Posted inଫୁରସତ

ଭାରତର ପ୍ରଥମ ଏଆଇ ମା’

ନୂଆଦିଲ୍ଲୀ: ଧୀରେ ଧୀରେ ଭର୍ଚୁଆଲ୍‌ ଇନ୍‌ଫ୍ଲୁଏନ୍ସରମାନେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଗୁଡ଼ିକରେ ନିଜ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି କାବ୍ୟା ମେହେରା ନାମ୍ନୀ ଜଣେ ଭର୍ଚୁଆଲ୍‌ ଇନ୍‌ଫ୍ଲୁଏନ୍ସର ମଧ୍ୟ ଇନ୍‌ଷ୍ଟାଗ୍ରାମରେ ନିଜ ଭିଡିଓ ପୋଷ୍ଟ କରି ବେଶ୍‌ ଭାଇରାଲ ହେଉଛନ୍ତି। ଭାରତର ସର୍ବବୃହତ୍‌ ସେଲିବ୍ରିଟି ମ୍ୟାନେଜମେଣ୍ଟ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ ‘କଲେକ୍ଟିଭ୍‌ ଆର୍ଟିଷ୍ଟ ନେଟ୍‌ୱାର୍କ’ କାବ୍ୟାଙ୍କୁ ପ୍ରସ୍ତୁତ କରିଛି। କାବ୍ୟାଙ୍କ ଇନ୍‌ଷ୍ଟାଗ୍ରାମ ବାୟୋ ଅନୁଯାୟୀ ସେ ହେଉଛନ୍ତି ଭାରତର ପ୍ରଥମ ଏଆଇ ଚାଳିତ ମା’।
କାବ୍ୟା ତାଙ୍କ ଫଲୋଅର୍ସମାନଙ୍କ ସହ ମାତୃତ୍ୱକୁ ନେଇ ନିଜର ଆଧୁନିକ ଦୃଷ୍ଟିକୋଣକୁ ବାଣ୍ଟିଥାନ୍ତି। ସେହିପରି ସେ ରୋଷେଇ, ପେଣ୍ଟିଂ, ସ୍କିନ୍‌ କେୟାର ଭଳି ବିଭିନ୍ନ କାର୍ଯ୍ୟରେ ପାରଙ୍ଗମ ଥିବା ମଧ୍ୟ କୁହନ୍ତି। ଏକ ଭିଡିଓର କ୍ୟାପ୍‌ଶନ୍‌ରେ କାବ୍ୟା ଲେଖିଛନ୍ତି, ପିଲାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବାଠାରୁ ଆରମ୍ଭକରି ଭୋଜନ ପାଇଁ ଯୋଜନା କରିବା ପର୍ଯ୍ୟନ୍ତ ସବୁଥିରେ ସେ ପାରଙ୍ଗମ। କାବ୍ୟାଙ୍କୁ ସୃଷ୍ଟି କରିଥିବା, ‘କଲେକ୍ଟିଭ୍‌ ଆର୍ଟିଷ୍ଟ ନେଟ୍‌ୱର୍କ’ର କହିବା ଅନୁଯାୟୀ, ତାଙ୍କର ବ୍ୟକ୍ତିତ୍ୱ ପ୍ରକୃତ ମା’ମାନଙ୍କ ବାସ୍ତବ ଜୀବନର ଅନୁଭୂତି ଉପରେ ନିର୍ମିତ। ସେହିପରି ଏକ ରିପୋର୍ଟରେ କୁହାଯାଇଛି, କାବ୍ୟା ମେହେରା କେବଳ ଏକ ଡିଜିଟାଲ୍‌ ଅବତାର ନୁହନ୍ତି ବରଂ ସେ ଆଧୁନିକ ମାତୃଭାଷାର ପ୍ରତିମୂର୍ତ୍ତି। ଏଆଇ ଦ୍ୱାରା ଚାଳିତ ହେଉଥିବା କାବ୍ୟାଙ୍କର ଅନ୍ୟ ମଣିଷଙ୍କ ଭଳି ବହୁ ଅଭିଜ୍ଞତା ରହିଛି ବୋଲି ଉକ୍ତ ରିପୋର୍ଟ କହିଛି।
କାବ୍ୟା ନିଜର ଦୈନନ୍ଦିନ ଜୀବନର ଝଲକ୍‌କୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରନ୍ତି, ଯେଉଁଥିରେ ସେ ତାଙ୍କର ପ୍ରିୟ ଖାଦ୍ୟ ରାନ୍ଧିବା ଏବଂ ଦୀପାବଳି ପରି ପର୍ବକୁ ଉପଭୋଗ କରୁଥିବାର ନଜରକୁ ଆସିଛନ୍ତି। ଏହାସହ ସେ ନିଜ ପିଲାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ କେଉଁ ପ୍ରକାର ମା’ ହେବାକୁ ଚାହୁଁଛନ୍ତି ସେନେଇ କାବ୍ୟା ଏକ ପୋଷ୍ଟରେ କହୁଥିବାର ନଜରକୁ ଆସିଛନ୍ତି। ଅନ୍ୟ ଏକ ଭିଡିଓରେ କାବ୍ୟା କହିଛନ୍ତି, ଯେଉଁ ମା’ ଭାବପ୍ରବଣ ଭାବରେ ଉପଲବ୍ଧ ସେ ସର୍ବଦା ନିଜେ ପିଲାଙ୍କ ପାଇଁ ଠିଆ ହୋଇ ରହିବେ, ଯାହାଦ୍ୱାରା ସନ୍ତାନମାନେ ମା’ଙ୍କ ସହ ରହି ସବୁଠୁ ସୁରକ୍ଷିତ ସ୍ଥାନରେ ଥିବା ପରି ଅନୁଭବ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri