ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ ପାଟିଲ ସୂଚନା ଦେଇ କହିଛନ୍ତି ଯେ, ଗତ ୨୦୨୧ରେ ଆନ୍ଧ୍ରପ୍ରଦେଶ ଗୁଂଟୁର ଜିଲାର ମାଦାସୁ ଜନ ପାଉଲ ଓରଫ ଜଗଦୀଶ ପାଉଲ ଏବଂ ଇନ୍ତୁରି ଅରୁଣା ଓରଫ ଅର୍ଚ୍ଚନା ନାମକ ମହିଳା ନିଜକୁ ସ୍ବାମୀ ସ୍ତ୍ରୀ ବୋଲି କହି ମାଲାକନଗିରି ସଦର ମହକୁମାର ରକହିଲ ଲର୍ଜରେ କିଛିଦିନ ରହିଥିଲେ। ସେଠାରୁ ସେମାନେ ମାଲାକନଗିରି ସହରର ପ୍ରସାଦ ଜୁଏଲାରୀ ଦୋକାନ ମାଲିକ ସୁବାଷ ରାଜାରାମ ପାଟିଲଙ୍କ ସହ ପରିଚୟ ବଢାଇବା ସହ ତାଙ୍କ ଘରେ ଭଡାରେ ରହିବେ ବୋଲି କହିଥିଲେ। ଏପରିକି ସେମାନେ ମାଲକାନଗିରିରେ ଚାକିରି ନିମନ୍ତେ ଆସିଥିବା ପ୍ରକାଶ କରିଥିଲେ। ଫଳରେ ସୁବାଷ ପାଟିଲ ତାଙ୍କ ଘର ନିକଟରେ ଥିବା ଏକ ଘରକୁ ଭଡାରେ ଦେଇଥିଲେ। ସେହି ଦିନଠାରୁ ସୁବାସ ପାଟିଲଙ୍କ ଗତିବିଧି ଉପରେ ଦମ୍ପତି ନଜର ରଖିଥିଲେ। ସୁବାଷ କେଉଁ ସମୟରେ ଦୋକାନକୁ ଯାଉଥିଲେ, ସେଠାରୁ ଫେରିବା ସମୟରେ ସୁନା ଗହଣା ଧରି ଆସିବା, ପୁଣି ଦୋକାନକୁ ନେବା ସବୁ ନଜର ରଖିଥିଲେ।

ଉକ୍ତ ଘରେ ୩ମାସ ଭଡ଼ା ରହିବା ପରେ ୨୦୨୧ ମାର୍ଚ୍ଚ ୨ ତାରିଖରେ ଜଗଦୀଶଙ୍କୁ ଚାକିରି ମିଳିଲା ବୋଲି କହି ସାହିର ସମସ୍ତଙ୍କୁ ମିଠା ବାଣ୍ଟିଥିଲେ। ତେବେ ଏହା ସେମାନଙ୍କର ଏକ ଚାଲ ହୋଇଥିବା ବେଳେ ଉକ୍ତ ମିଠାରେ ପୂର୍ବରୁ ନିଶା ଔଷଧ ମିଶ୍ରିତ କରି ସାହିବାସିନ୍ଦାଙ୍କୁ ଦେଇଥିଲେ। ମିଠା ଖାଇବା ପରେ ସାହିର ସମସ୍ତେ
ଅଚେତ ହୋଇପଡିଥିବା ବେଳେ ସୁବାଷ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ମିଠା ଖାଇ ଅଚେତ ହୋଇପଡିଥିଲେ। ପରେ ଅଭିଯୁକ୍ତ ଦମ୍ପତି ଏକ ଲୁହା କଟର ମେଶିନରେ ସୁବାଷଙ୍କ ଘର ଝରକାକୁ କାଟି ଘରୁ ସୁନାଗହଣା
ଚୋରି କରି ନେଇଥିଲେ। ଏ ସମ୍ବନ୍ଧରେ ସୁବାଷ ପରବର୍ତ୍ତୀ ଦିନ ସକାଳେ ସୁନା ଗହଣା ଚୋରି ହୋଇଥିବା ଜାଣି ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ୭୦୦ ଗ୍ରାମ ସୁନା ଚୋରି ହୋଇଥିବା
ଅଭିଯୋଗରେ ଦର୍ଶାଇ ଥିଲେ। ଅଭିଯୋଗକୁ ଭର୍ତ୍ତି କରି ମାଲକାନଗିରି ପୋଲିସ ତଦନ୍ତ ଜାରି ରଖିଥିଲା। ବେଳେ ଏହି ଦମ୍ପତି ତାମିଲନାଡୁର କନ୍ୟାକୁମାରୀଠାରେ ଥିବା ଏକ ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ସେଠାରୁ ସ୍ତ୍ରୀ, ସ୍ବାମୀଙ୍କୁ ଗିରଫ କରିଥିଲା।

ପୋଲିସ ତାଙ୍କ ନିକଟରୁ ୨ଟି ପିସ୍ତଲ, ୯ଟି ଅଫୁଟା ଗୁଳି, ୨୦୦ ଗ୍ରାମ ତରଳାଇଥିବା ସୁନା ଖଣ୍ଡ, ଗୋଟିଏ ଲ୍ୟାପ୍‌ଟପ୍‌, ୨ଟି ସୁନା ଓଜନ କରିବା ମେଶିନ, ଗୋଟିଏ ମୋଟର ସାଇକେଲ ଜବତ କରିଛି। ପୋଲିସ ସେମାନଙ୍କୁ
ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି କହିଛନ୍ତି। ସମ୍ମିଳନୀରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ, ଏସ୍‌ଡିପିଓ ରଞ୍ଜନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?