Posted inଖେଳ

ଗୋଆ-ରାଜସ୍ଥାନ ଫାଇନାଲ

ଅନୁଗୋଳ ଅଫିସ, ୭ା୧୧: ଅନୁଗୋଳ କଦମ ପଡ଼ିଆରେ ବାଜି ରାଉତ କପ୍‌ ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ୨ଟି ସେମି ଫାଇନାଲ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ୫-୧ ଗୋଲ୍‌ରେ ମୁମ୍ବାଇ କେଂକ୍ରେ ଫୁଟ୍‌ବଲ କ୍ଲବକୁ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ୟୁନାଇଟେଡ୍‌ ଫୁଟବଲ କ୍ଲବ ୩-୦ ଗୋଲରେ ତେଲଙ୍ଗାନାର ଶ୍ରୀନିଧି ଡେକାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ୮ ତାରିଖରେ ତାଳଚେର ସାଉଥ୍‌ ବଲଣ୍ଡା ବ୍ଲାକ୍‌ ଡାଇମଣ୍ଡ ପଡ଼ିଆରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପୂର୍ବରୁ ସୋମବାର ଓଡ଼ିଶା ଏକାଦଶ ସହ ଆସାମର ବୋଡୋଲ୍ୟାଣ୍ଡ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ ବୋଲି ଆୟୋଜକ ‘ଆମେ ଓଡ଼ିଆ ଫାଉଣ୍ଡେଶନ୍‌ ଟ୍ରଷ୍ଟ’ ତରଫରୁ ସୂଚନା ଦିଆଯାଇଛି।

ଗୋଆ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମେ ମୁମ୍ବାଇ ଦଳ ଗୋଟିଏ ସ୍କୋର କରି ଆଗୁଆ ହୋଇଥିଲା। ତେବେ ଏହାପରେ ଲୟକୁ ଫେରିଥିବା ଗୋଆ ୫ ଗୋଲ କରି ମୁମ୍ବାଇକୁ କୌଣସି ସୁଯୋଗ ଦେଇ ନ ଥିଲା। ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିବା ଗୋଆର ଅଦ୍ଦୁଲାଏ ସାନେଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ଘୋଷଣା କରାଯାଇଥିଲା। ଅନ୍ୟପଟେ ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ପ୍ରଭାବୀ ପ୍ରଦର୍ଶନ କରି ଏକତରଫା ବିଜୟ ହାସଲ କରିଥିଲା। ଦଳର ଅଧିନାୟକ ମାର୍ଟିନ୍‌ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଭୟଙ୍କୁ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ପ୍ରଥମ ସେମିରେ କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ଯୋଗଦେଇ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଦ୍ୱିତୀୟ ସେମିରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଅଶୋକ ମହାନ୍ତି, ଜିଲା ଭାଜପା ସଭାପତି ଡିଲେଶ୍ୱର ପ୍ରଧାନ, ଅନୁଗୋଳ ବାଜି ରାଉତ କପ୍‌ କମିଟି ସଭାପତି ବସନ୍ତ ଦାସ, ସମ୍ପାଦକ ବୀରେନ୍‌ ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥାପିକା ତଥା ଅଭିନେତ୍ରୀ ଶୋଭନା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri