Odisha Elections 2024
Posted inଜାତୀୟ

ଗୋଧ୍ରା ଟ୍ରେନରେ ନିଆଁ ଲଗାଇବା ମାମଲା: ୮ ଦୋଷୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୪: ଗୁଜରାଟ ଗୋଧ୍ରାରେ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇବା ମାମଲାରେ ସୁପ୍ରିମକୋର୍ଟ ୮ଜଣ ଦୋଷୀଙ୍କୁ ଜାମିନ ଦେଇଛନ୍ତି। ସବୁ ଦୋଷୀ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଏହାପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାର ଦୋଷୀ ସାବ୍ୟସ୍ତ ହୋଇଥିବା କେତେକଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଏହି ଦୋଷୀମାନଙ୍କ ମଧ୍ୟରେ ସେହି ଆବେଦନକାରୀ ଅଛନ୍ତି ଯେଉଁମାନେ ତଳ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିଲେ, କିନ୍ତୁ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ।

ଏଠାରେ କହି ରଖୁଛୁ କି, ୫୧ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ତଳ କୋର୍ଟ ଏହି ମାମଲାରେ ୩୧ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିମଧ୍ୟରୁ ୧୧ଜଣଙ୍କୁ ମୃତ୍ୟୁଦଣ୍ଡ ଓ ୨୦ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ତେବେ ହାଇକୋର୍ଟ ଏହି ମାମଲାରେ ମୃତ୍ୟୁଦଣ୍ଡକୁ ହ୍ରାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏ ମୋଦି ତ ବହୁତ ସୁନ୍ଦର… କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଜୈନପୁର,୧୬।୫: ଉତ୍ତରପ୍ରଦେଶର ଜୈନପୁରରେ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସୁନ୍ଦର ପିଲାଙ୍କୁ ଦେଖି ପ୍ରଶଂସା କରିଛନ୍ତି। ଏହି ଦୁଇ ପିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅମିତ ଶାହା କହିଲେ-”କେଜ୍‌ରିଓ୍ବାଲଙ୍କୁ ଦିଆଯାଇଛି ସ୍ବତନ୍ତ୍ର ଟ୍ରିଟ୍‌ମେଣ୍ଟ୍‌”, ପ୍ରତିକ୍ରିୟା ଦେଲେ ସୁପ୍ରିମକୋର୍ଟ

ନୁଆଦିଲ୍ଲୀ,୧ା୫: ଏଏପି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ବେଲ୍‌ ପ୍ରସଙ୍ଗରେ କେନ୍ଦ୍ର ସ୍ବରାଷ୍ଟ୍ର୍‌ମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ସୁପ୍ରିମକୋର୍ଟ। କେଜ୍‌ରିଓ୍ବାଲଙ୍କୁ ବେଲ୍‌...

କେଜ୍‌ରିଓ୍ବାଲ୍‌ଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାର ଶୁଣାଣି କରି...

ବିହାରରୁ ମୁହଁ ଫେରାଉଛନ୍ତି ଷ୍ଟାର ପ୍ରଚାରକ

ପାଟନା,୧୬ା୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନରେ ଦେଶରେ ସରକାର ଗଠନ କରିବାକୁ କଂଗ୍ରେସ ଦାବି କରୁଛି, କିନ୍ତୁ ଅନ୍ୟପକ୍ଷରେ କଂଗ୍ରେସର ଷ୍ଟାର ପ୍ରଚାରକମାନେ କେଉଁଆଡ଼େ...

‘୫୬ ଇଞ୍ଚ ଛାତିରେ ସାହସ ନାହିଁ’, ଖୋଲା ବିତର୍କ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ

ନୂଆଦିଲ୍ଲୀ,୧୬।୫: ନିକଟରେ ଏକ ଚିଠିରେ ଦୁଇଜଣ ପୂର୍ବତନ ବିଚାରପତି ରାହୁଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବସାଧାରଣରେ ବିତର୍କ କରିବାକୁ କହିଥିଲେ। ଯାହା ଉପରେ ପ୍ରତିକ୍ରିୟା...

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳରେ ମୌସୁମୀର ଏଣ୍ଟ୍ରି, IMD ଦେଲା ସୂଚନା

ନୂଆଦିଲ୍ଲୀ,୧୬।୫: ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମେ ୩୧ ତାରିଖ ପାଖାପାଖି ମୌସୁମୀ କେରଳ...

ଏହିଦିନ ପ୍ରଧାନମନ୍ତ୍ରୀ ମୋଦି ନେବେ ଅବସର: କେଜ୍‌ରିଓ୍ବାଲ କଲେ ପୂର୍ବାନୁମାନ

ଲକ୍ଷ୍ନୌ,୧୬।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ନିର୍ବାଚନ ପ୍ରଚାର ପାଇଁ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଇଣ୍ଡି ମେଣ୍ଟ ସଦସ୍ୟ ଅଖିଳେଶ ଯାଦବଙ୍କ ସହ ଏକ...

ଅମିତ ଶାହା ହେବେ ପ୍ରଧାନମନ୍ତ୍ରୀ, ୨ ମାସ ଭିତରେ ହଟିବେ ଯୋଗୀ

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri