ବେପରୁଆ ଭାବେ ଚାଲିଛି ଗଣ୍ଡିବେଡ-ଔପଦା ରାସ୍ତା

ଖଇରା/ଔପଦା, ୨୭।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ସ୍ଥାନରେ ଚାଲିଥିବା କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବିଶେଷ କରି ବେପରୁଆ ଭାବେ ଚାଲିଥିବା ଗଣ୍ଡିବେଡ-ଔପଦା ଏବଂ ୫ରୁ ଅଧିକ ରାସ୍ତା କାମର ଉଚ୍ଚସ୍ତରୀୟ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଖଇରା ବ୍ଲକର ବିଭିନ୍ନ ସଙ୍ଗଠନ ତରଫରୁ ଦାବି କରାଯାଇଛି। ୬କି.ମି. ରାସ୍ତା ପ୍ରଶସ୍ତୀକରଣ ପାଇଁ ପାଖାପାଖି ୧୨ କୋଟି ଟଙ୍କା ମଞ୍ଜୁରି ମିଳିଥିଲା । ଜୁଲାଇ ୧୧ ତାରିଖରେ ରାସ୍ତା ଶିଳାନ୍ୟାସ ହେବା ପରେ ଏହି ରାସ୍ତାରେ ଯାତାୟାତ କରୁଥିବା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ୩ ଜିଲାର ଯାତ୍ରୀ ଆଶ୍ୱସ୍ତ ହୋଇଥିଲେ। ଦୈନିକ ହନ୍ତସନ୍ତ ହୋଇ ଯାଆସ କରୁଥିବା ହଜାର ହଜାର ଯାତ୍ରୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା। ଆଉ ତାଙ୍କୁ ପ୍ରତି ମୂହୁର୍ତ୍ତରେ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିବନି ବୋଲି ସେମାନେ ଭାବିଥିଲେ। ଏବେ ରାସ୍ତା ଆରମ୍ଭ ହେବା ସହ କାର୍ଯ୍ୟର ମାନ ଦେଖିବା ପରେ ଯାତ୍ରୀ ତଥା ରାସ୍ତା ସଂଲଗ୍ନ ଗ୍ରାମବାସୀଙ୍କର ସବୁ ଆଶା ବିଶ୍ୱାସ ପାଣି ଫୋଟକା ପରି ମିଳେଇ ଯାଇଛି। ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ କରାଯିବା ବଦଳରେ ବେପରୁଆ କାମକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏବେ କଲଭର୍ଟ ଓ ପୋଲ କାମ ଚାଲିଥିବା ବେଳେ ଠିକ୍‌ ଭାବେ ଡାଇଭର୍ଶନ ନିର୍ମାଣ କରାଯାଇ ନ ଥିବାରୁ ଗାଡି ଚାଳକମାନେ ଦୁର୍ଘଟଣା ସମ୍ମୁଖୀନ ହେଉଛନ୍ତି । ବ୍ୟବହୃତ କଞ୍ଚାମାଲ ମଧ୍ୟ ଠିକ୍‌ଠାକ୍‌ ନ ଥିବାରୁ କଲଭର୍ଟ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିଭଳି ଯାତ୍ରୀଙ୍କ ସୂଚନା ପାଇଁ ଫଳକ ଲଗାଯିବାର ନିୟମ ଥିଲେ ହେଁ କାମ ଆରମ୍ଭର ୫ ମାସ ଅତିକ୍ରାନ୍ତ ହେବାକୁ ବସିଥିବା ବେଳେ ଏହା ଲଗାଯାଇ ନ ଥିବାରୁ କାର୍ଯ୍ୟକୁ ନେଇ ଯାତ୍ରୀମାନଙ୍କୁ ଅନ୍ଧାରରେ ରଖାଯାଇଥିବା ଅଭିଯୋଗ ହୋଇଛି। ସେପଟେ ଉକ୍ତ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ ଦେବାକୁ ଯାତ୍ରୀମାନେ ଗଣ୍ଡିବେଡସ୍ଥିତ କାର୍ଯ୍ୟାଳୟକୁ ଦୌଡୁଥିଲେ ହେଁ ତାଙ୍କର ଦେଖା ନ ପାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି । ବିଶେଷ କରି ରାସ୍ତା ଦାୟିତ୍ୱରେ ଥିବା ଯନ୍ତ୍ରୀ ଦୀର୍ଘଦିନ ଧରି ସୋର ସବଡିଭିଜନର ଅଧୀନରେ ରହିଥିବାରୁ ଗୋଟିଏ ହେଲେ କାର୍ଯ୍ୟ ଠିକ୍‌ ଢଙ୍ଗରେ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ନିକଟରେ ଶେଷ ହୋଇଥିବା କୁପାରୀ-ଶାରୀଶୁଆ, ବର୍ତ୍ତନା- ଆଗରପଡା ରାସ୍ତା ଏବଂ ଏବେ ଚାଲିଥିବା ବାରାପୁର-କୁପାରୀ ରାସ୍ତା ଭଳି ଅନ୍ୟ ରାସ୍ତାରେ ରାଜ୍ୟସ୍ତରର ଅଧିକାରୀ ଥରେ ଆଖି ପକାଇଲେ ଅଭିଯୋଗର ସତ୍ୟତା ଉପଲବ୍ଧି କରିପାରିବେ ବୋଲି ବିଭିନ୍ନ ସଙ୍ଗଠନ ତରଫରୁ ଅନୁରୋଧ କରାଯାଇଛି । ଏ ସମ୍ପର୍କରେ ସୋର ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ କାମରେ କୌଣସି ଅନିୟମିତତା ହୋଇ ନ ଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?