Posted inଜାତୀୟ

ବିଦେଶ ଯାଉଛନ୍ତି, ମଣିପୁର ଆସନ୍ତୁ

ଇମ୍ଫାଲ/କୋଲକାତା/ନୂଆଦିଲ୍ଲୀ,୨୪ା୭: ମେଇତି ସମ୍ପ୍ରଦାୟ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ଦାବି କରିବା ପରେ ମଣିପୁର ହାଇକୋର୍ଟଙ୍କ ଏ ସମ୍ପର୍କିତ ରାୟ ଉତ୍ତର-ପୂର୍ବ ରାଜ୍ୟରେ ନିଅଁା ଲଗାଇ ଦେଇଥିଲା। ମେ’ ୩ରୁ ଜାତିଆଣ ହିଂସା ଏବଂ ଯୌନହିଂସାରେ ମଣିପୁର ଜଳୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେବେଠୁ ଅଦ୍ୟାବଧି ୭ ଦେଶ ଗସ୍ତ କଲେଣି। ଏହି ଉଚ୍ଚସ୍ତରୀୟ ଗସ୍ତବେଳେ ୧.୭୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ଭାବେ କୁହାଯାଉଛି, ଯାହାକି ପ୍ରକୃତରେ ଆହୁରି ଅଧିକ ହୋଇପାରେ। ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରିସାରିଥିବାବେଳେ ଦେଶର ପ୍ରଧାନମନ୍ତ୍ରୀ କାହିଁକି ହିଂସା ପ୍ରଭାବିତ ରାଜ୍ୟକୁ ଯାଉନାହାନ୍ତି ବୋଲି ଅନେକ ବିରୋଧୀ ନେତା, ସାମାଜିକ କର୍ମୀ ଓ ଅଧିକାର କର୍ମୀ ପ୍ରଶ୍ନ କରିଛନ୍ତି।

ଭାଜପା ଶାସିତ ଜାତିଆଣ ହିଂସା ଓ ଯୌନ ହିଂସା ପ୍ରଭାବିତ ମଣିପୁରରେ ଆଦିବାସୀ ମହିଳାମାନଙ୍କୁ ଉଲଗ୍ନ ପରେଡ୍‌ ଏବଂ ଗଣବଳାତ୍କାର କରାଯିବା ଘଟଣାକୁ ରବିବାର ନାଗରିକ ଅଧିକାର କର୍ମୀ ଇରୋମ ଚାନୁ ଶର୍ମିଲା ଅତ୍ୟନ୍ତ ଅମାନବୀୟ ବୋଲି ଅଭିହିତ କରିଛନ୍ତି। ତାଙ୍କ ରାଜ୍ୟର ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍କାଳ ହସ୍ତକ୍ଷେପ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। କେବଳ ଏତିକି ନୁହେଁ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂ ନିଜ ବିଫଳତା ସ୍ବୀକାର କରି ଉତ୍ତର-ପୂର୍ବ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ‘ଲୌହମାନବୀ’ ନାମରେ ପରିଚିତତା ୫୧ ବର୍ଷୀୟା ପୁରସ୍କାର ବିଜୟିନୀ ଇରୋମ ଦାବି କରିଛନ୍ତି। ଅତୀତରେ ସଶସ୍ତ୍ର ବଳ (ସ୍ବତନ୍ତ୍ର କ୍ଷମତା) ଆଇନ (ଏଏଫ୍‌ଏସ୍‌ପିଏ) ଉଚ୍ଛେଦ ଦାବିରେ ଦୀର୍ଘ ୧୬ ବର୍ଷ ଧରି ଅନଶନ କରିଥିବା ମଣିପୁର ବାସିନ୍ଦା ଇରୋମ ଶର୍ମିଲା ଏକ ସାକ୍ଷାତ୍‌କାରରେ କହିଛନ୍ତି, ମେ’ ୪ରେ କାଗ୍‌ପୋକ୍‌ପି ଜିଲାରେ ୨ ଜଣ ମହିଳାଙ୍କ ଦେହରୁ ପୋଷାକ କାଢ଼ି ସେମାନଙ୍କୁ ଉଲଗ୍ନ ବୁଲାଯିବାବେଳର ଭିଡିଓ ଦେଖିବା ପରେ କାନ୍ଦି ପକାଇଥିଲେ। ଜୁଲାଇ ୧୯ରେ ସାମ୍ନାକୁ ଆସିଥିବା ଏହି ଦୃଶ୍ୟ ଅମାନବୀୟ ଏବଂ ବିଚଳିତ କରିଦେବା ଭଳି, ଯାହାକୁ ଦେଖି ସେ ଚକିତ, ମର୍ମାହତ।

ଏହା ସ୍ପଷ୍ଟ ଯେ ମଣିପୁରରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାକୁ ଚାଲିଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ନୀରବ ରହିଛନ୍ତି? ସେ ମଣିପୁରବାସୀଙ୍କୁ ସୁରକ୍ଷା ଦେବା ଉଚିତ। ମଣିପୁର ଜନସାଧାରଣଙ୍କ ଦୁର୍ଦ୍ଦଶାକୁ ନେଇ ସେ ଚିନ୍ତିତ ଥିଲେ ଏଥିରେ ନିଶ୍ଚିତ ଭାବେ ହସ୍ତକ୍ଷେପ କରିବେ। ଗୁଜରାଟ ଜନତାଙ୍କ ଭଳି ମଣିପୁରୀମାନେ ମଧ୍ୟ ତାଙ୍କ ନେତୃତ୍ୱ ଆବଶ୍ୟକ କରୁଛନ୍ତି। ଆଇରନ୍‌ ଲେଡି ଇରୋମଙ୍କ ମତରେ ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂ ମତଭେଦ ଦୂର କରି ରାଜ୍ୟର ସମସ୍ତ ୬୦ ବିଧାୟକଙ୍କ ସହ ଆଲୋଚନା କରିବା ଉଚିତ। ଜଣ ଜଣ କରି ସମସ୍ତଙ୍କ ମତାମତ ନେଇ ମେଇତି-କୁକି ସମ୍ପ୍ରଦାୟ ମଧ୍ୟରେ ଲାଗିରହିଥିବା ହିଂସାରେ ପୂର୍ଣ୍ଣଚ୍ଛେଦ ପକାଇବା ହେଉଛି ବର୍ତ୍ତମାନ ସମୟର ସର୍ବୋଚ୍ଚ ପ୍ରାଥମିକତା ବୋଲି ଇରୋମ କହିଛନ୍ତି। ଇତିମଧ୍ୟରେ ମଣିପୁର ସରକାରଙ୍କ ଦାଗିଦ୍‌କୁ ଭ୍ରୂକ୍ଷେପ ନ କରି ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଳ୍ୟୁ) ଅଧ୍ୟକ୍ଷା ସ୍ବାତୀ ମାଲିଆଲ ଇମ୍ଫାଲରେ ପହଞ୍ଚତ୍ଛନ୍ତି। ଯୌନହିଂସାର ଶିକାର ହୋଇଥିବା

ପୀଡ଼ିତାମାନଙ୍କୁ ଭେଟି ସେ ଆଇନଗତ ସହାୟତା ପ୍ରଦାନ କରିବେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଯିବେ। ଏନେଇ ସ୍ବାତୀ କହିଛନ୍ତି, ପୀଡ଼ିତାଙ୍କୁ ଭେଟିବା ପାଇଁ ଦୟାକରି ମୋତେ ଅନୁମତି ଦିଆଯାଉ। ମୁଁ ଏଠାକୁ ରାଜନୀତି କରିବାକୁ ଆସିନାହିଁ। ପ୍ରଧାନମନ୍ତ୍ରୀ ମୋଦି ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଣିପୁର ଗସ୍ତ କରନ୍ତୁ। ମୁଁ ରାଜ୍ୟପାଳଙ୍କୁ ମଧ୍ୟ ଭେଟିବାକୁ ଚେଷ୍ଟା କରିବି ବୋଲି ଇମ୍ଫାଲ ବିମାନବନ୍ଦରରେ ପହଞ୍ଚତ୍ବା ପରେ ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି। ଇମ୍ଫାଲ ଗସ୍ତ ପୂର୍ବରୁ ରାଜ୍ୟ ସରକାର ଆଇନ ଶୃଙ୍ଖଳା ଆଳ ଦେଖାଇ ତାଙ୍କୁ ସେଠାକୁ ଯିବାକୁ ବାରଣ କରିଥିଲେ।

ମଣିପୁର ଜଳୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଉଦାସୀନତାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଏନ୍‌. ବିରେନ୍‌ ସିଂ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ମଣିପୁରକୁ ଶାନ୍ତି ଫେରିବ ନାହିଁ। ପ୍ରଧାନମନ୍ତ୍ରୀ ଏହି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଡବଲ ଇଞ୍ଜିନ୍‌ ସରକାରର ପତନକୁ ଘଣ୍ଟ ଘୋଡ଼ାଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକୁ ନିନ୍ଦିତ କରନ୍ତୁ ନାହିଁ। ମଣିପୁର ପ୍ରସଙ୍ଗରେ ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ୨ ଦିନ ବେକାର ଯାଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀ ଦଳଗୁଡ଼ିକୁ ହାତଯୋଡ଼ି ଗୃହ ଚଳାଇବାକୁ ଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜନୀତି କରା ନ ଯାଉ ବୋଲି ଅନୁରାଗ କହିଛନ୍ତି। ସୋମବାର ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପାର୍ଲାମେଣ୍ଟରେ ମିଳିତ ବିକ୍ଷୋଭ କରିବାକୁ ଥିବାବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଏହି ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?