ପ୍ରାକ୍ତନ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ପରଲୋକ

ବାରିପଦା ଅଫିସ,୨୩।୧୧: ପ୍ରାକ୍ତନ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ବୁଧବାର ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି କିଡ଼ନୀ ରୋଗରେ ଚିକିତ୍ସିତ ହେଉଥିଲେ। ବୁଧବାର ସକାଳେ ବେତନଟୀ ସ୍ଥିତ ଘରୁ ବାରିପଦାର ଏକ ଘରୋଇ ନସିଂ ହୋମକୁ ବ୍ଳଡ ଡାଏଲେସିସ ପାଇଁ ଆସିଥିବା ବେଳେ ପୂର୍ବାହ୍ନ ୧୦ଟା ସମୟରେ ଶେଷ ନିଶ୍ୱାଃସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବରରେ ବିଭିନ୍ନ ମହଲରେ ଦୁଃଖ ପ୍ରକାଶ କରିବା ସହ ଶେଷ ଦର୍ଶନ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା, ସମର୍ଥକଙ୍କ ଭିଡ ଲାଗିରହିଛି। ମୃତଦେହକୁ ବାସସ୍ଥାନ ବେତନଟୀ ଫାର୍ମ ହାଉସକୁ ନିଆଯିବା ପରେ ସେଠାରୁ ପୈତୃକ ଗ୍ରାମ ବଡସାହି ବ୍ଳକ ଶିଆଳିଘାଟି ପଞ୍ଚାୟତ ବୁଢେଇରଣାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ ପାଇଛି।

ସ୍ବର୍ଗତ ନାଏକ ୨୦୦୦ଫେବୃଆରୀ ୨୯ତାରିଖରେ ଖୁଂଟା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦ୍ବାଦଶ ବିଧାନସଭା ସଦସ୍ୟ ଭାବେ ପ୍ରତିନିଧିତ୍ୱ କରିଥିଲେ । ମିଳିତ ଭାଜପାରୁ ପ୍ରାର୍ଥୀ ଭାବେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ୨୦୦୦-୨୦୦୪ ଓ ୨୦୦୪-୨୦୦୯ ଭାଜପାରୁ ଦୁଇ ଥର ନିର୍ବାଚିତ ହୋଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରହିଥିଲେ। ପରବର୍ତ୍ତୀ ସମୟରେ ଉଦଳା ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ୨୦୦୧୪-୨୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାସହ ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ସମ୍ଭାଳିଥିଲେ। ଦେହ ଅସୁସ୍ଥ ପାଇଁ ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଯାଇଥିଲେ । ତାଙ୍କର ଶିକ୍ଷୟିତ୍ରୀ ପତ୍ନୀ ସୁବାସିନୀଙ୍କୁ ରାଜନୀତିକୁ ଆଣି ବଡସାହି ନିର୍ବାଚନ ମଣ୍ଡଳୀର ୨୩ନଂ ଜିଲାପରିଷଦ ଜୋନରୁ ବିଜୟୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri