଟମ ଶ୍ରେଣୀରୁ ସେ ଟେନିକଏଟ ଖେଳି ଆସୁଛନ୍ତି । ଅଦ୍ୟାବଧି ସେ ବିଭିନ୍ନ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ କ୍ରୀଡ଼ାରେ କୃତିତ୍ୱ ହାସଲ କରିଛନ୍ତି। ଏଥିପାଇଁ ତାଙ୍କୁ ୧୫ଟି ରାଜ୍ୟସ୍ତରୀୟ ଓ ୫ଟି ଜାତୀୟସ୍ତରୀୟ କ୍ରୀଡାରେ ସାର୍ଟିଫିକେଟ ମଧ୍ୟ ମିଳିଛି। ଭବିଷ୍ୟତରେ ସେ ଜଣେ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି।
ସେହିପରି ନବମ ଶ୍ରେଣୀରେ ପଢୁଥିବା ତାଙ୍କ ସାନ ଭଉଣୀ ପ୍ରିୟଙ୍କା ମଧ୍ୟ କୌଣସିରେ କମ୍‌ ନୁହଁନ୍ତି । ପାଠରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ତାଙ୍କ ନାମ ରହିଛି। ତେବେ ଷଷ୍ଠ ଶ୍ରେଣୀରେ ‘ରଗବୀ’ରେ ପ୍ରିୟଙ୍କା ଜିଲାସ୍ତରରେ କୃତିତ୍ୱ ହାସଲ କରିବା ପରେ ସେ ମଧ୍ୟ ପଛକୁ ଫେରି ନାହାନ୍ତି । ରଗ୍‌ବୀ ସହିତ ସଫ୍ଟବଲ ଓ ଟେନିକଏଟରେ ମଧ୍ୟ ତାଙ୍କର ପାରଦର୍ଶିତା ରହିଛି। ସେ ୪ଥର ଜିଲାସ୍ତରୀୟ, ୪ଥର ରାଜ୍ୟସ୍ତରୀୟ ଓ ଥରେ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବା ସହିତ ୬ଟି ସାର୍ଟିଫିକେଟ ହାସଲ କରିଛନ୍ତି । ସେ ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି। ତାଙ୍କ ମା’ କମଳା ବେହେରା ଗୃହିଣୀ ହୋଇଥିବା ବେଳେ ବାପା ରାଜମିସ୍ତ୍ରି କାମ କରନ୍ତି । ତେବେ ସରକାରୀ ପ୍ରୋତ୍ସାହନ ଅଭାବରୁ ତାଙ୍କ ପରି ଅଭାବୀ ପରିବାର ଝିଅମାନେ ଅଧିକ ସୁଯୋଗ ପାଇ ପାରୁ ନ ଥିବା କହିଛନ୍ତି ଏହି ୩ ଭଉଣୀ ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri