ମହିମାଧର୍ମର ଉପାସନା କ୍ଷେତ୍ର ‘ମେରୁମଠ’: ମାନ୍ୟତା ମିଳିଛି, ବିକାଶ ନାହିଁ

ବାରିପଦା ଅଫିସ, ୩ା୧: କଳା ଓ ସଂସ୍କୃତି କ୍ଷେତ୍ରରେ ମୟୂରଭଞ୍ଜ ଜିଲା ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ରାଜରାଜୁଡା କାଳରୁ ଗଢି ଉଠିଥିବା ରାଜପ୍ରାସାଦ, ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ, ଗମନାଗମନ, ଶିଳ୍ପାନୁଷ୍ଠାନ ଓ ଡାକ୍ତରଖାନା ଭଳି ଅନେକ ଅନୁଷ୍ଠାନ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଧ୍ୟାତ୍ମିକ ପୀଠଗୁଡିକର ସୁରକ୍ଷା ଓ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବହୁ ପୁରାତନ ଆଧ୍ୟାତ୍ମିକ ପୀଠ ଏବେ ବି ଅସୁରକ୍ଷିତ ହୋଇ ରହିଛି। ସାରସକଣା ବ୍ଲକ ଶୀର୍ଷାସ୍ଥିତ ମେରୁମଠ ଏହାର ଏକ ଉଦାହରଣ। ଏହି ମଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି ସତ, ହେଲେ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ବିକାଶ କରାଯାଉ ନ ଥିବାରୁ ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ଭରପୁର ମଜା ଉଠାଇପାରୁନାହାନ୍ତି।
ଓଡିଶା, ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ରାଜ୍ୟ ସୀମାନ୍ତରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀକୂଳରେ ମେରୁମଠ ଅବସ୍ଥିତ। ଜିଲାର ସଦର ମହକୁମା ବାରିପଦାରୁ ୪୦କି.ମି. ଓ ଝାରପୋଖରିଆ ଥାନା ଏବଂ ବ୍ଳକ କାର୍ଯ୍ୟାଳୟଠାରୁ ମାତ୍ର ୧୨କି.ମି. ଦୂରରେ ୫୬ ଏକର ପରିମିତ ଘଞ୍ଚ ସବୁଜିମାରେ ପରିପୂୂର୍ଣ୍ଣ ଶୋଭାବନ ଭୂଖଣ୍ଡ ଉପରେ ମହିମା ଧର୍ମର ଉପାସନାକ୍ଷେତ୍ର। ମଠ ପରିସରରେ ଥିବା ଆୟୁର୍ବେଦିକ ଔଷଧୀୟ ବଗିଚା, ଧୂନିମନ୍ଦିର, ମହିମା ଆଶ୍ରମ ଦେଖିବାକୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ହୋଇଥାଏ। ୧୯୯୦ ମସିହାରେ ପରୀକ୍ଷା କରାଯାଇ ଆଧୁନିକ ଉପାୟରେ ଔଷଧ ପ୍ରସ୍ତୁତି ନିମନ୍ତେ ମଠ ଜମିରୁ ୨୦ ଏକରଜମି ସରକାରଙ୍କୁ ପ୍ରଦାନ କରାଯାଇ ଔଷଧୀୟ ଗଛ ଲଗାଯିବା ସହିତ ଡାକ୍ତରଙ୍କୁ ନିଯୁକ୍ତି ଦେଇ ଗବେଷଣା କେନ୍ଦ୍ର ଖୋଲଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଔଷଧୀୟ ଉଦ୍ୟାନରେ ଥିବା ୫ଶହ ଜାତିର ଔଷଧୀୟ ବୃକ୍ଷ ମଧ୍ୟରୁ ୩ଶହ ପ୍ରଜାତିର ବୃକ୍ଷ ଆଉ ଦେଖିବାକୁ ମିଳୁନାହିଁ। ବାକିଥିବା ୨ଶହ ପ୍ରଜାତିର ଔଷଧୀୟ ବୃକ୍ଷଗୁଡିକୁ ଯତ୍ନ ନେବା ଲାଗ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ହେଁ କିଛି ସୁଫଳ ମିଳୁନାହିଁ ବୋଲି ମଠର ବାବା ସଞ୍ଜୟ ଦାସ ପ୍ରକାଶ କରିଛନ୍ତି। ସେହିପରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ପରେ ମଠର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଜିଲା ପର୍ଯ୍ୟଟନ ଅଧିକାରୀଙ୍କ ଦ୍ୱାରା ୧କୋଟି ୪୧ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏଥିରେ ପର୍ଯ୍ୟଟକଙ୍କ ନିମନ୍ତେ ଶୌଚାଳୟ, ପାନୀୟଜଳ, ଆଲୋକ, ପିଣ୍ଡି, ସମ୍ମିଳନୀ କକ୍ଷ ଆଦି ସହିତ ଏକ ସୁନ୍ଦର ପାର୍କ ନିର୍ମାଣ କରାଯିବାର ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଅଦ୍ୟାବଧି ଏହାର ଉନ୍ନତୀକରଣ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି ରବୀନ୍ଦ୍ର ନାଥ ସାହୁ, ଶିକ୍ଷାବିତ୍‌ କୁଞ୍ଜବିହାରୀ ସେଠୀ, ସୁଧୀର କୁମାର ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି। ବଙ୍ଗୀୟ ପର୍ଯ୍ୟଟକ ସନ୍ତୋଷ କୁଇଲା କହନ୍ତି, ମଠ ନିକଟସ୍ଥ ନଦୀ ଘାଟରେ ଥିବା ଭୀମଆଣ୍ଠୁଆ ଗଣ୍ଡରେ ନୌକା ବିହାରର ଅନୁଭୂତି ଓ ଭାଷମାନ ଭେଳାଗୁଡିକର ଦୃଶ୍ୟ ଭାରି ମନୋରମ। ଏଠାକୁ ଆସିବା ପାଇଁ ପକ୍କା କିମ୍ବା ପିଚୁ ରାସ୍ତାଟିଏ ନିର୍ମାଣ ହୋଇ ନ ଥିବାରୁ ଖାଲଖମା ରାସ୍ତା ଦେଇ ଆସିବାକୁ ପଡୁଛି। ଅଧ୍ୟାପକ ଅଶୋକ କୁମାର ପୃଷ୍ଟି କହନ୍ତି, ସୂର୍ଯ୍ୟୋଦୟ ବେଳେ ଉଭୟ ଭାଗରେ ଝଲସି ଉଠେ ମଠ। ସୂର୍ଯ୍ୟାସ୍ତ ସମୟରେ ଅସ୍ତରାଗ କିରଣରେ ମେରୁ ମଠ ଆକର୍ଷଣୀୟ ହୋଇପଡେ। ତେବେ ମଠରେ ପାନୀୟଜଳ ଓ ଆଶ୍ରୟସ୍ତଳୀ ନ ଥିବାରୁ ବହୁ ପର୍ଯ୍ୟଟକ ହଇରାଣ ହେଉଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ନ ଥିବାରୁ ମଠର ବିକାଶ ଓ ମାନ୍ୟତା ଘୋଷଣାରେ ସୀମିତ ହୋଇ ପଡିରହିଛି। ଏଥିପ୍ରତି ରାଜନୈତିକ ପଦାଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ପଡିଲେ ଏହାର ପୁନରୁଦ୍ଧାର ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?