ସଙ୍କଟରେ ବୈଶ୍ୱିକ ଖାଦ୍ୟ ସୁରକ୍ଷା

ଓ୍ବାଶିଂଟନ,୨୨ା୮: ୟୁକ୍ରେନ୍‌କୁ ଗହମ ରପ୍ତାନି ଲାଗି ଅନୁମତି ଦେବା ନିମନ୍ତେ ଚୁକ୍ତିନାମାକୁ ରୁଷିଆ ବନ୍ଦ କରିବା ଏବଂ ଏଲ୍‌ ନିନୋ ପ୍ରଭାବରୁ ଚାଉଳ ଉତ୍ପାଦନ ହ୍ରାସ ପାଇବା କାରଣରୁ ବୈଶ୍ୱିକ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏବେ ଚାଉଳ ଦାମ୍‌ ବହୁତ ବଢ଼ିଯାଇଛି। ଭିଏଟ୍‌ନାମରେ ଚାଉଳର ରପ୍ତାନି ମୂଲ୍ୟ ୧୫ ବର୍ଷରେ ସର୍ବାଧିକ ହୋଇଛି। ତେଣୁ ଗରିବ ଦେଶଗୁଡ଼ିକର ଜନସାଧାରଣଙ୍କ ପାଇଁ ବଞ୍ଚତ୍ବା କଷ୍ଟକର ହୋଇପଡ଼ିଛି। ସାରା ବିଶ୍ୱ ଏବେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହୋଇଥିବା ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନର ପ୍ରାକୃତିକ ସମ୍ପଦ ଅଫିସର ବିଉ ଡାମେନ୍‌ କହିଛନ୍ତି। ଏପରିକି ଭାରତ ବାସମତୀ ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଏହାର ଅଭାବ ଦେଖାଦେଇଥିଲା। ପରେ ଏଲ୍‌ ନିନୋ ପ୍ରଭାବରୁ ଯୋଗାଣ ଶୃଙ୍ଖଳରେ ସଙ୍କଟ ଦେଖା ଦେବା ସହ ମୂଲ୍ୟ ଆକାଶଛୁଆଁ ହୋଇଛି। ଯଦି ଭାରତ ଅଣବାସମତୀ ଚାଉଳ ରପ୍ତାନି ବନ୍ଦ କରିଦିଏ, ତେବେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ। ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅନୁରୂପ ପଦକ୍ଷେପ ନେବେ। ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଚାଉଳ ରପ୍ତାନି ବନ୍ଦ କରିସାରିଛି। ଅନ୍ୟ ଦେଶଗୁଡ଼ିକରେ ଯଦି ଭୀଷଣ ପାଗ ପ୍ରଭାବରେ ଧାନ ଉତ୍ପାଦନ କ୍ଷତିଗ୍ରସ୍ତ ହୁଏ, ତେବେ ପରିଣାମ ଭୟଙ୍କର ହେବ ବୋଲି କୁହାଯାଉଛି।
ଏଲ୍‌ ନିନୋ ହେଉଛି ଏକ ପ୍ରାକୃତିକ, କ୍ଷଣସ୍ଥାୟୀ ଏବଂ ଆକସ୍ମିକ ପ୍ରକ୍ରିୟା, ଯାହାଦ୍ୱାରା ପ୍ରଶାନ୍ତ ମହାସାଗରର କିଛି ଅଞ୍ଚଳ ଉତ୍ତପ୍ତ ହୋଇଥାଏ। ଏହା ବୈଶ୍ୱିକ ପାଣିପାଗ ଢାଞ୍ଚାକୁ ପ୍ରଭାବିତ କରିବା ସହ ଜଳବାୟୁ ପରିବର୍ତ୍ତନ ଏହାକୁ ଅଧିକ ବଳ ଦେଇଥାଏ। ଅତୀତରେ ଏହାର ପ୍ରଭାବରେ ଅନାବୃଷ୍ଟିଠାରୁ ଆରମ୍ଭ କରି ବନ୍ୟା ପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି, ଯାହାର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହୋଇଥାଏ। ଆଫ୍ରିକା ମହାଦେଶରେ ଚାଉଳ ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ଅଧିକାଂଶ ଦେଶ ଆମଦାନୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଜନସଂଖ୍ୟା ବଢ଼ୁଥିବା ସେନେଗାଲ ଭଳି କେତେକ ଦେଶ ନିଜସ୍ବ ଚାଉଳ ଉତ୍ପାଦନ ବଢ଼ାଇବାକୁ ଉଦ୍ୟମ ଚଳାଇଥିବାବେଳେ ଅନ୍ୟ କେତେକ ଦେଶ ଏଥିପାଇଁ ସଂଘର୍ଷ କରୁଛନ୍ତି। ଭାରତରୁ ସେନେଗାଲ ୭୦ ପ୍ରତିଶତ ଚାଉଳ ରପ୍ତାନି କରୁଥିଲା। ଭାରତ ରପ୍ତାନିରେ କଟକଣା ଲଗାଇବା ପରେ ସେଠାରେ ଚାଉଳ ଦର ଦୁଇ-ତୃତୀୟାଂଶ ବୃଦ୍ଧି ପାଇଛି। ଆଫ୍ରିକାର ଅଧିକାଂଶ ଗ୍ରାହକ ଚାଉଳ କିଣିପାରିବେ କି ନାହିଁ, ଏହାକୁ ନେଇ ଫ୍ରାନ୍ସିସ୍‌ ନେଗେ ସନ୍ଦିହାନ ହୋଇପଡ଼ିଛନ୍ତି। ସାର ଦାମ ବୃଦ୍ଧି ସାଙ୍ଗକୁ ବର୍ଷେ ହେଲା ମରୁଡ଼ି ଯୋଗୁ କେନିଆରେ ଚାଉଳ ଦାମ୍‌ ଯଥେଷ୍ଟ ବଢ଼ିଛି। ଭାରତରୁ ଆମଦାନୀ ହେଉଥିବା ଶସ୍ତା ଚାଉଳ ଏହି ଅଭାବ ପୂରଣ କରୁଥିଲା। ନାଇରୋବିର କିବେରା ଅଞ୍ଚଳର ହଜାର ହଜାର ଲୋକ ଦିନକୁ ୨ ଡଲାରରୁ କମ୍‌ ଆୟରେ ଚଳିଯାଉଥିଲେ। ଏବେ ସ୍ଥିତି ବଦଳିଯାଇଛି। ଜୁନ୍‌ରୁ ୨୫ କିଲୋଗ୍ରାମ ଚାଉଳ ପ୍ୟାକେଟ ଦାମ୍‌ ୨୦ ପ୍ରତିଶତ ବଢ଼ିଛି। ବିଶ୍ୱର ସର୍ବାଧିକ ଚାଉଳ ରପ୍ତାନିକାରୀ ଭାରତଠାରୁ ସେଠାର ପାଇକାରୀ ବ୍ୟବସାୟୀମାନେ ଏପର୍ଯ୍ୟନ୍ତ ନୂଆ ଚାଉଳ ପାଇ ନାହାନ୍ତି। ନିର୍ବାଚନ ବର୍ଷ ଥିବାରୁ ଭାରତ ଘରୋଇ ବଜାର ଦର ନିୟନ୍ତ୍ରଣରେ ରଖିବା ପାଇଁ ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛି। ଆଗାମୀ ଦିନରେ ବିଶ୍ୱ ଖାଦ୍ୟ ସଙ୍କଟ ଗମ୍ଭୀର ହେବାକୁ ଯାଉଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?