ସୁନୀତା ଉଇଲିୟମ୍ସଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ: ଆଶା ଓ ଆଶଙ୍କା

ସୁତରାଂ ଯାହା ଥିଲା ମାତ୍ର ୮ ଦିନ କାଳର ଏକ ସଂକ୍ଷିପ୍ତ ଅଭିଯାନ ତାହା ଏବେ ପ୍ରଯୁକ୍ତିଗତ ତ୍ରୁଟି ଜନିତ କାରଣରୁ କିଛି ମାସ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବାକୁ ଯାଉଛି। ତେବେ ପ୍ରଶ୍ନ ହେଉଛି, ଅଟକି ରହିଥିବା ମହାକାଶଚାରୀଙ୍କ ରହଣିସ୍ଥଳୀ ସ୍ପେସ୍‌ ଷ୍ଟେଶନରେ ଏତେ ଦିନ ପାଇଁ ଖାଦ୍ୟ, ପାନୀୟ ଜଳ, ଔଷଧ ଆଦି ଅତ୍ୟାବଶ୍ୟକ ପଦାର୍ଥ ମହଜୁଦ ଅଛି କି? ଉତ୍ତର ‘ଅଛି’ ବୋଲି ଧରାଯିବ; କାରଣ ନିୟମିତ ସମୟ ବ୍ୟବଧାନରେ ଉଭୟ ରୁଷିଆ ଓ ଆମେରିକାର ମହାକାଶଯାନଗୁଡ଼ିକ ପୃଥିବୀରୁ ବିଭିନ୍ନ ଯୋଗାଣ ସାମଗ୍ରୀ ନେଇ ସ୍ପେସ ଷ୍ଟେଶନ ସହିତ ସଂଲଗ୍ନ ହୋଇଥାନ୍ତି। ନିକଟରେ ରୁଷିଆର ଏକ ମାଲବାହୀ ଯାନ ‘ପ୍ରୋଗ୍ରେସ-୨୮’ ବୈକାନୁର କେନ୍ଦ୍ରରୁ ଉତ୍‌କ୍ଷେପଣ ହୋଇ ପ୍ରାୟ ୩ ଟନ୍‌ ଓଜନର ଖାଦ୍ୟସାମଗ୍ରୀ ଓ ଯନ୍ତ୍ରପାତି ନେଇ ସ୍ପେସ ଷ୍ଟେଶନରେ ପହଞ୍ଚତ୍ଛି। ସେହିପରି ସ୍ପେସ-ଏକ୍‌ସ କମ୍ପାନୀର ଅନ୍ୟ ଏକ ଯାନ ‘ସିଗ୍ନସ’ ନିଜର ଫାଲକନ୍‌-୯ ରକେଟ ଜରିଆରେ ଫ୍ଲୋରିଡାର କାନାଭେରାଲ କେନ୍ଦ୍ରରୁ ଜାନୁଆରୀ ୩୦ ତାରିଖରେ ଉତ୍‌କ୍ଷେପଣ ହୋଇ ପ୍ରାୟ ୮୨୦୦ ପାଉଣ୍ଡ ଓଜନର ଖାଦ୍ୟସାମଗ୍ରୀ, ପାନୀୟ ଜଳ, ଔଷଧ ଓ ଯନ୍ତ୍ରପାତି ନେଇ ସ୍ପେସ ଷ୍ଟେଶନରେ ସଂଲଗ୍ନ ହୋଇଛି। ସେଗୁଡ଼ିକ ଫେରିଲା ପଥରେ ସ୍ପେସ ଷ୍ଟେଶନରୁ ସଂଗୃହୀତ ଯାତ୍ରୀମାନଙ୍କ ବର୍ଜ୍ୟବସ୍ତୁ ଓ ଆବର୍ଜନା ସାଙ୍ଗରେ ଧରି ପୃଥିବୀକୁ ଫେରିବେ। ଫେରନ୍ତା ଯାତ୍ରାବେଳେ ଏହି ଆବର୍ଜନାସବୁକୁ ପୃଥିବୀକୁ ନଆଣି ମହାକାଶରେ ନିରାପଦ ଭାବେ ଫିଙ୍ଗି ଦିଆଯିବ ଯାହା ସମୟକ୍ରମେ ପୃଥିବୀ ଆଡ଼କୁ ଗତିକରି ପୃଥିବୀର ବାୟୁମଣ୍ଡଳ ଜନିତ ଘର୍ଷଣରେ ସମ୍ପୂର୍ଣ୍ଣ ଜଳିଯିବ। ମହାକାଶଚାରୀମାନଙ୍କ ସୁଖଦ ରହଣି ନିମନ୍ତେ ସ୍ପେସ ଷ୍ଟେଶନରେ ଜିମ୍‌ ସମେତ ଅନେକ ସୁବିଧା ଉପଲବ୍ଧ ଅଛି। ଏହି ଜିମ୍‌ରେ ସେମାନେ ନିୟମିତ ବ୍ୟାୟାମ କରି ନିଜ ଶରୀରକୁ ସକ୍ରିୟ ରଖିପାରିବେ। ସ୍ପେସ୍‌ ଷ୍ଟେଶନ୍‌ରେ ମଧ୍ୟ ଟେଲିଭିଜନର ସୁବିଧା ରହିଛି, ଯେଉଁଥିରେ ସେମାନେ ନିଜ ମନମୁତାବକ ଚଳଚ୍ଚିତ୍ର ଦେଖି ପାରିବେ। ଏହାଛଡ଼ା ସେଠାରେ ମଧ୍ୟ ମ୍ୟୁଜିକ ସିଷ୍ଟମ, ଡିଭିଡି ପ୍ଲେୟର୍‌, ୱାଇଫାଇ ଜରିଆରେ ଇଣ୍ଟରନେଟ ସେବା ଯୋଗାଣ ତଥା ଡିଜିଟାଲ ଲାଇବ୍ରେରିର ମଧ୍ୟ ସୁବିଧା ଅଛି ଯାହାର ଉପଯୋଗ ଦ୍ୱାରା ମହାକାଶଯାତ୍ରୀମାନେ ମହାକାଶରେ ଦୀର୍ଘ ଦିନ ରହଣିକାଳ ମଧ୍ୟରେ ନିଃସଙ୍ଗତା ଭୁଲି ନିଜର ମାନସିକ ସ୍ବାସ୍ଥ୍ୟ ବଜାୟ ରଖିପାରିବେ।
ସୁନୀତା ଓ ୱିଲମୋର୍‌ ମହାକାଶରେ ନିଜର ସମ୍ପ୍ରସାରିତ ରହଣିକାଳ ମଧ୍ୟରେ ଫାଙ୍କା ନ ବସି ମହାକାଶରେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ନିରୀକ୍ଷା କରିବା ସହିତ ସ୍ପେସ୍‌ ଷ୍ଟେଶନର ରକ୍ଷଣାବେକ୍ଷଣ କାର୍ଯ୍ୟରେ ସହାୟତା ପ୍ରଦାନ କରିବେ। ଏ ପରୀକ୍ଷାଗୁଡ଼ିକ ମଧ୍ୟରେ ମହାକାଶର ଭାରଶୂନ୍ୟ ପରିସ୍ଥିତି ଶରୀରର ସହନଶୀଳତା ତଥା ମହାକାଶରେ ଦୀର୍ଘ ଦିନ ରହଣିର ଜୀବନ ଉପରେ ପ୍ରଭାବ ଇତ୍ୟାଦି ଅନୁଧ୍ୟାନ ସାମିଲ ହେବ, ଯାହା ପରବର୍ତ୍ତୀ ସମୟରେ ମହାକାଶରେ ମଣିଷର ସ୍ଥାୟୀ ବସତି ସ୍ଥାପନର ଯୋଜନାରେ ସହାୟକ ହେବ। ପୂର୍ବରୁ ସୁନୀତାଙ୍କର ମହାକାଶରେ ୩୦୦ରୁ ଊର୍ଦ୍ଧ୍ୱ ଦିନ ଅବସ୍ଥାନ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଅଂଶଗ୍ରହଣ କରିବାର ଦୀର୍ଘ ଅନୁଭୂତି ରହିଛି।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ, ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସୂତିଙ୍କୂ ମିଳିଲାନି ଆମ୍ବୁଲାନ୍ସ ସେବା: ଅଧାବାଟରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା,୨୪।୯(ଜଗନ୍ନାଥ ଧଳ): ଆମ୍ବୁଲାନ୍ସ ସେବା ନ ପାଇ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ସିଏଚ୍‌ସି ଅଧୀନ ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମରେ ଗୁରୁବାର ଜଣେ ପ୍ରସୂତୀଙ୍କ…

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?