ସର୍ବଭାରତୀୟ ଡିଜିପି ସମ୍ମିଳନୀ:ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୩୦ା୧୧(ଅନିଲ ଦାସ):ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଉଦ୍‌ଘାଟନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଜାତୀୟ ସୁରକ୍ଷା ପରାମର୍ଶଦାତା, ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ଏବଂ କେନ୍ଦ୍ରୀୟ ପୋଲିସ ସଙ୍ଗଠନର ମୁଖ୍ୟମାନେ ଯୋଗଦେଇଛନ୍ତି। ସମ୍ମିଳନୀରେ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଦେଶର ଶ୍ରେଷ୍ଠ ଥାନା ଓ ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଯୋଗଦେବେ।
ନଭେମ୍ବର ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ୩ ଦିନିଆ ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନୂଆ ଅପରାଧ ଆଇନ, ନାର୍କୋଟିକ୍ସ ସମେତ ଜାତୀୟ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ। ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ।
ଏହି ସମ୍ମିଳନୀ ଦେଶର ବରିଷ୍ଠ ପୋଲିସ ପେସାଦାର ଏବଂ ସୁରକ୍ଷା ପ୍ରଶାସକମାନଙ୍କୁ ବିଭିନ୍ନ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ତଥା ଭାରତରେ ପୋଲିସ ସମ୍ମୁଖୀନ ହେଉଥିବା ବିଭିନ୍ନ ପରିଚାଳନାଗତ, ଭିତ୍ତିଭୂମି ଏବଂ କଲ୍ୟାଣ ସମ୍ବନ୍ଧୀୟ ସମସ୍ୟା ଉପରେ ମୁକ୍ତ ଭାବରେ ଆଲୋଚନା ଓ ବିତର୍କ କରିବା ପାଇଁ ଏକ ମତ ବିନିମୟ ମଞ୍ଚ ପ୍ରଦାନ କରିବ। ଆଭ୍ୟନ୍ତରୀଣ ନିରାପତ୍ତା ବିପଦ ବ୍ୟତୀତ ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିଚାଳନା ସମ୍ବନ୍ଧୀୟ ଆହ୍ବାନର ମୁକାବିଲା ପାଇଁ ବୃତ୍ତିଗତ ଅଭ୍ୟାସ ଏବଂ ପ୍ରକ୍ରିୟାର ପ୍ରସ୍ତୁତି ଓ ଆପୋସ ବିନିମୟ ଉପରେ ଆଲୋଚନା ହେବ।
ଡିଜିପି ସମ୍ମିଳନୀ ପ୍ରତି ପ୍ରଧାନମନ୍ତ୍ରୀ ସର୍ବଦା ଗଭୀର ଆଗ୍ରହ ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ କେବଳ ସମସ୍ତ ଯୋଗଦାନକୁ ଧ୍ୟାନର ସହ ଶୁଣନ୍ତି ନାହିଁ ବରଂ ଖୋଲା ଓ ଅନୌପଚାରିକ ଆଲୋଚନାର ବାତାବରଣକୁ ପ୍ରୋତ୍ସାହିତ କରନ୍ତି, ଯାହା ନୂତନ ଚିନ୍ତାଧାରା ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଚଳିତବର୍ଷ ଏହି ସମ୍ମିଳନୀରେ କିଛି ଅଭିନବ ବୈଶିଷ୍ଟ୍ୟ ମଧ୍ୟ ଯୋଡ଼ାଯାଇଛି। ଯୋଗ ଅଧିବେଶନ, ବ୍ୟବସାୟ ଅଧିବେଶନ, ବ୍ରେକ୍‌ ଆଉଟ୍‌ ଅଧିବେଶନ ଏବଂ ବିଷୟବସ୍ତୁଭିତ୍ତିକ ଡାଇନିଂ ଟେବୁଲ ଆଲୋଚନା ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଦିନକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ବରିଷ୍ଠ ପୋଲିସ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ପଲିସି, ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ସେମାନଙ୍କର ଦୃଷ୍ଟିକୋଣ ଏବଂ ପରାମର୍ଶ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ଏକ ସୁଯୋଗ ପାଇବେ।
ସୂଚନାଯୋଗ୍ୟ, ୨୦୧୪ ପରଠାରୁ ପୋଲିସ ଡିଜିପି ଓ ଆଇଜି ସମ୍ମିଳନୀ ସାରା ଦେଶରେ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରି ଆସୁଛନ୍ତି। ଏହା ପୂର୍ବରୁ ଆସାମର ଗୁଆହାଟୀ, କଚ୍ଛର ରଣ (ଗୁଜରାଟ), ହାଇଦ୍ରାବାଦ (ତେଲଙ୍ଗାନା), ଟେକନପୁର (ଗ୍ବାଲିୟର, ମଧ୍ୟପ୍ରଦେଶ), ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ (କେୱଡିଆ, ଗୁଜରାଟ), ପୁଣେ (ମହାରାଷ୍ଟ୍ର), ଲକ୍ଷ୍ନୌ (ଉତ୍ତରପ୍ରଦେଶ), ନୂଆଦିଲ୍ଲୀ ଏବଂ ଜୟପୁର (ରାଜସ୍ଥାନ)ରେ ଅନୁଷ୍ଠିତ ହୋଇଛି। ଏହି ପରମ୍ପରାକୁ ବଜାୟ ରଖି ଭୁବନେଶ୍ୱର (ଓଡ଼ିଶା)ଠାରେ ଏଥର ୫୯ତମ ପୋଲିସ ଡିଜିପି ଓ ଆଇଜି ସମ୍ମିଳନୀ ୨୦୨୪ ଆୟୋଜନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?