ରାହାଗିରିରେ ପାରମ୍ପରିକ କଳା ସହ ଆଧୁନିକତାର ଝଲକ, ଝୁମିଲେ ଦର୍ଶକ

ଗଜପତି,୧୧ା୧(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲାସ୍ତରୀୟ ମହୋତ୍ସବ ଗଜପତି ଉତ୍ସବ-୨୦୨୫ ଉତ୍ସବ ପୂର୍ବରୁ ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ପ୍ରସାସନ ପକ୍ଷରୁ ରବିବାର ରାହାଗିରି ଅନୁଷ୍ଠିତ ହୋଇଯାଇଛି। ଆଜି ରାହାଗିରି ପାଇଁ ପୌରପାଳିକା ତରଫରୁ ସମସ୍ତ ଉଠାଦୋକାନୀ, ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାହାଗିରି ପାଇଁ ପାରଳାଖେମୁଣ୍ଡି ସହରବାସୀ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ରାହାଗିରିରେ ସମସ୍ତ ପାରମ୍ପରିକ କଳା ସହ ଆଧୁନିକ କଳା ମଧ୍ୟ ଦେଖିବାକୁ ମିଳିଛି। ଗଜପତି ଜିଲାର ପାଇକ ଆଖଡ଼ା,ଗଜମୁହା ନୃତ୍ୟ, ଟାଇକୋଣ୍ଡୋ, ସ୍କେଟିଂ, ଆଦିବାସୀ ନୃତ୍ୟ, ଝୋଟି, ଚିତ୍ରାଙ୍କନ, ଗୀତ, ଆଧୁନିକ ନୃତ୍ୟ ସମସ୍ତ ପ୍ରକାର ମନୋରଞ୍ଜନ ଏହି ରାହଗିରିରେ ଦେଖିବାକୁ ମିଳିଥିଲେ। ଏହି ଉତ୍ସବରେ ସବୁ ବର୍ଗର ଲୋକେ ସମସ୍ତେ ଅନ୍ୟମାନଙ୍କ ଠାରୁ କିଛି ଅଲଗା ପ୍ରଦର୍ଶନ କରିବା ପ୍ରୟାସ ଦେଖିବାକୁ ମିଳିଥିଲା। ଦର୍ଶକମାନେ ମଧ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖି ବେଶ୍‌ ଝୁମିଥିଲେ।

ଶେଷରେ ପ୍ରଶାସନିକ ଅଧିକାରୀମାନେ ଆଦିବାସୀ ନୃତ୍ୟରେ ବିମୋହିତ ହୋଇ ଆଦିବାସୀଙ୍କ ତାଳେ ତାଳେ ନାଚିବାର ଦେଖିବାକୁ ମିଳିଥିଲା। ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଜିଲାସ୍ତରୀୟ ମହୋତ୍ସବକୁ ଯେମିତି ସମସ୍ତେ ଭରପୂର ଉପଭୋଗ କରିବା ସହ ସମସ୍ତେ ଯୋଗ ଦେବା ପାଇଁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଧାୟକ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପ୍ରଚେଷ୍ଟାରେ ଏନଇଇଟିରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଶୌଚ ପାଇଁ ଯାଇଥିବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଚାଲିଗଲା ଦିବ୍ୟାଙ୍ଗ ପଞ୍ଚାଙ୍କ ଜୀବନ

ଦିଗପହଣ୍ଡି/ପାଟପୁର,୨୧।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ଅଙ୍ଗେଇତ ବନ୍ଧ ପୋଖରୀରେ ବୁଡ଼ି ଜଣେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁବରଣ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri