Posted inଖେଳ

ରାଗିଗଲେ ଆରସିବି କ୍ରିକେଟର୍‌: କହିଲେ, ଏସବୁ କରିହେବନି ବରଦାସ୍ତ

ଶାରଜା,୧୨।୧୦: ଆଇପିଏଲରେ ଟାଇଟଲ ଜିତିବାରେ ବିରାଟ କୋହଲିଙ୍କ ସ୍ବପ୍ନ ଅଧୁରା ରହିଛି। ଚଳିତବର୍ଷ କୋଲକାତା ନାଇଟ ରାଇଡର୍ସଠାରୁ ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହାରି ଯାଇଛି। ଏହି ପରାଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ଆରସିବିକୁ ଟ୍ରୋଲ କରୁଛନ୍ତି। ଏହା ଦେଖି ଆରସିବି ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ରାଗିଯାଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟାଟସରେ ଏକ ଲମ୍ବା ବାର୍ତ୍ତା ଶେୟାର କରି ଏବଂ ପ୍ରଶଂସକଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି।
ମ୍ୟାକ୍ସୱେଲ ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ଲେଖିଛନ୍ତି, ଏହି ସିଜିନରେ ଆରସିବି ପାଇଁ ଭଲ ହୋଇଛି। ଯେଉଁଠାରେ ଆମେ ପହଞ୍ଚିବାକୁ ଥିଲା, ଦୁର୍ଭାଗ୍ୟବଶତଃ ଆମେ ପହଞ୍ଚି ପାରିଲୁ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହି ଆଇପିଏଲ ଆମ ପାଇଁ ଭଲ ନ ଥିଲା। ତଥାପି ସୋସିଆଲ ମିଡିଆରେ ଲୋକମାନେ ଦଳ ବିଷୟରେ ଓଲଟା ସିଧା କଥା କହୁଛନ୍ତି, ଯାହା ଲଜ୍ଜାଜନକ ଅଟେ। ସେହି ଲୋକମାନେ ଏହା ମଧ୍ୟ ବୁଝିବା ଉଚିତ୍‌ ଯେ ଆମେ ମଧ୍ୟ ମଣିଷ। ଏପରି ପରିସ୍ଥିତିରେ, ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ, ଅପମାନଜନକ ଭାଷା ବ୍ୟବହାର କରିବା ପରିବର୍ତ୍ତେ ଜଣେ ଭଲ ବ୍ୟକ୍ତି ହୁଅନ୍ତୁ।


ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାକ୍ସଓ୍ବେଲ୍‌ ଆହୁରି ଲେଖିଛନ୍ତି, ଆରସିବିର ପ୍ରକୃତ ପ୍ରଶଂସକଙ୍କୁ ସେମାନଙ୍କ ଭଲ ପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ। କିଛି ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆକୁ ମଧ୍ୟ ଏକ ଭୟାନକ ଢଙ୍ଗରେ ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି। ଏହାକୁ ବରଦାସ୍ତ କରାଯାଇପାରିବ ନାହିଁ। ମୁଁ ସେମାନଙ୍କୁ ଏହିପରି ଆଚରଣ ନ କରିବାକୁ ଅନୁରୋଧ କରିବି।
ସୂଚନାଯୋଗ୍ୟ, ଚଳିତବର୍ଷ ଆରସିବି ପାଇଁ ମ୍ୟାକ୍ସୱେଲ ଭଲ ଖେଳିଥିଲେି। ମ୍ୟାକ୍ସୱେଲ ଚଳିତ ବର୍ଷ ୧୫ ଟି ମ୍ୟାଚରେ ହାରାହାରି ୪୨ରୁ ଅଧିକ ଆଭରେଜ୍‌ରେ ୪୧୨ ରନ୍‌ କରିଥିଲେ। ମ୍ୟାକ୍ସୱେଲ ମଧ୍ୟ ଏହି ସିଜିନରେ ଆରସିବି ପାଇଁ ୨୧ ଛକା ମାରିଥିଲେ। ସେ ୩ଟି ଉଇକେଟ ନେବାରେ ମଧ୍ୟ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗ୍ରୀନ ୩ ମାସ ବାସନ୍ଦ

ସିଡ୍‌ନୀ, ୯।୧ (ଏଏଫ୍‌ପି)- ଅଷ୍ଟ୍ରେଲୀୟ କ୍ରିକେଟର ତଥା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ସିଡ୍‌ନୀ ଥଣ୍ଡର୍ସ ପକ୍ଷରୁ ଖେଳୁଥିବା ଅଫ୍‌ ସ୍ପିନର କ୍ରିସ୍‌ ଗ୍ରୀନ ୩...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ; ଆମେରିକାର ଗୋଲ୍‌ ବର୍ଷା: ମେକ୍ସିକୋ ୯-୦ରେ ପରାସ୍ତ

ଭୁବନେଶ୍ୱର,୯ା୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁରୁଷ ସିରିଜ ଫାଇନାଲ୍ସରେ ଶନିବାର ଆମେରିକା ଏକ ବୃହତ୍‌ ବିଜୟ ହାସଲ...

କେନର୍‌ସ କପ୍‌ ଚେସ୍‌: ହମ୍ପି ଚାମ୍ପିୟନ: ୨ ନମ୍ବର ସ୍ଥାନକୁ ଉଠିଲେ

ସେଣ୍ଟ ଲୁଇସ୍‌, ୧୭।୨(ପି.ଟି.): ଓ୍ବାଲର୍‌ଡ ରାପିଡ୍‌ ଚେସ୍‌ ଚାମ୍ପିୟନ କୋନେରୁ ହମ୍ପି ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଆମେରିକାର ସେଣ୍ଟ ଲୁଇସ୍‌ରେ ଅନୁଷ୍ଠିତ...

ବିବେକ କୋହଲି ସିଟିଟିଏଫ୍‌ ଅଧ୍ୟକ୍ଷ ନିର୍ବାଚିତ

କଟକ,୨୧।୭: ଭାରତର ବିବେକ କୋହଲି ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଫେଡେରେଶନ (ସିଟିଟିଏଫ୍‌) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି ଏମ୍‌.ପି. ସିଂ ସିଟିଟିଏଫ୍‌ର ସାଧାରଣ ସମ୍ପାଦକ ଭାବେ...

ଜୀବନରେ ସ୍ତ୍ରୀ ଏବଂ ପ୍ରେମିକା ଚାପ ଦିଅନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ,୧୯।୧୨: ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଭାରତ ଦିନିକିଆ ଦଳର ଅଧିନାୟକ କରାଯିବା ପରଠାରୁ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଲାଗି...

ରୋହିତଙ୍କ ୧୦ ହଜାର ରନ୍‌

ହାମିଲଟନ,୨୯।୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା ୬୫ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏହି ଅବସରରେ ଏକ...

ସନ୍ଦେହ ଚକ୍ଷୁରେ ୨୪ ପ୍ରଦର୍ଶନ ଟେନିସ ମ୍ୟାଚ

ଲଣ୍ଡନ, ୧୨ା୭ (ଏପି)-କରୋନା ଭାଇରସ୍‌ ଯୋଗୁ ମହିଳା ଓ ପୁରୁଷ ଟେନିସ୍‌ ଟୁର୍‌ ସ୍ଥଗିତ ରଖାଯାଇଥିଲା। ଏହି ସମୟ ମଧ୍ୟରେ ଅନୁଷ୍ଠିତ ୨୪ଟି ପ୍ରଦର୍ଶନୀ ମ୍ୟାଚକୁ...

ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ: ଶ୍ରୀନିବାସନ

ନୂଆଦିଲ୍ଲୀ, ୩।୮(ପି.ଟି.): ସୁରେଶ ରାଇନା ମୋ ପୁଅ ଭଳି। ତେବେ ମୁଁ ତାଙ୍କ ମାଲିକ ନୁହେଁ। ଏକଥା କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମାଲିକ...

Advertisement
Archives

Model This Week