ଅସୁରକ୍ଷିତ ଗୋଧଁସ ଜଳପ୍ରପାତ

ନୂଆପଡ଼ା ଅଫିସ,୨।୧୨: ବର୍ତ୍ତମାନ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟକମାନେ ଏହାର ମଜା ନେଉଛନ୍ତି। ନୂଆପଡ଼ା ଜିଲାରେ ଥିବା ୩ଟି ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ ହେଉଥିଲେ ମଧ୍ୟ ଅବହେଳତ ଅବସ୍ଥାରେ ଥିବାରୁ ପର୍ଯ୍ୟଟକଙ୍କ ଜୀବନ ସୁରକ୍ଷିତ ନୁହେଁ। ନୂଆପଡା ଜିଲା ଛତିଶଗଡ ସୀମାନ୍ତରେ ଥିବାରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଛତିଶଗଡ ସମେତ ପଡୋଶୀ ଜିଲା ବରଗଡ, କଳାହାଣ୍ଡି, ବଲାଙ୍ଗୀର ତଥା ଅନ୍ୟ ଜିଲାରୁ ବଣଭୋଜି କରିବା ପାଇଁ ଆଗମନ ହୋଇଥାଏ। ଜିଲାର ସୁନାବେଡା ଅଭୟାରଣ୍ୟ ଭିତରେ ଗୋଧଁସ, ବେନିଆଧଁସ, ଖରଲଧଁସ ୩ଟି ଜଳପ୍ରପାତ ରହିଥିବା ବେଳେ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ପତୋରା ଅନ୍ୟତମ। ସେହିପରି କୋମନା ଓ ଖଡିଆଳ ବ୍ଲକ ମଧ୍ୟ ଭାଗରେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ତିଖାଲି, ସିନାପାଲି ବ୍ଲକ ଥିପାଖୋଲରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଲାଣି। ବୋଡେନ ବ୍ଲକ ପାତାଳଗଙ୍ଗା ଓ ଉପକାଗଙ୍ଗା ଧାର୍ମିକ ସ୍ଥଳ ହୋଇଥିବାରୁ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭିଡ ହେଉଛି। ଅନ୍ୟ ସ୍ଥାନ ମଧ୍ୟରୁ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ୩ଟି ଧଁସ ବା ଜଳପ୍ରପାତରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରହିଥିବାରୁ ପର୍ଯ୍ୟଟକଙ୍କ ଅତ୍ୟଧିକ ଭିଡ ହୁଏ। ହେଲେ ଏହି ଧଁସ ବା ଜଳପ୍ରପାତରେ ଲୋକେ ସୁରକ୍ଷିତ ମଣୁନାହାନ୍ତି। ୨୦୨୧ ସେପ୍ଟେମ୍ବର ୧୬ରେ ଗୋଧଁସ ଜଳପ୍ରପାତରେ ନୂଆପଡା ସହର ବିଦେଶୀ ମଦ ଦୋକାନ କର୍ମଚାରୀ ଗଣେଶ ମୃର୍ତ୍ତି ବିସର୍ଜନ କରି ନେଇଥିବା ବେଳେ ମ୍ୟାନେଜର ନିଲେସ ଗୁପ୍ତା (୩୩), ସେଲ୍ସ ମ୍ୟାନ ରାଜକୁମାର ଗୁପ୍ତା (୨୪) ଓ କର୍ମଚାରୀ ଅମିତ କୁମାର ଗୁପ୍ତା (୨୫) ଜଳପ୍ରପାତିରେ ବୁଡି ପ୍ରାଣ ହରାଇଥିଲେ। ୨୦୨୧ ସେପ୍ଟେମ୍ବର ୨୪ରେ ୨ଜଣ ପ୍ରେମୀ ଯୁଗଳ ଡେଇଁ ଆତ୍ମହତ୍ୟା କରିଥିଲେ। ୨୦୨୧ ଅକ୍ଟୋବର ୧୮ରେ ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ସେନନାମୁଣ୍ଡା ଗାଁର ମହେଶ ନାଗ (୧୮) ଗୋଧଁସ ପ୍ରପାତରୁ ପଡି ଯାଇ ପ୍ରାଣ ହରାଇଥିଲେ। ସେହିପରି ୨୦୨୨ ନଭେମ୍ବର ୧୩ରେ ସ୍ଥାନୀୟ ଏକ ଘରୋଇ ଶିକ୍ଷାନୁଷ୍ଠାନ ଡ୍ରାଇଭର ସଂଘ ଗୋଧଁସକୁ ବଣଭୋଜି କରିଯାଇଥିବା ବେଳେ ନୂଆପଡା ସଦର ଥାନା ଗୋଡଫୁଲା ଗାଁର ଡ୍ରାଇଭର ରାମକିଶନ ରାଉତ (୩୫) ପ୍ରପାତରେ ଜୀବନ ଯାଇଥିଲା। ବର୍ଷେ ମଧ୍ୟରେ ୭ଜଣଙ୍କ ଜୀବନ ଯାଇଥିଲେ ମଧ୍ୟ ଜିଲା ପ୍ରଶାସନ କିମ୍ବା ବନ୍ୟଜନ୍ତୁ ବିଭାଗର ଚେତା ପଶୁନାହିଁ। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରାଙ୍କୁ ପଚାରିବାରୁ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ୩ଟି ଧଁସ ବନ୍ୟଜନ୍ତୁ ବିଭାଗ ଅଧୀନରେ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ କିଛି କରାଯାଇପାରୁ ନାହିଁ। କିନ୍ତୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ତତ୍କାଳିନ ଜିଲାପାଳ ମଧୁଶ୍ମିତା ସାହୁ ତାର ବାଡ କରିଥିଲେ। ତାହା ସବୁ ନଷ୍ଟ ହୋଇ ଗଲାଣି ବୋଲି ପ୍ରକାଶ କରିଥିଲେ। ଏ ନେଇ ନୂଆପଡା ଡିଏଫଓ ବିନାୟ ଭାଷନ କୁମାର ବିଶ୍ୱାସଙ୍କ ଫୋନ ନଂ ୯୪୩୭୯୬୬୩୭୨କୁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ସହ ସମ୍ପର୍କ ହୋଇ ନ ଥିବାରୁ ମତାମତ ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?