ଅସୁରକ୍ଷିତ ଗୋଧଁସ ଜଳପ୍ରପାତ

ନୂଆପଡ଼ା ଅଫିସ,୨।୧୨: ବର୍ତ୍ତମାନ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟକମାନେ ଏହାର ମଜା ନେଉଛନ୍ତି। ନୂଆପଡ଼ା ଜିଲାରେ ଥିବା ୩ଟି ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ ହେଉଥିଲେ ମଧ୍ୟ ଅବହେଳତ ଅବସ୍ଥାରେ ଥିବାରୁ ପର୍ଯ୍ୟଟକଙ୍କ ଜୀବନ ସୁରକ୍ଷିତ ନୁହେଁ। ନୂଆପଡା ଜିଲା ଛତିଶଗଡ ସୀମାନ୍ତରେ ଥିବାରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଛତିଶଗଡ ସମେତ ପଡୋଶୀ ଜିଲା ବରଗଡ, କଳାହାଣ୍ଡି, ବଲାଙ୍ଗୀର ତଥା ଅନ୍ୟ ଜିଲାରୁ ବଣଭୋଜି କରିବା ପାଇଁ ଆଗମନ ହୋଇଥାଏ। ଜିଲାର ସୁନାବେଡା ଅଭୟାରଣ୍ୟ ଭିତରେ ଗୋଧଁସ, ବେନିଆଧଁସ, ଖରଲଧଁସ ୩ଟି ଜଳପ୍ରପାତ ରହିଥିବା ବେଳେ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ପତୋରା ଅନ୍ୟତମ। ସେହିପରି କୋମନା ଓ ଖଡିଆଳ ବ୍ଲକ ମଧ୍ୟ ଭାଗରେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ତିଖାଲି, ସିନାପାଲି ବ୍ଲକ ଥିପାଖୋଲରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଲାଣି। ବୋଡେନ ବ୍ଲକ ପାତାଳଗଙ୍ଗା ଓ ଉପକାଗଙ୍ଗା ଧାର୍ମିକ ସ୍ଥଳ ହୋଇଥିବାରୁ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭିଡ ହେଉଛି। ଅନ୍ୟ ସ୍ଥାନ ମଧ୍ୟରୁ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ୩ଟି ଧଁସ ବା ଜଳପ୍ରପାତରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରହିଥିବାରୁ ପର୍ଯ୍ୟଟକଙ୍କ ଅତ୍ୟଧିକ ଭିଡ ହୁଏ। ହେଲେ ଏହି ଧଁସ ବା ଜଳପ୍ରପାତରେ ଲୋକେ ସୁରକ୍ଷିତ ମଣୁନାହାନ୍ତି। ୨୦୨୧ ସେପ୍ଟେମ୍ବର ୧୬ରେ ଗୋଧଁସ ଜଳପ୍ରପାତରେ ନୂଆପଡା ସହର ବିଦେଶୀ ମଦ ଦୋକାନ କର୍ମଚାରୀ ଗଣେଶ ମୃର୍ତ୍ତି ବିସର୍ଜନ କରି ନେଇଥିବା ବେଳେ ମ୍ୟାନେଜର ନିଲେସ ଗୁପ୍ତା (୩୩), ସେଲ୍ସ ମ୍ୟାନ ରାଜକୁମାର ଗୁପ୍ତା (୨୪) ଓ କର୍ମଚାରୀ ଅମିତ କୁମାର ଗୁପ୍ତା (୨୫) ଜଳପ୍ରପାତିରେ ବୁଡି ପ୍ରାଣ ହରାଇଥିଲେ। ୨୦୨୧ ସେପ୍ଟେମ୍ବର ୨୪ରେ ୨ଜଣ ପ୍ରେମୀ ଯୁଗଳ ଡେଇଁ ଆତ୍ମହତ୍ୟା କରିଥିଲେ। ୨୦୨୧ ଅକ୍ଟୋବର ୧୮ରେ ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ସେନନାମୁଣ୍ଡା ଗାଁର ମହେଶ ନାଗ (୧୮) ଗୋଧଁସ ପ୍ରପାତରୁ ପଡି ଯାଇ ପ୍ରାଣ ହରାଇଥିଲେ। ସେହିପରି ୨୦୨୨ ନଭେମ୍ବର ୧୩ରେ ସ୍ଥାନୀୟ ଏକ ଘରୋଇ ଶିକ୍ଷାନୁଷ୍ଠାନ ଡ୍ରାଇଭର ସଂଘ ଗୋଧଁସକୁ ବଣଭୋଜି କରିଯାଇଥିବା ବେଳେ ନୂଆପଡା ସଦର ଥାନା ଗୋଡଫୁଲା ଗାଁର ଡ୍ରାଇଭର ରାମକିଶନ ରାଉତ (୩୫) ପ୍ରପାତରେ ଜୀବନ ଯାଇଥିଲା। ବର୍ଷେ ମଧ୍ୟରେ ୭ଜଣଙ୍କ ଜୀବନ ଯାଇଥିଲେ ମଧ୍ୟ ଜିଲା ପ୍ରଶାସନ କିମ୍ବା ବନ୍ୟଜନ୍ତୁ ବିଭାଗର ଚେତା ପଶୁନାହିଁ। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରାଙ୍କୁ ପଚାରିବାରୁ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ୩ଟି ଧଁସ ବନ୍ୟଜନ୍ତୁ ବିଭାଗ ଅଧୀନରେ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ କିଛି କରାଯାଇପାରୁ ନାହିଁ। କିନ୍ତୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ତତ୍କାଳିନ ଜିଲାପାଳ ମଧୁଶ୍ମିତା ସାହୁ ତାର ବାଡ କରିଥିଲେ। ତାହା ସବୁ ନଷ୍ଟ ହୋଇ ଗଲାଣି ବୋଲି ପ୍ରକାଶ କରିଥିଲେ। ଏ ନେଇ ନୂଆପଡା ଡିଏଫଓ ବିନାୟ ଭାଷନ କୁମାର ବିଶ୍ୱାସଙ୍କ ଫୋନ ନଂ ୯୪୩୭୯୬୬୩୭୨କୁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ସହ ସମ୍ପର୍କ ହୋଇ ନ ଥିବାରୁ ମତାମତ ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri