Posted inଖେଳ

ରାୟଗଡ଼ାର ଭାଇଭଉଣୀଙ୍କୁ ସ୍ବର୍ଣ୍ଣ

ରାୟଗଡ଼ା,୨।୧୧ (ଆଶିଷ ରଞ୍ଜନ ପଣ୍ଡା): ବିଶ୍ୱ କ୍ରସ୍‌ବୋ ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତି ରାୟଗଡ଼ା ଜିଲା ଓ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଭାଇଭଉଣୀ ଏ.ଲୋହିତ ପଟ୍ଟନାୟକ ଓ ଏ.ନେହା ପଟ୍ଟନାୟକ ା ଇଣ୍ଡିଆନ୍‌ କ୍ରସ୍‌ବୋ ଶୁଟିଂ ଆସୋସିଏଶନ ପକ୍ଷରୁ ଉତ୍ତରପ୍ରଦେଶର ଆଗ୍ରାଠାରେ ଆୟୋଜିତ ବିଶ୍ୱ କ୍ରସ୍‌ବୋ ଶୁଟିଂରେ ରାୟଗଡ଼ା ହାଉସିଂ ବୋର୍ଡ କଲୋନି ବାସିନ୍ଦା ଆନନ୍ଦ ପଟ୍ଟନାୟକଙ୍କ ଝିଅ ନେହା ମହିଳା ଓପନ ଫ୍ରି ଷ୍ଟାଇଲରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁଅ ଲୋହିତ ମେନ୍ସ ଓପନ ଷ୍ଟାଣ୍ଡାର୍ଡ କାଟେଗୋରିରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ା ଅକ୍ଟୋବର ୨୫ରୁ ୩୧ ପର୍ଯ୍ୟନ୍ତ ଆଗ୍ରାଠାରେ ଆୟୋଜିତ ବିଶ୍ୱ କ୍ରସ୍‌ବୋ ଶୁଟିଂରେ ଭାରତ, ଇଷ୍ଟୋନିଆ, ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌, ୟୁଏସ୍‌ଏ, ସୁଇଡେନ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଭଳି ଦେଶରୁ ୬୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ା ଏଥିରେ କେନ୍ଦ୍ର ଆଇନ ମନ୍ତ୍ରୀ ଏସ୍‌ପି ସିଂ ବାଘେଲ ମୁଖ୍ୟ ଅତିଥି ଏବଂ ଉତ୍ତରପ୍ରଦେଶ ମନ୍ତ୍ରୀ ବେବିରବି ମୌର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶ୍ୱ କ୍ରସ୍‌ବୋ ଶୁଟିଂରେ ଉଭୟ ଭଉଣୀଭାଇଙ୍କ ଏହି କୃତିତ୍ୱ ହାସଲ ପାଇଁ ଜିଲାରୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଗାମୀ ଦିନରେ ଭାଇଭଉଣୀ ଆଗକୁ ଏହିଭଳି ଜିଲାର ନାଁ ବିକାଶ କରିବେ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri