ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କୁ ସ୍ବର୍ଣ୍ଣ

ଭଣ୍ଡାରିପୋଖରୀ, ୫ା୪(ସ୍ବ.ପ୍ର.): କ୍ରୀଡ଼ା କ୍ଷେତ୍ରରେ ଭଦ୍ରକ ଜିଲା ସମେତ ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ଯୁବ ପ୍ରତିଭା ସୁରେନ୍ଦ୍ର ଦାସ ଏବେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ପାଇଛନ୍ତି। ଚଳିତ ମାସ ୧ ଓ ୨ ତାରିଖରେ ହରିୟାଣା ପାନୀପତଠାରେ ଅନୁଷ୍ଠିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ସୁରେନ୍ଦ୍ର ଭାଗ ନେଇଥିଲେ। ଓଡ଼ିଶା, ଆନ୍ଧ୍ର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀର ପ୍ରାୟ ୩୦୦ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବା ବେଳେ ପୁରୁଷ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସୁରେନ୍ଦ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆୟୋଜକଙ୍କ ପକ୍ଷରୁ ତାଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଏହାବ୍ୟତୀତ ଦଳଗତ ଭାବେ ମଧ୍ୟ ତାଙ୍କୁ ମାନପତ୍ର ଓ ଅର୍ଥରାଶି ସହ ପୁରସ୍କୃତ କରାଯାଇଛି।
ସପରିବାର ଏବେ ରାଜଧାନୀରେ ବସବାସ କରୁଛନ୍ତି। ବଡି ବିଲ୍ଡିଂ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରଦର୍ଶନୀ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ବିଭିନ୍ନ ସମୟରେ ପୁରସ୍କୃତ ହୋଇଛନ୍ତି। ୪ ବର୍ଷ ହେବ ଓଡ଼ିଶାର ଅନେକ ଜିଲାରେ ସେ ପ୍ରତିଯୋଗିତାରେ ଭାଗନେଇ ସେ ସଫଳତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବସାଧାରଣ ସ୍ଥାନରେ ନିଶାସେବନ

ସୋନପୁର,୧୬।୯(ନି.ପ୍ର.): ସୁବର୍ଣ୍ଣପୁର ସହରରେ ଏବେ ବିଦେଶୀ, ଦେଶୀ ମଦ ଏବଂ କଫ୍‌ ସିରପ୍‌ କାରବାର ବୃଦ୍ଧି ପାଇଛି। ରାସ୍ତାପାର୍ଶ୍ୱରେ ଖୁଲମଖୁଲା ମଦ ବିକ୍ରି କରାଯାଉଛି। ଲୋକେ...

ମାସକରେ ବୃଦ୍ଧାଙ୍କ ସହ ୧୯ ଗୃହପାଳିତ ପଶୁଙ୍କୁ ମାରିଲାଣି ବାଘ

ନୂଆପଡ଼ା ଅଫିସ,୮।୪: ନୂଆପଡ଼ା ଜିଲାରେ ଗତ ପ୍ରାୟ ୧ ମାସ ହେବ ବାଘ ଆତଙ୍କ ଦେଖାଦେଇଛି। ବାଘ ଭୟରେ ଲୋକେ ସନ୍ଧ୍ୟା ନ ହେଉଣୁ ତାଟିକବାଟ...

ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ: ଛତ୍ରପୁର ପ୍ରେସ କ୍ଲବକୁ ହରାଇଲା ଜିଲ୍ଲା ପ୍ରଶାସନ

ଛତ୍ରପୁର ,୧୫।୮(ସନ୍ତୋଷ ପାଢ଼ୀ ): ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଛତ୍ରପୁର ପ୍ରେସ କ୍ଲବ...

ହଷ୍ଟେଲରୁ ୪ ଛାତ୍ର ନିଖୋଜ

କେନ୍ଦୁଝର,୨୫ା୨(ସ୍ବ.ପ୍ର.): କେନ୍ଦୁଝର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶୁକ୍ରବାରଠାରୁ ନିଖୋଜ ହୋଇଥିବା ୪ ଛାତ୍ରଙ୍କ ପତ୍ତା ମିଳିନାହିଁ। ଏନେଇ ସେମାନଙ୍କ ପରିବାର ଲୋକ ଶନିବାର ଖବର...

ବର୍ଷେ ପରେ ମିଳିଲା ପରିଚୟ: ପରିବାର ସହ ଆସାମ ଗଲେ ମହିଳା

ଲଖନପୁର,୨୪।୧: ଝାରସୁଗଡ଼ା ଜିଲା କଣ୍ଟାପାଲିଠାରେ ଜିଲା ପ୍ରଶାସନ ତରଫରୁ ଜିଲା ଖଣିଜ ପାଣ୍ଠି ଅନୁଦାନରେ ଏକ ମାନସିକ ଅନଗ୍ରସର (ମହିଳା)ଙ୍କ ଥଇଥାନ ପାଇଁ ମିଶନ ଆଶ୍ରା...

ଯାତ୍ରୀ ବିଶ୍ରାମାଗାର ଜରାଜୀର୍ଣ୍ଣ

ବଅଁରପାଳ,୧୭ା୬(ଉପେନ୍ଦ୍ର ରାଉତ) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦଠାରେ ଥିବା ଯାତ୍ରୀ ବିଶ୍ରାମାଗାର ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ହୋଇ ରହିଛି। ଫଳରେ ପଥଚାରୀମାନେ ନାହିଁ ନ...

୨ଦିନ ପରେ ବସ୍‌ ଚଳାଚଳ ସ୍ବାଭାବିକ

ବାଲେଶ୍ୱର ଅଫିସ, ୧୧।୧ ବାଲେଶ୍ୱର ଓ ବାରିପଦା ବସ୍‌ ମାଲିକ ସଂଘ ମଧ୍ୟରେ ତିକ୍ତତା ଯୋଗୁ ଗତ ୮ତାରିଖରୁ ବସ୍‌ ଚଳାଚଳ ବନ୍ଦ ଥିଲା। ସୋମବାର...

ଭୁଶୁଡ଼ିବାକୁ ବସିଛି ମକରା ନଦୀବନ୍ଧ

କଣାସ,୧୨।୧୧(ସ୍ବ.ପ୍ର.): କଣାସ ବ୍ଲକକୁ ୧୭ରୁ ଊର୍ଦ୍ଧ୍ୱ ନଦୀନାଳ ଘେରି ରହିଛି। ନଦୀବନ୍ଧ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ପ୍ରତିବର୍ଷ ବନ୍ୟା ସମୟରେ...

Advertisement
Archives

Model This Week