Posted inଖେଳ

ଗୋଆ-ରାଜସ୍ଥାନ ଫାଇନାଲ

ଅନୁଗୋଳ ଅଫିସ, ୭ା୧୧: ଅନୁଗୋଳ କଦମ ପଡ଼ିଆରେ ବାଜି ରାଉତ କପ୍‌ ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ୨ଟି ସେମି ଫାଇନାଲ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ୫-୧ ଗୋଲ୍‌ରେ ମୁମ୍ବାଇ କେଂକ୍ରେ ଫୁଟ୍‌ବଲ କ୍ଲବକୁ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ୟୁନାଇଟେଡ୍‌ ଫୁଟବଲ କ୍ଲବ ୩-୦ ଗୋଲରେ ତେଲଙ୍ଗାନାର ଶ୍ରୀନିଧି ଡେକାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ୮ ତାରିଖରେ ତାଳଚେର ସାଉଥ୍‌ ବଲଣ୍ଡା ବ୍ଲାକ୍‌ ଡାଇମଣ୍ଡ ପଡ଼ିଆରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପୂର୍ବରୁ ସୋମବାର ଓଡ଼ିଶା ଏକାଦଶ ସହ ଆସାମର ବୋଡୋଲ୍ୟାଣ୍ଡ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ ବୋଲି ଆୟୋଜକ ‘ଆମେ ଓଡ଼ିଆ ଫାଉଣ୍ଡେଶନ୍‌ ଟ୍ରଷ୍ଟ’ ତରଫରୁ ସୂଚନା ଦିଆଯାଇଛି।

ଗୋଆ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମେ ମୁମ୍ବାଇ ଦଳ ଗୋଟିଏ ସ୍କୋର କରି ଆଗୁଆ ହୋଇଥିଲା। ତେବେ ଏହାପରେ ଲୟକୁ ଫେରିଥିବା ଗୋଆ ୫ ଗୋଲ କରି ମୁମ୍ବାଇକୁ କୌଣସି ସୁଯୋଗ ଦେଇ ନ ଥିଲା। ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିବା ଗୋଆର ଅଦ୍ଦୁଲାଏ ସାନେଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ଘୋଷଣା କରାଯାଇଥିଲା। ଅନ୍ୟପଟେ ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ପ୍ରଭାବୀ ପ୍ରଦର୍ଶନ କରି ଏକତରଫା ବିଜୟ ହାସଲ କରିଥିଲା। ଦଳର ଅଧିନାୟକ ମାର୍ଟିନ୍‌ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଭୟଙ୍କୁ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ପ୍ରଥମ ସେମିରେ କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ଯୋଗଦେଇ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଦ୍ୱିତୀୟ ସେମିରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଅଶୋକ ମହାନ୍ତି, ଜିଲା ଭାଜପା ସଭାପତି ଡିଲେଶ୍ୱର ପ୍ରଧାନ, ଅନୁଗୋଳ ବାଜି ରାଉତ କପ୍‌ କମିଟି ସଭାପତି ବସନ୍ତ ଦାସ, ସମ୍ପାଦକ ବୀରେନ୍‌ ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥାପିକା ତଥା ଅଭିନେତ୍ରୀ ଶୋଭନା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri