Posted inଖେଳ

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ ଅଗରକରଙ୍କ ମୁଖ୍ୟ ଚୟନକର୍ତ୍ତା ପଦରୁ ଓହରିଯିବାର କାରଣ ଭାବରେ ଦର୍ଶାଯାଉଥିଲେ ମଧ୍ୟ, ପ୍ରକୃତ ବିବାଦର ମୂଳ କାରଣ ଥିଲେ ଯଶପ୍ରୀତ ବୁମରା। ୨୦୨୩ରେ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ଗ୍ରହଣ କରିବାର ଅଳ୍ପ ସମୟ ମଧ୍ୟରେ ହିଁ ବିସିସିଆଇ ଅଧିକାରୀଙ୍କ ସହ ଅଗରକରଙ୍କ ସମ୍ପର୍କ ଖରାପ ହେବା ଆରମ୍ଭ ହୋଇଯାଇଥିଲା।
ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଦ୍ୱିତୀୟ ବୈଠକରୁ ହିଁ ସମସ୍ୟା ଦେଖାଦେଇଥିଲା। କାହାକୁ ଅଧିନାୟକତ୍ୱ ପ୍ରଦାନ କରାଯିବ, ଋତୁରାଜ ଗାଏକୱାଡ ନା ଯଶପ୍ରୀତ ବୁମରାସେ ନେଇ ଅଗରକର ଏବଂ ବିସିସିଆଇ ପ୍ରଶାସନ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା।
ଏହି ଘଟଣା ୨୦୨୩ ମସିହାରେ ଘଟିଥିଲା, ଯେତେବେଳେ ଅଗଷ୍ଟ ମାସରେ ଭାରତୀୟ ଦଳର ଆୟର୍ଲାଣ୍ଡ ଗସ୍ତ ଏବଂ ତା’ ପର ମାସରେ ଏସିଆ କପ ଆୟୋଜିତ ହେବାର ଥିଲା। ଅଗରକର ଦଳର ନେତୃତ୍ୱ ନେବା ପାଇଁ ଋତୁରାଜ ଗାଏକୱାଡଙ୍କ ସପକ୍ଷରେ ମତ ଦେଇଥିଲେ, କିନ୍ତୁ ବିସିସିଆଇ ଏଥିରେ ସହମତ ହୋଇନଥିଲା। ବୋର୍ଡ ଅଧିନାୟକତ୍ୱ ପାଇଁ ଯଶପ୍ରୀତ ବୁମରାଙ୍କୁ ପସନ୍ଦ କରିଥିଲା, କାରଣ ପ୍ରାୟ ଏକ ବର୍ଷ ଧରି ଦଳରୁ ଦୂରେଇ ରହିବା ପରେ ସେ ପ୍ରତ୍ୟାବର୍ତ୍ତନ କରୁଥିଲେ।
ବୁମରାଙ୍କ ଉପରେ ଅତ୍ୟଧିକ ଚାପ ପକାଇବା ଉଚିତ ନୁହେଁ ବୋଲି ଅଗରକର ଯୁକ୍ତି ବାଢ଼ିଥିଲେ, କାରଣ ଏହା ତାଙ୍କ କାର୍ଯ୍ୟଭାର (workload) ଉପରେ ପ୍ରଭାବ ପକାଇପାରେ। ତଥାପି, BCCI ଅଗରକରଙ୍କ ମତକୁ ଅଗ୍ରାହ୍ୟ କରି ବୁମରାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଥିଲା ଏବଂ ଦର୍ଶାଇଥିଲା ଯେ ବୁମରା ନିଜେ ଏହି ଦାୟିତ୍ୱ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଭାରତ ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୦ରେ ଜିତି ନେଇଥିଲା, ଯେଉଁଥିରେ ଶେଷ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା।
ମୁଖ୍ୟ ଚୟନକର୍ତ୍ତା ପଦରୁ ଅଜିତ ଅଗରକରଙ୍କୁ ହଟାଇବା ନେଇ ବିସିସିଆଇ (BCCI) କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ; ତଥାପି, ଏହା ପ୍ରାୟ ନିଶ୍ଚିତ ଯେ ସେ ଆଉ ଏହି ପଦବୀରେ ରହିବେ ନାହିଁ। ‘ଦି ଟେଲିଗ୍ରାଫ’ (The Telegraph) ଅନୁଯାୟୀ, ବୋର୍ଡ ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ସପକ୍ଷରେ ନଥିଲା, ଯଦିଓ ଏହି ବିଷୟରେ କିଛିଟା ଦ୍ୱନ୍ଦ୍ୱ ରହିଥିଲା।
ଏହି ସମୟରେ, ରୋହିତ ଶର୍ମା ଏବଂ ‘ଲର୍ଡସ’ (Lord’s) କ୍ରିକେଟ ଷ୍ଟାଡିୟମକୁ ନେଇ ଯେତେବେଳେ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହେଲା, ସେତେବେଳେ ବୋର୍ଡ ହସ୍ତକ୍ଷେପ କରି ଏକ ବିବୃତି ଜାରି କଲା। ବାସ୍ତବରେ, ଚୟନ କମିଟି ପୂର୍ବରୁ ହିଁ ରୋହିତ ଶର୍ମାଙ୍କୁ ଜଣାଇ ସାରିଥିଲା ଯେ ସେ ଭବିଷ୍ୟତର ଯୋଜନାର ଅଂଶ ହେବେ ନାହିଁ। ଏହା ମଧ୍ୟରେ ଏଭଳି ଗୁଜବ ଜୋର୍‌ ଧରିଲା ଯେ ତାଙ୍କର ଶେଷ ମ୍ୟାଚ ‘ଲର୍ଡସ’ ଠାରେ ଖେଳାଯିବ। ଠିକ ସେହି ସମୟରେ ବିସିସିଆଇ ହସ୍ତକ୍ଷେପ କଲା ଏବଂ ତା’ପରେ ଅଗରକର ବୋର୍ଡ ଅଧିକାରୀମାନଙ୍କୁ ଜଣାଇଲେ ଯେ ସେ ମୁଖ୍ୟ ଚୟନକର୍ତ୍ତା ଭାବରେ ନିଜ ଚୁକ୍ତିନାମାର ଅବଧି ବୃଦ୍ଧି କରିବାକୁ ଚାହୁଁନାହାନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ WWE ଅବତାର! ପଡିଆ ମଝିରେ ଏମିତି କରି ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଚିଡାଇଲେ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଇଥିଲା। ଏହି ମ୍ୟାଚରେ ଛାଇ ରହିଥିଲେ ବିରାଟ କୋହଲି। ପ୍ରଥମେ…

ରଣଜୀ ଟ୍ରଫିରେ ବଡ଼ ବିବାଦ, କୋର୍ଟଙ୍କ ରାୟ ପରେ ବଦଳିଗଲା ପୂରା ଟିମ୍‌

ନୂଆଦିଲ୍ଲୀ, ୫।୧୧: ମେଘାଳୟ କ୍ରିକେଟ୍‌ ସଂଘ (MCA)ରେ ଚାଲିଥିବା ବିବାଦର ପ୍ରଭାବ ଏବେ ରଣଜୀ ଟ୍ରଫି ଦଳ ଉପରେ ପଡ଼ିଛି । ନାଗାଲାଣ୍ଡ ବିପକ୍ଷ ପ୍ଲେଟ୍‌ ଡିଭିଜନ୍‌…

ଧନତେରସ ପୂର୍ବରୁ ସୁନା ଦରକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏକ୍ସପର୍ଟ କହିଲେ ଏବେ ସୁନା କିଣିଲେ…

ନୂଆଦିଲ୍ଲୀ,୫ା୧୧: ସୁନା ଦର ଲଗାତାର ହ୍ରାସ ପାଉଛି। ଗୋଟିଏ ସମୟରେ ସୁନା ଦର ୨ ଲକ୍ଷ ଟଙ୍କା ଟପିବ ବୋଲି ଚର୍ଚ୍ଚା ହେଉଥିଲା। ଜାନୁଆରୀ ମାସରେ ଏହାର…

୪ ବର୍ଷ ପରେ ବି ପରମହଂସ ପଞ୍ଚାୟତକୁ ଗଡ଼ିଲାନି ବସ୍‌, ତେଜିଲା ଅସନ୍ତୋଷ

କଟକ ସଦର,୫।୧୧(ସୁଶାନ୍ତ କୁମାର ଜେନା): ୨୦୨୧ – ୨୦୨୨ ଆର୍ଥିକ ବର୍ଷରେ ବ୍ଲକ କାର୍ଯ୍ୟଳୟ ସହିତ ସଂଯୋଗ କରିବା ପାଇଁ ଲକ୍ଷ୍ମୀ ବସ ସେବା ଆରମ୍ଭ କରାଯାଇଥିଲା।…

ସାରା ତେନ୍ଦୁଲକରଙ୍କ ବିବାହକୁ ନେଇ ଚର୍ଚ୍ଚା: ଝିଅର ଜୀବନସାଥୀକୁ ନେଇ ସଚିନ କହିଲେ…

ମୁମ୍ବାଇ,୫।୧୧: କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସାରା ନିଜ ଜନ୍ମଦିନ ସେଲିବ୍ରେଶନ୍‌ର ଏକ ଭିଡିଓ…

ଏଣିକି ନବମ ଶ୍ରେଣୀରୁ ବିଜନେସ୍‌ ଶିଖିବେ ପିଲା, NCERT ବହିରେ ଯୋଡ଼ିହେଲା….

ନୂଆଦିଲ୍ଲୀ,୫ା୧୧: ନବମ ଶ୍ରେଣୀର ପାଠ୍ୟପୁସ୍ତକରେ ବଡ଼ ପରିବର୍ତ୍ତନ କରିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (NCERT)। ସାମାଜିକ ବିଜ୍ଞାନର ନୂଆ ପୁସ୍ତକର ଦ୍ୱିତୀୟ ଭାଗର…

କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ଡିଏଲ୍‌ଓଙ୍କୁ ଭେଟିଲେ ପରିବାରବର୍ଗ

ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): କେରଳରେ ସଡ଼କ ଦୁର୍ଘଟଣାରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଝରପୋଖରୀ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଗ୍ରାମର ଜଗବନ୍ଧୁ ଦାସଙ୍କ…

ଈଶ୍ୱର ବିନ୍ଧାଣୀଙ୍କ ଘରେ ୧୭ ଘଣ୍ଟା ଧରି ଚଢ଼ାଉ କରୁଥିଲା ଇଡି, ଆସିଲା ବଡ଼ ଟ୍ବିଷ୍ଟ୍‌; ଘରୁ ମିଳିଲା….

ଉଦଳା,୫।୧୧(ସନ୍ତୋଷ କୁାର ବାଛିନି): ବେଆଇନ ଆର୍ଥିକ କାରବାର ଓ ୧୨୨ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ୧୭ ଘଣ୍ଟା ଧରି ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?