Posted inଖେଳ

ବିଶ୍ୱନାଥ, ଦେବୀକା, ବଂଶରାଜଙ୍କୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ, ୨୭।୧୧(ପି.ଟି.): ସ୍ପେନର ଲା ନୁସିଆଠାରେ ଚାଲିଥିବା ଆଇବିଏ ୟୁଥ୍‌ ପୁରୁଷ ଓ ମହିଳା ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସର ବିଶ୍ୱନାଥ ସୁରେଶ, ବଂଶରାଜ ଓ ଦେବୀକା ଘୋରପଡେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ରେ ଚେନ୍ନାଇରେ ଜନ୍ମିତ ବିଶ୍ୱନାଥ ପୁରୁଷ ୪୮କେଜି ଫାଇନାଲରେ ଫିଲିପାଇନ୍ସର ରୋନେଲ ସୁୟମଙ୍କୁ ସହଜରେ ହରାଇ ଦେଇଥିଲେ। ଏହା ପୂର୍ବରୁ ମହିଳା ୪୮ କେଜି ଶ୍ରେଣୀରେ ଭାବନା ଶର୍ମା ୦-୫ରେ ଉଜ୍‌ବେକିସ୍ତାନର ଗୁଲ୍‌ସେଭାର ଗାନିଭାଙ୍କଠାରୁ ପରାଜିତ ହୋଇ ରୌପ୍ୟ ପଦକ ପାଇଥିଲେ। ଅନ୍ୟ ଭାରତୀୟ ଆଶିଷ (୫୪କେଜି) ମଧ୍ୟ ରୌପ୍ୟ ଜିତିଥିଲେ। ସେ ଏକ ରୋମାଞ୍ଚକ ଫାଇନାଲରେ ଜାପାନର ୟୁତା ସାକାଇଙ୍କଠାରୁ ହାରିଯାଇଥିଲେ। ପୁଣେର ଦେବୀକା ଭାରତ ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ଆଣି ଦେଇଥିଲେ। ସେ ମହିଳା ୫୨କେଜି ଶ୍ରେଣୀ ଫାଇନାଲରେ ଇଂଲଣ୍ଡର ଲରେନ୍‌ ମ୍ୟାକିଙ୍କୁ ପରାସ୍ତ କରିଥିଲେ। ୟୁଥ୍‌ ଏସିଆନ ଚାମ୍ପିୟନ ବଂଶରାଜ ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଆଣିଦେଇଥିଲେ। ସେ ୬୩.୫ କେଜି ଫାଇନାଲରେ ଜର୍ଜିଆର ଡେମୁର କାଜାଇଆଙ୍କୁ ପରାଜିତ କରିଥିଲେ। ଇଭେଣ୍ଟର ଚଳିତ ସଂସ୍କରଣରେ ଭାରତ ୧୧ ପଦକ ସହ ଟେବୁଲର ଶୀର୍ଷରେ ରହିଥିବା ଏହାପଛକୁ ପଛ ଯଥାକ୍ରମେ ଉଜ୍‌ବେକିସ୍ତାନ (୧୦), ଆୟର୍ଲାଣ୍ଡ (୭) ଓ କାଜାଖସ୍ତାନ (୭) ରହିଛନ୍ତି। ଭାରତ ମହିଳା ବିଭାଗରେ ୮ଟି ପଦକ ଜିତିଛି, ଏହା ଯେକୌଣସି ଦେଶଠାରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri