Posted inଜାତୀୟ

ଚର୍ଚ୍ଚ ଗଲେ ଅବା କ୍ରସ୍‌ ପିନ୍ଧଲେ ଏସ୍‌ସି ପ୍ରମାଣପତ୍ର ହେବନି ରଦ୍ଦ, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୯।୧୦: ଚର୍ଚ୍ଚ ଗଲେ. କ୍ରସ୍‌ ପିନ୍ଧଲେ ଅନ୍ୟ କୌଣସି ଧାର୍ମିକ ପରମ୍ପରା ପାଳନ କଲେ ଏସ୍‌ସି ପ୍ରମାଣପତ୍ରକୁ ରଦ୍ଦ କରାଯାଇ ପାରିବ ନାହିଁ। ହାଇାକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ଏମ୍‌ ଦୁରାଇସ୍ବାମୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିଛନ୍ତି। ରାମନାଥପୁରମର ଜଣେ ମହିଳା ଡାକ୍ତରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ ସେ ଜଣେ ଖ୍ରୀଷ୍ଟିଆନଙ୍କୁ ବିବାହ କରି ତାଙ୍କ କ୍ଲିନିକରେ କ୍ରସ ରଖିଥିବାରୁ ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି ବୋଲି ଅଧିକାରୀଦ୍ୱାରା ଗଠିତ କମିଟି ପକ୍ଷରୁ ଗ୍ରହଣ କରାଯାଇଛି।

ପ୍ରଧାନ ବିଚାରପତି କହିଛନ୍ତି, ଏହା ସମ୍ଭବ ଯେ ଆବେଦନକାରୀ ତାଙ୍କ ସ୍ବାମୀ ଏବଂ ପିଲାମାନଙ୍କ ସହିତ ରବିବାର ପ୍ରାର୍ଥନା କରିବାକୁ ଚର୍ଚ୍ଚ ଯାଇଥିବେ। କିନ୍ତୁ ଜଣେ ବ୍ୟକ୍ତି ଚର୍ଚ୍ଚକୁ ଯିିବା କେବଳ ଅର୍ଥ ନୁହେଁ ଯେ ସେ ତାଙ୍କର ମୂଳ ବିଶ୍ୱାସକୁ ସମ୍ପୂର୍ଣ୍ଣ ତ୍ୟାଗ କରିଛନ୍ତି। ଅଧିକାରୀଙ୍କ ଏହି ମନୋଭାବ ସେମାନଙ୍କର ସଂକୀର୍ଣ୍ଣ ମନୋଭାବକୁ ଦର୍ଶାଉଛି। ଯାହାକୁ ଭାରତୀୟ ସମ୍ବିଧାନ ପ୍ରୋତ୍ସାହିତ କରେ ନାହିଁ କୋର୍ଟ କହିଛନ୍ତି ଯେ କର୍ତ୍ତୃପକ୍ଷ କୌଣସି ପ୍ରମାଣ ବିନା ନିଷ୍ପତ୍ତି ନେଇ ଆବେଦନକାରୀଙ୍କ ସମ୍ପ୍ରଦାୟ ପ୍ରମାଣପତ୍ର ବାତିଲ କରିଛନ୍ତି। ବର୍ତ୍ତମାନ କୋର୍ଟ ଏହି ଆଦେଶକୁ ବାତିଲ କରି ପୁଣି ପ୍ରମାଣପତ୍ରକୁ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ, ୨୦୧୫ରେ ପାସ ହୋଇଥିବା ଏକ ବିଜ୍ଞପ୍ତିକୁ ଦର୍ଶାଇ ସରକାରଙ୍କ ପକ୍ଷରୁ ନିଯୁକ୍ତ ଆଇନଜୀବୀ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଆବେଦନକାରୀ ହାଇକୋର୍ଟଙ୍କ ନିକଟକୁ ଯିବା ପରିବର୍ତ୍ତେ ସମ୍ପୃକ୍ତ ସରକାରୀ ବିଭାଗ ନିକଟରେ ଆବେଦନ କରିବାକୁ ଚାହୁଁଛନ୍ତି।ତେବେ ବିଚାରପତିମାନେ ଦର୍ଶାଇଛନ୍ତି ଯେ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ଆବେଦନକାରୀ କେବଳ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ରାଜନୀତି ଛାଡିଦେବି, କାନ ଧରି ଉଠ୍‌-ବସ୍‌ ହେବେ ମୋଦି: କାହିଁକି ଏମିତି କହିଲେ ଦିଦି

କୋଲକତା,୧୪।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ଏବେ ରାଜନୀତି ସରଗରମ ଅଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗ ଦ୍ୱାରା ନିଷେଧାଦେଶ ପାଳନ କରିବା...

ଆଇଏସ୍‌ ଆତଙ୍କବାଦୀଙ୍କ ଘରେ ବାରୁଦ ଗଦା: ସ୍ତ୍ରୀ-ପିତା-ଭାଇ କହିଲେ ଏପରି…

ନୂଆଦିଲ୍ଲୀ, ୨୩।୮: ଦିଲ୍ଲୀର ଧୋଲା କୂଆଁ ଅଞ୍ଚଳରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବୁ ୟୁସୁଫ୍‌ଙ୍କର ବଳରାମପୁର ଘରେ ଚଢ଼ାଉ ସମୟରେ ମୃତ୍ୟୁର ସରଞ୍ଜାମ ଜବତ ହୋଇଛି।...

ବାହାଦୂର ଶାହା ଜାଫରଙ୍କ ବଂଶଜ କହିଲେ ରାମ ମନ୍ଦିର ହେଲେ ପ୍ରଥମେ ଇଟା ସେମାନେ ରଖିବେ

ହାଇଦ୍ରାବାଦ,୧୮।୮: ମୋଗଲ ସମ୍ରାଟଙ୍କ ଶେଷ ଶାସକ ବାହାଦୂର ଶାହା ଜାଫରଙ୍କ ବଂଶଜ ହବିବୁଦ୍ଦିନ ତୁସି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଇଚ୍ଛା ପ୍ରକାଶ...

ଜମ୍ମୁ-କଶ୍ମୀରରେ କାର୍ଯ୍ୟକ୍ଷମ ହେଲା ୨ଜି ମୋବାଇଲ ଇଣ୍ଟରନେଟ ସେବା

ଶ୍ରୀନଗର,୨୫।୧: ଦୀର୍ଘ ୫ ମାସ ପରେ ଜମ୍ମୁ-କଶ୍ମୀରରେ ୨ଜି ମୋବାଇଲ ଇଣ୍ଟରନେଟ ସେବା କାର୍ଯ୍ୟକ୍ଷମ ହୋଇଛି। ଶନିବାରଠାରୁ କଶ୍ମୀର ଭ୍ୟାଲିରେ ଏହି ମୋବାଇଲ ସେବା କାର୍ଯ୍ୟକ୍ଷମ...

୯୬ ବର୍ଷ ତଳେ ଆରମ୍ଭ ହୋଇଥିବା ରେଡ଼ିଓ ପ୍ରସାରଣରେ ମୋଦି ଆଣିଛନ୍ତି ନୂଆ କ୍ରାନ୍ତି

ନୂଆଦିଲ୍ଲୀ, ୨୦।୮: ପ୍ରତିବର୍ଷ ଅଗଷ୍ଟ ୨୦ରେ ଭାରତରେ ଜାତୀୟ ଦିବସ ପାଳିତ ହୋଇଥାଏ। ୯୬ ବର୍ଷ ତଳେ ୧୯୨୩ରେ ଦେଶରେ ପ୍ରଥମ ରେଡ଼ିଓ ପ୍ରସାରଣ ଆରମ୍ଭ...

ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ, ଭାରତର ସମସ୍ତ ବାସିନ୍ଦା ହିନ୍ଦୁ: ଭାଗଓ୍ବତ…

ଶିଲଂ, ୨୬।୯ : ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ। ଭାରତର ସମସ୍ତ ବାସିନ୍ଦା ହିନ୍ଦୁ। ମେଘାଳୟର ଶିଲଂରେ ଅନୁଷ୍ଠିତ ନାଗରିକ ସମ୍ମିଳନୀରେ...

ବିବାହ କରାଇବା ପଡ଼ିଲା ମହଙ୍ଗା: ପଣ୍ଡିତଙ୍କ ବିରୋଧରେ ମାମଲା ଦାଏର

ଚଣ୍ଡିଗଡ଼,୩।୧୧: ହରିୟାଣାରେ ନାବାଳକଙ୍କ ବିବାହ କରାଇଥିବା ଜଣେ ପଣ୍ଡିତଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ବାଳ ବିବାହ ନିରୋଧୀ ଆଇନ ଅନ୍ତର୍ଗତ ମାମଲା ଦାଏର କରାଯାଇଛି।...

ମୋଦିଙ୍କୁ ଭେଟିଲେ ଓମାର ଅବଦୁଲା: ଅନୁଚ୍ଛେଦ ୩୫-ଏ ସଂଶୋଧନ ନ କରିବାକୁ କଲେ ଦାବି

ନୂଆଦିଲ୍ଲୀ,୧।୮: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହାପରେ ସେ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି...

Advertisement
Archives

Model This Week