ବିଶ୍ୱ ଜଳବାୟୁ ସମସ୍ୟା

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ମାନବ ସମାଜ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏକ ଆକଳନରୁ ଜଣାଯାଏ ବିଶ୍ୱସ୍ତରରେ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧିଘଟିଛି। ୨୦୧୫ ପ୍ୟାରିସ୍‌ ଜଳବାୟୁ ସମ୍ମିଳନୀରେ ଚଳିତ ଶତାବ୍ଦୀ ସୁଦ୍ଧା ତାପମାତ୍ର ବୃଦ୍ଧିକୁ ଯଥା ସମ୍ଭବ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିବାକୁ ବିଶ୍ୱର ସମସ୍ତ ଦେଶକୁ ଆହ୍ବାନ ଦିଆଯାଇଛି। ବିଗତ ୫୦ ବର୍ଷ ମଧ୍ୟରେ ପୃଥିବୀର ପ୍ରାୟ ୧୭ ଶତାଂଶ ଜଙ୍ଗଲ ଲୋପପାଇସାରିଛି। ପ୍ରତି ମିନିଟ୍‌ରେ ପୃଥିବୀର ୨୩ ଲକ୍ଷ ମିଟର ପରିମିତ ଜମିରୁ ଜଙ୍ଗଲ କ୍ଷୟ ହେଉଛି। ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ନ ରଖିଲେ ପୃଥିବୀରେ ଉପଲବ୍ଧ ହିମପ୍ରବାହ(ଗ୍ଲେସିଅର)ଗୁଡ଼ିକ ଦ୍ରୁତଗତିରେ ତରଳିବ। ଫଳରେ ଆଇସ୍‌ଲାଣ୍ଡରେ ବିଦ୍ୟମାନ ୩୦୦ ହିମପ୍ରବାହ ଆଗାମୀ ୨୦୦ବର୍ଷ ମଧ୍ୟରେ ତରଳି ମୃତ ପାଲଟିଯିବ ବୋଲି ବୈଜ୍ଞାନିକମାନେ ଭବିଷ୍ୟତବାଣୀ ଶୁଣାଇଛନ୍ତି। ଗ୍ରୀନ୍‌ଲାଣ୍ଡର ହିମପ୍ରବାହଗୁଡ଼ିକ ମଧ୍ୟ ଭୟାନକ ଭାବେ ତରଳିବାରେ ଲାଗିଛନ୍ତି। ୨୦୧୫ ପରଠାରୁ ଅଣ୍ଟାର୍କଟିକା ମହାଦେଶରେ ଗ୍ରୀନ୍‌ଲାଣ୍ଡ ଆକାରରେ ବରଫ ତରଳି ସାରିଛି; ଯାହା ଗତ ଦଶନ୍ଧିର ସବୁଠାରୁ ବଡ଼ ପରିବେଶଗତ ପରିବର୍ତ୍ତନ। ଏଥିଯୋଗୁ ଭବିଷ୍ୟତରେ ସମୁଦ୍ରପତ୍ତନ ୧ରୁ ୧.୬ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏପରି ହେଲେ ପୃଥିବୀର ନଦୀଗୁଡ଼ିକରେ ଭୟଙ୍କର ବନ୍ୟା ଆସିବା ସହ ସମୁଦ୍ର ଉପକୂଳବର୍ତ୍ତୀ ଅନେକ ସହର ଜଳଗର୍ଭରେ ଲୀନହୋଇଯିବ। ୨୦୫୦ ବେଳକୁ ୧.୫ କୋଟି ଲୋକ ‘କ୍ଲାଇମେଟ୍‌ ରିଫ୍ୟୁଜି’ ହେବେ ବୋଲି ଜଳବାୟୁ ବିଶେଷଜ୍ଞମାନେ ମତ ଦେଇଛନ୍ତି। ପୃଥିବୀର ଭୂତଳ ଜଳସ୍ତର ମଧ୍ୟ ବର୍ଷକୁ ପ୍ରାୟ ୧୭ କ୍ୟୁବିକ୍‌ କିଲୋମିଟର ଖସିବାକୁ ଲାଗିଛି।
ବହୁଳ ଭାବେ ବ୍ୟବହୃତ ରେଫ୍ରିଜରେଟର, ଏୟାର କଣ୍ଡିସନର, ଦ୍ରାବକ, ଶିଳ୍ପଗୁଡ଼ିକରୁ ବହିର୍ଗତ ନାଇଟ୍ରୋଜେନ୍‌ ଯୌଗିକ ବସ୍ତୁ, ଅନିୟନ୍ତ୍ରିତ ରକେଟ୍‌ କ୍ଷେପଣ, ପରମାଣୁ ପରୀକ୍ଷଣ ଇତ୍ୟାଦି ସହ ଅନ୍ୟାନ୍ୟ କୃତ୍ରିିମ ଓ ପ୍ରାକୃତିକ କାରଣ ପାଇଁ ଓଜୋନ୍‌ ସ୍ତର ପତଳା ହେବାରେ ଲାଗିଛି। ସେଥିପାଇଁ ଉତ୍ତାପସ୍ତର ଆଶାତୀତ ଭାବେ ବୃଦ୍ଧି ଘଟୁଛି। ବର୍ତ୍ତମାନ ଘଟିଯାଇଥିବା ଇରାନ ଓ ଇସ୍ରାଇଲ ଯୁଦ୍ଧର ପ୍ରଥମ ୫ ଦିନରେ ୩୫,୦୦୦ ଟନ୍‌ରୁ ଊର୍ଦ୍ଧ୍ୱ ଅଙ୍ଗାରକାମ୍ଳ ନିର୍ଗତ ହୋଇଛି ଯାହାକି ବର୍ଷକୁ ୮,୩୦୦ କାର୍‌ ଚଳାଇବା ଦ୍ୱାରା ନିଃସରଣ ଅଙ୍ଗାରକାମ୍ଳ ସହ ସମାନ। ଏହି ଯୁଦ୍ଧର ପ୍ରାରମ୍ଭରେ ଜେଟ୍‌ ଫୁଏଲ୍‌, ରକେଟ୍‌ ଫାୟାର ଏବଂ କ୍ଷେପଣାସ୍ତ୍ର ପ୍ରୟୋଗରେ ଯେତିକି ଅଙ୍ଗାରକାମ୍ଳ ନିର୍ଗତ ହୋଇଛି, ୨୦ ହଜାର ଟନ୍‌ କୋଇଲା ଜାଳିଲେ ସେତିକି ନିର୍ଗତ ହେବ। ଏଥିରୁ ଅନୁମାନ କରାଯାଉ ଯୁଦ୍ଧ ବିଭୀଷିକା ଆମ ଜଳବାୟୁକୁ କେତେ ପ୍ରଭାବିତ କରିଥିବ ? ଏହି ସଙ୍କଟ ଦୂରକରିବାକୁ ପୁଞ୍ଜିବାଦୀ ଓ ସାମ୍ରାଜ୍ୟବାଦୀ ରାଷ୍ଟ୍ରଗୁଡ଼ିକ କୌଣସି ଆନ୍ତରିକତା ଦେଖାଉ ନାହାନ୍ତି। ଏହାର କାରଣ ବ୍ରିଟିଶ ରାଜନୀତିଜ୍ଞ ଡେରେକ୍‌ ୱାଲ୍‌ଙ୍କ ‘ଗ୍ରୀନ୍‌ ଲେଫ୍‌ଟ୍‌’ ପୁସ୍ତକରେ ଉଲ୍ଲେଖ ଅଛି – ‘ପୁଞ୍ଜିବାଦ ଶ୍ରମର ଶୋଷଣ ଓ ପ୍ରକୃତିର ଲୁଣ୍ଠନ ଲବ୍ଧ ଲାଭ ମାଧ୍ୟମରେ ନିଜର ଆୟ ବଢ଼ାଇ ଚାଲେ।’ ସେହିପରି ଆମେରିକାନ୍‌ ଲେଖକ ଜୋଏଲ୍‌ ଷ୍ଟିଫେନ୍‌ କେଭେଲ କୁହନ୍ତି, ”ପୁଞ୍ଜିବାଦ ପ୍ରକୃତିର ଶତ୍ରୁ ଓ ପରିବେଶ ଧ୍ୱଂସର ଏକମାତ୍ର କାରଣ ପାଲଟିଛି।“
ଏହିପରି ପରିବେଶର ଦ୍ରୁତ ସ୍ଖଳନ ଓ ଜଳବାୟୁର ଅସନ୍ତୁଳନ କାର୍ଯ୍ୟକଳାପକୁ ଲକ୍ଷ୍ୟକରି ପରିବେଶବିତ୍‌ ରଣଧୀର ସିଂ କହିଥିଲେ, ”ପୁଞ୍ଜିବାଦ ପ୍ରକୃତିର ଲାଳନ ପାଳନ କରିବାକୁ ଚାହେଁନା, ଏହା ପ୍ରକୃତିକୁ ସ୍ବ-ସ୍ବାର୍ଥରେ ବ୍ୟବହାର କରେ। ବଜାର ଶାସିତ ଅର୍ଥନୀତି ସଦାସର୍ବଦା ପ୍ରକୃତି ଓ ପରିବେଶର ବିରୋଧୀ। ଅଧିକନ୍ତୁ ଏହା ପ୍ରକୃତି ଓ ପରିବେଶ ଧ୍ୱଂସକାରୀ।“ ମାତ୍ରାଧିକ ଶିଳ୍ପନିର୍ମାଣ ପରିବେଶ ଅସନ୍ତୁଳନ ପାଇଁ ଅନ୍ୟ ଏକ ବଡ଼ କାରଣ ପାଲଟିଛି। ଶିଳ୍ପ ପରିଚାଳନା ପାଇଁ ଜଳ, ଜମି ଓ ଜଙ୍ଗଲକୁ ବିନିଯୋଗ ନିଶ୍ଚିତ କରିବେ ଏଥିରେ ସନ୍ଦେହ ନାହିଁ। ଏହିସବୁ ଶିଳ୍ପକ୍ଷେତ୍ରରୁ ନିର୍ଗତ ଧୂଆଁରୁ ଜଳବାୟୁ ତ ଦୂଷିତ ହେବ ହିଁ ହେବ। ଏହି ଶିଳ୍ପଗୁଡ଼ିକ ଲାଭ ପାଇଁ ଆବଶ୍ୟକତାଠାରୁ ଅଧିକ ଜଳ, ଜମି, ଜଙ୍ଗଲର ଉପଯୋଗ କରନ୍ତି, ଧ୍ୱଂସ କରନ୍ତି। ଫଳରେ ଗଛ କଟାଯାଏ, ଖଣିଖାଦାନ ଖୋଳାଯାଏ ଓ ଜଳବାୟୁ ଅଶୁଦ୍ଧ ହୁଏ। ଉତ୍ତାପ ବୃଦ୍ଧିର ଏହା ଏକ ସର୍ବଶ୍ରେଷ୍ଠ କାରଣ ବୋଲି କୁହାଯାଏ। ଆମେରିକାରେ ୧୮୭୩ କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିଛନ୍ତି ଯାହା ବିଶ୍ୱର ୧୦ ବୃହତ୍‌ ଦେଶ ସହ ସମାନ ଏବଂ ପୃଥିବୀରେ ଶ୍ରେଷ୍ଠସ୍ଥାନ ଅଧିକାର କରିଛି। ଏଥିରୁ ଅନୁମାନ କରାଯାଏ, ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ ଦ୍ୱାରା ଆଧିପତ୍ୟ ଦେଶଗୁଡ଼ିକ ପରିବେଶ ସନ୍ତୁଳନ ପାଇଁ ବିଶ୍ୱ ସମ୍ମିଳନୀର ପ୍ରସ୍ତାବକୁ ଏଡ଼େଇଯାଉଛନ୍ତି।
ସାମ୍ୟବାଦୀ ରାଷ୍ଟ୍ରମାନେ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସହ ଦକ୍ଷ ପରିଚାଳନା କରିଥାନ୍ତି। ଏହି ଦେଶଗୁଡ଼ିକରେ ପରିବେଶ ସୁରକ୍ଷା ନିମନ୍ତେ କେନ୍ଦ୍ରୀୟ ଯୋଜନା, ରାଷ୍ଟ୍ରର ମାଲିକାନା ଓ ଦୂର ଭବିଷ୍ୟତକୁ ଚିନ୍ତାକରି ଯୋଜନା ପ୍ରସ୍ତୁତ କରିଥାନ୍ତି। ଏହା ପୁଞ୍ଜିବାଦୀ ଦେଶଗୁଡ଼ିକରେ ଓଲଟା। କ୍ୟୁବାର ଅର୍ଗାନିକ୍‌ ଫାର୍ମିଂ ଦ୍ୱାରା ମାଟି ସୁସ୍ଥ ରହିବା ସହ କେମିକାଲ ବ୍ୟବହାର କମ୍‌ ହୁଏ, ଯାହା ବିଶ୍ୱ ପାଇଁ ଏକ ଉତ୍ତମ ଉଦାହରଣ। ଚାଇନା ‘ରିନ୍ୟୁଏବେଲ୍‌ ଏନର୍ଜି ବିନିଯୋଗ ଓ ବୈଷୟିକ ପ୍ରୟୋଗ’ ପାଇଁ ବିଶ୍ୱର ନେତୃତ୍ୱ ନେଇପାରୁଛି। ତେଣୁ ଦୁନିଆକୁ ଜଳବାୟୁ ସଙ୍କଟରୁ ସୁରକ୍ଷିତ ରଖିବାକୁ ହେଲେ ସାମ୍ୟବାଦ ହିଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା।
ଏସ୍‌ବିଟି ଇଣ୍ଡସ୍‌ ଭ୍ୟାଲ, ରଘୁନାଥପୁର
ଭୁବନେଶ୍ୱର , ମୋ: ୯୪୩୭୦୧୩୧୩୯


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?