ମାସକୁ ୧୦ ଦିନ ବିଦ୍ୟାଳୟ, ହସ୍ପିଟାଲ ଯାଅ

ଜଗତ୍‌ସିଂହପୁର ଅଫିସ,୧୫ା୭: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜଗତ୍‌ସିଂହପୁର ଜିଲାର ୯୬.୩୬% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତଥାପି ଆଗାମୀ ପରୀକ୍ଷାରେ ଯେପରି ଏ-୧ ଗ୍ରେଡ୍‌ରେ ଅଧିକ ସଂଖ୍ୟକ ପିଲା କୃତକାର୍ଯ୍ୟ ହେବେ ସେଥିପ୍ରତି ଚେଷ୍ଟା କର। ଗୁରୁବାର କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ସୁରେଶ ଚନ୍ଦ୍ର ଦଳାଇ ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସେ ଶିକ୍ଷା ବିଭାଗ ସହ ଜିଲାର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏଣିକି ମାସକରେ ଅନ୍ୟୁନ୍ୟ ୧୦ଟି ବିଦ୍ୟାଳୟ ଓ ହସ୍ପିଟାଲ ପରିଦର୍ଶନ କର। ବିଦ୍ୟାଳୟ ପରିଦର୍ଶନ ସମୟରେ ପିଲାମାନଙ୍କ ପାଠପଢା ସହ ପରିସ୍କାର ପରିଚ୍ଛନତା, ଭିତ୍ତିଭୂମି, ଲାବୋରେଟାରି, ଇ-ଲାଇବ୍ରେରୀ ଓ ଖେଳପଡିଆ ଆଦି ତନଖି କରିବା ଉଚିତ। ଏହାଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇପାରିବ। ଏହାବାଦ୍‌ ସରକାରୀ କାର୍ଯ୍ୟାଳୟଗୁଡିକ ଅନୁଧ୍ୟାନ ସମେତ ସୂଚନା ଅଧିକାର ଆଇନ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ଅଭିଯୋଗଗୁଡିକର ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଅ। ଆଞ୍ଚଳିକ ପରିବହନ ବିଭାଗ, ଅବକାରୀ, ସ୍ବଳ୍ପ ସଞ୍ଚୟ, ସବ୍‌ ରେଜିଷ୍ଟ୍ରାର ଓ ରାଜସ୍ବ ବିଭାଗର ରାଜସ୍ବ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଅଧିକାରୀମାନଙ୍କ ପାଇଁ କ୍ବାର୍ଟର୍ସ ନିର୍ମାଣ, ମ୍ୟୁଟେସନ୍‌ ମାମଲାଗୁଡିକର ସମାଧାନ କରି ପଟା ପ୍ରଦାନ, ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ପେନସନ୍‌ ମାମଲାଗୁଡିକ ଅଗ୍ରାଧିକାର ଭିତ୍ତିରେ ସମାଧାନ କର । ରାଜସ୍ବ ନିରୀକ୍ଷକ ଓ ତହସିଲଦାର କାଯର୍‌ୟାଳୟଗୁଡିକର ପୁନରୁଦ୍ଧାର, ନୂତନ ନିର୍ମାଣ, ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷ ସହ ଓସୱାନ କନେକ୍ଟିଭିଟି ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ କାର୍ଯ୍ୟାଳୟରେ ନୂତନ ଫର୍ଣ୍ଣିଚର, ଟଏଲେଟ୍‌ ଓ ପାନୀୟ ଜଳ ବ୍ୟବସ୍ଥା ରହିବା ଜରୁରୀ ବୋଲି କହିଥିଲେ। ଏହି ଅବସରରେ ଜିଲାପାଳ ପାରୁଲ ପଟାୱରୀ ବିଭାଗୀୟ ଯୋଜନା, ପ୍ରକଳ୍ପ ଓ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ଆରଡିସି ଦଳାଇଙ୍କୁ ଅବଗତ କରାଇଥିଲେ। ଅମିନ, ଆର୍‌ଆଇ, ଗ୍ରୁପ୍‌ ଡି, କନିଷ୍ଠ ଓ ବରିଷ୍ଠ ଷ୍ଟେନୋ ନିଯୁକ୍ତି ସମେତ କୋର୍ଟ, ଡିପି, ପେନସନ୍‌ ମାମଲାଗୁଡିକର ଯଥାଶୀଘ୍ର ଫଏସଲା ହେବା ଉଚିତ। ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ କମିଟି ବୈଠକ, ମ୍ୟୁଟେସନ୍‌, ଜଗନ୍ନାଥଙ୍କ ଜମି ଓ ସାର୍ଟିଫିକେଟ୍‌ ମାମଲା ସହ ରୁରାଲ ହାଉସିଂ, ରେକର୍ଡ ରୁମ୍‌ ଡିଜିଟାଇଜେସନ୍‌, ଇ-ଅଫିସ କାର୍ଯ୍ୟକାରିତା, ଜିଲା ମଙ୍ଗଳ ବିଭାଗର ବିଦ୍ୟାଳୟ, ମତ୍ସ୍ୟ ପୋଖରୀ, ବାଇ ଓ ଫ୍ଲକ୍‌, ଇଣ୍ଟ୍ରିଗ୍ରେଟେଡ୍‌ ଫାର୍ମିଂ ଓ ଏସ୍‌ଏଚ୍‌ଜିମାନଙ୍କ ଦ୍ୱାରା ରନ୍ଧନ ଗ୍ୟାସ ବଣ୍ଟନ ଉପରେ ବୁଝିଥିଲେ। ବିଦ୍ୟୁତ୍‌ ବିଲ୍‌ ସଂଗ୍ରହ, ଛତୁଆ ଉତ୍ପାଦନ, ସ୍କୁଲ ୟୁନିଫର୍ମ ପ୍ରସ୍ତୁତ, ମମତା ଯୋଜନା, ୱାନ ଷ୍ଟଫ ସେଣ୍ଟର, ମିଶନ ଶକ୍ତି ଗୃହ ନିର୍ମାଣ, ଜାତୀୟ ଖାଦ୍ୟ ସୁରକ୍ଷା, ଧାନ ସଂଗ୍ରହ, ବାଣିଶ୍ରୀ ମେଧାବୃତ୍ତି, ବାହାଘର ପ୍ରୋତ୍ସାହନ ରାଶି, ଏମ୍‌ପି, ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି, ଇନ୍‌ଡୋର ଓ ମିନି ଷ୍ଟାଡିୟମ ନିର୍ମାଣର ଅଗ୍ରଗତି, ଶିଶୁ ଯତ୍ନ ଅନୁଷ୍ଠାନ ଓ ସଂସ୍କୃତି ବିଭାଗ ଲାଇବ୍ରେରୀ ନିର୍ମାଣ ଉପରେ ସମୀକ୍ଷା କରିଥିଲେ। ଏଥିରେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri