Posted inଜାତୀୟ

୫୬ ହଜାରକୁ ଖସିପାରେ ସୁନା ଦର

ନୂଆଦିଲ୍ଲୀ,୬।୪: ସୁନା ଦର ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିବାବେଳେ ଆଗାମୀ ବର୍ଷରେ ଏହା ସମ୍ଭବତଃ ୩୮%ହ୍ରାସ ପାଇ ୫୬,୦୦୦ ଟଙ୍କାକୁ ଖସିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଯୋଗାଣ ବୃଦ୍ଧି, ଚାହିଦା କମିବା ଏବଂ ବଜାର ପରିପୂର୍ଣ୍ଣତା କାରଣରୁ ଦର ଖସିପାରେ ବୋଲି କୁହାଯାଉଛି। ଆମେରିକାର ମର୍ନିଂଷ୍ଟାର ବିଶ୍ଳେଷକଙ୍କ ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ବର୍ଷରେ ସୁନା ଦର ୩୮% ହ୍ରାସ ପାଇବ। ଅନ୍ତର୍ଜାତୀୟ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ଆଉନ୍ସ ପ୍ରତି ୩,୧୦୦ ଡଲାର ରହିଥିବାବେଳେ ଭାରତୀୟ ବଜାରରେ ୧୦ ଗ୍ରାମ୍‌ ପ୍ରତି ଦର ପାଖାପାଖି ୯୦,୦୦୦ ଟଙ୍କା ରହିଛି। ଏହା ସମ୍ଭବତଃ ପାଖାପାଖି ୪୦%କୁ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ଦର ୫୫ ହଜାର ପାଖାପାଖି ହୋଇପାରେ ବୋଲି ଜନ୍‌ ମିଲ୍ସ କହିଛନ୍ତି। ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପ୍ରତି ୧,୮୨୦ ଡଲାରକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ଆର୍ଥତ୍କ ଅନିଶ୍ଚିତତା, ମୁଦ୍ରାସ୍ଫୀତି ଚିନ୍ତା ଏବଂ ଭୂରାଜନୈତିକ ଉତ୍ତେଜନା ଯୋଗୁ ସୁନା ଦର ବଢ଼ିଚାଲିଥିଲା। ସୁନାରେ ନିବେଶ କରିବାକୁ ନିବେଶକମାନେ ସୁରକ୍ଷିତ ମଣୁଥିଲେ। ତେବେ ଏକାଧିକ କାରଣ ପାଇଁ ସୁନା ଦର ହ୍ରାସ ପାଇବାକୁ ଯାଉଛି।
ସୁନା ଉତ୍ପାଦନ ବଢ଼ିଥିବାବେଳେ ବୈଶ୍ୱିକ ସ୍ତରରେ ସୁନା ରିଜର୍ଭ ୯% ବୃଦ୍ଧି ପାଇ ୨,୧୬,୨୬୫ ଟନ୍‌ରେ ପହଞ୍ଚତ୍ଛି। ଅଷ୍ଟ୍ରେଲିଆ ଉତ୍ପାଦନ ବଢ଼ାଇବା ସହ ସୁନା ରିସାଇକ୍ଲିଂ କରି ଯୋଗାଣ ବୃଦ୍ଧି କରିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଗତବର୍ଷ ୧,୦୪୫ ଟନ୍‌ ସୁନା କିଣିଥିବାବେଳେ ଚଳିତ ବର୍ଷ ଏହା ହ୍ରାସ ପାଇପାରେ। ୭୧% କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ ସୁନା ଭଣ୍ଡାର କମାଇବାକୁ ଯୋଜନା କରିଥିବା ଓ୍ବାଲର୍‌ଡ ଗୋଲ୍ଡ କାଉନ୍‌ସିଲ ସର୍ଭେରୁ ଜଣାପଡ଼ିଛି। ସେହିପରି ୨୦୨୪ରେ ସୁନା ସେକ୍ଟରରେ ମିଶ୍ରଣ ଏବଂ ଅଧିଗ୍ରହଣ ୩୨% ବଢ଼ିଥିଲା। ଏହିସବୁ କାରଣରୁ ସୁନା ଦର ହ୍ରାସ ପାଇବ ବୋଲି ମିଲ୍ସ ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri