Posted inଜାତୀୟ

ଚର୍ଚ୍ଚ ଗଲେ ଅବା କ୍ରସ୍‌ ପିନ୍ଧଲେ ଏସ୍‌ସି ପ୍ରମାଣପତ୍ର ହେବନି ରଦ୍ଦ, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୯।୧୦: ଚର୍ଚ୍ଚ ଗଲେ. କ୍ରସ୍‌ ପିନ୍ଧଲେ ଅନ୍ୟ କୌଣସି ଧାର୍ମିକ ପରମ୍ପରା ପାଳନ କଲେ ଏସ୍‌ସି ପ୍ରମାଣପତ୍ରକୁ ରଦ୍ଦ କରାଯାଇ ପାରିବ ନାହିଁ। ହାଇାକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ଏମ୍‌ ଦୁରାଇସ୍ବାମୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିଛନ୍ତି। ରାମନାଥପୁରମର ଜଣେ ମହିଳା ଡାକ୍ତରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ ସେ ଜଣେ ଖ୍ରୀଷ୍ଟିଆନଙ୍କୁ ବିବାହ କରି ତାଙ୍କ କ୍ଲିନିକରେ କ୍ରସ ରଖିଥିବାରୁ ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି ବୋଲି ଅଧିକାରୀଦ୍ୱାରା ଗଠିତ କମିଟି ପକ୍ଷରୁ ଗ୍ରହଣ କରାଯାଇଛି।

ପ୍ରଧାନ ବିଚାରପତି କହିଛନ୍ତି, ଏହା ସମ୍ଭବ ଯେ ଆବେଦନକାରୀ ତାଙ୍କ ସ୍ବାମୀ ଏବଂ ପିଲାମାନଙ୍କ ସହିତ ରବିବାର ପ୍ରାର୍ଥନା କରିବାକୁ ଚର୍ଚ୍ଚ ଯାଇଥିବେ। କିନ୍ତୁ ଜଣେ ବ୍ୟକ୍ତି ଚର୍ଚ୍ଚକୁ ଯିିବା କେବଳ ଅର୍ଥ ନୁହେଁ ଯେ ସେ ତାଙ୍କର ମୂଳ ବିଶ୍ୱାସକୁ ସମ୍ପୂର୍ଣ୍ଣ ତ୍ୟାଗ କରିଛନ୍ତି। ଅଧିକାରୀଙ୍କ ଏହି ମନୋଭାବ ସେମାନଙ୍କର ସଂକୀର୍ଣ୍ଣ ମନୋଭାବକୁ ଦର୍ଶାଉଛି। ଯାହାକୁ ଭାରତୀୟ ସମ୍ବିଧାନ ପ୍ରୋତ୍ସାହିତ କରେ ନାହିଁ କୋର୍ଟ କହିଛନ୍ତି ଯେ କର୍ତ୍ତୃପକ୍ଷ କୌଣସି ପ୍ରମାଣ ବିନା ନିଷ୍ପତ୍ତି ନେଇ ଆବେଦନକାରୀଙ୍କ ସମ୍ପ୍ରଦାୟ ପ୍ରମାଣପତ୍ର ବାତିଲ କରିଛନ୍ତି। ବର୍ତ୍ତମାନ କୋର୍ଟ ଏହି ଆଦେଶକୁ ବାତିଲ କରି ପୁଣି ପ୍ରମାଣପତ୍ରକୁ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ, ୨୦୧୫ରେ ପାସ ହୋଇଥିବା ଏକ ବିଜ୍ଞପ୍ତିକୁ ଦର୍ଶାଇ ସରକାରଙ୍କ ପକ୍ଷରୁ ନିଯୁକ୍ତ ଆଇନଜୀବୀ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଆବେଦନକାରୀ ହାଇକୋର୍ଟଙ୍କ ନିକଟକୁ ଯିବା ପରିବର୍ତ୍ତେ ସମ୍ପୃକ୍ତ ସରକାରୀ ବିଭାଗ ନିକଟରେ ଆବେଦନ କରିବାକୁ ଚାହୁଁଛନ୍ତି।ତେବେ ବିଚାରପତିମାନେ ଦର୍ଶାଇଛନ୍ତି ଯେ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ଆବେଦନକାରୀ କେବଳ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri