ସର୍ବୋଚ୍ଚ ସ୍ତରରେ ସୁନା ଦର

ଭୁବନେଶ୍ୱର,୩।୨: କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି। ଏପରି କି ବର୍ତ୍ତମାନ ବିବାହ ଋତୁ ଓ ଶୁଭକାର୍ଯ୍ୟ ସାରା ଦେଶରେ ଜାରି ରହିଥିଲାବେଳେ ମୂଲ୍ୟବାନ ଧାତୁ ଏବଂ ସୁନା ଓ ରୁପା ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଅତିରିକ୍ତ ଖର୍ଚ୍ଚାନ୍ତ କରାଉଥିଲା ବେଳେ ବ୍ୟବସାୟ ମାନ୍ଦା ରହୁଥିବା ବେଳେ ବର୍ତ୍ତମାନ ସୁନା ଦର ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି ଏବଂ ରୁପା ଦର ୧.୧୦ ଲକ୍ଷ ନିକଟବର୍ତ୍ତୀ ହୋଇଛି ବୋଲି ଉଭୟ ରିଟେଲ ଓ ବୃହତ୍‌ବର୍ଗର ବ୍ୟବସାୟୀମାନେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଦରବୃଦ୍ଧି ଯୋଗୁ ଗ୍ରାହକ କାର୍ଯ୍ୟ ଚଳାଇବା ଭଳି କାରବାର ବା ସାମଗ୍ରୀ କ୍ରୟ କରୁଥିବା ଅଳଙ୍କାର ବ୍ୟବସାୟୀମାନେ କହିଛନ୍ତି। ଏପରି କି ସେମାନଙ୍କ କହିବା ଅନୁଯାୟୀ ଯେଉଁ ଗ୍ରାହକ ପୂର୍ବ ଥର ମନ ମୁତାବକ ସାମଗ୍ରୀ କ୍ରୟ କରୁଥିଲାବେଳେ ବର୍ତ୍ତମାନ ସେହି ଗ୍ରାହକ କାମ ଚଳାଇବା ଭଳି ସାମଗ୍ରୀ କ୍ରୟ କରୁଛି। ଗୋଟିଏ ପଟରେ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ଉଚ୍ଚା ରହିଥିଲା ବେଳେ ଅପରପକ୍ଷରେ ଶୁଭ କାର୍ଯ୍ୟ ପାଇଁ ସୁନା ଓ ରୁପା ଭଳି ମୂଲ୍ୟବାନ ସାମଗ୍ରୀ କିଣିବାକୁ ମଧ୍ୟ ଗ୍ରାହକ କୁଣ୍ଠାବୋଧ କରୁଛନ୍ତି।
ସେହିଭଳି ରବିବାର ଭୁବନେଶ୍ୱରରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନାର ଦର ୮୪,୪୧୦ ଟଙ୍କାରେ କାରବାର ହେଉଥିଲାବେଳେ ପ୍ରତି ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନାର ଦର ୭୭,୪୫୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନାର ଦର ୬୩,୩୭୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ରୁପା ଦର ପ୍ରତି କିଲୋଗ୍ରାମ ପିଛା ୧,୦୭,୦୦୦ ଟଙ୍କାରେ ରହିଛି।
ସେହିପରି ନୂଆଦିଲ୍ଲୀରେ ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନାର ଦର ୮୪,୬୬୩ ଟଙ୍କାରେ କାରବାର ହେଉଥିଲାବେଳେ ପ୍ରତି ୧୦ ଗ୍ରାମ ପିଛା ୨୨କ୍ୟାରେଟ ସୁନାର ଦର ୭୭,୬୨୩ ଟଙ୍କା ଏବଂ ୧୮ କ୍ୟାରେଟ ସୁନାର ଦର ୬୩,୪୯୦ ଟଙ୍କାରେ ବିକ୍ରି ହେଉଥିଲା ବେଳେ ରୁପା ଦର ପ୍ରତି କିଲୋଗ୍ରାମ ପିଛା ୧,୦୨,୦୦୦ଟଙ୍କାରେ ରହିଛି।
ଉଲ୍ଲେଖଯୋଗ୍ୟ, ଚେନ୍ନାଇ ବଜାରରେ ୨୪ କ୍ୟାରେଟ ସୁନାର ଦର ୮୪,୫୧୧ ଟଙ୍କାରେ କାରବାର ହେଉଥିଲାବେଳେ ରୁପା ଦର ପ୍ରତି କିଲୋଗ୍ରାମ ପିଛା ୧,୦୯,୭୦୦ ଟଙ୍କାରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

କାର ଭିତରୁ ୮୮୦ ବୋତଲ କଫ ସିରଫ ଜବତ: ୫ ଜଣଙ୍କୁୁ କାବୁ କରିନେଲା ପୋଲିସ

ବଲାଙ୍ଗୀର, ୭।୬ (ସୁନିଲ କୁମାର ମହାନ୍ତି): ଏକ କାର ଭିତରୁ ୮୮୦ ବୋତଲ କଫ ସିରଫ ଜବତ ହୋଇଛି। ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପାଞ୍ଚ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଘର, କ୍ଷତିପୂରଣ ଦାବିରେ ରାସ୍ତାରୋକ

ରିଆମାଳ ୭|୬(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅଞ୍ଚଳରେ ଶନିବାର ସନ୍ଧ୍ୟା ୬ ଟା ୩୦ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବହୁ ଘର…

ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ବଡ଼ ଝଟ୍‌କା; ମାସକୁ ଦେବାକୁ ହେବ ୨୯୯ ଟଙ୍କା, ତା’ ପରେ ମିଳିବ ଏସବୁ ଚଲାଇବାକୁ ସୁବିଧା…

ନୂଆଦିଲ୍ଲୀ,୭।୬: ମେଟା ଭାରତୀୟ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଦେଇଛି। ମେଟା ନିକଟରେ ହ଼୍ବାଟସଆପ, ଇନଷ୍ଟାଗ୍ରାମ ଏବଂ ଫେସବୁକକୁ ଦେୟଯୁକ୍ତ ସେବା ଯୋଗାଇବା ଯୋଜନା ଘୋଷଣା…

ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ହେବା ପରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଦେଲେ ଏମିତି କଥା…

ନୂଆଦିଲ୍‌ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ…

ଓଡ଼ିଶା ପୋଲିସରେ ବଡ଼ ଅଦଳବଦଳ; ୪୩ ଇନ୍ସପେକ୍ଟରଙ୍କ ବଦଳି, ଜାଣନ୍ତୁ କାହାକୁ କେଉଁଠି ମିଳିଲା ଦାୟିତ୍ୱ

ଭୁବନେଶ୍ୱର, ୭ା୬: ଓଡ଼ିଶା ପୋଲିସରେ ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଆଇନ ଶୃଙ୍ଖଳା ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ପ୍ରଶାସନିକ କାର୍ଯ୍ୟଦକ୍ଷତା ବଢ଼ାଇବା…

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ସିଜେପିର ବିକ୍ଷୋଭ

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌କୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଶନିବାର କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ଦ୍ୱାରା ଆୟୋଜିତ…

୧୦ ଯାଏ ଗ୍ରୀଷ୍ମ ପ୍ରବାହ, କାଳବୈଶାଖୀ ସତର୍କତା

ଭୁବନେଶ୍ୱର, ୭ା୬ (ବନ୍ଦନା ସେଠୀ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଥିବାବେଳେ ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ…

ସକାଳୁ ସକାଳୁ ବଡ଼ ଝଟ୍‌କା, ମହଙ୍ଗା ହେଲା ଘରୋଇ ସିଲିଣ୍ଡର ଦାମ୍‌; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୭।୬: ଦେଶରେ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। କ୍ଷୀର, ପେଟ୍ରୋଲ-ଡିଜେଲ ଏବଂ ସିଏନଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri