ଖାଦ୍ୟରେ ଗ୍ଲାଇସିମିକ୍‌ ଇଣ୍ଡେକ୍ସ ଓ ଡାଇବେଟିସ୍‌ ନିୟନ୍ତ୍ରଣ

ରକ୍ତରେ ଗ୍ଲୁକୋଜର ଉପସ୍ଥିତିକୁ ଡାକ୍ତରୀ ଭାଷାରେ କୁହାଯାଏ ‘ଗ୍ଲାଇସିମିଆ’। ରକ୍ତରେ ଗ୍ଲୁକୋଜ ସ୍ବାଭାବିକ ମାତ୍ରାଠାରୁ ବଢ଼ିଗଲେ ତାହା ‘ହାଇପରଗ୍ଲାଇସିମିଆ’ ଏବଂ ସ୍ବାଭାବିକ ମାତ୍ରାଠାରୁ କମିଗଲେ ତାହା ‘ହାଇପୋଗ୍ଲାଇସିମିଆ’। ଅଧିକାଂଶ ଖାଦ୍ୟଦ୍ରବ୍ୟରେ ଊଣାଅଧିକେ ଶ୍ୱେତସାର ବା କାର୍ବୋହାଇଡ୍ରେଟ୍‌ ରହିଥାଏ। ଏହି କାର୍ବୋହାଇଡ୍ରେଟ୍‌ ରକ୍ତରେ ଗ୍ଲୁକୋଜର ମାତ୍ରାକୁ ପ୍ରଭାବିତ କରିଥାଆନ୍ତି। ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ୍‌ ରକ୍ତ ଗ୍ଲୁକୋଜର ମାତ୍ରାକୁ ବୃଦ୍ଧି କରିବାର ପ୍ରବଣତା ମାପିବା ପାଇଁ ଏକ ପରିମାପକ ଭାବରେ ବ୍ୟବହୃତ ହୋଇଥାଏ। ସେହି ପରିମାପକର ବୈଜ୍ଞାନିକ ନାମ ହେଉଛି ‘ଗ୍ଲାଇସିମିକ୍‌ ଇଣ୍ଡେକ୍ସ’।
କେତେକ ଖାଦ୍ୟର କାର୍ବୋହାଇଡ୍ରେଟ୍‌ ଚଞ୍ଚଳ ହଜମ ହୋଇଥାଏ, କେତେକ ଖାଦ୍ୟରେ ଏହା ହଜମ ହେବାରେ ଡେରି ଲାଗେ। କାର୍ବୋହାଇଡ୍ରେଟ୍‌ର ଗ୍ଲୁକୋଜ୍‌ ଶୀଘ୍ର ଅନ୍ତନଳୀରୁ ରକ୍ତ ଭିତରକୁ ଅବଶୋଷିତ ହୋଇ ଶୀଘ୍ର ରକ୍ତରେ ଗ୍ଲୁକୋଜ ମାତ୍ରା ବଢ଼ାଇଦିଏ। ଏପରି ଖାଦ୍ୟ ହେଲା ଉଚ୍ଚ ଗ୍ଲାଇସିମିକ ଇଣ୍ଡେକ୍ସ ବିଶିଷ୍ଟ ଖାଦ୍ୟ। କିନ୍ତୁ ଯେଉଁ ଖାଦ୍ୟର କାର୍ବୋହାଇଡ୍ରେଟ୍‌ ଧୀରେ ଧୀରେ ହଜମ ହୁଏ, ସେପରି ଖାଦ୍ୟରୁ ଗ୍ଲୁୂକୋଜ ଧୀରେ ଧୀରେ ଅବଶୋଷିତ ହୋଇ ରକ୍ତରେ ଗ୍ଲୁକୋଜର ମାତ୍ରାକୁ ଧୀରେ ଧୀରେ ବଢ଼ାଇଥାଏ। ତେଣୁ ଏହି ଶେଷୋକ୍ତ ପ୍ରକାର ଖାଦ୍ୟର ଗ୍ଲାଇସିମିକ୍‌ ଇଣ୍ଡେକ୍ସ କମ୍‌। ଗ୍ଲାଇସିମିକ୍‌ ଇଣ୍ଡେକ୍ସକୁ ସଂକ୍ଷେପରେ ଜି.ଆଇ. ବୋଲି ଲେଖାଯାଏ ଏବଂ କୁହାଯାଏ।
ଜାଣିରଖନ୍ତୁ ଯେ ଗ୍ଲାଇସିମିକ୍‌ ଇଣ୍ଡେକ୍ସ ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ୍‌ର ପରିମାଣକୁ ବୁଝାଏ ନାହଁ କି କାର୍ବୋହାଇଡ୍ରେଟ୍‌ର ପ୍ରକାରକୁ ବୁଝାଏ ନାହିଁ। ଏହା କେବଳ ବୁଝାଇଥାଏ ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ୍‌ର ରକ୍ତଗ୍ଲୁକୋଜ୍‌ ବୃଦ୍ଧି କରାଇପାରିବାର ପ୍ରଭାବକୁ। ତେଣୁ ଏହା ଡାଇବେଟିସ୍‌ ରୋଗୀଙ୍କୁ ଖାଦ୍ୟ ସଂକ୍ରାନ୍ତ ପରାମର୍ଶ ଦେବାରେ ସହାୟକ ହୋଇଥାଏ। ସାଧାରଣତଃ କେବଳ ଉଦ୍ଭିଦଜାତ ଖାଦ୍ୟ ଓ ପ୍ରାଣୀଜ ଖାଦ୍ୟ ମଧ୍ୟରୁ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟର ଜି.ଆଇ. ଉଲ୍ଲେଖ କରାଯାଏ। ମାଛ, ମାଂସ ଏବଂ ଅଣ୍ଡାରେ ଖୁବ୍‌ କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଥିବାରୁ ସେଗୁଡିକର ଜି.ଆଇ. ବିଚାର କରାଯାଏ ନାହିଁ।
ଶହେ (୧୦୦)କୁ ସବୁଠାରୁ ବେଶି ଜି.ଆଇ. ବୋଲି ଧରାଯାଏ। ଗ୍ଲୁକୋଜ ଓ ମଇଦା ରୁଟିର ଜି.ଆଇ. ହେଉଛି ୧୦୦। ଅନ୍ୟ ସବୁ ଖାଦ୍ୟର ଜି.ଆଇ. ୧୦୦ରୁ ତଳେ। ଗ୍ଲାଇସିମିକ୍‌ ଇଣ୍ଡେକ୍ସ ଅନୁସାରେ ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି। ସେଗୁଡିକ ହେଲା- (୧) ନିମ୍ନ ଗ୍ଲାଇସିମିକ୍‌ ଖାଦ୍ୟ ବା ଲୋ ଗ୍ଲାଇସିମିକ୍‌ ଫୁଡ୍‌, (୨) ମଧ୍ୟ ଗ୍ଲାଇସିମିକ୍‌ ଖାଦ୍ୟ ବା ମିଡିୟମ ଗ୍ଲାଇସିମିକ୍‌ ଫୁଡ୍‌ ଏବଂ (୩) ଉଚ୍ଚ ଗ୍ଲାଇସିମିକ୍‌ ଖାଦ୍ୟ ବା ହାଇ ଗ୍ଲାଇସିମିକ୍‌ ଫୁଡ୍‌।
ନିମ୍ନ ଗ୍ଲାଇସିମିକ୍‌ ଖାଦ୍ୟଗୁଡ଼ିକର ଗ୍ଲାଇସିମିକ୍‌ ଇଣ୍ଡେକ୍ସ ମୂଲ୍ୟ ୫୫ କିମ୍ବା ୫୫ରୁ କମ୍‌। ଷ୍ଟାର୍ଚ ନ ଥିବା ଫଳ, ପ୍ରକ୍ରିୟାକୃତ ହୋଇ ନ ଥିବା ଶସ୍ୟଦାନା, ସବୁ ପ୍ରକାରର ଡାଲି, ପନିପରିବା ଇତ୍ୟାଦି ଏହି ଗୋଷ୍ଠୀର ଅନ୍ତର୍ଭୁକ୍ତ। ଶାଗ, ଚିନାବାଦାମ, ଅମୃତଭଣ୍ଡା, ସେଓ, ନାସପାତି, ପିଜୁଳି, କମଳା, ପାଳଙ୍ଗ, ବାଇଗଣ, ବ୍ରୋକୋଲି, ଟମାଟୋ, ସିମେଇ, ସୋୟା, ଓଟ୍‌ସ ଭଳି ଖାଦ୍ୟ ତନ୍ତୁବିହୀନ କିମ୍ବା କମ୍‌ ଖାଦ୍ୟତନ୍ତୁ ଥିବା ଖାଦ୍ୟ ନିମ୍ନ ଜି.ଆଇ. ବିଶିଷ୍ଟ। ଏହିସବୁ ଖାଦ୍ୟ ଖାଇଲେ ସେଥିରେ ଥିବା କାର୍ବୋହାଇଡ୍ରେଟ୍‌ ଧୀରେ ଧୀରେ ହଜମ ହୋଇ ଅନ୍ତନଳୀରୁ ଗ୍ଲୁକୋଜ୍‌ ଧୀରେ ଧୀରେ ଅବଶୋଷିତ ହୋଇଯାଏ। ଫଳରେ ରକ୍ତରେ ଗ୍ଲୁକୋଜର ମାତ୍ରା ମନ୍ଥର ହାରରେ ବୃଦ୍ଧି ପାଏ। ଏହିସବୁ ଖାଦ୍ୟ ଡାଇବେଟିସ୍‌ ନିୟନ୍ତ୍ରଣ ଏବଂ ଓଜନ ନିୟନ୍ତ୍ରଣ ପାଇଁ ବେଶି ଉପଯୋଗୀ।
ମଧ୍ୟ ଗ୍ଲାଇସିମିକ୍‌ ଖାଦ୍ୟଗୁଡ଼ିକର ଗ୍ଲାଇସିମିକ୍‌ ଇଣ୍ଡେକ୍ସ ୫୫-୬୯। ବୋଳ ଚାଉଳ, ବାସମତି ଚାଉଳ, ମକା, ପାଚିଲା କଦଳୀ ଇଦ୍ୟାଦି ଏହାର ଅନ୍ତର୍ଭୁକ୍ତ।
ଉଚ୍ଚ ଗ୍ଲାଇସିମିକ୍‌ ଖାଦ୍ୟଗୁଡ଼ିକର ଗ୍ଲାଇସିମିକ୍‌ ଇଣ୍ଡେକ୍ସ ୭୦ରୁ ବେଶି। ଏଭଳି ଖାଦ୍ୟ ଅତି କମ୍‌ ସମୟ ଭିତରେ ରକ୍ତଗ୍ଲୁୂକୋଜର ମାତ୍ରା ବୃଦ୍ଧି କରିପକାଏ। ଏହି ପ୍ରକାର ଖାଦ୍ୟକୁ ପ୍ରତିଦିନ ନିୟମିତ ଭାବରେ ଖାଇ ଚାଲିଲେ ଏହାର ମୁକାବିଲା କରିବାକୁ ଅଗ୍ନ୍ୟାଶୟ ବା ପାନ୍‌କ୍ରିଆସରୁ ବେଶି ବେଶି ଇନ୍‌ସୁଲିନ୍‌ କ୍ଷରିତ ହୁଏ ଏବଂ ଏହାର ପରିମାଣରେ କ୍ରମେ ଜାତ ହୋଇପାରେ ପୃଥୁଳତା, ଇନ୍‌ସୁଲିନ୍‌ ପ୍ରତି ବିରୋଧତା ଏବଂ ଡାଇବେଟିସ୍‌। ଉଚ୍ଚ ଗ୍ଲାଇସିମିକ୍‌ ଖାଦ୍ୟ ସହଜରେ ହଜମ ହୋଇଥାଏ। ଆଳୁ, ସଫା ଚାଉଳ ଭାତ, ଚୋକଡ ନ ଥିବା ଅଟା, ମଇଦାରେ ପ୍ରସ୍ତୁତ ରୁଟି, ମିଶ୍ରି, ଚିନି, ଗୁଡ, ମହୁ, ସବୁପ୍ରକାର ମିଷ୍ଟାନ, ମିଠା ସରବତ, କର୍ନଫ୍ଲେକ୍ସ, କୁକିଜ୍‌, କେକ୍‌, ପାଉଁରୁଟି, ବିସ୍କୁଟ, ଭଜା, ଛଣା ଖାଦ୍ୟ, ସପୁରି, ଫଳରସ (ଗାଜର ଓ ବିଟ୍‌ର ରସ) ଇତ୍ୟାଦି ଉଚ୍ଚ ଗ୍ଲାଇସିମିକ୍‌ ଇଣ୍ଡେକ୍ସ ବିଶିଷ୍ଟ।
ଗ୍ଲାଇସିମିକ୍‌ ଇଣ୍ଡେକ୍ସକୁ ପ୍ରଭାବିତ କରୁଥିବା କାରକ
-ଖାଦ୍ୟର ଶକ୍ତିମୂଲ୍ୟ ବା କ୍ୟାଲୋରି ଭାଲ୍ୟୁ ସମାନ ରହିଥିଲେ ମଧ୍ୟ ଗ୍ଲାଇସିମିକ୍‌ ଇଣ୍ଡେକ୍ସର ମୂଲ୍ୟ ଅଲଗା ଅଲଗା ହୋଇପାରେ। କାରଣ ସେଥିରେ ଥିବା କାର୍ବୋହାଇଡ୍ରେଟ୍‌ର ପ୍ରକାର ଓ ପରିମାଣ, ହଜମ ହେବାର ହାର, ରକ୍ତ ଗ୍ଲୁକୋଜ୍‌ ଉପରେ ପ୍ରଭାବ, ଖାଦ୍ୟତନ୍ତୁ, ପ୍ରୋଟିନ ଓ ଫ୍ୟାଟ୍‌ର ପରିମାଣ ଭିନ୍ନ ଭିନ୍ନ।
-ଖାଦ୍ୟର ପ୍ରକ୍ରିୟାକରଣ ମଧ୍ୟ ଜି.ଆଇ.କୁ ପ୍ରଭାବିତ କରିଥାଏ। ଢିଙ୍କି କୁଟା ବୋଳ ଚାଉଳ ଏବଂ ଚୋକଡ଼ ମିଶା ଅଟାର ଜି.ଆଇ. କମ୍‌। କଳ କୁଟା ସଫା ଚାଉଳ ଓ ମଇଦାର ଜି.ଆଇ. ବେଶି। ଗୋଟା ଫଳରେ ଜି.ଆଇ. କମ୍‌ ଏବଂ ଫଳରସରେ ଜି.ଆଇ. ବେଶି ରହିଥାଏ।
-ଖାଦ୍ୟରେ ବେଶି ପ୍ରୋଟିନ, ଫ୍ୟାଟ୍‌ ଓ ଖାଦ୍ୟତନ୍ତୁ ଥିଲେ ତାହାର ଜି.ଆଇ. କମ୍‌।
-ଦରପାଚିଲା ଫଳରେ ଜି.ଆଇ. କମ୍‌। ପାଚିଲା ଫଳରେ ଜି.ଆଇ. ବେଶି।
-ନୂଆ ଆଳୁ ତୁଳନାରେ ପୁରୁଣା ଆଳୁରେ ଜି.ଆଇ. ବେଶି।
-ରୋଷେଇବାସ ମଧ୍ୟ ଜି.ଆଇ.କୁ ପ୍ରଭାବିତ କରିଥାଏ। ବେଶି ସମୟ ଧରି ସିଝେଇଲେ ଜି.ଆଇ. ବଢ଼ିଯାଏ।
-ସେକା ଓ ପୋଡ଼ା ଆଳୁ ତୁଳନାରେ ଆଳୁ ଭଜାରେ ଜି.ଆଇ. ମାତ୍ରା ଅଧିକ।
-ଛୋଟ ଚାଉଳରେ ଜି.ଆଇ. କମ୍‌, ଲମ୍ବା ଚାଉଳରେ ଜି.ଆଇ. ବେଶି। ବାସମତି ଚାଉଳରେ ଜି.ଆଇ. କମ୍‌। (କ୍ରମଶଃ..)

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’,ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ-୧୪
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?