ବେପରୁଆ ଭାବେ ଚାଲିଛି ଗଣ୍ଡିବେଡ-ଔପଦା ରାସ୍ତା

ଖଇରା/ଔପଦା, ୨୭।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ସ୍ଥାନରେ ଚାଲିଥିବା କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବିଶେଷ କରି ବେପରୁଆ ଭାବେ ଚାଲିଥିବା ଗଣ୍ଡିବେଡ-ଔପଦା ଏବଂ ୫ରୁ ଅଧିକ ରାସ୍ତା କାମର ଉଚ୍ଚସ୍ତରୀୟ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଖଇରା ବ୍ଲକର ବିଭିନ୍ନ ସଙ୍ଗଠନ ତରଫରୁ ଦାବି କରାଯାଇଛି। ୬କି.ମି. ରାସ୍ତା ପ୍ରଶସ୍ତୀକରଣ ପାଇଁ ପାଖାପାଖି ୧୨ କୋଟି ଟଙ୍କା ମଞ୍ଜୁରି ମିଳିଥିଲା । ଜୁଲାଇ ୧୧ ତାରିଖରେ ରାସ୍ତା ଶିଳାନ୍ୟାସ ହେବା ପରେ ଏହି ରାସ୍ତାରେ ଯାତାୟାତ କରୁଥିବା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ୩ ଜିଲାର ଯାତ୍ରୀ ଆଶ୍ୱସ୍ତ ହୋଇଥିଲେ। ଦୈନିକ ହନ୍ତସନ୍ତ ହୋଇ ଯାଆସ କରୁଥିବା ହଜାର ହଜାର ଯାତ୍ରୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା। ଆଉ ତାଙ୍କୁ ପ୍ରତି ମୂହୁର୍ତ୍ତରେ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିବନି ବୋଲି ସେମାନେ ଭାବିଥିଲେ। ଏବେ ରାସ୍ତା ଆରମ୍ଭ ହେବା ସହ କାର୍ଯ୍ୟର ମାନ ଦେଖିବା ପରେ ଯାତ୍ରୀ ତଥା ରାସ୍ତା ସଂଲଗ୍ନ ଗ୍ରାମବାସୀଙ୍କର ସବୁ ଆଶା ବିଶ୍ୱାସ ପାଣି ଫୋଟକା ପରି ମିଳେଇ ଯାଇଛି। ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ କରାଯିବା ବଦଳରେ ବେପରୁଆ କାମକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏବେ କଲଭର୍ଟ ଓ ପୋଲ କାମ ଚାଲିଥିବା ବେଳେ ଠିକ୍‌ ଭାବେ ଡାଇଭର୍ଶନ ନିର୍ମାଣ କରାଯାଇ ନ ଥିବାରୁ ଗାଡି ଚାଳକମାନେ ଦୁର୍ଘଟଣା ସମ୍ମୁଖୀନ ହେଉଛନ୍ତି । ବ୍ୟବହୃତ କଞ୍ଚାମାଲ ମଧ୍ୟ ଠିକ୍‌ଠାକ୍‌ ନ ଥିବାରୁ କଲଭର୍ଟ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିଭଳି ଯାତ୍ରୀଙ୍କ ସୂଚନା ପାଇଁ ଫଳକ ଲଗାଯିବାର ନିୟମ ଥିଲେ ହେଁ କାମ ଆରମ୍ଭର ୫ ମାସ ଅତିକ୍ରାନ୍ତ ହେବାକୁ ବସିଥିବା ବେଳେ ଏହା ଲଗାଯାଇ ନ ଥିବାରୁ କାର୍ଯ୍ୟକୁ ନେଇ ଯାତ୍ରୀମାନଙ୍କୁ ଅନ୍ଧାରରେ ରଖାଯାଇଥିବା ଅଭିଯୋଗ ହୋଇଛି। ସେପଟେ ଉକ୍ତ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ ଦେବାକୁ ଯାତ୍ରୀମାନେ ଗଣ୍ଡିବେଡସ୍ଥିତ କାର୍ଯ୍ୟାଳୟକୁ ଦୌଡୁଥିଲେ ହେଁ ତାଙ୍କର ଦେଖା ନ ପାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି । ବିଶେଷ କରି ରାସ୍ତା ଦାୟିତ୍ୱରେ ଥିବା ଯନ୍ତ୍ରୀ ଦୀର୍ଘଦିନ ଧରି ସୋର ସବଡିଭିଜନର ଅଧୀନରେ ରହିଥିବାରୁ ଗୋଟିଏ ହେଲେ କାର୍ଯ୍ୟ ଠିକ୍‌ ଢଙ୍ଗରେ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ନିକଟରେ ଶେଷ ହୋଇଥିବା କୁପାରୀ-ଶାରୀଶୁଆ, ବର୍ତ୍ତନା- ଆଗରପଡା ରାସ୍ତା ଏବଂ ଏବେ ଚାଲିଥିବା ବାରାପୁର-କୁପାରୀ ରାସ୍ତା ଭଳି ଅନ୍ୟ ରାସ୍ତାରେ ରାଜ୍ୟସ୍ତରର ଅଧିକାରୀ ଥରେ ଆଖି ପକାଇଲେ ଅଭିଯୋଗର ସତ୍ୟତା ଉପଲବ୍ଧି କରିପାରିବେ ବୋଲି ବିଭିନ୍ନ ସଙ୍ଗଠନ ତରଫରୁ ଅନୁରୋଧ କରାଯାଇଛି । ଏ ସମ୍ପର୍କରେ ସୋର ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ କାମରେ କୌଣସି ଅନିୟମିତତା ହୋଇ ନ ଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri